ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ ଜୀବନ ହାରିଛନ୍ତି ଆଉ ଜଣେ କିଟ୍ ଛାତ୍ର। ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ସେ କିଟ୍ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷ ବିଟେକ୍ ଛାତ୍ର ଏବଂ କିଟ୍ ହଷ୍ଟେଲରେ ରହୁଥିଲେ।ଅର୍ଣ୍ଣବ କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ ପରିସ୍ଥିତିରେ ତାଙ୍କରୁ ମୃତ୍ୟୁ ଘଟିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Author: sanitelevision
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଅବସର ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷା ବିଷୟରେ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜଣେ ଯୋଗୀ। ରାଜନୀତି ମୋ ପାଇଁ ପୂର୍ଣ୍ଣକାଳୀନ ଚାକିରି ନୁହେଁ। ମୁଁ ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ।ନିଜର ଭବିଷ୍ୟତର ରାଜନୈତିକ ସମ୍ଭାବନାକୁ ସଂପର୍କରେ ସେ ଆହୁରି କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ, ଆମେ କାମ କରୁଛୁ। ଏଥିପାଇଁ ମଧ୍ୟ ଏକ ସମୟ ସୀମା ରହିବ।” ପ୍ରଧାନମନ୍ତ୍ରୀ ମୋଦୀ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ବିଜେପିର ଆଦର୍ଶଗତ ପରାମର୍ଶଦାତା ଆରଏସଏସ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ସୁଦ୍ଧା ପଦ ଛାଡି ଦିଅନ୍ତୁ ଏବଂ ନୂତନ ନେତୃତ୍ୱ ପାଇଁ ସ୍ଥାନ ଦିଅନ୍ତୁ।
ଦେଶର କୋଟି କୋଟି ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଆଜି ଅର୍ଥାତ୍ ୧ ଏପ୍ରିଲରୁ ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ । ଏହା ସହିତ ସାଧାରଣ ଲୋକଙ୍କ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଞ୍ଚୟ ହ୍ରାସ ପାଇବ । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏହି ସମସ୍ତ ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ବର୍ଦ୍ଧିତ ମୂଲ୍ୟ ସହିତ ଏହି ଔଷଧ ତାଲିକାରେ ଗୁରୁତର ସଂକ୍ରମଣ, ହୃଦରୋଗ, ମଧୁମେହ ଇତ୍ୟାଦି ରୋଗର ଔଷଧ ଅନ୍ତର୍ଭୁକ୍ତ।ସରକାରଙ୍କ ଏହି ନିର୍ଦ୍ଦେଶ ପରେ, ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନର ମୂଲ୍ୟ ପ୍ରତି ଟାବଲେଟ୍ ପିଛା ୧୧.୮୭ ଟଙ୍କା (୨୫୦ ମିଲିଗ୍ରାମ) ଏବଂ ୨୩.୯୮ ଟଙ୍କା (୫୦୦ ମିଲିଗ୍ରାମ) ହେବ । ଆମୋକ୍ସିସିଲିନ୍ ଏବଂ କ୍ଲାଭ୍ୟୁଲାନିକ୍ ଏସିଡ୍ ଫର୍ମୁଲେସନ୍ ସହିତ ଆଣ୍ଟିବ୍ୟାକ୍ଟେରିଆଲ୍ ଡ୍ରାଏ…
ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା । ସାମ୍ବାଦିକ ସମ୍ମିଳନୀ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର। ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ମହାକାଶରୁ ଉଠାଇଛି । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ସୁନୀତା ।
ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗଠନ ହୋଇଥିଲା ପୋଲିସ ବିଭାଗ । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସା ଏହି ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି । ବିଭିନ୍ନଦ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆାରେ ପ୍ରତିଷ୍ଠା ଦିବସ ପାଳିତ ହେଉଛି ।ସେହିପରି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।…
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପହଞ୍ଚିବାରେ ସକ୍ଷମ ଏହି ଟ୍ରେନରେ ଗୋଟିଏ ପାସେଞ୍ଜର କୋଚ୍ ଏବଂ ହାଇଡ୍ରୋଜେନ୍ ଷ୍ଟୋରେଜ୍ ପାଇଁ ସମର୍ପିତ ଦୁଇଟି ଅତିରିକ୍ତ କୋଚ୍ ରହିଛି।ଜର୍ମାନୀରେ ଏହି ହାଇଡ୍ରୋଜେନ୍ ଟ୍ରେନର ୨ଟି ବଗି ଟ୍ରାକରେ ଗଡୁଥିବା ବେଳେ ଅନ୍ୟ କେଉଁଠି ଏହି ଅଭିଯାନ ସଫଳ ହୋଇନି । ଏହି ହାଇଡ୍ରୋଜେନ୍ ଟ୍ରେନ ଶବ୍ଦ ପ୍ରଦୂଷଣକୁ କମ୍ କରିବ ଅର୍ଥାତ ଏହାର ହର୍ଣ୍ଣ ଖୁବ କମ୍ ଅଟେ । ତେବେ ଏହି ଟ୍ରେନ୍ ଥରକେ ୧୪୦ କିମି ଘଣ୍ଟା ପ୍ରତି ବେଗରେ ୧୦୦୦ କିଲୋମିଟର ଯାଏଁ ଚାଲିବ ।‘ହାଇଡ୍ରୋଜେନ୍…
ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର। ଆଜିଠାରୁ ନୂତନ ଗ୍ୟାସ ଦର ୧୭୬୨ ଟଙ୍କା ଲାଗୁ।ବିଶ୍ୱ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଦ୍ୱାରା ପ୍ରଭାବିତ ହୋଇ ଏଲପିଜି ମୂଲ୍ୟ ନିୟମିତ ଭାବରେ ସଂଶୋଧନ କରାଯାଏ। ବାଣିଜ୍ୟିକ ଏଲପିଜି ଦରରେ ବାରମ୍ବାର ସଂଶୋଧନ ଦେଖାଯାଇଥିବା ବେଳେ, ଘରୋଇ ରୋଷେଇ ପାଇଁ ବ୍ୟବହୃତ ଘରୋଇ ଏଲପିଜି ମୂଲ୍ୟ ଏହି ସଂଶୋଧନରେ ଅପରିବର୍ତ୍ତିତ ରହିଛି
ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରୁ ଆସିଛି ଏପରି ଦୁଃଖଦ ଖବର । ସୂଚନାମୁତାବକ ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଦୁଖଃଦ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଉପରେ ଜଣେ ମହିଳା ତାଙ୍କୁ ବହୁ ବର୍ଷ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି।ବିବାହର ପ୍ରଲୋଭନ ଦେଖାଇ ୩ ଥର ଗର୍ଭପାତ କରାଇଥିଲେ । ଯାହାକୁ ନେଇ ଯୁବତୀ ମାନସିକ ଏବଂ ଶାରୀରିକ ପୀଡ଼ାରେ ଥିଲେ । ତଦନ୍ତ ବେଳେ ମୁଜ୍ଜଫରନଗରରୁ ଗର୍ଭପାତ କରାଇବାର ମେଡିକାଲ୍ ପ୍ରମାଣ ମଧ୍ୟ ମିଳିଛି । ଯାହାକୁ ଆଧାର କରି ପୁଲିସ୍ ସନୋଜଙ୍କୁ ଗିରଫ କରିଛି । ସୂଚନାମୁତାବକ ’ମହାକୁମ୍ଭ ୨୦୨୫’ ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ସନୋଜ ମିଶ୍ର ତାଙ୍କ ଫିଲ୍ମ ଅଫର୍ କରିଥିଲେ। ଏହି ଘୋଷଣା ପରେ ସେ ଚର୍ଚ୍ଚାକୁ ଆସିଲେ। ନିର୍ଦ୍ଦେଶକଙ୍କ ବିରୋଧରେ ପୂର୍ବରୁ ହୋଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ…
ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ। ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ।ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ।ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ।ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା।ଏସବିଆଇ ସିମ୍ପଲକ୍ଲିକ୍ ଓ ଏୟାର ଇଣ୍ଡିଆ ଏସବିଆଇ ପ୍ଲାଟିନମ୍ କ୍ରେଡିଟ୍ କାର୍ଡର ରିୱାର୍ଡ…









