ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ସୋମବାର ଦିନ ପଡୁଛି। ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି।ଏହି ଦିନ ଏକ ଛୋଟ ମାଠିଆରେ…
Author: sanitelevision
ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହୋଇଛି । କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି ।ରାଜ୍ୟର ୫୨ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ସରି ଉତ୍ତର ଖାତାଗୁଡ଼ିକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିବା ପରେ ସେଗୁଡ଼ିକର ଟାବୁଲେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଉ ଦୁଇ ଦିନ ମଧ୍ୟରେ ଖାତା ଦେଖା ସରିଯିବ। ଏଆଇ ଏବଂ କ୍ୟୁଆର କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି।
୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପିକୁ ୨୨୪୩ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି । ଯାହା ଦେଶର ଜାତୀୟ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ । ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ADR) ରିପୋର୍ଟରେ ଏହା ସାମନାକୁ ଆସିଛି । ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରିପୋର୍ଟରେ ରାଜେନୖତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ପାଇଥିବା ଉଲ୍ଲେଖ କରାଯାଇଛି ।ରାଷ୍ଟ୍ରୀୟ ଦଳଙ୍କ ଘୋଷଣା ମୁତାବକ, ମୋଟ ଚାନ୍ଦା ୧୨,୫୪୭ ରହିଛି, ଯାହାର ମୋଟ ରକମ ୨,୫୪୨.୨୮ କୋଟି ଟଙ୍କା । ଏହା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ବୃଦ୍ଧି ଘଟିଛି । ଏକାକୀ ବିଜେପି ଦ୍ବାରା ଘୋଷିତ ଚାନ୍ଦାର ମୋଟ ୮୮ ପ୍ରତିଶତ ଅଟେ । କଂଗ୍ରେସ ୧,୯୯୪ ଚାନ୍ଦା ଜରିଆରେ ୨୮୧,୪୮ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି । ଆମ ଆଦମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ନ୍ୟାସନାଲ…
ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ସହରରେ ଥିବା ପୋଲିସ ବାରାକ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କେଉଁ ପରିସ୍ଥିତିରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି କାରଣ ଅସ୍ପଷ୍ଟ ରହିଛି ।ସୂଚନା ଅନୁସାରେ ଆଜି ବାରାକରେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀ ମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୀବନ ହାରିବାର କାରଣ ପ୍ରେମଜନିତ ବୋଲି ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ସମ୍ପର୍କ ରହିଥିଲା ।
ଛତିଶଗଡର ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ ମୁଣ୍ଡରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା । ସେହିପରି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ। ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଦାନ୍ତେୱାଡା ଏସ୍ପି ଗୌରବ ରାୟଙ୍କ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଉଛନ୍ତି ଜନମିଲିସିଆ, ଜନତାନ ସରକାର ଓ ଆରପିସି (ରିଭୋଲ୍ୟୁସନାରୀ ପାର୍ଟି କମିଟି)ର ସଦସ୍ୟ । ଏହା ଛଡା ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଙ୍ଗଠନ ଓ ଚେତନା ନାଟ୍ୟ ମଣ୍ଡଳୀ ଭଳି ନକ୍ସଲଙ୍କ ଛାମୁଆଁ ସଙ୍ଗଠନର ସଦସ୍ୟ ମଧ୍ୟ ଅଛନ୍ତି । ନକ୍ସଲଙ୍କ ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ…
ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ହସ୍ପିଟାଲରେ ନକଲି ହୃଦରୋଗ ଡାକ୍ତରଙ୍କ ଚିକିତ୍ସାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଜଣେ ନକଲି ଡାକ୍ତର ହୃଦରୋଗ ଅସ୍ତ୍ରୋପଚାର କରି ଅନେକ ଲୋକଙ୍କ ମୃତ୍ୟୁ ଘଟାଇଥିବା ନେଇ ଅଭିଯୋଗ ଆସିଥିଲା । ଆୟୁଷ୍ମାନ ଭାରତ ଯୋଜନାରେ ଏହି ହସ୍ପିଟାଲ ସରକାରଙ୍କଠାରୁ ଟଙ୍କା ନେଉଥିବା ମଧ୍ୟ ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ସୂଚନାମୁତାବକ ଏନ୍. ଜନ୍ କେମ୍ ନାମକ ବ୍ୟକ୍ତି ନିଜକୁ ଖ୍ୟାତନାମା ବ୍ରିଟିଶ ହୃଦ୍ରୋଗ ବିଶେଷଜ୍ଞ ପରିଚୟ ଦେଇ ଉକ୍ତ ହସ୍ପିଟାଲରେ ରୋଗୀଙ୍କ ହୃତ୍ପିଣ୍ଡ ଅସ୍ତ୍ରୋପଚାର କରୁଥିଲେ। ପରବର୍ତ୍ତୀ ସମୟରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି।ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟସରକାରୀ ଭାବେ ରୋଗୀଙ୍କ…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଛି । ତେବେ ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ । ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ବିଧାନସଭା ତଥା କ୍ୟାବିନେଟ୍ ବୈଠକରେ ଦାଖଲ ହେବ। ଏଥିପାଇଁ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟରେ ଦୁଇ ମାସ ସମୟ ମାଗିଛନ୍ତି। ତେବେ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ କେସ୍ ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ…
ଆସନ୍ତା 2027 ସୁଦ୍ଧା ପ୍ରତ୍ୟେକ ଘରେ କିପରି 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଖରା ଦିନେ ପାଣି ସମସ୍ୟା ପାଇଁ ଖୋଲାଯିବ କଣ୍ଟ୍ରୋଲ ରୁମ୍। ଅଭିଯୋଗ ଆସିବାର 2 ଘଣ୍ଟାରେ ହେବ ସମସ୍ୟାର ସମାଧାନ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ ଆହୁରି କହିଛନ୍ତି, ‘ଯେତିକି ପ୍ରୋଜେକ୍ଟ ଥିଲା ପ୍ରାୟତ 1,2 ଛାଡ଼ିଲେ ସବୁ ସରିଯାଇଛି । ଖୁବ ଶୀଘ୍ର ବାକି ଗୁଡ଼ିକର କାମ ସାରିବୁ । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପାଇପ ପକାଇବାରେ ସମସ୍ୟା ହେଉଛି ଯାହାର ସମାଧାନ ଆମେ କରିଦେବୁ । ପାଣିର ଉତ୍ସ ପାଇଁ ଭୂତଳ ଜଳ ଓ ନଦୀର ଜଳକୁ ବ୍ୟବହାର କରୁଛୁ…
ଶ୍ରୀମନ୍ଦିର ସମ୍ମୁଖରେ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କ ଦ୍ବାରା ପୁରୀର କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାକୁ ୨୪ ଘଣ୍ଟା ବିତି ସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ଯାହାକୁ ନେଇ ପୁରୀରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ଙ୍କ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଏପସି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାମୁତାବକ ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ସାମ୍ବାଦିକା ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରମଣକୁ ନେଇ ସିଂହଦ୍ବାର ଥାନାରେ ଏତଲା ମଧ୍ୟ ହୋଇଥିଲା । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏସପି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ।
ପୁରୀରେ ପୁଣି ଅଗ୍ନିକାଣ୍ଡ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍ ଗୁଡ଼ିକରେ ନିଆଁ ଲାଗିଛି କିନ୍ତୁ କାହାର କିଛି କ୍ଷତି ଘଟିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଜି ସକାଳ ସମୟରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଛି। ନିଆଁ ଲାଗି ଯାଇ ବ୍ୟାରିକେଡ ଗୁଡିକ ହୁତୁ ହୁତୁ ହୋଇ ଜଳିଛି। ଲୁହା, ପ୍ଲାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସଂମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ନିକଟରେ ଏଲଆଇସି କଲୋନୀରେ ସରକାରୀ କ୍ବାଟର ରହିଛି। ପାଖରେ ନ୍ୟାୟଧିଷ ଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାଟର ବି ରହିଛି।ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।









