ଓଡ଼ିଶା ସରକାର ଶୁକ୍ରବାର ଦିନ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏ ନେଇ ଏକ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ସାଇନବୋର୍ଡ ଲାଗିବା ନିଶ୍ଚିତ କରାଯିବ।ଏ ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ଇଂଲିଶ ନାମ ଫଳକ ହଟାଇବାରେ ସରକାର ବିଫଳ ହୋଇଥିବା ବୁଦ୍ଧିଜୀବି ପ୍ରକାଶ କରିଛନ୍ତି। ପୂର୍ବ ସରକାର ଏଥିପାଇଁ ନିୟମ ସହ ଦଣ୍ଡ ବିଧାନ ବ୍ୟବସ୍ଥା କରିଥିଲେ। କିନ୍ତୁ କାର୍ଯ୍ୟକ୍ରାରୀ ହୋଇପାରୁ ନାହିଁ। ସରକାରୀ ସୂଚନା ଅନୁସାରେ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ (୧୯୫୬) ଅନୁଯାୟୀ ସାଇନବୋର୍ଡ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ ମାମଲା…
Author: sanitelevision
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍ ଗୁଡ଼ିକରେ ନୂଆ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଏହି ନୋଟଗୁଡ଼ିକର ଡିଜାଇନ ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ (ନୂଆ) ସିରିଜ ନୋଟ ସହିତ ସମାନ ରହିବ, କେବଳ ଗଭର୍ନରଙ୍କ ଦସ୍ତଖତରେ ପରିବର୍ତ୍ତନ ହେବ।ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି। ଗତ ମାସରେ, ଆରବିଆଇ ୧୦୦ ଏବଂ ୨୦୦ଟଙ୍କାର ନୂତନ ନୋଟ୍ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହାର ଅର୍ଥ ହେଉଛି ଶୀଘ୍ର ଆପଣ ବଜାରରେ ଅନେକ ନୂଆ ନୋଟ୍ ଦେଖିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଘୋଷଣା ଅନୁଯାୟୀ ରିଜର୍ଭ ବ୍ୟାଙ୍କ…
ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି । ବିଶେଷଜ୍ଞଙ୍କ ଅନୁମାନ ଆଗାମୀ ଦିନରେ ସୁନା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଏପରି ହେଲେ ସୁନା ପୁଣି ମଧ୍ୟବର୍ଗ କିଣିବା ସମ୍ଭବ ହୋଇପାରିବ ।ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି। ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ସୁନା ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ପଛରେ ଅନେକ ପ୍ରମୁଖ କାରଣ ଥିଲା ଯେପରିକି ଆର୍ଥିକ ଅନିଶ୍ଚିତତା, ମୁଦ୍ରାସ୍ଫୀତିର ଭୟ, ଭୂରାଜନୈତିକ ଉତ୍ତେଜନା, ଆମେରିକାର ଶୁଳ୍କ ଇତ୍ୟାଦି। ଏହି କାରଣରୁ, ଏକ…
ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। ଅନୁଗୁଳ ଜିଲ୍ଲା ସରଧାପୁର ଗାଁ ମୁଣ୍ଡରେ କିଛି ଡକାୟତ ବସି ଡକାୟତି ଯୋଜନା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ପୋଲିସ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ସଦଳବଳେ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କାବୁ କରି ନେଇଥିଲା। ପଚରାଉଚରା ବେଳେ ସେମାନେ କରଡ଼ାଗାଡ଼ିଆ ଠାରେ ଥିବା ଏକ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ।ଏଥିପାଇଁ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଖଣ୍ଡା ସହ ମାରଣାସ୍ତ୍ର, କାର, ମୋବାଇଲ ଆଦି ଜବତ କରିଛି ପୋଲିସ ।ଗିରଫ ମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏମାନଙ୍କ ବ୍ଯତୀତ ଅନ୍ୟ ଦୁଇ…
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ ଅଭାବନୀୟ ଘଟଣା । ଲୁଟ୍ କରିବାକୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଯେଉଁଥିରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଝିଅଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ୱିତ ରାତିରେ ଲୁଟ୍ ପାଇଁ ଘରେ ପଶିଥିଲେ ୨ ଦୁର୍ବୃତ୍ତ । ହେଲେ ଲୁଟ୍ ବେଳେ ଉଠି ପଡିଥିଲେ କୌଶଲ୍ୟା ପତି । ଆଉ ଲୁଟ୍ ହେବା ଦେଖି ସେ ପାଟି କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଲୁଟେରା । ବୃଦ୍ଧାଙ୍କ ସହ ତାଙ୍କ ଝିଅ ମଧ୍ୟ ସେହି ଘରେ ଥିଲେ । ମା ଉପରେ ଆକ୍ରମଣ ଦେଖି ଝିଅ ଜୋରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ । ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ । ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ…
ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ଏହି ନିଲାମର ପ୍ରଥମ ଗରାପାଣିକୁ କଟକ ଦାମୋଦରପୁରର ଜ୍ୟୋତ୍ସ୍ନା ମହାରାଣା ୨୧ହଜାର ଟଙ୍କାରେ କିଣିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି ମରିଚି କୁଣ୍ଡ ପାଣି ନିଲାମ । ଏହି ଜଳକୁ ଗ୍ରହଣ କରି ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଆବାହନ କାଳରୁ ଲୋକଙ୍କ ମନରେ ବିଶ୍ୱାସ ରହିଛି । ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପୂର୍ବ ରାତିରେ ମରିଚି କୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଏ । ଏହାପରେ ଆରମ୍ଭ ହୋଇଥାଏ ମରିଚି କୁଣ୍ଡ ଜଳର ନିଲାମ ପ୍ରକ୍ରିୟା । ଲିଙ୍ଗରାଜ ସେବାୟତ ସଂଘ ବଡ଼ୁ ନିଯୋଗ ପକ୍ଷରୁ ପ୍ରତିବର୍ଷ ଏହି ନିଲାମ ପ୍ରକ୍ରିୟାର ଆୟୋଜନ କରାଯାଇଥାଏ । ନିଲାମ ଜଳକୁ ଗ୍ରହଣ କରିବା…
କେନ୍ଦ୍ର କ୍ୟାବିନେଟର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକର ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ୪ ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୧୮,୬୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ର ୧୫ ଜିଲ୍ଲାକୁ କଭର୍ କରୁଥିବା ଏହି ପରିଯୋଜନାରେ ଭାରତୀୟ ରେଲୱେର ନେଟୱାର୍କ ୧୨୪୭ କିଲୋମିଟର ବଢିବ । ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର…
ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।ଏହି ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇଥାନ୍ତି।୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ। ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ABHA କାର୍ଡ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଅଧୀନରେ ପରିଚାଳିତ, ଯାହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ଏକ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପଦକ୍ଷେପ ।ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ପାଇବେ ଚିକିତ୍ସା ସୁବିଧା ।…
ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି ବେଣୁଧର ପରିଡାଙ୍କୁ ଧରିଛି ଭିଜିଲାନ୍ସ ।ସୂଚନାଯୋଗ୍ୟ ଯେ, ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ମଧ୍ୟସ୍ଥି ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ । ୨୦୨୩ ମସିହାର ଏକ ବିଲ୍ ପାସ୍ କରିବାକୁ ଯଶୁଆପୁରର ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଠାରୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ । ଏ ନେଇ ରଶ୍ମୀ ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ ୧୦ହଜାର ଟଙ୍କା ଦିଆଯାଇଥିଲା । ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଥିଲେ…
କୃଷିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । କେମିତି ଚାଷୀର ବିକାଶ ହେବ ସେ ନେଇ ନିଇତି ନୂଆ ନୂଆ ଯୋଜନା କରାଯାଉଛି । ଯାହାର ଭରପୂର ଫାଇଦା ଉଠାଉଛନ୍ତି ଚାଷୀ । କଳାହାଣ୍ଡିର ଆମ୍ବ, ଭେଣ୍ଡି, ଢେଙ୍କାନାଳର ସୁଆଦିଆ ଆମ୍ବ ଆଦି ଦୁବାଇ ଯିବା ପରେ ଏବେ ପୁଣି ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଛି । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ନାବାର୍ଡ ସହାୟତାରେ ପୋଟଳ ଏବଂ ସଜନା ଛୁଇଁ ଦୁବାଇକୁ ରପ୍ତାନୀ କରାଯାଇଛି । ଏହି ରପ୍ତାନୀ ପରେ ଚାଷୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଆହୁରି ଅନ୍ୟ ସମସ୍ତ ପନିପରିବା ଚାଷ କରି ବିଦେଶକୁ ରପ୍ତାନୀ କରି ଚାଷୀଙ୍କୁ ଆହୁରି ରୋଜଗାର କ୍ଷମ କରାଯିବ ବୋଲି କୁହାଯାଇଛି ।କୃଷିଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା…









