ଶେଷ ହେଲା ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ।ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି।ରୋଚକ ଥିଲା ଏହି ଅଧିବେଶନ। ଗୃହରେ ଜୋରଦାର ପ୍ରତିବାଦ ପାଇଁ ଗୃହରୁ ନିଲମ୍ବନ ହୋଇଥିଲେ ସମସ୍ତ କଂଗ୍ରେସ ବିଧାୟକ।ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି । ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହୋଇଥିଲା। ଶେଷରେ ଭୋର ୪ଟା ୩୦ମିନିଟରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ପୂର୍ବରୁ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି।
Author: sanitelevision
ପୁଣି ବାରବାଟୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍। ଆଉ କିଛି ଦିନ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଟି-୨୦ ମ୍ୟାଚ୍। ପୂର୍ବରୁ ଏନେଇ ଆଶଙ୍କା ରହିଥିବା ବେଳେ, ଏବେ କିନ୍ତୁ ଏହା ସ୍ପଷ୍ଟ ହୋଇଛି। ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି ।ଆସନ୍ତା ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ ।
ପ୍ରେମିକକୁ ଅପହରଣ ଅଭିଯୋଗରେ ପ୍ରେମିକାକୁ ଗିରଫ କରିଛି ପୋଲିସ । ଅପହରଣରେ ଲିପ୍ତ ପ୍ରେମିକା ସହିତ ଆଉ ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।ଏଥିସହ ଅପହୃତ ଯୁବକଙ୍କୁ ଭରତପୁର ଅଞ୍ଚଳର ଏକ ହୋଟେଲ୍ରୁ ଉଦ୍ଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।ପ୍ରେମିକାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାବେଳେ ଲିଭଇନ୍ରେ ରହୁଥିଲେ। ତେବେ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇ ଆଣିଥିଲେ ପ୍ରେମିକା।ପ୍ରେମିକା ତା’ ଭଉଣୀର ପ୍ରେମିକକୁ ଲଗାଇ ଯୁବକଙ୍କ ଉପରେ ଅତ୍ୟାଚାର କରୁଥିବା ଜଣାପଡ଼ିଛି । ଗିରଫ ପରେ ପୋଲିସ ପକ୍ଷରୁ ଘଟଣାର ଛାନଭିନ ଆରମ୍ଭ ହୋଇଛି । ସୂଚନାମୁତାବକ, ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଜ ପ୍ରେମିକାଙ୍କ ସହ ଲିଭଇନ୍ରେ ରହୁଥିଲେ । ଏପଟେ ସୋମନାଥଙ୍କ ସହ ଲିଭଇନ୍ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ…
ହଠାତ୍ ବଦଳିଗଲା ମାଓବାଦୀଙ୍କ ସ୍ୱର । ଯେଉଁମାନେ ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ, ସେମାନେ ଏବେ ଶାନ୍ତି ଆଲୋଚନା ପାଇଁ ଚିଠି ଲେଖିଛନ୍ତି । ଯୁଦ୍ଧ ବିରତି କରି ଶାନ୍ତି ବାର୍ତ୍ତ ଲାଗି ଆହ୍ୱାନ । ୨୪ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରେଶନ କଗାର ଯୋଗୁ ଆଦିବାସୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଅପରେଶନ କଗାର ମାଧ୍ୟମରେ ନରସଂହାର ବନ୍ଦ କରିବାକୁ ଦାବି ହୋଇଛି । ୪୦୦ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବହୁ ନୀରିହ ଆଦିବାସୀ ଜେଲ ଦଣ୍ଡ ଭୋଗୁଛନ୍ତି । ଫୋର୍ସ ପ୍ରତ୍ୟାହାର ସର୍ତ୍ତରେ ବାର୍ତ୍ତା ଲାଗି ପ୍ରସ୍ତୁତ ମାଓ ସଂଗଠନ । ତେବେ ନକ୍ସଲ ପ୍ରବଣ ଇଲାକା ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ତେଲଙ୍ଗାନା, ଝାରଖଣ୍ଡ ଏବଂ ମହାରାଷ୍ଟ୍ରରେ ଯବନଙ୍କ ଦ୍ୱାରା ଚାଲିଥିବା ଫାୟାରିଂ ଅପରେଶନକୁ ରୋକିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।ଛତିଶଗଡ଼, ଓଡ଼ିଶା ପ୍ରାନ୍ତ ସମେତ…
ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବଢୁଛି । ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି । ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାସନର ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।ଅର୍ଗାନିକ୍ ବା ଜୈବିକ ଚାଷ ପାଇଁ କ’ଣ ବ୍ୟବସ୍ଥା କରାଯାଉଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
ଏଣିକି ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହବ ପାଇବେ ରାସନ ହିତାଧିକାରୀ । ନୂଆ ସରକାର ଆସିବା ଦିନଠୁ ଏହା ଶୁଣିବାକୁ ମିଳୁଛି । ହେଲେ କେବେ ମିଳିବ, ତାହା ଏବେ ପ୍ରଶ୍ନବାଚୀ । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଉଳ ସହ ଗହମ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ମିଳିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ପରିବହନ ସୁବିଧା ନଥିବାରୁ ଗହମ ଆସିପାରୁନଥିଲା । ପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି । କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ…
ମୋହନ ମାଝିଙ୍କ ଘିବ୍ଲି ଅବତାର ଦେଖିବାକୁ ମିଳିଛି । ଘିବ୍ଲି ଟ୍ରେଣ୍ଡରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟ କରି ମୂଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ।
କୋଶଳୀ ଭାଷାକୁ ମିଳୁ ରାଜ୍ୟ ଭାଷାର ସ୍ଵୀକୃତି ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କୋଶଲିକୁ ରାଜ୍ୟ ଭାଷା ଭାବରେ ମାନ୍ୟତା ଦେବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ଓଡ଼ିଶା କହିଲେ ସମଗ୍ର ଅଞ୍ଚଳ । ଭାଷା ଓ ଭୂଷଣକୁ ଛାଡି ଜାତି ବଞ୍ଚି ପାରିବନି । ଓଡ଼ିଶାର ୧୧ ଜିଲ୍ଲାର ଦେଢ଼ କୋଟି ଲୋକ ସମ୍ବଲପୁରୀ, କୋଶଳୀ ଭାଷା, ସମ୍ବଲପୁରୀ କୋଶଳୀ ଭାଷା ବ୍ୟବହାର କରନ୍ତି । ପୂର୍ବରୁ ଅନେକ ବାର ସଂସଦରେ ଉଠିଛି ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ । ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ପୁନର୍ବାର ପ୍ରସ୍ତାବ ପଠାଇବାକୁ ଦାବି କଲେ ପ୍ରସନ୍ନ । ରାଜ୍ୟ ସରକାର ମଧ୍ୟ ଏହାକୁ ରାଜ୍ୟ ଭାଷା ଭାବେ ସ୍ଵୀକୃତି ଦିଅନ୍ତୁ । ହାଲକା ଭାବେ ନନେଇ…
ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ, ୩ ମାସ ମଧ୍ୟରେ ଆରମ୍ଭ ହେବ କାର୍ଯ୍ୟ । ସବସିଡିରେ ଗହମ, ଡାଲି, ଚିନି, ଚାଉଳ ଆଦି ମିଳିବ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କଥା ପୂର୍ବରୁ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ ଗତବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନିଏ, ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ…
ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସୂଚନା ମୁତାବକ, ବିଳମ୍ୱିତ ରାତିରେ ଖାଇସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା। ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ତେବେ ସ୍ୱାମୀର ଟଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଥିଲା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଛି, ସେନେଇ ଛାନ୍ଭିନ୍ କରୁଛି ପୋଲିସ…









