ଶୁକ୍ରବାର ଦିନ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ ।ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ ଜଳସୀମା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।ସେପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରଣାଳୟ । ଏଥିସହ ନିରୀହ ବାଣିଜ୍ୟିକ ଜାହାଜ ଓ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଏପରି ଘଟଣା ସମୁଦ୍ର ନୌଚଳାଚଳର ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ୱାଧୀନତା ପାଇଁ…
Author: sanitelevision
ରାଜ୍ୟର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭିକେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ । ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ବିଦେଶରେ ଥିବାରୁ ଥାନାରେ ହାଜର ହୋଇପାରିବେ ନାହିଁ । ଭିଡିଓ କନଫେରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କଲେ । ନଚେତ ବିଦେଶରୁ ଫେରିବା ପରେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି । ସୂଚନାଥାଉକି, ସିଏମଓରୁ ଫାଇଲ ଚୋରି ମାମଲାରେ ପ୍ରଶାସନ ତତ୍ପରତା ଦେଖାଇଛି । ୨୫ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ଭିକେ ପାଣ୍ଡିଆନଙ୍କୁ ନୋଟିସ ଦେଇଥିଲେ କମିଶନରେଟ ପୋଲିସ । କିନ୍ତୁ ଆଜି ଆସିପାରିବେନାହିଁ ବୋଲି ସଫା ସଫା ମେଲ ଯୋଗେ ଜଣାଇଛନ୍ତି । କେବଳ ପାଣ୍ଡିଆନଙ୍କୁ ନୁହଁ, ପୂର୍ବତନ ଆଇଏଏସ ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟି ନୋଟିସ କରିଥିଲା । ଆସନ୍ତା ୩୦ ତାରିଖ ସୁଦ୍ଧା ଥାନାରେ ହାଜର…
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଛନ୍ତି। ଅନାସ୍ଥା ଆଗତ ହେବା ପରେ ୨୭ ତାରିଖରେ ଅପରାହ୍ନ ୩.୩୦ରେ ସମସ୍ତ ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।
ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ମେଲାଣି ନେଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ରଥାରୂଢ଼ ହୋଇ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ ଠାକୁର । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ତାଳଦ୍ବଜ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ, ମହାପ୍ରଭୁଙ୍କ ସୁନାବେଶ । ଏହାକୁ ବଡ଼ତଢ଼ାଉ ବେଶ ଓ ରାଜବେଶ ବୋଲି ମଧ୍ୟ କୁହାଯାଏ । ରଥ ଉପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ, ଅପରାହ୍ନ 5ଟାରୁ 6.30 ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତି 10ରୁ 11ଟା ମଧ୍ୟରେ ସୁନାବେଶ ମଇଲମ କରାଯିବ ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ 6 ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁନାବେଶ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା…
ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା । ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଥିବା ନେ଼ଇ ବିରୋଧୀ ଦଳର ମୁଖ୍ୟ ନବିନଙ୍କ ଶୋକ। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ , ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା ବିଷୟ ରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। କିନ୍ତୁ ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କଣ ପାଇଁ? ସରକାର ଏତେ ଖାମଖିଆଲି ଭାବେ କଣ ପାଇଁ କାମ କରୁଛନ୍ତି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ। ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ। ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି, ଲୋକଙ୍କ…
ନିଟ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ସଂପର୍କିତ ଅପରାଧର ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ଏସ୍ଟିଏଫ୍ ଗଠନ କଲା ଦିଲ୍ଲୀ ପୁଲିସ୍ କ୍ରାଇମ୍ବ୍ରାଞ୍ଚ । NTA, UPSC, SSC, RRBs, IBPS ଆଦି ପରୀକ୍ଷାରେ ପେପର୍ ଲିକ୍ କିମ୍ୱା କୌଣସି ଅପରାଧ ସାମ୍ନାକୁ ଆସିଲା ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ତାହାର ତଦନ୍ତ କରିବ । ଦିଲ୍ଲୀ ପୁଲିସର କ୍ରାଇମ୍ବ୍ରାଞ୍ଚ ଡିସିପି ଏହାର ନେତୃତ୍ୱ ନେବେ । କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ସିପି ତତ୍ତ୍ୱାବଧାନ କରିବେ । ଅନ୍ୟପଟେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଜନ୍ତର ମନ୍ତରରେ ପ୍ରତିବାଦରେ ଅପରାଧିକ ପୃଷ୍ଠଭୂମି ଥିବା ୨,୫୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି । ଏହି ଅପରାଧୀମାନେ ଭିଡ଼ରୁ ବାହାରି ପୋଲିସକୁ ଟାର୍ଗେଟ କରୁଛନ୍ତି । ଛୁରି ଏବଂ…
ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ କହିବାନୁସାରେ ଶନିବାର (୨୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ କମଳା ରଙ୍ଗର ସତର୍କ ସୂଚନା ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ହଳଦିଆ ରଙ୍ଗ ସତର୍କ ସୂଚନା ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ…
ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି!ଏଣିକି ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ । ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା ବା ହେଡ୍କ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ । କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ ।ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ, ବାଣିଜ୍ୟିକ କର ଓ ଜିଏସଟି କମିଶନର, ଏମ୍ଡିଆର୍ଏଫ୍ଏମ୍, ଆକାଉଣ୍ଟସ୍ କଣ୍ଟ୍ରୋଲର, ଲୋକାଲ ଫଣ୍ଡ ଅଡିଟ୍, ଟ୍ରେଜେରୀ ଓ ଇନ୍ସପେକ୍ସନ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି ।ଅତୀତରେ ଏହା ଲକ୍ଷ୍ୟ କରାଯାଇଛି ଯେ, ଅନେକ ଅଧିକାରୀ ଓ କର୍ମଚାରୀ…
ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ରୁ ବଡ଼ ପଥର ଖସିବା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର କିଲ୍ଲାର-ଉଦୟପୁର ରାସ୍ତାରେ ଥିବା କାଡୁ ନାଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ପିତି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି ।ଦୁର୍ଘଟଣାରେ ତେର ଜଣଙ୍କର ମୃତ୍ୟୁ ହୋଇଛି; ତଥାପି, ପ୍ରଶାସନ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା କିମ୍ବା ମୃତକଙ୍କ ପରିଚୟକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ। ସ୍ଥାନୀୟ ସୂତ୍ର ଅନୁଯାୟୀ, ଗାଡ଼ିରେ ଯାତ୍ରା କରୁଥିବା ୧୫ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଙ୍ଗୀ ଉପତ୍ୟକାର ବାସିନ୍ଦା ବୋଲି ଜଣାପଡିଛି।
ଆଇଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆପଲ୍ ଏହାର ସବୁଠାରୁ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro Maxକୁ ସେପ୍ଟେମ୍ବର ମାସରେ ଲଞ୍ଚ କରିବାକୁ ଯାଉଛି। ହେଲେ ଏଥର କିନ୍ତୁ ନୂଆ ଆଇଫୋନ୍ ପାଇଁ ଗ୍ରାହକଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, iPhone 17 Pro Max ତୁଳନାରେ ନୂଆ ମଡେଲର ଦାମ୍ ପ୍ରାୟ ୨୦ ହଜାର ଟଙ୍କାରୁ ୨୮, ୬୦୦ ଟଙ୍କା ମହଙ୍ଗା ହୋଇପାରେ।ଫଳରେ ଅନେକ ସ୍ଥାନରେ ଲୋକେ ପୂର୍ବରୁ ଫୋନ୍ କିଣିବା ଆରମ୍ଭ କରିଥିବାରୁ କିଛି ମଡେଲର ଷ୍ଟକ୍ କମିଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଯଦିଓ ଆପଲ୍ ପକ୍ଷରୁ ଭାରତରେ ମୂଲ୍ୟ ବୃଦ୍ଧିକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ, ତଥାପି ଜାପାନ ଭଳି କିଛି ବଜାରରେ ଦାମ ବୃଦ୍ଧି ହେବା ପରେ ଭାରତରେ ମଧ୍ୟ ସମାନ ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା…









