Author: sanitelevision

୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ଲୋକସଭା ପରେ ରାଜ୍ୟସଭାରେ ୱାକଫ ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଓ୍ବକ୍‌ଫ (ସଂଶୋଧନ) ବିଧେୟକ, ୨୦୨୫ ମୁସଲମାନମାନଙ୍କ ଅଧିକାରଗୁଡ଼ିକୁ ଛଡ଼ାଇନେବ ବୋଲି ବିରୋଧୀ ଆଣୁଥିବା ଅଭିଯୋଗକୁ ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଖଣ୍ଡନ କରିିଥିଲେ। ଲୋକ ସଭାରେ ଓ୍ବକ୍‌ଫ (ସଂଶୋଧନ)…

Read More

କାଳବୈଶାଖୀ ପ୍ରଭାବରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ମାତ୍ର ଦୁଇଦିନ ପରେ ତାତି ପୁଣି ବଢ଼ିବ,ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨୪ଘଣ୍ଟାରେ ଅଧା ଓଡ଼ିଶାରେ କାଳବୈଶାଖୀ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଓ କୁଆପଥର ସହ ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଅନ୍ୟପଟେ ୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ ପୁଣିଥରେ ତାପମାତ୍ରା ବଢିବ। ୭ ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ…

Read More

ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ। ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଭଳି ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ। ତା ସହ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ସଚିବମାନେ ଆଲୋଚନା କରିବେ।

Read More

ଐତିହ୍ୟ ଗ୍ରାମ ରଘୁରାଜପୁରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ରଘୁରାଜପୁରର ବିକାଶ ସହିତ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ କିଭଳି ଏହି କଳା ଗ୍ରାମ ଆକର୍ଷିତ କରିବ ସେନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।ରଘୁରାଜପୁରରେ ନିର୍ମିତ ହେବ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଆକର୍ଷଣୀୟ ତୋରଣ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ପ୍ରବେଶ ତୋରଣକୁ ଆକର୍ଷିତ ମଧ୍ୟ କରାଯିବ । ଗ୍ରାମରେ ରହିଥିବା ଗ୍ୟାଲେରୀ ଏବଂ ପ୍ରଦର୍ଶନୀ ହଲର ଉନ୍ନତି କରାଯିବ । ଫଳରେ ଶିଳ୍ପୀ ମାନଙ୍କର କଳାଚାତୁରି ସିଧାସଳଖ ପର୍ଯ୍ୟଟକ ମାନେ ଦେଖିପାରିବେ ।ରାଜ୍ୟ ସରକାର ରଘୁରାଜପୁରର ଉନ୍ନତି ପାଇଁ ପଦକ୍ଷେପ ନେଇଥିବାରୁ ଚିତ୍ରଶିଳ୍ପୀ ଏବଂ ଗ୍ରାମର ସରପଞ୍ଚ ଏହାକୁ ସ୍ବାଗତ କରିଛନ୍ତି । ଏହାଦ୍ବାରା ଆଗାମୀ ଦିନରେ ରଘୁରାଜପୁରର ଉନ୍ନତି ହେବା ସହ ଆହୁରି ଅଧିକରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଐତିହ୍ୟ…

Read More

ବଲିଉଡ୍‌ର ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି। ୮୭ ବର୍ଷ ବୟସରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ ‘ଭାରତ କୁମାର’ ବୋଲି ଡାକୁଥିଲେ । ୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ବାମୀ ଭାବରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଥିଲେ। ସେ ‘ଶାହିଦ’ (୧୯୬୫), ‘ଉପକାର’ (୧୯୬୭), ‘ପୂରବ ଔର ପଶ୍ଚିମ’ (୧୯୭୦) ଏବଂ ‘ରୋଟି କପଡା ଔର ମକାନ’ (୧୯୭୪) ସମେତ ଦେଶପ୍ରେମୀ ଥିମ୍‌ ସହିତ ଚଳଚ୍ଚିତ୍ର ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଜଣାଶୁଣା ଥିଲେ। ନିଜ କାମ ଦ୍ୱାରା ସେ ସମସ୍ତଙ୍କ ହୃଦୟ ଜିତିବାରେ ଥିଲେ ପାରଙ୍ଗମ । ତାଙ୍କର…

Read More

ଲଗାତାର ତିନିଥର ହେଲାଣି ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦୀ । ୨୦୧୪, ୨୦୧୯ ଏବଂ ୨୦୨୪ରେ ଭଲ ମାର୍ଜିନ୍‌ରେ ବିଜୟ ହୋଇଛି ଏନଡିଏ । ହେଲେ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଓ ଯୋଗୀ ଏହି ପଦରେ ବସିବେ । ତେବେ ୨୦୨୭ରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତର ପ୍ରଦେଶର ଦାୟିତ୍ବ ନେବେ କି ନାହିଁ, ସେନେଇ ଲୋକସଭାରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ |ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପାଇଁ ବିଜେପିର ଯୋଜନା ସ୍ପଷ୍ଟ କରିଛନ୍ତି । ଯେତେବେଳେ ଶାହ ୱାକଫ ସଂଶୋଧନ ବିଲ୍ ଉପରେ କହୁଥିଲେ, ସେତେବେଳେ ଉତ୍ତର ପ୍ରଦେଶ ସାଂସଦ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଗୃହମନ୍ତ୍ରୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ…

Read More

ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। ରେଶମଙ୍କ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ମୂହୁର୍ତ୍ତରେ ସମ୍ପର୍କୀୟଙ୍କ ସୁଅ ଛୁଟିଛି। ହଂସରାଜଙ୍କ ପତ୍ନୀ ରେଶମ କୌର ୫ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସା ନିମନ୍ତେ ଜଳନ୍ଧରର ଟାଗୋର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବୁଧବାର ପ୍ରାୟ ଦିନ ୧ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ରେଶମ । ତାଙ୍କର କିଛି ଦିନ ପୂର୍ବରୁ ହୃଦଘାତ ଭଳି ସମସ୍ୟା ଦେଖାଦେଇଥିଲା । ତାଙ୍କ ସୁସ୍ଥ ଜୀବନ ପାଇଁ ଡାକ୍ତରମାନେ ମଧ୍ୟ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଡାକ୍ତର ବିଫଳ ହୋଇଥିଲେ ।ହଂସରାଜ ହଂସଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ଦୁଃଖ ପ୍ରକାଶ କରୁଛନ୍ତି।

Read More

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ । ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଗତ ତିନି ବର୍ଷ ଧରି ଏହି ସ୍କୁଲ କଏଦୀମାନଙ୍କୁ ପ୍ରେରଣା ଦେଇ ଆସୁଛି ଏବଂ ସେମାନଙ୍କୁ ପରୀକ୍ଷାରେ ସୁଯୋଗ ଦେଉଛି l ଯାହା ଦ୍ୱାରା ଆଗାମୀ ଦିନରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ l କାଙ୍କେର କାରାଗାରରେ ନକ୍ସଲ ମାମଲାରେ ଥିବା କଏଦୀମାନେ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜେଲରୁ ବାହାରକୁ ଯାଇ ସେମାନେ ଆଗାମୀ ଦିନରେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ପାରିବେ lପ୍ରତି ବର୍ଷ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଏବଂ ଜେଲ ପରିଚାଳନାର ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି । ବିଶେଷକରି ନକ୍ସଲ କଏଦୀମାନେ…

Read More

ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନେବା ସହିତ ଓଡ଼ିଆ ପକ୍ଷ ପାଳନ କରି ନିଜର ସେଲ୍ଫି ଅପଲୋଡ଼ କରିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍‌ ମଧ୍ୟ ରଖାଯାଇଛି। ଏହି କୁଇଜ୍‌ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି। ସମସ୍ତେ ଏହି କୁଇଜ୍‌ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍‌ କରିପାରିବେ। ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ…

Read More

ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍‌ ଏପ୍ରିଲ ୩ରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ରେ ପହଞ୍ଚିଛି । ସୂଚନା ଅନୁସାରେ, ସ୍ପଟ ଗୋଲ୍ଡର ମୂଲ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନ୍ସ $୩,୧୪୩.୦୫ରେ ପହଞ୍ଚିଛି। ଏହା ପୂର୍ବରୁ ଏହାର ମୂଲ୍ୟ $୩,୧୪୮.୮୮ରେ ପହଞ୍ଚି ସର୍ବକାଳୀନ ଉଚ୍ଚତା ଛୁଇଁଥିଲା। ଆମେରିକୀୟ ସୁନା ଫ୍ୟୁଚର୍ସ ମଧ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇ $୩,୧୬୯.୫୦ରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧି ପଛରେ ଟ୍ରମ୍ପଙ୍କ ଟାରିଫ ନୀତି ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୮୫,୧୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି।୧୮ କ୍ୟାରେଟ୍‌ ସୁନା…

Read More