Author: sanitelevision

ଭୁବନେଶ୍ୱର ସ୍ଥିତ ତୋଷାଳି ବିଲ୍ଡିଂ ର ୩ୟ ମହଲାରେ ଉଦ୍ଘାଟନ ହେଲା ନୂଆ ଲ କମିଶନ ଅଫିସ। ଗୃହ ପ୍ରବେଶ କଲେ ଲ କମିଶନ ଅଧିକାରୀ। ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ I ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳିନ ତାଲିକାରେ ଆସୁଥିବା ଆଇନ ଗୁଡିକର ପରିବର୍ତ୍ତନ ଏବଂ ସଂଶୋଧନର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର “ଓଡିଶା ରାଜ୍ୟ ଵିଧି ଆୟୋଗ” ଗଠନ କରିଛନ୍ତି । ଏହା ଓଡିଶା ସରକାର ଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ…

Read More

ଟ୍ରମ୍ପ ଟାରିଫ୍ ଆଟାକ୍ ପରେ ଦୋହଲିଯାଇଛି ବିଶ୍ୱ ଅର୍ଥନୀତି । ଓ୍ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଭାରତୀୟ ସେୟାର ମାର୍କେଟରେ କମ୍ପନ । ଏହା ସୁନା ଏବଂ ରୂପାର ମୂଲ୍ୟକୁ ପ୍ରଭାବିତ କରୁଛି । COMEX ରେ ସୁନା 3000 ଡଲାର ତଳକୁ ଖସିଗଲା, ଯାହା ଏକ ମାସର ସର୍ବନିମ୍ନ ମୂଲ୍ୟ ଥିଲା। ସେହି ସମୟରେ, ରୂପା 4 ମାସର ସର୍ବନିମ୍ନ ମୂଲ୍ୟ ଅର୍ଥାତ୍ 30 ଡଲାର ତଳେ ପହଞ୍ଚିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୮୭,୯୯୧ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୦,୩୮୦ ଟଙ୍କା ରହିଛି । ରବିବାର ଅପେକ୍ଷା ସୋମବାର ଦର ଅପେକ୍ଷାକୃତ କମିଛି । ଲଗାତାର ତୃତୀୟ ଦିନରେ ହ୍ରାସ ପାଇଛି ସୁନା ଓ ରୂପା ଦର । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା…

Read More

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି ଯେ, ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ଦର ମଙ୍ଗଳବାରଠାରୁ ଲାଗୁ ହେବ। ଦର ବୃଦ୍ଧି ସହିତ ଉଜ୍ଜଳା ବ୍ୟତୀତ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରୁ ୮୫୩ ଟଙ୍କାକୁ ବୃଦ୍ଧିପାଇବ। ସୂଚନାଥାଉକି, ଏହା ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ ହୋଇଛି, ଯେଉଁଥିପାଇଁ ସରକାର ପେଟ୍ରୋଲିୟମ କମ୍ପାନି ଯେପରିକି ଭାରତ ପେଟ୍ରୋଲିୟମ, ରିଲାଏନ୍ସ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଉପରେ ଲାଗୁ ଥିବା ଉତ୍ପାଦ ଶୁଳ୍କକୁ ପ୍ରତି ଲିଟର ୨ ଟଙ୍କା ବଢାଯାଇଛି । ଗତ କିଛି ମାସ ତଳେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ…

Read More

କିଛି ସମୟ ପୂର୍ବରୁ ଖବର ଆସିଥିଲା ପେଟ୍ରୋଲ ଓ ଡିଜେଲ୍‌ ୨ ଟଙ୍କା ବଢିପାରେ । କିନ୍ତୁ ଏଥିରେ ପୂର୍ଣ୍ଣ୍ୟଚ୍ଛେଦ ପଡିଛି । ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦର । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ କିଛି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଯାହା ଆମେରିକା ପ୍ରଶାସନର ପାରସ୍ପରିକ ଶୁଳ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ବାଣିଜ୍ୟ ଯୁଦ୍ଧର ଭୟ ଯୋଗୁଁ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପୂର୍ବରୁ ମୁଦ୍ରାସ୍ଫୀତି ଚାପ ସହିତ ଜଡିତ ଗ୍ରାହକମାନଙ୍କୁ ପ୍ରଭାବିତ କରିପାରେ । ସୋମବାର ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଆମେରିକୀୟ ବେଞ୍ଚମାର୍କରେ ୪…

Read More

ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଇନଭେଷ୍ଟର ଟିମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ HCL କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି ପ୍ରଥମ ଦିନରେ ନୋଏଡା HCL ଟେକ୍ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । HCL ଟେକ୍ ପରିଦର୍ଶନ ସହ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । HCL ପ୍ରାଙ୍ଗଣରେ ନିମ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ୱର କ୍ୟାମ୍ପସ ସହ ୟୁନିଭର୍ସିଟି କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।ଓଡ଼ିଶାରେ ଆଇଟି ସେକ୍ଟରରେ ବିକାଶ ଓ ବୈଳ୍ପବିକ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର ।…

Read More

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା କରିଛନ୍ତି ଲିଖିତ ଅଭିଯୋଗ । ନରିଙ୍କ ଅଭିଯୋଗ ପରେ ବାଲିଚନ୍ଦ୍ରପୁର ସ୍ଥିତ ଢ଼ାବା ଓ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପହଞ୍ଚିଛି ବାଲିଚନ୍ଦ୍ରପୁର ପୋଲିସ । ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସଂପୃକ୍ତ ଢ଼ାବାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଯେଉଁ ସିସି ଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ନରି ପଣ୍ଡା ଦାବି କରିଥିଲେ ଉକ୍ତ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି ପୋଲିସ । ନରି ପଣ୍ଡାଙ୍କ ପେ ସ୍ଲିପ୍ ସହ ଏଗ୍ରୀମେଣ୍ଟ ପେପରକୁ ତନଖି କରୁଛନ୍ତି । ଏହା ସହ ଢ଼ାବାର କର୍ମଚାରୀକୁ ଡାକି ବୟାନ ରେକର୍ଡ କରୁଛି ପୋଲିସ ।ମାଲିକ ଅନନ୍ତ ନାରାୟଣଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହାସ୍ୟ ଅଭିନେତା ନରି ପଣ୍ଡା । ଯାତ୍ରା ମାଲିକ ତାଙ୍କୁ ପୂର୍ବରୁ…

Read More

ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ଗର୍ଜିଲେ ରାଜ୍ୟସଭା ସାଂସଦ ମୁନା ଖାଁ । କହିଲେ. ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, ଯେ ସେ ବିଲକୁ ସମର୍ଥନ ଜଣାଇବେ । କିନ୍ତୁ ପୂର୍ବରୁ ଏନେଇ ଦଳୀୟ ସଭାପତିଙ୍କ ନେତୃତ୍ବରେ ଇଫତାର ପାର୍ଟିରେ ଘୋଷଣା ହୋଇଥିଲା, ବିଲକୁ ବିରୋଧ କରିବା ପାଇଁ । ହେଲେ ସେ କାହା ସହ ଆଲୋଚନା ନକରି ଏପରି ନିଷ୍ପତ୍ତି ନେଇଛନ୍ତି । ସସ୍ମିତଙ୍କ ଏଭଳି ନିଷ୍ପତ୍ତି ଦଳକୁ ଏବଂ ସଂଖ୍ୟାଲଘୁଙ୍କୁ ଗଭୀର ଆଘାତ ଦେଇଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ…

Read More

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଛି। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ।ଆସନ୍ତା ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ।ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ମଧ୍ୟ ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା ।

Read More

ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ।ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦ୍ୟ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି । ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି । ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ, , ସୀତା,ଭରତ ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ରାମଜନ୍ମ ନୀତିସାରି ଫେରିଛନ୍ତି । ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ । ଏହା ଏକ ଭାଇ ଚାରାର ଉତ୍ସବ । ଶ୍ରୀମନ୍ଦିରରେ ରାମଲିଳା ସହ…

Read More

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା ପାଇଁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଯାହା ଦ୍ଵାରା ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ନହେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱ ସ୍ବାସ୍ଥ୍ୟ ଦିବସରେ, ଆସନ୍ତୁ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତା ପ୍ରକାଶ କରିବା। ଆମ ସରକାର ସ୍ବାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କ୍ଷେତ୍ରରେ ନିବେଶ କରିବା ଜାରି ରଖିବ। ଉତ୍ତମ ସ୍ବାସ୍ଥ୍ୟ…

Read More