ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍ସିକ୍ ସାଇନ୍ସ ସର୍ଭିସ୍ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ ପବ୍ଲିକ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି ହୋଇଛି।ସେଥିମଧ୍ୟରେ ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦ ରହିଥିବାବେଳେ ୨ଟି ଉପନିର୍ଦ୍ଦେଶକ, ୨୦ ସହନିର୍ଦ୍ଦେଶକ, ୬୫ ବରିଷ୍ଠ ସାଇନ୍ସ ଅଫିସର, ୭୧ ସାଇନ୍ସ ଅଫିସର, ୨୧ ବରିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ଓ ୬୭ କନିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ପଦ ରହିଛି। ସେହିପରି ପବ୍ଲିକ୍ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି କରାଯାଇଛି। ସେଥିମଧ୍ୟରେ ୩୬ଟି ଉପନିର୍ଦ୍ଦେଶକ ପଦ ରହିଥିବାବେଳେ ୩ଟି ପବ୍ଲିକ୍ ପ୍ରସିକ୍ୟୁଟର, ୧୦୬ଟି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର, ୯୧ଟି ସହ ପବ୍ଲିକ ପ୍ରସିକ୍ୟୁଟର ଏବଂ ୩୧ଟି କନିଷ୍ଠ ସହାୟକ ପଦ ରହିଛି। ଏହି ପଦ ପୂରଣ ବେଳେ ଓଆର୍ଭି-ଆଇନକୁ ଗୁରୁତ୍ୱ ଦିଆଯିବ
Author: sanitelevision
ଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାରରୁ ଶବ ଚୋରି । ଏହି ଗ୍ରାମର ତାପସ ସାମଲଙ୍କ ମା’ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ସ୍ୱର୍ଗଦ୍ଵାରରେ ଶବକୁ ପୋତା ଯାଇଥିଲା । ଏହା ପରେ ଆଜି ଦଶାହ କର୍ମ ଥିବା ବେଳେ ପରିବାର ଲୋକେ ଦଶାହ କର୍ମ ପାଇଁ ସେଠାକୁ ଯାଇଥିଲେ । ସେଠାରେ ରୁକ୍ମଣୀ ପୋତା ହୋଇଥିବା ସ୍ଥାନକୁ କେହି ଖୋଳି ଶବ ନେଇ ଯାଇଥିବା ପରିବାର ଲୋକ ଦେଖିବା ପାଇଛନ୍ତି ।ଏପରିକି ଶବ ପୋତାଯାଇଥିିବା ସ୍ଥାନରେ ମଦ ବୋତଲ ଓ ପାଣି ବୋତଲ ମଧ୍ୟ ପଡିଥିଲା । ସନ୍ଦେହ ହେବାରୁ ଗାଁ ଲୋକଙ୍କୁ ଡାକିଥିଲେ ପୁଅ ତାପସ । ଶ୍ମଶାନରେ ଶବ ନଥିବା ଦେଖିବାକୁ ପାଇଥିଲେ ଗାଁଲୋକ । ଏନେଇ ମୃତକ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ ।ତେବେ…
ନିକଟରେ ଆମେରିକା ସରକାର ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାକଥା ଯେ, ଏହି ପଦକ୍ଷେପ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମେରିକାକୁ ଉତ୍ପାଦନ ଫେରାଇ ଆଣିବାକୁ ବାଧ୍ୟ କରିବ, ଯଦ୍ଵାରା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଦେଶର ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ, ଏହି ନିଷ୍ପତ୍ତି ସ୍ମାର୍ଟଫୋନ ଉପଭୋକ୍ତାଙ୍କ ପାଇଁ ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ।ଏକ ଖବର ଅନୁଯାୟୀ, ୱେଡବସ୍ ସିକ୍ୟୁରିଟିଜ୍ର ଗ୍ଲୋବାଲ୍ ଟେକ୍ନୋଲୋଜି ରିସର୍ଚ୍ଚ ମୁଖ୍ୟ ଡାନ୍ ଇଭସ୍ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଯେ, ଯଦି ଆମେରିକାରେ ଆଇଫୋନର ଉତ୍ପାଦନ ଆରମ୍ଭ ହୁଏ, ତେବେ ଏହାର ମୂଲ୍ୟ ପ୍ରାୟ $୩,୫୦୦ (ପ୍ରାୟ ୩.୫ ଲକ୍ଷ ଟଙ୍କା) ପହଞ୍ଚିପାରେ, ଯାହା ବର୍ତ୍ତମାନର ମୂଲ୍ୟ ଅପେକ୍ଷା ତିନି ଗୁଣ ଅଧିକ। ଏବେ ଅଧିକାଂଶ ଆଇଫୋନ୍ ଚୀନରେ ତିଆରି ହେଉଛି, ଯେଉଁଠାରେ ଶ୍ରମ…
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜର ଏଟିଏମ୍ ଟ୍ରାଞ୍ଜାକ୍ସନ ଫି ଆଉ ଏହାର ଫ୍ରି ୟୁଜ୍ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ଏସବିଆଇରୁ ଅତିରିକ୍ତ କାରବାର ପାଇଁ ୨୧ ଟଙ୍କା ସହିତ ଜିଏସଟି ଚାର୍ଜ କରୁଥିଲା । କିନ୍ତୁ ନିୟମ ପରିବର୍ତ୍ତନ କରିବା ପରେ, ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ସର୍ବାଧିକ ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।ସମସ୍ତ ଗ୍ରାହକଙ୍କୁ ୧୦ଟି ଫ୍ରୀ ଟ୍ରାଞ୍ଜାକ୍ସନ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ୫ ଫ୍ରୀ ଟ୍ରାଞ୍ଜାକ୍ସନ କରିବାର ଅଧିକାର ଦିଆଯାଇଛି।ଯଦି ଏହି ଲିମିଟ୍ କ୍ରସ୍ ହୁଏ, ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ ।ଯଦି ଆପଣଙ୍କ ଏସବିଆଇ ଆକାଉଣ୍ଟରେ ହାରାହାରି ମାସିକ ରାଶି (AMB) ୨୫ରୁ ୫୦ ହଜାର ଭିତରେ ରହୁଛି, ତେବେ ଆପଣଙ୍କୁ ଅତିରିକ୍ତ ୫ଟି ଅଧିକ ଟ୍ରାଞ୍ଜାକ୍ସନ ମିଳିବ । ସେହିପରି…
ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଆର୍ଲଟ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ଜିଲାକୁ ଆଲର୍ଟ କରାଯାଇଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ୨୫ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, ହେଲେ ଝାରସୁଗୁଡ଼ା, ବଲାଙ୍ଗିର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ରହିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି…
ସ୍କୁଲ ବନ୍ଦ ଚେତାବନୀକୁ ବିରୋଧ । ସ୍କୁଲ ବାରଣ୍ଡାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଭୁବନେଶ୍ୱର ରେଲୱେ କଲୋନୀ ୟୁପି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ରହିଛି । ସଭିଏଁ ପଢ଼ିବେ ନାରା ଦେଉଛନ୍ତି ରାଜ୍ୟ ସରକାର । ତା ସହିତ ରାଜ୍ୟ ସରକାର ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରୁଥିବା ବେଳେ ଏଠାରେ ୧୩୦ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହେବାକୁ ବସିଛି । ଷଷ୍ଠ, ସପ୍ତମ ଶ୍ରେଣୀର ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।ଏପିରିକି ଗୁରୁବାର ଦିନ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବସି ବିରୋଧ କରୁଛନ୍ତି । ସ୍କୁଲ ବାହାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ରେଲୱେ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ବିଲ୍ଡିଂ ନିର୍ମାଣ ହୋଇଛି । ବିଦ୍ୟୁତ୍ ଓ ପାଣି ସଂଯୋଗ ଓ ବିଲ୍ ପୈଠ ବି ରେଲୱେ…
ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଶୁକ୍ରାବର ଦିନ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ନଡ୍ଡା । ଏଥିପାଇଁ ଵ୍ୟାପକ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର।କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ ।କାର୍ଯକ୍ରମରେ ମନ୍ତ୍ରୀମାନେ ଯୋଗ ଦେଇ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପଭାତି ପରିଡ଼ା, କେଭି ସିଂହଦେବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହେବେ । କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼ରେ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବିନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱିରାଜ ହରିଚନ୍ଦନ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ମୟୂରଭଞ୍ଜରେ ଡା. କୃଷ୍ଣଚନ୍ଦ୍ର ପାତ୍ର,…
ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବାବେଳେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା ।ଯାହାଫଳରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବଞ୍ଚିବା ପାଇଁ ସେବାୟତମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡ଼ି ପ୍ରାଣ ବିକଳରେ ଯିଏ ଯେଉଁଆଡେ ପାଇଲେ ଦୌଡ଼ିଥିଲେ । ମହୁମାଛି ଭୟରେ ମାତ୍ର ୫ ମିନିଟରେ ମନ୍ଦିର ବେଢ଼ା ଶୂନ୍ୟ ହୋଇଯାଇଥିଲା । ମହୁମାଛିଙ୍କ ଆତଙ୍କ ପାଇଁ ବାହୁଡ଼ା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପଟେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଜଣ ଆୟତ…
ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍ । ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ । ତାଙ୍କଠାରୁ ୩୧ଟି ମୋବାଇଲ, ୫ଟି ଲାପଟପ୍, ୭୮ଟି ବ୍ୟାଙ୍କ ATM କାର୍ଡ ଜବତ କରାଯାଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।ଭାରତୀୟ ହୋଇ ବିଦେଶରେ ଯାଇ ଲୁଚି ରହୁଛନ୍ତି । ବିଦେଶରେ ରହି ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ଅନେକ ଦେଶକୁ ଟାର୍ଗେଟ କରୁଛନ୍ତି । ଏମିତି ଏକ ବଡ଼ ଅପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ମାଷ୍ଟର ମାଇଣ୍ଡ କିଶନ ଅଗ୍ରୱାଲକୁ ପୋଲିସ ରାୟପୁରରୁ ଗିରଫ କରିଛି । ଫେକ୍ ଆପ୍ର ସାହାରା ନେଇ ଲୋକଙ୍କୁ ପ୍ରଲୋଭନ ଦେଖାଯାଉଛି । ଟଙ୍କା କମ୍ ଦିନରେ ଦୁଇଗୁଣରୁ ତିନିଗୁଣ ହୋଇଯିବା ନେଇ ଲୋଭ ଦେଖାଇ ସର୍ବସ୍ବ ଲୁଟି ନେଉଥିଲେ ଏହି ଠକ…
ଫ୍ରାନ୍ସଠାରୁ ୨୬ ରାଫେଲ୍-ମରିନ୍ ଯୁଦ୍ଧ ବିମାନ କିଣିବ ଭାରତ । ୬୩ ହଜାର କୋଟି ଟଙ୍କାରେ ଏହି ବିମାନ କ୍ରୟ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି ।ଏଥିରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ । ଡିଲରେ ମୋହର ବାଜିବା ପରେ ୨୦୨୯ ଶେଷ ଭାଗରେ ବିମାନର ଡେଲିଭରୀ ଆରମ୍ଭ ହେବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି । ରାଫେଲ୍ ମରିନ୍ ଏକ ଟ୍ୱିନ୍-ଇଞ୍ଜିନ, ଡେକ-ବେସ୍ଡ ଫାଇଟର ଜେଟ୍, ଯାହାକୁ ସାମୁଦ୍ରିକ ଅଭିଯାନ ପାଇଁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି । ଫ୍ରାନ୍ସ ନୌସେନାର ଏହି ବିମାନକୁ ନିଜର ବିମାନବାହାକ ପୋତ ‘ଚାର୍ଲ୍ସ ଡି ଗଲ୍’ରେ ବ୍ୟବହାର କରୁଛି ।









