CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ ପୁନଃ-ମୂଲ୍ୟାୟନ ପୋର୍ଟାଲକୁ ସକ୍ରିୟ କରିଛି ।ଯାଂଚ ଏବଂ ରି-ଇଭାଲୁଏସନ୍ ପାଇଁ ଏହି ପୋର୍ଟାଲ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ କାଲି ବିଳମ୍ବିତ ରାତିରେ ଏହାକୁ ଲାଇଭ୍ କରାଯାଇଛି । ଯେଉଁ ପରୀକ୍ଷାର୍ଥୀ ନିଜର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇସାରିଛନ୍ତି, ସେମାନେ CBSE ର ଅଫିସିଆଲ୍ ପୋଷ୍ଟ-ରେଜଲ୍ଟ ପୋର୍ଟାଲ୍ ଜରିଆରେ Re-evaluation ପାଇଁ ଆପ୍ଲାଇ କରିପାରିବେ । ତେବେ ଏହି ପ୍ରକ୍ରିୟା postresult.cbseit.in/pvr/ ୱେବସାଇଟରେ ଉପଲବ୍ଧ ଅଛି । ଛାତ୍ରଛାତ୍ରୀ…
Author: sanitelevision
ଭାରତୀୟ ବାୟୁସେନାର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଦେଶ ଏକ ଐତିହାସିକ ସଫଳତା ଆଡ଼କୁ ଅଗ୍ରସର ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ ଚୁକ୍ତି ମଧ୍ୟରୁ ଏକ ପ୍ରସ୍ତାବକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ କରିଛନ୍ତି ।ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି । ଏହା ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବ, ଯାହା ମଧ୍ୟରୁ ୯୪ ଟି ଭାରତରେ ତିଆରି କରାଯିବ । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ଫ୍ରାନ୍ସର ଏରୋସ୍ପେସ୍ କମ୍ପାନୀ ‘ଡସଲ୍ଟ ଏଭିଏସନ’ ଭାରତର କୌଣସି ପ୍ରମୁଖ ଘରୋଇ କିମ୍ବା ସରକାରୀ ସଂସ୍ଥା ସହ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିବେ । ବାକି ରହିଥିବା ୨୨ଟି ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବା ‘ଫ୍ଲାଇ-ଆୱେ’ ସ୍ଥିତିରେ ସିଧାସଳଖ ଫ୍ରାନ୍ସରୁ ଭାରତ ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ରାଜ୍ୟରେ ଚାରି ଡିଗ୍ରୀ ଯାଏଁ ବଢିବ ତାତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ।ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ। ଏହା ପ୍ରଭାବରେ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବ। ଏଥିପାଇଁ ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ…
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଖବର ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ବର୍ଷ ୨୦୨୩ ଜୁନ୍ ୨ ତାରିଖ । ଏ ଦିନକୁ କେହି କେବେ ଭୁଲିବେ ନାହିଁ । ଏ ଦିନ ଏମିତି ଏକ କ୍ଷତ ଦେଇଥିଲା ଯାହାର ଚିହ୍ନ କେବେ ଲିଭିବନି ।ସେଦିନ ଥିଲା ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା । ସ୍ଥାନ ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟ୍ରେସନ । ଅନ୍ଧାରକୁ ଚିରି ଟ୍ରାକ୍ରେ ଗଡୁଥିଲା ଟ୍ରେନ । ସମସ୍ତେ ଅପେକ୍ଷା କରିଥିଲେ ନିଜ ନିଜ ଠିକଣାକୁ । ଅଚାନକ ଶୁଭିଥିଲା ଭୟଙ୍କର ଶଦ୍ଦ । ଥରି ଉଠିଥିଲା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର । ଚାରିଆଡେ ପଡିଯାଇଥିଲା ଚହଳ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ସମୟରେ ବାହାନଗା ରେଳ ଷ୍ଟେସନର ଲୁପ୍ ଲାଇନ୍ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା…
ରାଜ୍ୟରେ ପୋଲିସ୍ ପ୍ରଶାସନର ବର୍ବରତା ସବୁ ସୀମା ଟପିସାରିଲାଣି । ଥାନା ଭିତରେ ଥାର୍ଡଡିଗ୍ରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ ଅମାନୁଷିକ ଭାବେ ସାଧାରଣ ଲୋକଙ୍କ ଉପରେ ଥାର୍ଡଡିଗ୍ରୀ କରିବା ଅତ୍ୟନ୍ତ ନିନ୍ଦନୀୟ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ପୋଲିସ୍ ପ୍ରଶାସନ ଓଡ଼ିଶାର ନିରୀହ ଜନସାଧାରଣଙ୍କ ଉପରେ ବର୍ବରୋଚିତ ଭାବେ ଥାନା ଭିତରେ ଯେଉଁ ଥାର୍ଡଡିଗ୍ରୀ କରୁଛି, ତାହା ସମସ୍ତଙ୍କୁ ବିଚଳିତ କରିଦେଇଛି ବୋଲି କହିଥିଲେ ।ଡ଼ ଲେନିନ ମହାନ୍ତି କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ବରତା ଓ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ…
ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୮ତମ ପାଳି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି | ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ୧୬ ହଜାର ୬୦୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସାରା ରାଜ୍ୟରେ ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା । ସେଥିରୁ ୨ ଲକ୍ଷ ୩୧ହଜାର ୨୪୦ ଟି ଅଭିଯୋଗର ସମାଧାନ ହୋଇଛି ।
ଦେହଜୀବୀମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ଇଚ୍ଛାରେ ଏହି ପେଶା ଆପଣାଇଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୋଲିସ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।ବରଂ ଏହାର ବ୍ୟବସାୟିକରଣକୁ ରୋକିବା ଅବା ଦୂର କରିବା ପାଇଁ ଚେଷ୍ଟା କରିବା । ସମ୍ବିଧାନର ଧାରା ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କର ସମ୍ମାନର ସହ ବଞ୍ଚିବାର ମୌଳିକ ଅଧିକାର ରହିଛି ବୋଲି କୋର୍ଟ ଦର୍ଶାଇଛନ୍ତି।ଦେଶର ଆଇନ ଅନୁଯାୟୀ ବେଶ୍ୟାଳୟ ଚଳାଇବା ଏବଂ ମାନବ ଚାଲାଣ କରିବା ଏକ ଗୁରୁତର ଦଣ୍ଡନୀୟ ଅପରାଧ ଅଟେ। ସେହିଭଳି ନାବାଳିକାମାନଙ୍କୁ ଏହି ବୃତ୍ତିରେ ସାମିଲ କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। କିନ୍ତୁ କୌଣସି ପ୍ରାପ୍ତବୟସ୍କ ମହିଳା ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ତାହା ଅପରାଧ ନୁହେଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।ଦେହବେପାର ଉପରେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ପୁଲିସ…
କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ଘଟଣାରେ IPS ନିତେଶ କୁମାର ମିଶ୍ରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି । ସେହିପରି ତିନିଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତଙ୍କ ମଧ୍ୟରେ ଏସଆଇ ସମୀର ରାଉତ, ଏସଆଇ ବୈକୁଣ୍ଠ ନାଥ ଜେନା, କନେଷ୍ଟବଳ ସୁମନ କୁମାର ସାହୁ ଓ ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନ। ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ଵ ମୁକ୍ତ। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ତିର ସମସ୍ତ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦେଶ।। କିଛି ସମୟ ପୂର୍ବରୁ ଏଚଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନାରେ ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ପୋଲିସ ମାଡରେ ପ୍ରାଣ ହରାଇଥିବା ଦିବ୍ୟାଙ୍ଗ ହେଉଛନ୍ତି ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ…
ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଦିଆଯାଇଛି ।ଇଭି କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଅର୍ଥ ବିଭାଗର ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଯାନବାହନ(EV) କିଣିବା ନେଇ ଅନୁମୋଦନ କରାଯାଇଛି।ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ EV ଗାଡ଼ି କିଣା ଯାଇପାରିବ। ଏପରିକି ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବସ୍ତରୀୟ ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ EV ଯାନବାହନ କିଣିବା ନେଇ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିଲା ଜଜ୍, ଜିଲାପାଳ ଏବଂ ଏସ୍ପିଙ୍କ ଲାଗି EV ଯାନବାହନ କିଣାଯାଇପାରିବ। ସରକାରୀ ବ୍ୟବହାର ପାଇଁ କେବଳ ଟାଟା, ମହିନ୍ଦ୍ରା ଓ ମାରୁତି ଦ୍ୱାରା ନିର୍ମିତ ଇଲେକ୍ଟ୍ରିକ୍ ଗାଡ଼ି ହିଁ କିଣାଯାଇପାରିବ। କୌଣସି ବି ଇଭି କିଣିବା…
ବାଲିଅନ୍ତା ସୌମ୍ୟରଂଜନ ଭିଡ଼ ହିଂସା ମୃତ୍ୟୁ ମାମଲା । ଭୁବନେଶ୍ୱରରେ NHRCର ଟିମ । ଜାତୀୟ ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ମୁତାବକ ଆରମ୍ଭ ହେବ ତଦନ୍ତ ।ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।ଭିଡ଼ ଭିତରେ କିପରି ହେଲା ମୃତ୍ୟୁ ତାହାର କରିବେ ଯାଞ୍ଚ୍। ବରିଷ୍ଠ ପୋଲିସ ଅଧିକାରୀ ମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ…









