Author: sanitelevision

ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ପରବର୍ତ୍ତୀ ସମୟରେ ଗତିପଥ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଉପକୂଳରୁ ବହୁତ ଦୂର ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହେବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ।ଏପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୧୨ତାରିଖ ଯାଏଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଲି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଆସନ୍ତା ୨୪ଘଣ୍ଟା ମଧ୍ୟରେ…

Read More

ରାଜ୍ୟର ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଏହା ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ସବୁ ସିଡିଏମଓଙ୍କୁ ଚିଠି କରାଯାଇଛି ।ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି । ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ…

Read More

ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି । ବିଭିନ୍ନ ମଡେଲ୍‌କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍‌-ନିନୋ ଆସିବ ନାହିଁ । ତେଣୁ ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍‌-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ୍‌(ଆଇଓଡି)। ଆଇଇଡି ପଜେଟିଭ୍‌ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ । ଏଥର ଜୁନ୍‌ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍‌ ରହିବ । ଜୁଲାଇଠାରୁ ନେଗେଟିଭ୍‌…

Read More

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ୩ ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥୀ ବାବାଙ୍କ ପୂଜା ଚାଲିଥିବା ସମୟରେ ତନୁପୁର ଗାଁର ଲୋକେ ବିରୋଧ କରିଥିଲେ । ବିରୋଧ କରି ସାରଥି ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼ । ଏସବୁ ସତ୍ତ୍ବେବି ଭଜନ କୀର୍ତ୍ତନ କରିନଥିଲେ ସାରଥି ଭକ୍ତ । ଫଳରେ ବାଧ୍ୟ ହୋଇ ଉତ୍ତେଜନା ବଢ଼ିବା ଦେଖି ପୋଲିସ ସାରଥି ଭକ୍ତଙ୍କୁ ବାହାର କରିଛି।ସୂଚନାଥାଉକି, ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ୍‌ ସାରଥି ବାବା କେନ୍ଦ୍ରାପଡ଼ାରେ ବାରିମୂଳ ଆଶ୍ରମକୁ ନେଇ ଏକ ବିବାଦରେ ଫସିଥିଲେ। ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ମଧ୍ୟ ହୋଇଥିଲା।

Read More

ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୦,୩୮୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫୦ ଟଙ୍କା ହ୍ରାସ ପାଇବା ସହ ୮୯,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ଘଟି ୮୨,୮୫୦ ଟଙ୍କାରୁ ୮୨,୨୫୦ ଟଙ୍କା ରହିଛି । ତେବେ ଗତ ୫ ଦିନରେ ୨୨ କ୍ୟାରେଟ୍‌ର ସୁନା ଦାମ କମିଲାଣି ୩,୩୫୦ ଟଙ୍କା । ସେହିପରି…

Read More

କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ମୋବାଇଲ ଫୋନରେ ବ୍ୟବହୃତ ପୁରୁଣା ସିମ୍ କାର୍ଡଗୁଡ଼ିକୁ ବଦଳାଇବା ପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦେଶର ପ୍ରମୁଖ ସାଇବର ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇଥିବା ତଦନ୍ତ ପରେ ଆସିଛି। ତେବେ ଟେକ୍ନୋ-ଲିଗାଲ୍ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପର ସମ୍ଭାବ୍ୟତାକୁ ମୂଲ୍ୟାଙ୍କନ କରାଯାଉଛି। ଭୋଡାଫୋନ୍ ଆଇଡିଆ ଲିମିଟେଡ୍, ଭାରତ ଏୟାରଟେଲ୍ ଲିମିଟେଡ୍, ରିଲାଏନ୍ସ ଜିଓ ଲିମିଟେଡ୍ ଏବଂ ଟେଲିକମ୍ ବିଭାଗର ଅଧିକାରୀଙ୍କ ସହ ସିମ୍ କାର୍ଡ ଭଳି ସାମଗ୍ରୀର କ୍ରୟରେ ସୁରକ୍ଷା ବଢାଇବା ଏବଂ ସିମ୍ ବଦଳାଇବା ପାଇଁ ଏକ ଢାଞ୍ଚା ଖୋଜିବା ପାଇଁ ଏନସିଏସସି ବୈଠକ କରିଛି। ଭାରତରେ ୧.୧୫ ବିଲିୟନ ମୋବାଇଲ୍ ଗ୍ରାହକ ଅଛନ୍ତି ଏବଂ ଚାଇନାର ମୂଳ ଚିପ୍ସ ସହିତ ସିମ୍ କାର୍ଡର ଅଳ୍ପ ପ୍ରତିଶତ ମଧ୍ୟ ଡାଟା ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ହୁଆୱାଇ ଏବଂ ଜେଟିଇ ଭଳି ଚାଇନାର…

Read More

୧୦ ବର୍ଷରେ ପଦାର୍ପଣ କଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ଭିତରେ ମୁଦ୍ରା ଯୋଜନା ଥିବା ବେଳେ ଏହା ୧୦ ବର୍ଷରେ ପାଦ ଦେଇଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଲାଭାର୍ଥୀଙ୍କୁ ନିଜ ଦିଲ୍ଲୀ ସ୍ଥିତ ବାସଭବନକୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଦ୍ରା ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିକୁ କେତେ ଲାଭଦାୟକ ସାଜିଲା ସେମାନଙ୍କ ଅନୁଭୂତି ପଚାରିଛନ୍ତି |ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ବଢିଛି ଲାଭାର୍ଥୀଙ୍କ ଆୟ । ଭପକୃତ ହୋଇଛନ୍ତି ୫୦କୋଟିରୁ ଅଧିକ ହିତାଧିକାରୀ । ବିନା କୌଣସି ବନ୍ଧକରେ ଋଣ ନେଇ ସେମାନେ ଆରମ୍ଭ କରିଛନ୍ତି ବ୍ୟବସାୟ । ଆଉ ଏହାର ସୁଫଳ ଏବେ ମିଳିଛି ।୫୦ କୋଟିରୁ ଅଧିକ ହିତାଧିକାରୀ ୩୩ଲକ୍ଷ କୋଟି ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ମହିଳା ହିତାଧିକାରୀ । ଲାଭାର୍ଥୀଙ୍କ ମଧ୍ୟରୁ ୫୦ପ୍ରତିଶତ ଅନୁସୂଚିତ ଜାତି…

Read More

ପବନ କଲ୍ୟାଣଙ୍କ ସାନ ପୁଅ ଆହତ । ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଆଗ୍ନିକାଣ୍ଡରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ସଭାପତି ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି ।ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟି ଏକ୍ସରେ ଏକ ପୋଷ୍ଟରେ ଲେଖିଛି, “ପବନ କଲ୍ୟାଣ ଗତକାଲି ଆରାକୁ ନିକଟସ୍ଥ କୁରିଡି ଗାଁର ଆଦିବାସୀମାନଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ସେ ସେଠାକୁ ଯିବେ ଏବଂ ସେମାନଙ୍କୁ ଭେଟିବେ ଆଉ ସେମାନଙ୍କ ସମସ୍ୟା ଶୁଣିବେ ।” ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି, ତେଣୁ ସେ ଗସ୍ତ ଶେଷ କରିବା ପରେ ହିଁ…

Read More

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଜଣେ ଛଅ ବର୍ଷୀୟ ଝିଅକୁ ତାଙ୍କ ୨୪ ବର୍ଷୀୟ କାକା ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯିଏକି ନିଜ ଝିଆରୀର ହତ୍ୟା କରି ମୃତଦେହକୁ ଏକ କାର ଭିତ‌ରେ ଟ୍ରଙ୍କ୍‌ରେ ଲୁଚାଇ ନେଇ ଛତିଶଗଡ଼ର ଦୁର୍ଗରେ ରଖିଥିଲେ । ସୂଚନାମୁତାବକ କନ୍ୟା ଭୋଜିରେ ଅଂଶଗ୍ରହଣ କରିବା ପାଇଁ ଶିଶୁଟି ତାଙ୍କ ଜେଜେମାଙ୍କ ଘରକୁ ଯାଇଥିଲା, କିନ୍ତୁ ସେଠାରୁ ଆଉ ଘରକୁ ଫେରିପାରି ନଥିଲା ।ପରିବାର ଲୋକ କହିଛନ୍ତି ଯେ ଝିଅଟିର ଜେଜେମା ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମନ୍ଦିର ଯାଇଥିଲେ। ସେହି ସମୟର ଅଭିଯୁକ୍ତ ସୋମେଶ ଯାଦବ ଘରେ ଏକା ଥିଲା। ଯାଦବ ଅଭିଯୋଗ କରିଛନ୍ତି ଯେ ସେ ଶିଶୁଟିକୁ ଯୌନ ନିର୍ଯାତନା ଦେଇଥିଲେ, ତାଙ୍କୁ ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୃତଦେହକୁ ପଡ଼ୋଶୀଙ୍କ କାର ଭିତରେ ରଖିଥିଲେ। ଏହି ଘଟଣାରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ…

Read More

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ସୋମବାର ଦିନ ପଡୁଛି। ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି।ଏହି ଦିନ ଏକ ଛୋଟ ମାଠିଆରେ…

Read More