Author: sanitelevision

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ସେ ଆହୁରି କହିଛନ୍ତି, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ…

Read More

ଆସିଲା ବଡ଼ ଅପଡେଟ୍‌। ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ।ବର୍ଷରେ ୧୦ ଲକ୍ଷରୁ ଅଧିକ ନଗଦ ଜମା କରୁଥିବା କିମ୍ବା ଉଠାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ PAN ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ, ଏହି ସୀମା ପ୍ରତିଦିନ ତଦାରଖ କରାଯାଉଥିଲା, କିନ୍ତୁ ଏବେ ବାର୍ଷିକ ଟ୍ରାକିଂ କରାଯିବ।”ସୋଭରେନ ଗୋଲ୍ଡ ବଣ୍ଡ (SGBs) ପାଇଁ ଟିକସ ନିୟମ ପରିବର୍ତ୍ତନ କରାଯାଇଛି। ଟିକସମୁକ୍ତ ପରିପକ୍ୱତା ଲାଭ ଏବେ କେବଳ ସିଧାସଳଖ କ୍ରୟ କରୁଥିବା ନିବେଶକମାନଙ୍କୁ ଉପଲବ୍ଧ ହେବ। ଯେଉଁମାନେ ଦ୍ୱିତୀୟ ବଜାର ମାଧ୍ୟମରେ କ୍ରୟ କରନ୍ତି ସେମାନଙ୍କ ଉପରେ ପୁଞ୍ଜି ଲାଭ କର ଲାଗୁ ହେବ। ମେ୧ ତାରିଖରୁ, ପ୍ରତ୍ୟେକ ଡିଜିଟାଲ କାରବାର ଅଧିକ ସୁରକ୍ଷିତ ହେବ। ଦୁଇ-କାରକ ପ୍ରମାଣୀକରଣ (2FA) ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯାଉଛି। ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ମଧ୍ୟ ୧ମେ’ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି। ସମାଧାନ-ମୁଖୀ ଯୋଜନା (ଯେପରିକି ଅବସର କିମ୍ବା ଶିଶୁ ଯୋଜନା)…

Read More

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହେବ । ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡରେ ହେବ ।ବିଜ୍ଞପ୍ତି ଅନୁଯାୟୀ, ମେ’ ୪ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପ୍ରବେଶିକା ପରୀକ୍ଷା ହେବ । ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପରୀକ୍ଷା ହେବ । ତୃତୀୟ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୬ ତାରିଖରେ ୩ଟି ଯାକ ସିଫ୍ଟ ବି ଫାର୍ମା ପରୀକ୍ଷା ହେବ । ୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ…

Read More

ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଡ୍ରାମା ପରିବେଷଣ ହେଉଥିବାବେଳେ ଗ୍ରାମ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରେ ସେମାନେବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଡ୍ରାମା ପରିବେଷଣ ବେଳେ ଦୁର୍ବୃତ୍ତଙ୍କ ଆତଙ୍କ ଦଳାଚକଟାରେ ଜଣେ ଗୁରୁତର । ଦୁଇସାହି ବିବାଦର ହିଂସାତ୍ମକ ପରିଣତି ମଞ୍ଚ ରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Read More

ଯାତ୍ରା ପଥରେ ୯୦ ବର୍ଷ ଅତିକ୍ରାନ୍ତ କରିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ ଦିନ ହିସାବରେ ସମଗ୍ର ଓଲିଉଡ୍ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି ।ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ସେ ବିଷୟରେ ବି କାହାରି ଚିନ୍ତା ନାହିଁ । ଏସବୁ ବୁଝିବାକୁ ସରକାର ଓଏଫ୍‌ଡିସି ପ୍ରତିଷ୍ଠା କରିଥିଲେ । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଯୋଜନା କଲେ ବି କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି । ଦୀର୍ଘଦିନ ହେଲା ମୁରବି ବିହୀନ ହୋଇପଡ଼ିଛି ।

Read More

ମଧୁବାବୁଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ଅଠେଇଶ ତାରିଖରେ ସତ୍ୟଭାମାପୁରର ମର୍ଯ୍ୟାଦାପୂର୍ଣ୍ଣ ଚଉଧୁରୀ ସୁଦର୍ଶନ ଦାସ ଓ ସତୀ କୃଷ୍ଣା ଦେଇଙ୍କ ବଂଶର ରଘୁନାଥ ଓ ପାର୍ବତୀ ଦେବୀଙ୍କ ତୃତୀୟ ସନ୍ତାନ ତଥା ପ୍ରଥମ ପୁତ୍ର ଭାବେ। ଗାଁ ଅବଧାନଙ୍କ ଚାଟଶାଳୀରୁ ମହାସିଂପୁର ମିଡିଲ ସ୍କୁଲ, ସେଠାରୁ କଟକ ଉଚ୍ଚ ଇଂରାଜୀ ବିଦ୍ୟାଳୟ , ତାହା ପୁଣି ସାଆନ୍ତ ମାଆଙ୍କ ପାଇଁ, ବଡବାପା ଚଉଧୁରୀ ଲୋକନାଥ ଦାସଙ୍କ ପ୍ରାଥମିକ ଅନିଚ୍ଛା ସତ୍ତ୍ବେ। ଜାତକର ଶ୍ରଦ୍ଧା ନାମ ଗୋବିନ୍ଦ ବଲ୍ଲଭରୁ ସେ ପାଲଟି ଗଲେ ମଧୁସୂଦନ।ଶିକ୍ଷକଙ୍କ ଇଂରାଜୀ ବାକ୍ୟର ଭୂଲ ଅର୍ଥର ପ୍ରତିବାଦ କରି ସେ ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ। ସେ ପ୍ରଧାନ ଶିକ୍ଷକଙ୍କ ପାଖରେ କ୍ଷମା ପ୍ରାର୍ଥନା ନକରି ତାଙ୍କ ଉଚ୍ଚ କର୍ତ୍ତୃପକ୍ଷ ମିଷ୍ଟର ହେଲିଙ୍କୁ ଅଭିଯୋଗ କରିଥିଲେ। ମା’ଙ୍କ ପାଖରୁ ଶିଖିଥିବା ‘ଆଲୋ ସଖି, ଆପଣା ମହତ ଆପେ ରଖି’ ତାଙ୍କ ଜୀବନର ଅନେକ ଜଟିଳ ସନ୍ଧି କ୍ଷଣରେ ତାଙ୍କୁ…

Read More

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ, ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି କରୁଥିବା ୧୦୦% ଭାରତୀୟଙ୍କୁ ଶୁଳ୍କ ଛାଡ଼ ମିଳିବ। ଏହି ସମୟରେ, ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଆସୁଥିବା ୯୫% ସାମଗ୍ରୀ ଉପରେ ଶୁଳ୍କ ଛାଡ଼ କିମ୍ବା ହ୍ରାସ କରାଯାଇଛି।ଦୁଇ ଦେଶ ମଧ୍ୟରେ ଆଲୋଚନା ୨୦୧୦ରୁ ଆରମ୍ଭ ହୋଇଥିଲା କିନ୍ତୁ ନଅ ପର୍ଯ୍ୟାୟ ପରେ ୨୦୧୫ ରେ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୦୨୫ ରେ ଏହାକୁ ପୁଣିଥରେ ଆରମ୍ଭ କରାଯାଇଛି ଓ ଗତ ବର୍ଷ ଡିସେମ୍ବରରେ ଏହାକୁ ଅନ୍ତିମ ରୂପରେଖ ଦିଆଯାଇଛି।ଏହି ଚୁକ୍ତିନାମା କେବଳ ବାଣିଜ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଗଭୀର ଏବଂ ଦୀର୍ଘକାଳୀନ ସମ୍ପର୍କର ମୂଳଦୁଆ ସ୍ଥାପନ କରେ। ଏହାକୁ “ପିଢ଼ିରେ ଥରେ” ସୁଯୋଗ ଭାବରେ ବର୍ଣ୍ଣନା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରି ୫…

Read More

ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପରୀକ୍ଷା ପରିଚାଳନା ଠିକ୍ ଢଙ୍ଗରେ ହୋଇଥିଲା । ତ୍ରୁଟି ବିହୀନ ପରୀକ୍ଷା ପରିଚାଳନା ପରେ ଖୁବଶୀଘ୍ର ପିଲାଙ୍କ ରେଜଲ୍ଟ ବାହାରିବ । ଯଥା ସମୟରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଖରା ପାଇଁ ଛାତ୍ରଛାତ୍ରୀଙ୍କୁ ସତର୍କ କଲେ ମନ୍ତ୍ରୀ । ଖରା ଛୁଟିରେ ଘରେ ରହି ପଢିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

Read More

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍‌ । ଆଇନ୍‌ରେ ଶ୍ରୀମନ୍ଦିର ଭଳି ରହିବ ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ।ଜାନୁଆରୀ 2026ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତି କାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖା ଯାଏ ଆକ୍ସନ ନିଆଯାଇ ପାରେ।କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଏଏସଆଇ, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି। ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ। କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି। ଆଗକୁ ରିପୋର୍ଟ ଗୁଡ଼ିକ ସରକାର ଅନୁଧ୍ୟାନ କରି ଆଇନ୍‌ରେ ପରିଣତ କରିବେ ।

Read More

SCB ମେଡିକାଲରୁ କୁଆଡେ ଗଲେ ୧୪ ନବଜାତ ଶିଶୁ। ମାନସିକ ଅନଗ୍ରସର ମହିଳାଙ୍କ ୧୪ ଜଣ ନବଜାତ ଶିଶୁଙ୍କ ମିଳୁନି ପତ୍ତା। ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ତେବେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ପିଲାଙ୍କୁ ଚୋରି କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏସ୍ ସିବି ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍ ଡିସି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ।

Read More