Author: sanitelevision

ପ୍ରତିଷ୍ଠା ଦିବସ ନେଇ ବଡ଼ ଘୋଷଣା କଲା ବିଜେପି । ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ତେବେ ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନମୋହନ । ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ୍ ବୈଠକ ହେବ । ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ ।କାଲିଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ ବୋଲି କହିଛନ୍ତି ମନମୋହନ ସାମଲ । ଆସନ୍ତାକାଲି ଭାରତୀୟ ଜନତା ପାର୍ଟି(ବିଜେପି)ର 46ତମ ସ୍ଥାପନା ଦିବସ । 45 ବର୍ଷ ପୂର୍ବେ ଆଜିର ସମୁଦ୍ର କୂଳରେ ବିଜେପିର ସ୍ଥାପନା କରାଇଯାଇଥିଲା । ପ୍ରଥମେ 1984 ମସିହାରେ ଦଳ ନିର୍ବାଚନ ଲଢିଥିଲା । 1989 ମସିହାରେ…

Read More

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେବା ପାଇଁ ଛତିଶଗଡ଼ର ଦନ୍ତେୱାଡାରେ ପହଞ୍ଚିଛନ୍ତି। ଏହି ସମୟରେ, ସେ କହିଥିଲେ, ‘ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି। ମୁଁ ମାତା ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆସିଛି। ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ଚୈତ୍ର ନବରାତ୍ର ସୁଦ୍ଧା, ଏଠାରୁ ଲାଲ ଆତଙ୍କ (ମାଓବାଦୀ ବିପଦ) ଶେଷ ହୋଇଯିବ ଏବଂ ଆମର ବସ୍ତର ସମ୍ପୂର୍ଣ୍ଣ ସମୃଦ୍ଧ ହୋଇଯିବ।’ ଏହା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଛତିଶଗଡ଼ର ମାଓବଦୀ ପ୍ରବଣ ଜିଲ୍ଲା ବସ୍ତର ଗସ୍ତରେ ଅଛନ୍ତି । ଏହାରି ଭିତରେ ଛତିଶଗଡ଼ର ୮୬ ନକ୍ସଲ ତେଲଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ମଧ୍ୟ ଅଛନ୍ତି । ଏହାକୁ ନକ୍ସଲବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ବଡ଼ ସଫଳତା ବୋଲି କୁହାଯାଉଛି ।

Read More

ୱାକଫ ବିଲରେ ଭୋଟିଂ ନେଇ ସସ୍ମିତଙ୍କ ବିରୋଧରେ ବଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ବିଜେଡିର ଜଣଙ୍କ ପରେ ଜଣ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । ଏବେ ପ୍ରତାପ ଜେନା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରତାପ। ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।ଷଡଯନ୍ତ୍ର ପଛରେ କିଏ ତାହାର ତଦନ୍ତ ହେବା ଦରକାର ବୋଲି…

Read More

ରବିବାର ପବିତ୍ର ଶ୍ରୀରାମ ନବମୀ । ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟାହ୍ନ ଧୂପ ପରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପ୍ରିଲ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବା ବୋଲି ଘୋଷଣା କରିଥିଲେ । ଏହି ଯୋଜନା ଅଧିନରେ ୭୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କର ଚିକିତ୍ସା ପାଇଁ ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା ରଖାଯାଇଛି…

Read More

ଆଜିକାଲି ଉପଲବ୍ଧ ଅଧିକାଂଶ ସ୍ମାର୍ଟଫୋନ ବା ଫୋନରେ ଦୁଇଟି ସିମ୍ ପଡିପାରୁଛି। ହେଲେ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଏଭଳି ଫୋନ ଲଞ୍ଚ ହୋଇଛି, ଯେଉଁଥିରେ ୩ଟି ସିମ୍ କାର୍ଡ ବ୍ୟବହାର ହୋଇପାରିବ। ଏହି ଫେସ୍କୁ ସ୍ମାର୍ଟଫୋନ ମେକର କମ୍ପାନୀ itel ପକ୍ଷରୁ ଲଞ୍ଚ କରାଯାଇଛି। ଫୋନର ନାମ itel King Signal । ଚୀନର ମୋବାଇଲ ନିର୍ମାତା କମ୍ପାନି ଆଇଟେଲ ଏହି ଅଭିନବ ଫିଚର ଫୋନକୁ ଭାରତରେ ଲଞ୍ଚ କରିଛି, ଯାହା ଗ୍ରାମାଞ୍ଚଳ ଓ ନେଟୱାର୍କ ସମସ୍ୟା ଥିବା ଅଞ୍ଚଳର ଲୋକଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ।ଆଇଟେଲ କିଙ୍ଗ ସିଗନାଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସିଲଭର-ପ୍ଲେଟେଡ ସିଗନାଲ ଏନହାନ୍ସମେଣ୍ଟ ଟେକ୍ନୋଲୋଜି। ଏହି ଟେକ୍ନୋଲୋଜି ଲୋ-ନେଟୱାର୍କ କଭରେଜ ଅଞ୍ଚଳରେ ୫୧୦% ଲମ୍ବା କଲ୍ ଅବଧି ଏବଂ ୬୨% ଦ୍ରୁତ କନେକ୍ଟିଭିଟି ପ୍ରଦାନ କରିଥାଏ। ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳ କିମ୍ବା ଦୁର୍ଗମ ସ୍ଥାନରେ ମଧ୍ୟ ଏହି ଫୋନ…

Read More

ଯାଜପୁର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ । ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମାଆଙ୍କ ଜୀବନ । ଗୁରୁତର ବାପାଙ୍କ ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ଗୋଟିଏ ପରିବାରର ବାପା-ମା’ ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ର ଏକ ବାଇକ୍‌ରେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ହଠାତ ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁ ପୁତ୍ରକୁ ପାଣିକୋଇଲି ପୋଲିସ ହେପାଜତକୁ ନେଇ ଥାନାରେ…

Read More

ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି ।ଘଟଣାଟି ହେଉଛି ନିକଟରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଖଣ୍ଡା ବୁଲାଉଥିବା ପିଲାଙ୍କ ପାଖରୁ ଖଣ୍ଡା ଜବତ କରିବା ସହ ୮ ଜଣ ପିଲାଙ୍କୁ ଗିରଫ କରିଥିଲା। ଆଉ ପରେ ଥାନାରେ ଜୟନାରାୟଣ ପହଞ୍ଚି ପିଲାଙ୍କ ସପକ୍ଷରେ ବାହାରି ପୋଲିସକୁ ଧମକ ଦେଇଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଥାନା ପୋଡିଦେବା ଏବଂ ସମସ୍ତଙ୍କୁ ମାରିଦେବା ନେଇ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି।ପୂର୍ବରୁ ମଧ୍ୟ ଜୟନାରାୟଣ ମିଶ୍ର ଅଇଁଠାପାଲି ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଥିବାର ଦେଖିବାକୁ ମିଳିଥିଲା । ବାରମ୍ବାର…

Read More

ଶନିବାର ପବିତ୍ର ଅଶୋକାଷ୍ଟମୀ। ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିବ ରଥ। ରଥଗଡ଼ାରୁ ଘରଘର ନାଦ କରି ବାହାରିବ ପ୍ରଭୁଙ୍କ ରଥ । ଏହି ପଞ୍ଚ ଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ୱରଙ୍କ ପୀଠକୁ ଯିବେ। ସେଠାରେ ୪ ଦିନ ଅବସ୍ଥାନ କରି ୯ ତାରିଖରେ ବାହୁଡ଼ା ଯାତ୍ରା କରିବେ। ତେବେ ଦିନ ୩.୩ ୦ ହେବ ରଥଟଣା । ରଥରେ ଚଢ଼ି ମାଉସୀ ମାଆ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ । ୯ ତାରିଖରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ରଥ ଯାତ୍ରା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି ।ଓଡିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮ ) ଏବଂ ପୋଲିସ କମିସନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍…

Read More

ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ଏଥିପାଇଁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିବେ। ଏଥିସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍‌ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ। ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ (ଏସ୍‌ଟିଆର୍‌) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚାରି ବର୍ଷ ପୂର୍ବରୁ ବାଘ ଗଣନା ହୋଇଥିଲା। ଆଉ ଗତ ଚାରି ବର୍ଷ ପୂର୍ବରୁ ଶିମିଳିପାଳରେ ୨୪ଟି ବୟସ୍କ ମହାବଳ ବାଘ ଥିବାବେଳେ ୮ଟି ଶାବକ ରହିଛନ୍ତି।ତେବେ…

Read More