Author: sanitelevision

ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁର ଅଭାବୀ ବିକ୍ରି ନେଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଏବେ ପଚିଯାଉଛି। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗତ କିଛି ମାସ ପୂର୍ବେ ଆଳୁ କିଲୋ ପିଛା ଅନ୍ୟୁନ ୬୦/୭୦ଟଙ୍କା ଏପରିକି ଆଳୁ ପରିବା ବଜାରରେ ସ୍ୱପ୍ନ ପାଲଟି ଯାଇଥିଲା । ଏବେ କିନ୍ତୁ କିଲୋ ପିଛା 10 ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଏକଦା ରାଜ୍ୟରେ ଆଳୁର ଏପରି ଉତ୍କଟ ଅଭାବ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ହୋଇପଡିଥିଲା । ମାତ୍ର ଏପଟେ ପଚି ଯାଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ । ହତାସ ହୋଇପଡିଛନ୍ତି ଆଳୁ ଚାଷୀ । ଚାଷୀଙ୍କ ଚିନ୍ତା, ବିଲରୁ ଆମଦାନୀ ବସ୍ତା ବସ୍ତା ଆଳୁ ରଖିବେ କେଉଁଠି ?କାମାକ୍ଷାନଗର, ଓଡାପଡା ଆଦି ଅଂଚଳର ଆଳୁ ଚାଷୀଙ୍କ ଅବସ୍ଥା…

Read More

ବାଲେଶ୍ଵରରେ ଲେଡି କନେଷ୍ଟବଳ ଯଶୋଦା ଦାସ । ମୃତ୍ୟୁ ପଛରେ ପ୍ରେମ-ପ୍ରତାରଣା ନା ବ୍ୟକ୍ତିଗତ କାରଣ ? ଘଟଣା ସ୍ଥଳରେ ଟାଉନ ଡ଼ିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ସାଙ୍ଗସାଥୀଙ୍କୁ ପଚରାଉଚୁରା କରିବା ସହ ମୋବାଇଲ ଓ ଡାଏରୀକୁ ଜବତ କରିଛି ।ଅନ୍ୟପଟେ ଜୀବନ ହାରିବା ପୂର୍ବରୁ ନିଜର ହ୍ଵାଟ୍ସଆପ ଷ୍ଟାଟସରେ କିଛି ଦୁଃଖ ଭରା ପୋଷ୍ଟ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଏକ ହାତଲେଖା ଚିଠି ମଧ୍ୟ ପୋଲିସର ହସ୍ତଗତ ହୋଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ”ମୋତେ କ୍ଷମା କରିଦେବ, ଏଥିରେ କାହାର ଭୁଲ ନାହିଁ। ମୋ ଇଚ୍ଛାରେ ସବୁ କରୁଛି, ମୋ ଲାଇଫରେ ଯାହା ସବୁ ହେଉଛି, ମୁଁ ଆଉ କିଛି ସହିପାରୁନି।”ମୃତ ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ। ବାଲେଶ୍ଵର ପୋଲିସ୍ ବାରାକରେ ଗତକାଲି ସନ୍ଦେହଜନକ ଅବସ୍ଥାରେ ଯଶୋଦାଙ୍କୁ ଉଦ୍ଧାର କରାଯାଇଥିଲା । ବାଲେଶ୍ଵର ଜିଲ୍ଲା…

Read More

ଆଜିର ଡିଜିଟାଲ ଯୁଗରେ, ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ ହୃଦୟକୁ ଯୋଡ଼ିବାରେ କାମ କରିଛି। ଆଉ ଏପରି କିଛି ହୋଇଛି ଆମେରିକା ଝିଅ ଜ୍ୟାକଲିନ୍ ଏବଂ ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ସହ । ଜ୍ୟାକଲିନ୍ ଆମେରିକାର ଝିଅ, ଆଉ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ହ୍ୟାଲୋରୁ। ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ପ୍ରେମରେ ପାଗଳ ହେଲେ ଆମେରିକାର ଝିଅ। ସବୁକିଛି ଛାଡ଼ି ସାତ ଦରିଆ ପାର ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି ଜ୍ୟାକଲିନ୍।ଚନ୍ଦନ ଆନ୍ଧ୍ରର ଏକ ଛୋଟ ଗାଁରେ ରହୁଛନ୍ତି ଜ୍ୟାକଲିନ୍ ସେହିଠାରୁ ତାଙ୍କ ନୂଆ ଜୀବନ ଆରମ୍ଭ କରିବାକୁ ପହଞ୍ଚିଛନ୍ତି।ଆମେରିକାରେ ରହୁଥିବା ଜ୍ୟାକଲିନ ପେଶାରେ ଜଣେ ଫଟୋଗ୍ରାଫର। ସେ ଚନ୍ଦନର ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖିଲେ ଏବଂ ତାଙ୍କ ସରଳତା, ଉଷ୍ମତା ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତିରେ ଆକର୍ଷିତ ହେଲେ। ଜ୍ୟାକଲିନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଚନ୍ଦନଙ୍କ…

Read More

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଟେନ୍‌‌ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଭୀଷଣ ଝଗଡ଼଼ା ଲାଗିଥିଲା। ଏନେଇ ଖବର ପାଇବା ପରେ ଝଗଡ଼଼ା ସମାଧାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଟେନ୍‌ସା ଫାଣ୍ଡିର ୨ କନଷ୍ଟେବଳ । ଉଭୟ ପରିବାର ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିବାବେଳେ ୨ କନଷ୍ଟେବଳଙ୍କୁ ବିବାଦ ଲଗାଇଥିବା ପରିବାର ମଧ୍ୟରୁ କେହି ଦୁର୍ବୃତ୍ତ ଛୁରୀ ଭୁସି ଦେଇଥିଲେ। ଫଳରେ…

Read More

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ କହିଛନ୍ତି।ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି । ସେମାନେ କାହା ଇସାରାରେ ପରିଚାଳିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀମାନେ ଦଳର ନୁହେଁ କି ଓଡ଼ିଶାର ନୁହେଁ ବୋଲି କହିଛନ୍ତି ଦେବାଶିଷ । ସୂଚନା ଥାଉକି, ଭୁବନେଶ୍ବର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଥିଲା ବିଜେଡି ନେତାଙ୍କ ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ…

Read More

ବ୍ୟାଙ୍କରେ ଲାଗିଲା ନିଆଁ। ବ୍ୟାଙ୍କ ଭିତରୁ ବାହାରୁଛି ଧୂଆଁ। କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ। ଷ୍ଟ୍ରଙ୍ଗ ରୁମରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ନିଆଁ ଆୟତ୍ତ ପାଇଁ ଚେଷ୍ଟା କରିବା ସମୟରେ ବ୍ୟାଙ୍କ ମ୍ୟାନେଜର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି । ସୁନା ଦୋକାନରେ ପଶିଲେ ।

Read More

ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ସେହିପରି ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

Read More

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଶନରେଟ ଅଫ ପୋଲିସ ପକ୍ଷରୁ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ। ରାସ୍ତାରେ ଲେନ୍ ମାଧ୍ୟମରେ ଗାଡି ଚଳାଇ ହେଲା ଟେଷ୍ଟିଙ୍ଗ। ଜୟଦେବ ବିହାର ଛକରେ ଟେଷ୍ଟିଙ୍ଗ କରାଯାଇଛି। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ କୋନ୍‌ ରଖାଯିବ। ଗାଡ଼ିଗୁଡ଼ିକ କୋନ୍‌ରେ ଦର୍ଶାଯାଇଥିବା ଲେନ୍‌ରେ ହିଁ ଯିବେ । ବାଇକ୍‌, କାର୍‌ କିମ୍ବା ଟ୍ରକ୍‌ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍‌ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍‌ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିଶନରେଟ ପୋଲିସ କହିଛି । ଏହା ସହ ଦିନକୁ ଦିନ ଜାମ ହେବାରେ ଲାଗିଛି ରାଜଧାନୀର ରାସ୍ତା। ତେଣୁ ଲେନ୍ ଡ୍ରାଇଭ ମାଧ୍ୟମରେ କେମିତି ଟ୍ରାଫିକ ବ୍ୟବସ୍ଥାର ସୁଧାର…

Read More

କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଘଟଣାରେ ୫ ହଜାରରୁ ଊଦ୍ଧର୍‌ବ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି କ୍ରମରେ ପିସିସି ସଭାପତି ଭକ୍ତ ଦାସଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଦଙ୍ଗା ଭିଆଇବା, ଆଇନକୁ ହାତକୁ ନେବା ଭଳି ୧୦ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଗତ ୧୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲେ କଂଗ୍ରେସ କର୍ମୀ ଓ ନେତା । ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ । ଏହି ମାମଲାରେ କ୍ୟାପିଟାଲ୍‌ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମତେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ବ ନେତା…

Read More

ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଖୁବ୍‌ଶୀଘ୍ର ଆଉ ଆଧାର କାର୍ଡ କିମ୍ବା ଫିଜିକାଲ କାର୍ଡର ଫଟୋ କପି ଆବଶ୍ୟକ ପଡିବ ନାହିଁ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଆଧାର। ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି। ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍‌ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି। ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍‌ ଆଇଡି ଥିବା ଆଧାର ମୋବାଇଲ ଆପ୍‌ ଶୁଭାରମ୍ଭ ହୋଇଛି।ମୋଦି ସରକାରଙ୍କ ଏହି ନୂତନ ପଦକ୍ଷେପ ଅଧୀନରେ, ଏବେ QR କୋଡ ଏବଂ ଫେସ ଆଇଡି ମାଧ୍ୟମରେ ତୁରନ୍ତ ଆଧାର ଚିହ୍ନଟ କରାଯାଇପାରିବ। ଏହି ଆପ କେବଳ ଆଧାରର ସୁରକ୍ଷାକୁ ସୁଦୃଢ଼…

Read More