ଓଏମ୍ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ। ପୋଲିସ ପେଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା। ପରେ ସେମାନେ ପୋଲିସ୍ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତିନିଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ବେକ, ହାତ ଓ ପିଠିରେ ଆଘାତ ଲାଗିଛି। ଏହି ଘଟଣାରେ ଚାଉଳିଆଗଞ୍ଜ ଥାନାରେ ଜଣେ ମହିଳା ସମେତ ୬ଜଣଙ୍କୁ ଅଟକ ରଖିଛି ପୋଲିସ୍। ପୂରା ଘଟଣାର ତଦନ୍ତ ଜାରି ରହିଛି।
Author: sanitelevision
ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି ।ରାଜ୍ୟରେ ଏବେ ଧୀରେ ଧୀରେ କାଳବୈଶାଖୀର ପ୍ରଭାବ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ତେବେ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।ଗୁରୁବାର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଏବଂ ଉପକୂଳରେ ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ । ମେ’ ପହିଲାରେ ତାପମାତ୍ରା ଆହୁରି କମିପାରେ । ଯାହାକି ପରବର୍ତ୍ତୀ ୫-୬ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି ।
ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ ।ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍ସି), ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି । ତେବେ ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍ସି), ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି ।
PM E-DRIVE ଯୋଜନା ଅଧିନରେ ଓଡ଼ିଶାର ୬ଟି ସହରରେ ୧୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ ।୬ଟି ପ୍ରମୁଖ ସହର ଅନୁଗୋଳ, ବାଲେଶ୍ବର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଏବଂ ପୁରୀ।ଜାତୀୟ ରାଜପଥ, ଆଞ୍ଚଳିକ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଥରେ ଷ୍ଟେସନ ହୋଇଗଲେ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ଷ୍ଟେସନଗୁଡ଼ିକ ନିଜେ ପରିଚାଳନା କରିପାରେ କିମ୍ବା ନୋଡାଲ ଅପରେଟର କୁ ହ୍ୟାଣ୍ଡଓଭର କରିପାରନ୍ତି। ଏହି ଯୋଜନା ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ପ୍ରଦୂଷଣ କମିବା ସହ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ପାଇଁ ଏହି ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି କୁହାଯାଇଛି।
ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରେ ସାଂଘାତିକ ଖୁଲାସା । ଅତ୍ୟଧିକ ମାଡ଼ ସହ ଶ୍ବାସ ରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସ ରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । ସେପଟେ ହତ୍ୟା ମାମଲାରେ ପୁଣି ଥରେ ଦୁଇ ପୁରୁଣା ଅଭିଯୁକ୍ତଙ୍କ ସହ ଭାଇଭଉଣୀଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଏହି ମାମଲାର ଗିରଫ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂଙ୍କ ସମେତ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମୀଣ କୋର୍ଟ ରେ ଆବେଦନ କରିଛି ପୋଲିସ…
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଲମ୍ବା ଲାଇନରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଲୋକେ ।୧୪୨ଟି ବିଧାନସଭା ଆସନରେ ମତଦାନ ହେଉଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୬୧.୧୧ ପ୍ରତିଶତ ମତଦାନ ହୋଇଛି । ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି । ମତଦାନ ଦିନ ଇଭିଏମ୍ ସହ ଟାମ୍ପରିଂ ଅଭିଯୋଗ ଓ ବଟନରେ ଟେପ୍ ଲଗାଯାଇଥିବାର ଗମ୍ଭୀର ଅଭିଯୋଗ ହୋଇଛି । ବିଜେପି ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅପରାଧୀ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଟାର୍ଗେଟ କରିଛି ।ଇଭିଏମ୍ ଟାମ୍ପରିଂ ଅଭିଯୋଗ ଉପରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନର କଡା ଚେତାବନୀ ଜାରି କରିଛନ୍ତି । କମିଶନ କହିଛନ୍ତି, ବଟନ ଉପରେ ଟେପ୍ ଲଗାଇବାର ଅଭିଯୋଗ ନେଇ ଚର୍ଚ୍ଚା କରାଯିବ । ଯଦି ଅଭିଯୋଗ ଠିକ୍ ତେବେ ସେହି ବୁଥରେ ପୁଣିଥରେ ଭୋଟିଂ ହେବ…
ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ଆଉ ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ୍ ସ୍କ୍ବାଡ, ବମ ସ୍କ୍ବାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଲୋୟର ପିଏମ୍ଜିରେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ମିଳିଛି। କାଲି ହେବ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ହେବ। ଦିନ ୧୧ଟାରୁ ସ୍ୱତନ୍ତ୍ର ଅଧିବେଶନ ବସିବ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଭାରତର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।
ପୁଣି ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍ । ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ପ୍ରେମ ନିବେଦନ କରୁଛନ୍ତି ଜଣେ ଛାତ୍ରୀଙ୍କୁ।ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ।ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର WhatsApp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। କେବଳ ଏତିକି ନୁହେଁ କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବ୍ୟାକ୍ ଲଗାଇ ଦିଆ ଯାଉଥିବା ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।ଏବେବି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ମନରୁ ଲିଭି…
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖରା ଛୁଟି ସମୟରେ ବିଦ୍ୟାଳୟର ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି।ଯାହାକୁ ପ୍ରଧାନଶିକ୍ଷକଙ୍କ ଜରିଆରେ ସମସ୍ତଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ନିଜ ବିଷୟଗତ ଖାତାରେ ଏହି ଗୃହକାର୍ଯ୍ୟ କରିବେ। କୌଣସି ପ୍ରକାର ଶିକ୍ଷାଗତ ସହାୟତା ପାଇଁ ସେମାନେ ଟେଲିଫୋନ୍ ମାଧ୍ୟମରେ ନିଜ ଶ୍ରେଣୀ ଶିକ୍ଷକ କିମ୍ବା ବିଷୟ ଶିକ୍ଷକଙ୍କ ସହ ଯୋଗାଯୋଗ କରିପାରିବେ। ଶିକ୍ଷକମାନେ ନିୟମିତ ଭାବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କରେ ରହି ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ। ଛୁଟି ସମୟରେ ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲା ରହିବ। ଏଥିପାଇଁ ଶିକ୍ଷକ, କନିଷ୍ଠ ସହାୟକ ଏବଂ ପିଅନଙ୍କୁ ନେଇ ଏକ ‘ରୋଷ୍ଟର…
କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଆଜିଠୁ ଆରମ୍ଭ ହୋଇଛି ଉତ୍ତରାଞ୍ଚଳ RDC ତଦନ୍ତ । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତଙ୍କ ଗାଁକୁ ଗସ୍ତ କରି ତଥ୍ୟ ସଂଗ୍ରହ କରିବେ ଆରଡ଼ିସି । ସେହିପରି ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଛି । ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ…









