Author: sanitelevision

ଆଜିଠାରୁ କଡା କଡ଼ି ଯାଞ୍ଚ। ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏପରି ଅଭିଯାନ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସମାନ ଢଙ୍ଗରେ ଯାଞ୍ଚ ଜାରି ରହିବ।ମାଲ୍‌ବାହି ଗାଡି ଯାତ୍ରୀଙ୍କୁ ନେବା ଆଣିବା କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପଞ୍ଜିକରଣ ରଦ୍ଦ କରାଯିବ।

Read More

ଆଜିଠୁ ବଦଳିବ ପାଗ । ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ । ପ୍ରବଳ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।କାଳବୈଶାଖୀ ଯୋଗୁ ଅସମ୍ଭାଳ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ ।

Read More

ସବୁ ସୀମା ଟପିଗଲେ। ନିଜ ଜିଦ୍‌ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ।ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ସିଂହାରୀ ଓ ସୁଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ରହିଛି ମହାପ୍ରଭୁଙ୍କ ଚାପ ଖେଳ। ଚାପ ରେ କେତେ ସଂଖ୍ୟକ ସେବକ ରହିବେ,ତାକୁ ନେଇ ହୋଇଥିଲା ବିବାଦ। ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର ।ରେକର୍ଡ ଅଫ ରାଇଟ୍‌ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ…

Read More

ମୁମ୍ବାଇରେ ପହଲଗାମ୍ ଘଟଣାର ପୁନରାବୃତ୍ତି । ଧର୍ମ ପଚାରିଲା, କଲମା ପଢ଼ିବାକୁ କହିଲା ଓ ଏହାପରେ ଛୁରିରେ ଆକ୍ରମଣ କଲା । ମୁମ୍ବାଇର ମୀରା ରୋଡ୍ ନୟା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ ଯୁବକଙ୍କୁ ଗିରଫ କରି ମୁମ୍ବାଇ ଏଟିଏସକୁ ହସ୍ତାନ୍ତର କରିଛି । ଏହାକୁ ଏକ ”ଲୋନ୍ ଉଲ୍ଫ” ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରୁଛି । ଗିରଫ ଯୁବକଙ୍କ ପାଖରୁ ଏକ ନୋଟ୍ ମିଳିଛି । ଏଥିରେ ଆଇଏସଆଇଏସ୍, ଲୋନ ଉଲ୍ଫ, ଜିହାଦ ଏବଂ ଗାଜା ଭଳି ଶବ୍ଦ ଲେଖାଯାଇଛି । ସୂଚନା ମୁତାବକ ରାଜକୁମାର ମିଶ୍ରା ଓ ସୁବ୍ରତ ରମେଶ ସେନ୍ ନାମକ ଦୁଇ ସୁରକ୍ଷାକର୍ମୀ ଡ୍ୟୁଟିରେ ଥିବା ବେଳେ ସେଠାରେ ଜୁବେର ଅନସାରୀ ନାମକ ଯୁବକ ପହଞ୍ଚି ସେମାନଙ୍କୁ ନାଁ ଓ ଧର୍ମ ପଚାରିବା ସହିତ କଲମା ପଢ଼ିବାକୁ…

Read More

ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । କାଳବୈଶାଖୀ ଆଣିବ ଆଶ୍ବସ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ।୨୯ ତାରିଖରେ ଏକ ଟ୍ରପ ଲାଇନ ଯୋଗୁ ବର୍ଷାର ପରିମାଣ ଅଧିକ ରହିବ । ଏଥିସହ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି । ଫଳରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଆଦି ୨୦ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Read More

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ସେ ଆହୁରି କହିଛନ୍ତି, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ…

Read More

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ସେ ଆହୁରି କହିଛନ୍ତି, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ…

Read More

ଆସିଲା ବଡ଼ ଅପଡେଟ୍‌। ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ।ବର୍ଷରେ ୧୦ ଲକ୍ଷରୁ ଅଧିକ ନଗଦ ଜମା କରୁଥିବା କିମ୍ବା ଉଠାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ PAN ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ, ଏହି ସୀମା ପ୍ରତିଦିନ ତଦାରଖ କରାଯାଉଥିଲା, କିନ୍ତୁ ଏବେ ବାର୍ଷିକ ଟ୍ରାକିଂ କରାଯିବ।”ସୋଭରେନ ଗୋଲ୍ଡ ବଣ୍ଡ (SGBs) ପାଇଁ ଟିକସ ନିୟମ ପରିବର୍ତ୍ତନ କରାଯାଇଛି। ଟିକସମୁକ୍ତ ପରିପକ୍ୱତା ଲାଭ ଏବେ କେବଳ ସିଧାସଳଖ କ୍ରୟ କରୁଥିବା ନିବେଶକମାନଙ୍କୁ ଉପଲବ୍ଧ ହେବ। ଯେଉଁମାନେ ଦ୍ୱିତୀୟ ବଜାର ମାଧ୍ୟମରେ କ୍ରୟ କରନ୍ତି ସେମାନଙ୍କ ଉପରେ ପୁଞ୍ଜି ଲାଭ କର ଲାଗୁ ହେବ। ମେ୧ ତାରିଖରୁ, ପ୍ରତ୍ୟେକ ଡିଜିଟାଲ କାରବାର ଅଧିକ ସୁରକ୍ଷିତ ହେବ। ଦୁଇ-କାରକ ପ୍ରମାଣୀକରଣ (2FA) ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯାଉଛି। ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ମଧ୍ୟ ୧ମେ’ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି। ସମାଧାନ-ମୁଖୀ ଯୋଜନା (ଯେପରିକି ଅବସର କିମ୍ବା ଶିଶୁ ଯୋଜନା)…

Read More

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହେବ । ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡରେ ହେବ ।ବିଜ୍ଞପ୍ତି ଅନୁଯାୟୀ, ମେ’ ୪ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପ୍ରବେଶିକା ପରୀକ୍ଷା ହେବ । ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପରୀକ୍ଷା ହେବ । ତୃତୀୟ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୬ ତାରିଖରେ ୩ଟି ଯାକ ସିଫ୍ଟ ବି ଫାର୍ମା ପରୀକ୍ଷା ହେବ । ୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ…

Read More

ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଡ୍ରାମା ପରିବେଷଣ ହେଉଥିବାବେଳେ ଗ୍ରାମ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରେ ସେମାନେବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଡ୍ରାମା ପରିବେଷଣ ବେଳେ ଦୁର୍ବୃତ୍ତଙ୍କ ଆତଙ୍କ ଦଳାଚକଟାରେ ଜଣେ ଗୁରୁତର । ଦୁଇସାହି ବିବାଦର ହିଂସାତ୍ମକ ପରିଣତି ମଞ୍ଚ ରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Read More