Author: sanitelevision

ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ ବ୍ଲେଡରେ କାଟିଲେ । ଆଉ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯାତନା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଏକ ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସୂଚନାନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ର଼୍ୟାଗିଂ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବା ଏହି ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିନେଇଥିଲେ। ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିଲେ। ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତର ଅନେକ ଜାଗାକୁ କାଟିଥିଲେ। କଟା ଯାଇଥିବା ସ୍ଥାନରେ ଲୁଣ ମାରି…

Read More

ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ଏପ୍ରିଲ ୧୫ ତାରିଖରୁ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଶାନ୍ତି ଭାବରେ ମଶାଲ ରାଲି କରିବ କଂଗ୍ରେସ । ପ୍ରତ୍ୟେକ ନେତା ସବୁ ଜିଲ୍ଲାରେ ଜଗିବେ । ୨୧ ତାରିଖରେ ଜିଲ୍ଲା ହେଡକ୍ବାର୍ଟରରେ ହେବ କ୍ୟାଣ୍ଡେଲ ରାଲି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ସମ୍ମିଳନୀ, ପଦଯାତ୍ରା ବି କରିବ ।ସମସ୍ତ ସମସ୍ୟା ଉପରେ ଆଲୋଚନା କରିବେ । ଜିଲ୍ଲା ଦାୟିତ୍ବରେ ଥିବା ନେତା ସକ୍ରିୟ ନେତାଙ୍କ ଉପରେ ରିପୋର୍ଟ ଦେବା ପରେ ଜିଲ୍ଲା ସଭାପତି ଚୟନ ହେବ । ପିସିସି ସଭାପତିଙ୍କ ଏହି ଘୋଷଣା ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ଗଠନ କରିବାର ଏକ ପ୍ରୟାସ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ…

Read More

ସ୍ୱଚ୍ଛତା ଏବଂ ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ଘୋଷଣା ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସୁପ୍ରିମକୋର୍ଟର ପୂର୍ଣ୍ଣ ଅଦାଲତ ନିଷ୍ପତ୍ତି ନେଇଛନ୍ତି ଯେ ବିଚାରପତିମାନେ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ସେମାନଙ୍କର ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ । ସିଜେଆଇ ଓ ବିଚାରପତିମାନେ ସ୍ୱେଚ୍ଛାକୃତ ଭାବରେ ସୁପ୍ରିମକୋର୍ଟ ୱେବସାଇଟରେ ସେମାନଙ୍କର ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବେ । ବିଚାରପତିଙ୍କ ସମ୍ପତ୍ତି ଘୋଷଣା ପ୍ରକାଶ କରିବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ଯଥାସମ୍ଭବ ଚୂଡ଼ାନ୍ତ ହେବ। ବର୍ତ୍ତମାନ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ଘୋଷଣା ଦାଖଲ କରିଛନ୍ତି। ତଥାପି, ଏହି ଘୋଷଣାଗୁଡ଼ିକୁ ସାର୍ବଜନୀନ କରାଯାଇନାହିଁ। ଏହି ଅବସରରେ ସୁପ୍ରିମକୋର୍ଟର CJIଙ୍କ ସମେତ ମୋଟ ୩୦ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିଛନ୍ତି । ଏଥିମଧ୍ୟରେ ସିଜେ ସଞ୍ଜୀବ ଖାନ୍ନା, ଜଷ୍ଟିସ୍…

Read More

ଝିଅ ଠାରୁ ପ୍ରେରଣା ପାଇଁ ଆଗକୁ ବଢିଲେ ବାପା। ବିଦେଶରେ ପାଇଲେ ସଫଳତା। ମାଲଦ୍ବୀପରେ ୭୫ତମ ମାଇଲଖୁଣ୍ଟ ସ୍ଥାପନ କରିବାକୁ ୧୦୦ ଫୁଟ ଗଭୀରକୁ ଯାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।ଏହି ଡାଇଭ୍ ବ୍ୟତୀତ ସେ ଅନେକ କଷ୍ଟକର ଡାଇଭ୍ ପୂର୍ବରୁ କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ଟି ସ୍କୁବା ଡାଇଭିଂ କରି ୫୨ ଘଣ୍ଟାରୁ ଅଧିକ ସମୟ ପାଣି ଭିତରେ ସମୟ ବିତାଇଛନ୍ତି ପ୍ରିୟଦର୍ଶୀ । ପ୍ରିୟଦର୍ଶୀ କହିଛନ୍ତି, ‘ସ୍କୁବା ଡାଇଭିଂ ମୋ ପାଇଁ ଏକ ଅଦ୍ଭୁତ ଯାତ୍ରା । ପ୍ରତ୍ୟେକ ଡାଇଭ୍ ଏକ ନୂଆ ଓ ସାହସିକ ଅନୁଭୂତିରେ ଭରପୁର ରହିଥାଏ | ସମୁଦ୍ର ଭିତରର ଅଦ୍ଭୁତ ଜୀବ ଏବଂ ସୁନ୍ଦର ଉଭିଦ ମୋର ଉତ୍ସାହକୁ ବଢ଼ାଇ ଥାଆନ୍ତି ।ତେବେ ଏହି ସଫଳତାର ସମସ୍ତ ଶ୍ରେୟ ସେ ନିଜ ଝିଅ ଟିସ୍ୟାଙ୍କୁ ଦେଇଛନ୍ତି। ତାଙ୍କ ଝିଅ ଯେଭଳି କମ୍ ବୟସରେ ନିଜ କଠିନ ପରିଶ୍ରମ ବଳରେ ରେକର୍ଡ…

Read More

ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ।ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି, ଜଙ୍ଗଲ ମଞ୍ଜୁରି ଆଦି ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ମଧ୍ୟ ଏହି ସଂସ୍ଥା ଦ୍ବାରା ନିର୍ମାଣ କରାଯିବ । ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ରହିବେ। ଏହା ସହ…

Read More

ଦେବଗଡ଼ ସହରରେ ହତ୍ୟାକାଣ୍ଡ । ସାନ ଯାର ମାଡ଼ରେ ବଡ଼ ଯା’ର ହୋଇଛି ମୃତ୍ୟୁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଳିସ ପହଞ୍ଚି ଛାନଭିନ୍ ଚଳାଇଛି । ଅଭିଯୁକ୍ତ ସାନ ଯାଆଙ୍କୁ ପୋଲିସ ଅଟକ ରଖିଛି । ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ କାଠ ପାଇଁ ଗୁରୁବାର ସକାଳ ସମୟରେ ଦୁଇ ଯାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିବାଦ ଏତେ ବଢିଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ଯାଏଁ କଥା ଯାଇଥିଲା । ମାର୍‌ପିଟ୍‌ ବେଳେ ସାନ ଯାର ମାଡ଼ରେ ବଡ଼ ଯା ଘଟଣାସ୍ଥଳରେ ହିଁ ପଡିଯାଇଥିଲେ । ଏହାପରେ ପଡ଼ୋଶୀ ଲୋକ ବଡ଼ ଯା’ ଜ୍ୟୋସ୍ନାଙ୍କୁ ଅଚେତ ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୋଜ ଗାର୍ଡେନଠାରେ ‘ମେକ୍‌ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେଇ ନୂଆ ଆମଦାନି ଟାରିଫ୍‌ ଘୋଷଣା କରିଛନ୍ତି । ବିଭିନ୍ନ ଦେଶ ଉପରେ ‘ଯେସାକୁ ତେସା’ ନୀତିରେ ଏହି ଟାରିଫ୍‌ ଘୋଷଣା ହୋଇଛି । ତାଙ୍କ ଘୋଷଣା ଅନୁସାରେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ୨୬% ଟାରିଫ୍‌ କଷିବ । ଏହାଛଡ଼ା ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ ୩୨% ଶୁଳ୍କ ଲାଗୁ କରାଯାଇଛି । ଟ୍ରମ୍ପ ଏହି ପଦକ୍ଷେପକୁ “ଆର୍ଥିକ ସ୍ବାଧୀନତାର ଘୋଷଣା” ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଆମେରିକୀୟ ଅର୍ଥନୀତିକୁ ସୁରକ୍ଷା ଦେବା ଏବଂ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ। ଏହି ଟାରିଫ ସମସ୍ତ ଆମଦାନୀ ଉପରେ ୧୦% ମୂଳ ହାରରୁ ଆରମ୍ଭ ହୋଇଛି, କିନ୍ତୁ କିଛି ଦେଶ ପାଇଁ ଏହା ଅଧିକ ର୍ନିଦ୍ଧାରିତ ହୋଇଛି। କାନାଡା…

Read More

କଟକରେ ଥିବା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ କେହି ବଦଳାଇ ଦେଇଛନ୍ତି। ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି। ତେବେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଅନେକ ଜିନିଷର ରଙ୍ଗରେ ପରିବର୍ତ୍ତନ କରିଛି। ସରକାରକୁ ଆସିବା ପରେ ମୋହନ ସରକାର ମୋ ବସ୍, ସ୍କୁଲ କୋଠା, ସ୍କୁଲ ଡ୍ରେସ୍ ପ୍ରଭୃତିର ରଙ୍ଗ ବଦଳେଇବା ନେଇ ଅଭିଯୋଗ ଉଠିଛି।ଏହାକୁ ବିରୋଧୀମାନେ ସମାଲୋଚନା କରୁଛନ୍ତି। ବିରୋଧୀ ସବୁବେଳେ କହି ଆସିଛନ୍ତି, ମୋହନ ସରକାର ନୂଆ ଯୋଜନା ନକରି, କେବଳ ବିଜେଡି ସରକାର ଅମଳର ପୁରୁଣା ଯୋଜନାକୁ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ଅଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ଏହା ସବୁଜ ରଙ୍ଗର ଥିବାବେଳେ ବର୍ତ୍ତମାନ ଏହାକୁ ଗୋଲ୍ଡେନ ହଳଦିଆ ରଙ୍ଗ କରି ଦିଆଯାଇଛି। ତେବେ ଏହିପରି ରଙ୍ଗ ପରିବର୍ତ୍ତନ କିଏ ଓ…

Read More

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। ଠିକାଦାରଙ୍କ ଠାରୁ ବିଲ୍‌ କ୍ଲିୟର କରାଇଦେବାକୁ ନେଉଥିବା ସମୟରେ ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଦାସଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି ଥିବା ବିଲ୍ କରାଇବା ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଲାଞ୍ଚ ଦାବି ଏବଂ ଗ୍ରହଣ କରିଥିଲେ। ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଦାସ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ। ସେ ଭୁବନେଶ୍ୱରର ଗ୍ରାମୀଣ କାର୍ଯ୍ୟ (ଜନସ୍ୱାସ୍ଥ୍ୟ) ବିଭାଗରେ କାର୍ୟ୍ୟରତ।ତାଙ୍କ ଠାରୁ ମୋଟ ୨.୨୬ ଲକ୍ଷ ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ।

Read More

ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୪ ଉପରେ ବିଧାନସଭାରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଆଲୋଚନା ରାତିତମାମ ଜାରି ରହିଥିଲା। ଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ୍ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା । ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା ।ବିରୋଧୀ ଦଳ ବିଧାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର ବିଧାୟକ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ । ମୂଳ ବିଲରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ। ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ…

Read More