ଓ୍ବାକଫ୍ ବିଲ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ବିରୋଧୀଦଳ ନେତା ଯେତେବେଳେ ସଂଖ୍ୟା ଲଘୁ ସଂପ୍ରଦାୟଙ୍କୁ ଭେଟିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ବିଧେୟକ ବିରୋଧରେ ଆମେ ସଂସଦରେ ମତ ଦେବୁ । ଏହା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । କିନ୍ତୁ ଏବେ ବିଜେଡି ଦଳ କ’ଣ କଲା ତାହା ସମସ୍ତେ ଦେଖିଲେ । ପୂର୍ବରୁ ନବୀନ ବାବୁ ଦିଲ୍ଲୀ ଗସ୍ତ କରିଥିଲେ । ସେତେବେଳେ କୁହାଗଲା ଏହା ହେଉଛି ନବୀନ ବାବୁଙ୍କ ଘରୋଇ ଗସ୍ତ । ସେତେବେଳେ ସିଏ କାହାକୁ ଭେଟିଲେ ଆମେ ଜାଣିନାହୁଁ । ପୁନର୍ବାର ପୁଣି ଦିଲ୍ଲୀ ଗସ୍ତ କରିଥିଲେ ନବୀନ ବାବୁ, କିନ୍ତୁ ସେଠାରୁ ଫେରିବା ପରେ ପଟ ପରିବର୍ତ୍ତନ ହୋଇଥିଲା । ଏବେ ପୁଣି ଓ୍ବାକଫ୍ ବିଲ୍କୁ ସମର୍ଥନ ଦେଇଛନ୍ତି । ଓ୍ବାକଫ୍ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଏପ୍ରିଲ ୪,…
Author: sanitelevision
ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ ଅଭିନେତା ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍ କରାଯାଇଛି।ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ନରି ପଣ୍ଡାଙ୍କୁ ମାଡ…
ବାରବାଟୀରେ ପୁଣି ବର୍ଷିବ ଚୌକାଛକା । ୨୦୧୦ରେ ବାରବାଟୀ ଡେକାନ ଚାର୍ଜର୍ସର ହୋମ ଗ୍ରାଉଣ୍ଡ ରହିଥିଲା । ଏଠାରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଏହାପରେ ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହୋମ୍ଗ୍ରାଉଣ୍ଡ ରହିଥିଲା । ସେହି ବର୍ଷ ହିଁ ଏଠାରେ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ମଧ୍ୟ ଏହି ଷ୍ଟାଡିୟମକୁ ହୋମ୍ଗ୍ରାଉଣ୍ଡ୍ ଭାବରେ ବ୍ୟବହାର କରିଥିଲା । ଏବେ ସନ୍ରାଇଜର୍ସ ହାଇଦ୍ରାବାଦର ଷ୍ଟାଡିୟମ ବଦଳାଇବା ଚର୍ଚ୍ଚା ଭିତରେ ପୁଣି କଟକ ବାରବାଟୀକୁ ସୁଯୋଗ ମିଳିପାରେ । କିନ୍ତୁ ଷ୍ଟାଡିୟମ ବଦଳାଇବାକୁ ନେଇ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଏଯାଏଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।
ମ ବସକୁ ନେଇ ଆସୁଛି ବଡ଼ ଖବର । ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ ।ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଇତ୍ୟ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି , ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ । ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
ରେଳ ଷ୍ଟେସନରେ ଛେପ ଓ ଆବର୍ଜନା ପକାଉଥିଲେ ହୋଇଯାଆନ୍ତୁ ସାବଧାନ ! ଫାଇନ କାଟିବ ରେଳବାଇ । ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇ ଜୋରିମାନା ଗଣିଛନ୍ତି 581 ଜଣ । ମାର୍ଚ୍ଚ ମାସରେ ଆଦାୟ ହୋଇଛି ୧ ଲକ୍ଷ ୧୭ ହଜାର ୧୦୦ ଟଙ୍କା ଜୋରିମାନା । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜନସମ୍ପର୍କ ଅଧିକାରୀ ।ଅଳିଆ ପକାଇବା ଏବଂ ଛେପ ପକାଇବାର ସମସ୍ୟାକୁ ଦୂର କରିବା ପାଇଁ ଚାଲିଥିବା ପ୍ରୟାସର ଅଂଶ ସ୍ୱରୂପ, ପରିଷ୍କାର ପରିଚ୍ଛନ୍ନତା ନିୟମାବଳୀ ଲାଗୁ କରିବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯାଇଛି । ଏହି କାର୍ଯ୍ୟ ବାହିନୀ ଷ୍ଟେସନ ପରିଚାଳକ, ଟିକେଟ୍ ସଂଗ୍ରହକାରୀ, ରେଳ ସୁରକ୍ଷା ବାହିନୀ (RPF), ବାଣିଜ୍ୟିକ ଏବଂ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଛି ।
ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଏକ ବିଦ୍ୟାଳୟରେ ଅଜବ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମାତ୍ର ୫ ଶହ ମିଟର ଦୁରରେ ଥିବା ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁଆ ସ୍କୁଲ ହୋଇଥିବାରୁ ପିଲାମାନେ ଭୋର ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲ ମୁହାଁ ହୋଇଥିଲେ। ଏହି ବିଦ୍ୟାଳୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲ ଆସି ଶିକ୍ଷକଙ୍କୁ ଅପେକ୍ଷା କରି ରହିଥିଲେ । ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କର ଦେଖା ମିଳିନଥିଲା । ପ୍ରତ୍ୟେକ ବିଦ୍ୟାଳୟ ସାଢ଼େ ୬ଟାରେ ଖୋଲା ହୋଇ ସାଢେ ଦଶଟାରେ ବନ୍ଦ ହେବା କଥା। କିନ୍ତୁ ଏଠାରେ ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଦେଖା ମିଳିନଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି।…
ଆସନ୍ତା ୫ ତାରିଖରେ ଏକାମ୍ର କ୍ଷେତ୍ରରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାତ୍ରା କରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ । ସେହିପରି ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମଧ୍ୟରାତ୍ରିରୁ ମରିଚି କୁଣ୍ଡ ପାଣି ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କରାଯିବ। ଶନିବାର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, କୁମ୍ଭାର ଓ ବେହେରା ସେବାୟତ । ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର…
ବିଶ୍ବ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୩ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୩ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୫, ୬୦୦ ଟଙ୍କା ଛୁଇଁଛି । ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ…
ଢ଼େଙ୍କାନାଳରେ ଅଭାବନୀୟ ଘଟଣା । ଶିକାର ଭାବି ସାଙ୍ଗକୁ ଗୁଳିଗଲା ସାଙ୍ଗ । ବାରହା ଶିକାର ପାଇଁ ଯାଇଥିବା ବେଳେ ଭୁଲବଶତଃ ସାଙ୍ଗକୁ ଗୁଳି । ମୃତକ ହେଲେ ବାବୁଲା ନାଏକ ।ଗୁରୁବାର ରାତିରେ ରାସୋଳ ଥାନା କଦଳୀପାଳ ମାନପୁର ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ସନ୍ତୋଷ ନାୟକ, ନରେଶ ସ୍ଵାଇଁ, ବାବୁଲା ନାୟକ ଓ ପ୍ରଶାନ୍ତ ନାୟକ ।ଜଙ୍ଗଲରେ ଶିକାର ଖୋଜୁ ଖୋଜୁ ପ୍ରଶାନ୍ତ ଗୁଳିରେ ଟଳି ପଡ଼ିଥିଲେ ବାବୁଲା । ଗୁଳିମାଡ଼ରେ ବାବୁଲା ନିହତ ପରେ ୩ ଜଣ ସାଙ୍ଗ ମୃତଦେହକୁ କାନପୁର ଗାଁ ନିକଟ କାଜୁ ଜଙ୍ଗଲରେ ଲୁଚାଇ ଦେଇଥିଲେ । ପରେ ରାତି ପ୍ରାୟ ୧୨ଟାରେ ଯାଇ ବାବୁଲାଙ୍କ ସ୍ତ୍ରୀଙ୍କୁ ମୃତ୍ୟୁ ଖବର ଦେଇଥିଲେ । ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ ବାବୁଲାଙ୍କ ପତ୍ନୀ । ଗାଁ ଲୋକ ରାସୋଳ ଥାନାରେ ଗୁଳିମାଡ଼ରେ ମୃତ୍ୟୁ ନେଇ ଏତଲା ଦେଇଥିଲେ । ଆଉ ବିଳମ୍ବିତ ରାତି ପ୍ରାୟ…
ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି।ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର। ଏମସିଏଚ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ। ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ବେଳେ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ମାଆ ଓ ଯାଆଁଳା ଶିଶୁକନ୍ୟା ସୁରକ୍ଷିତ ଥିବାବେଳେ ଜେଜେମାଆ ଦୁତୀୟ ଭୋଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।









