ଆଜିକୁ ଠିକ୍ ୮୯ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି…
Author: sanitelevision
ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜଧାନୀ ସାମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି ।’ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିବ । ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନପକାନ୍ତୁ । ପୋଲିସ ବି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି ।
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୫୪ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଏସଜେଟିଏ ଏ ନେଇ ପ୍ରସ୍ତାବ ପଠାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି।ତେବେ ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ କରିଥିଲେ। ତିୱାରୀ ୨୦୧୩ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷାରେ ପାସ୍ କରିବା ପୂର୍ବରୁ, ସେ ବାରାଣସୀରେ ଆସିଷ୍ଟାଣ୍ଟ କମିଶନର ଭାବରେ କାମ କରୁଥିଲେ ଏବଂ ଏକକାଳୀନ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଥିଲେ।
ରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍ । ଫିଲ୍ମର ଟାଇଟଲ୍ ‘ଅଜେୟ: ଦ ଅନ୍ଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍ ରିଲିଜ୍ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍ ହୁ ବିକେମ୍ ଚିଫ୍ ମିନିଷ୍ଟର୍’ ଦ୍ୱାରା ପ୍ରେରିତ ।ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ରାଜନୀତିରେ ନିଷ୍ପତ୍ତି, ତ୍ୟାଗ, ଭଗବାନଙ୍କ ପ୍ରତି ତାଙ୍କ ଭକ୍ତି ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଅନନ୍ତ ଯୋଶୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏଥିରେ ଅନନ୍ତ ଯୋଶୀଙ୍କ ବ୍ୟତୀତ ଭୋଜପୁରୀ ଆକ୍ଟର ଦିନେଶ ଲାଲ ଯାଦବ, ପବନ ମହ୍ଲୋତ୍ରା, ଅଜୟ ମେଙ୍ଗୀ ସମେତ ଅନ୍ୟାନ୍ୟ କଳାକାରମାନେ ନଜରରେ ଆସିବେ । ଏହି ଫିଲ୍ମଟିକୁ ସ୍ବତନ୍ତ୍ର…
୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି । ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲା ।ପ୍ଲାକାର୍ଡରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗ୍ବାଲିୟର ଏ.ବି. ରୋଡ୍ସ୍ଥିତ ମେହନ୍ଦୀବାଲା ସୟଦ ଅଞ୍ଚଳରେ ରହୁଥିବା ଅମିତ ମିରଟ ହତ୍ୟାକାଣ୍ଡ ପରେ ଆତଙ୍କିତ ଥିବା କହିଛନ୍ତି। ସେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ସାନ ପୁଅ ନିଜ ମା’ ଓ ତାଙ୍କ…
ଛତିଶଗଡ଼ରେ ପୁଣି ଏନ୍କାଉଣ୍ଟର । ଛତିଶଗଡ଼ ବିଜାପୁର ଓ ଦାନ୍ତେଓ୍ୱାଡ଼ା ସୀମାନ୍ତରେ ପୁଣି ଥରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ । ଅନ୍ୟପଟେ ଏନ୍କାଉଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ମାଓବାଦୀ ଲୁଚି ରହିଥିବା ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ଯତୀନ୍ଦ୍ର ଯାଦବ ।
ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ-ଉଲ-ଫିତର ପୂର୍ବ ସାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଶବାସୀଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ ଲେଖିଛନ୍ତି, ‘ଇଦ-ଉଲ-ଫିତରର ଶୁଭେଚ୍ଛା।’ ଏହି ପର୍ବ ଆମ ସମାଜରେ ଆଶା, ସଦୟତା ଏବଂ ଦୟା ଭାବନାକୁ ଆହୁରି ସୁଦୃଢ଼ କରୁ। ତୁମର ସମସ୍ତ ପ୍ରୟାସରେ ଖୁସି ଏବଂ ସଫଳତା ମିଳୁ। ଇଦ ଶୁଭେଚ୍ଛା!
ସରିଗଲା ସମୟ, ଆଉ କରିପାରିବେନି ଆବେଦନ। ଆଜି ଥିଲା ଶେଷ ତାରିଖ। ସୁଭଦ୍ରା ଯୋଜନାରେ ଆସିସାରିଛି ୨ୟ କିସ୍ତି ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ଆସିବ ୩ୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି । ପୂର୍ବରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏ ପଠାଇସାରିଛନ୍ତି ରାଜ୍ୟ ସରକାର । ମହିଳା ଦିବସରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା । ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ଥିଲା। ଯାହାକି ଆଜି। ଆଉ ଆଜି ପରଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ ହୋଇପାରିବ ନାହିଁ।ଯଦି ବି ଆପଣ ଯୋଗ୍ୟ ହିତାଧିକାରୀ, ଆଉ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଉପଯୁକ୍ତ ତାହାଲେ ହାତରେ ଆଜି ଗୋଟିଏ ଦିନ। ଆଜି ଦିନ ଗଲା ପରେ କାଲିଠାରୁ ଆଉ ସୁଭଦ୍ରା ଫର୍ମ ପକାଇ ହେବନାହିଁ। ତେବେ ଏହା…









