Author: sanitelevision

ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ଫଳରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି।ଆଧାରକୁ ରେସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା । ସରକାର ଏପରି ଏକ ଭଲ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକମାନଙ୍କୁ ଏହା ବିଶେଷ ସହାୟକ ହେବ । ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେୱାଇସି କରାଇବା ବଧ୍ୟତାମୂଳକ…

Read More

ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ଶେୟାର ବଜାରର ହ୍ରାସ ଥମିବାର ନାଁ ନେଉନାହିଁ। ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ବିଶେଷଜ୍ଞଙ୍କ ଦ୍ୱାରା କଳା ସୋମବାର ବା Black Monday ହେବାର ଆଶଙ୍କା ମଧ୍ୟରେ ସେନସେକ୍ସ ପ୍ରାୟ ୩୦୦୦ ପଏଣ୍ଟ ହ୍ରାସ ପାଇଥିଲା।୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି। ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ଦେଶର ସେୟାର ମାର୍କେଟ ହ୍ରାସ ପାଇଛି। ଆଜି ଜାପାନର ନିକେଇ ବେଞ୍ଚ ମାର୍କ ଖୋଲିବା ମାତ୍ରେ ୮ ପ୍ରତିଶତ ତଳକୁ ଖସିଛି । ବଡ଼ବଡ଼ କମ୍ପାନୀଙ୍କ ସେୟାର ଧରାଶାୟୀ ହୋଇଛି । ତାଇୱାନ, ଚୀନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସବୁ ଷ୍ଟକ ବଜାରରେ ଭୂକମ୍ପ । ତାଇୱାନରେ ୯.୭ ପ୍ରତିଶତ ହ୍ରାସ ସହ ଆରମ୍ଭ ହୋଇଛି କାରବାର। ଅଷ୍ଟ୍ରେଲିଆରେ ଷ୍ଟକ୍ ବଜାର ଖୋଲିବା ମାତ୍ରେ ୬.୩ ପ୍ରତିଶତ ହ୍ରାସ ପାଇଥିଲା । ଆଜିଠୁ ଆରମ୍ଭ ହୋଇଥିବା ସପ୍ତାହକୁ ନୂଆ…

Read More

ମୃତ୍ୟୁ କେତେବେଳେ ଓ କାହାକୁ ଆସିବ ତାହା କାହାକୁ ଜଣାନାହିଁ । କୁହାଯାଏ ମୃତ୍ୟୁର ନିଦ୍ଧିଷ୍ଟ ବୟସ ନାହିଁ । କିଏ ଚାଲୁଥିବା ସମୟରେ ତ ଆଉ କିଏ ନାଚୁଥିବା ସମୟରେ ତ ଆଉ କିଏ କହୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଟଲିପଡ଼ିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।। କିନ୍ତୁ ହଠାତ କେହି କିଛି ବୁଝି ପାରିନଥିଲେ । ଏହାପରେ ବର୍ଷାଙ୍କ ପାଖକୁ ଆସିଥିଲେ କିଛି ଲୋକ । ତାଙ୍କୁ ଉଠେଇବା ପାଇଁ ବହୁତ ଚେଷ୍ଟା କରିଥିଲେ । ଏହାପରେ ବର୍ଷାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ…

Read More

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ବାଦ୍ ପଡ଼ିଥିବା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ତାଙ୍କୁ ଟଙ୍କା ପ୍ରଦାନ କରାଯିବ। ଜିଲ୍ଲା ୱାରି ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ କରାଯାଇ ତୃତୀୟ କିସ୍ତି ଦିଆଯିବ।ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ । ଏଥିସହ ସହ ତୃତୀୟ କିସ୍ତି ପରେ ଯେଉଁମାନେ…

Read More

ଯଦି କୌଣସି ବିଲ୍ ଆଇନରେ ପରିଣତ ହୋଇଯାଇଛି, ହେଲେ ସମ୍ବିଧାନ ଅନୁଯାୟୀ ଏଥିରେ କାର୍ଯ୍ୟ କରାଯାଇ ନାହିଁ, ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଯଦି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ, ତେବେ ବିଲକୁ ବାତିଲ କରିହେବ ଏବଂ ସେହି ଆଇନକୁ ମଧ୍ୟ ରଦ୍ଦ କରାଯିବ । ଯଦି ଧାର୍ମିକ ସ୍ୱାଧୀନତାର ଅଧିକାର ଉଲ୍ଲଂଘନ କରାଯାଉଛି, ଯଦି ସମ୍ବିଧାନରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ଦିଆଯାଇଥିବା ଅଧିକାର କ୍ଷୁର୍ଣ୍ଣ ହେଉଛି, ତେବେ ଏହାକୁ ବାତିଲ୍ କରିପାରିବେ ସୁପ୍ରିମକୋର୍ଟ । ତେବେ ଧାରା ୩୨ ଅନୁଯାୟୀ ଏହି ଚ୍ୟାଲେଞ୍ଜ କରାଯାଏ । ଆଇନରେ ପରିଣତ ହେବା ପରେ ବି ଏହା ଉପରେ ସୁପ୍ରିମକୋର୍ଟଙ୍କ ସମୀକ୍ଷା କରିବାର ଅଧିକାର ରହିଛି । ଏପରି ଅନେକ ମାମଲା, CA-NRC ମାମଲା, ଧାରା ୩୭୦ର ଅପସାରଣକୁ ଭଳି ପ୍ରସଙ୍ଗ, ଯେଉଁଥିରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Read More

SHG( ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ GPLF, CPL, BLFଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ରହିଛି। ବର୍ତ୍ତମାନ ରାଜ୍ୟ ସରକାର ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାଆରମ୍ଭ କରିଛନ୍ତି। ଯେଉଁମାନେ ୨ ଥର ୪ବର୍ଷରୁ ଅଧିକ ରହି ସାରିଛନ୍ତି । ସେମାନେ ଆଉ ରହି ପାରିବେନି। ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ତିଆରି କରାଯାଇଥିଲା । ସେଥିପାଇଁ ରାଜ୍ୟରେ ssgଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ ।

Read More

ଏପ୍ରିଲ ୭ତାରିଖ, ବରା ଦିବସ । ଢେଙ୍କାନାଳ ଜିଲ୍ଲା ହେଉଛି ବରା ପାଇଁ ପ୍ରସିଦ୍ଧ । ଦେଶୀ ବିରି ଓ ଚାଉଳ ମିଶାଇ ଏହି ବରା ପ୍ରସ୍ତୁତ ହୁଏ । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ । ବରାର ପ୍ରସ୍ତୁତି ବି ସେମିତି କଷ୍ଟ ନୁହେଁ । ବିରିକୁ ବାଟି ସେଥିରେ କିଛି ସୁଜି ମିଶାଇ ଆଣ ପ୍ରସ୍ତୁତ ହୁଏ । କେହି କେହି ବିରା ବାଟମରେ ଚାଉଳ ବି ମିଶାଇଥାନ୍ତି । ବଟା ସରିବା ପରେ ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣରେ ଅଧିକ ସ୍ବାଦିଷ୍ଟ ବରା ପ୍ରସ୍ତୁତ ହୋଇଥାଏ । ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି । ତେବେ ବରାର ପରିଚୟ କିନ୍ତୁ ହେଉଛି…

Read More

ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପର ବିଶେଷ ପ୍ରଭାବ ରହିବନି। ୮ରୁ ୧୦ ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।ଲଘୁଚାପ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପ ସାଗର ତଥା ପଶ୍ଚିମ ଆଣ୍ଡାମାନ ଦ୍ବୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବ। ଏପରିକି ଛତିଶଗଡ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ସହ ଶ୍ରୀଲଙ୍କାରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି।୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ…

Read More

ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ । ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି । ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି । ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ ।ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ କଟକ ଖପୁରିଆ ଅଭିମୁଖେ ଯାତ୍ରା କରିବେ। ଏହାସହ ଶନିବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ…

Read More

ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରେସମିଟ ଜାରି କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ।। ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିଲା ଏବେ ପରିବାରର ସମସ୍ତଙ୍କୁ ଏହି କାର୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ । ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା କରିପାରିବେ ଆୟୁଷ୍ମାନ କାର୍ଡ ହିତାଧିକାରୀ । ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ମିଳିବ । ପୂର୍ବରୁ ୧୬ ରାଜ୍ୟର ୯୦୦ ହସ୍ପିଟାଲରେ ଚିକିତ୍ସା ସେବା ମିଳୁଥିଲା । ଏବେ ଦେଶ ଓ ରାଜ୍ୟର ମୋଟ୍ ୨୯ ହଜାର ମେଡିକାଲରେ ଆୟୁଷ୍ମାନ କାର୍ଡ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ । ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ଏ ନେଇ…

Read More