Author: sanitelevision

ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ।ପ୍ରଥମରେ ଧ୍ବଂସାବଶେଷ ତଳୁ ଜଣେ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଭୂକମ୍ପ ଝଟକା ପରେ ଜଣେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଘର ଭାଙ୍ଗି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି ।କାନ୍ଥ ତଳେ ଚାପି ହୋଇ ମଧ୍ୟ ଶିଶୁ ଜଣକ ସୁରକ୍ଷିତ ରହିଛି । ଶିଶୁର କାନ୍ଦ ଶୁଣିବା ପରେ ରେସକ୍ୟୁ ଟିମ୍‌ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଏହି ଶିଶୁକନ୍ୟା ହିଁ ପରିବାରର ଏକମାତ୍ର ବ୍ୟକ୍ତି ଯିଏ କି ଭୂମ୍ପକ ପରେ ଜୀବିତ ରହିଛି । ସେପଟେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମାଆ…

Read More

ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସୂଚନାଥାଉକି, ରବିବାର ପୂର୍ବାହ୍ଣ ୧୧ଟା ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି।

Read More

ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ଖସାପଡା ନୀତି ଶ୍ରୀଜିଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ ।ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି ।ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ। ଏହି ସମୟରେ ଗରୀବ ଲୋକମାନଙ୍କୁ ଦାନ ଦିଆଯାଇଥାଏ। ବିଶ୍ବାସ ରହିଛି ଏପରି କଲେ ଆଲ୍ଲା ଖୁସି ହୋଇଥାନ୍ତି।ସମୁହ ନମାଜ ପାଠ ପାଇଁ ସମସ୍ତ ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି। କଟକରେ ସୁରକ୍ଷା ଦୃଷ୍ଟି କୋଣରୁ କମିଶନରେଟ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଇଦ ପାଳନ…

Read More

ପୋଲିସ ବାବୁଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ଏସ୍‌ଆଇ ବିଜୟ ସାହୁଙ୍କୁ ଗିରଫ କଲା ପୋଲିସ । ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ପୁଲିସ ଏସଆଇ ।ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ । ଅନ୍ୟପଟେ ଧୋକା ପାଇବା ପରେ ଗତ ଡିସେମ୍ବରରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଲିଖିତ ଅଭିଯୋଗର ୪ ମାସ ପରେ ବାଲିଆପାଳ ଥାନା…

Read More

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ କାରବାରରେ କେଉଁ ଜିନିଷଗୁଡ଼ିକ ଏଡାଇବା ଉଚିତ। ତାହା ଜାଣି ରଖନ୍ତୁ | ଲୁଣକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଦ୍ୱାରା ବ୍ୟବହୃତ ଲୁଣ ଘରକୁ ନକାରାତ୍ମକ ଶକ୍ତି ଆଣିପାରେ, ଯାହା ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ।ଘଣ୍ଟା ସମୟର ପ୍ରତୀକ, ଏବଂ ସମୟ ମଧ୍ୟ ଟଙ୍କା ସହିତ ଜଡିତ। ତେଣୁ କାହାଠାରୁ ଧାର ନିଆଯାଇଥିବା ଘଣ୍ଟା କିମ୍ବା ଅନ୍ୟ କାହା ଦ୍ୱାରା ପିନ୍ଧାଯାଇଥିବା ଘଣ୍ଟା ପିନ୍ଧିବା ଉଚିତ ନୁହେଁ।ତେଲକୁ ଶନି ଦେବଙ୍କ ସହ ଜଡିତ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଘରୁ ତେଲ ଉଧାର ନେଇ ଘରେ ଶନି ଦୋଷ ଆଣିପାରେ, ଯାହା ଆର୍ଥିକ କ୍ଷତିର କାରଣ ହୋଇପାରେ।

Read More

ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି ।ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୩୭୨୯ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଅଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ତଥ୍ୟ ଅନୁସାରେ, ବିଶେଷ କରି ଖୋର୍ଦ୍ଧାରେ ୪୫୦ଟି ମାମଲା ପଡିରହିଥିବାବେଳେ କଟକରେ ୩୦୯ ଟି ମାମଲା ପଡିରହିଛି । ସେହିପରି କେନ୍ଦ୍ରାପଡାରେ ୨୧୬ ଟି ମାମଲା ପଡିରହିଥିବାବେଳେ ପୁରୀରେ ମଧ୍ୟ ୨୧୦ ମାମଲା ପଡିରହିଛି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ପ୍ରଭାତୀ ପରିଡା । ସେହିପରି ୨୦୨୪-୨୫ରେ ୧୯୧୦ ମାମଲା ପଞ୍ଜିକୃତ ହୋଇଛି ଏବଂ ୧୮୦୩ଟି ମାମଲାର ବିଚାର ହୋଇଛି ।

Read More

ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି , କିଙ୍ଗ୍ ସ୍ନେକ୍ ଓ କଇଁଛ ଜବତ କରିଛି କଷ୍ଟମ ବିଭାଗ । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି । ସେ ବିକ୍ରି ପାଇଁ ପାଇଁ ଲଗେଜରେ ଭର୍ତ୍ତି କରି ଆଣିଥିଲେ ।

Read More

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବା ସହ ଭାଜପାର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।ସବୁଠୁ ବଡ଼ କଥା ହେଲା, ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ଭାଜପା ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି କନ୍ଧମାଳ ସାଂସଦ ସୂଚନା ଦେଇଛନ୍ତି। ତେବେ ମନମୋହନ ସାମଲ ରିପିଟ୍ ହେବେ ନାଁ , ତାଙ୍କ ବଦଳରେ ଆଉ କେଉଁ ନୂଆ ମୁହଁକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା ।

Read More

ପ୍ରବଳ ଖରାରେ ସିଝୁଛି ଓଡ଼ିଶା। ରାଜ୍ୟରେ ଅସମ୍ଭାଳ ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ଆହୁରି ୨ଦିନ ପ୍ରବଳ ଖରା। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ବିଭିନ୍ନ ମଡେଲ୍‌ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ପଶିବ ଆସନ୍ତା ସପ୍ତାହରେ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବାର କିଛି ପରିମାଣରେ ସମ୍ଭାବନା ରହିଛି। ଏପରିକି ଆଉ ଏକ ମଡେଲ୍‌ ଗ୍ରୀଷ୍ମ କାଳୀନ ବାତ୍ୟା ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ ଜଳୀୟବାଷ୍ପ ଟାଣି ନେବ ।…

Read More