Author: sanitelevision

ଏବେ ଆପଣଙ୍କୁ ହୋଟେଲ, ଦୋକାନ, ଏୟାରପୋର୍ଟ କିମ୍ୱା ଅନ୍ୟ କୌଣସି ସ୍ଥାନରେ ଆଉ ଆଧାରକାର୍ଡର ଫଟୋ କପି ଦେବାକୁ ପଡ଼ିବନି । କାରଣ ଏଥର ଆପଣ ଆପଣଙ୍କ ଆଧାରକାର୍ଡ ଆଉ ପର୍ସରେ ନୁହେଁ ବରଂ ଫୋନରେ ରଖିବେ । ଡିଜିଟାଲ କ୍ରାନ୍ତିର ସଦୁପଯୋଗ କରି ଲୋକଙ୍କୁ ଆଉ ଏକ ସୁବିଧା ପ୍ରଦାନ କରି କେନ୍ଦ୍ର ସରକାର ନୂଆ ଆଧାର ଆପ୍ ଲଞ୍ଚ କରିଛନ୍ତି ।ଏହି ନୂଆ Aadhaar App ଦେଶର କୋଟି କୋଟି ଆଧାର କାର୍ଡ ହୋଲର୍ଡସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କାମ କରିବ । ଏହି ଆପର ବିଶେଷ କଥା ହେଉଛି ଯେ ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି କିମ୍ବା ଏକ ନୂଆ ସିମ୍ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କୌଣସି ସ୍ଥାନରେ ଆଧାର କାର୍ଡ ପ୍ରଦାନ କରିବାକୁ ପଡିବ ନାହିଁ । ସରକାର ଆଧାର କାର୍ଡକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ମଧ୍ୟ କରିଛନ୍ତି । ଏଥିରେ…

Read More

ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ଏପ୍ରିଲ ୧୧ ଅର୍ଥାତ୍‌ ଶୁକ୍ରବାର ସୁନା ଦରରେ ବୃଦ୍ଧି ହୋଇଛି ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୫,୪୦୦ରେ ପହଞ୍ଚିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଏଥିରେ ୨,୦୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୭,୪୫୦ ଟଙ୍କା ରହିଛି । ଗତକାଲି ଏହା ୮୫,୬୦୦ ଟଙ୍କା ଥିଲା । ଏଥିରେ ୧,୮୫୦ ଟଙ୍କା ବୃଦ୍ଧି ହୋଇଛି । ୩ ଦିନରେ ସୁନା ଦର ୫ ହଜାରରୁ ଅଧିକ ହୋଇଛି।

Read More

ଆମେରିକାରେ ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା ।ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ନ୍ୟୁୟର୍କର ହଡସନ ନଦୀରେ ଯାଇ ପଡ଼ିଥିବା ସୂଚନା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।୫ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାପା, ମା ଏବଂ ୩ ପିଲା ଥିବାବେଳେ ହେଲିକପ୍ଟରର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଏହି ଘଟଣା ପରେ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଏଭଳି ଏଭଳି ଘଟଣା ହୃଦୟ ବିଦାରକ । ଏଥିସହ ସୋସିଆଲ ମିଡିଆରେ ବିମାନ ଭାଙ୍ଗିବା ଏବଂ ହେଲିକପ୍ଟରଟି ଜଳପଥରେ ଖସିପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Read More

ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା। ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା। ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାଜକିଶୋରଙ୍କ ହାତ ପାପୁଲିରେ ବୋମା ବିସ୍ଫୋରଣ ଘଟି ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଜମାଲପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତାହା ଅଧାରୁ ବନ୍ଦ ହୋଇଯାଇଥିଲା । ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପଡୋଶୀ ଗ୍ରାମର ଅନ୍ୟ ଜଣଙ୍କର…

Read More

ରାଜ୍ୟରେ ଆଜିଠାରୁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।୭୦ ବର୍ଷରୁ କମ୍ ବ୍ୟକ୍ତି ବିଶେଷ ପାଇବେ ଏହି ସ୍ୱାସ୍ଥ୍ୟ କାର୍ଡ। ଯେଉଁମାନେ ପୂର୍ବ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ଏବଂ ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ ସେମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସେହିପରି ଆଶାକର୍ମୀ ଘରକୁ ଘର ବୁଲି କାର୍ଡ ପ୍ରଦାନ କରିବେ। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଲଗା ଅଲଗା କାର୍ଡ ଦିଆଯିବ।ଆୟୁଷ୍ମାନ କାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ରହିଛି। ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ରହିଛି। ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସୁବିଧା ରହିଛି। ଓଡ଼ିଶା ବାହାରେ ବାସ କରୁଥିବା ଲୋକ ମଧ୍ୟ ପାଇପାରିବେ ଏହି ସୁବିଧା।…

Read More

ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ସୂତ୍ର ଅନୁଯାୟୀ, ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାରର ଜଣେ ପ୍ରମୁଖ ଅପରାଧୀ ଶେଖ ଜାମସେଦଙ୍କୁ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘେରାବନ୍ଦୀ କରିଥିଲା। ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ସମୟରେ ଜାମସେଦ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲା, ଫଳରେ ପୋଲିସ୍ର ପାଲଟା ଗୁଳି ମାଡ଼ରେ ଜାମସେଦ ଆହତ ହୋଇଛି। ପୋଲିସ ଘଟଣାସ୍ଥଳରୁ 20 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି, ଯାହା ରାଜ୍ୟ ରାଜଧାନୀରେ କାର୍ଯ୍ୟରତ ନିଶା ନେଟୱାର୍କକୁ ଏକ ବଡ଼ ଧକ୍କା ଦେଇଛି।ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ…

Read More

ଶୁକ୍ରବାରଠାରୁ କାଳବୈଶାଖୀର ପ୍ରଭାବ ବଢ଼ିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଶନିବାର ଅର୍ଥାତ୍ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ୧୩ ରୁ ୧୬ ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଗୁରୁବାର କାଳବୈଶାଖୀ ପ୍ରଭାବରେ କେନ୍ଦୁଝରରେ ୧୯.୩ମିମି ଓ ଦାରିଙ୍ଗିବାଡ଼ିରେ ୧୦ମିମି ବର୍ଷା ରେକର୍ଡ ହୋଇଛି।

Read More

ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ । ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ । ୧୯୯୬ ଜାନୁଆରିରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା । ସୁଦର୍ଶନଙ୍କ ସହିତ ଆଲୋଚନା କରି ସ୍ତମ୍ଭକାର ବିଶ୍ବଭାରତୀ ସେହି ଲେଖାଟିକୁ ପ୍ରସ୍ତୁତ କରିଥିଲେ। ୧୯୪୫ ମସିହା କଥା, ପ୍ରତିଦିନ ମିଠା ପ୍ରସ୍ତୁତ ପରେ ଦୋକାନରେ କିଛି ଛେନା ବଳି ପଡ଼ିଥିଲା । ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍‌ ଗୋଟିଏ ଅଜବ ବୁଦ୍ଧି ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ…

Read More

କୁସ୍ତି ଯୋଦ୍ଧା ତଥା ଜୁଲାନାରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ ସରକାରଙ୍କୁ ନିଜ ପସନ୍ଦ ଜଣାଇଛନ୍ତି । ତାଙ୍କୁ ସରକାରୀ ଚାକିରି, ପ୍ଲଟ୍ କିମ୍ୱା ୪ କୋଟି ଟଙ୍କା କ୍ୟାସ୍ ବିକଳ୍ପ ଦିଆଯାଇଥିଲା । ୨୦୨୪ ପ୍ୟାରିସ୍ ଅଲିମ୍ପିକରେ ସେ ଫାଇନାଲ୍ ଯାଏଁ ପହଞ୍ଚିଥିଲେ । କିନ୍ତୁ ୧୦୦ ଗ୍ରାମ ଓଜନ ଅଧିକ ହେବା ଯୋଗୁଁ ସେ ଫାଇନାଲ୍ ମୁକିବାଲ୍ ଖେଳିବା ପାଇଁ ଅଯୋଗ୍ୟ ହୋଇଥିଲେ । ଅଲିମ୍ପିକ୍ସରୁ ଅଯୋଗ୍ୟତା ବିବାଦ ପରେ, ଭିନେଶ କୁସ୍ତିରୁ ଅବସର ନେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ, ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରି ଜୁଲାନା ଆସନରେ ବିଜୟୀ ହୋଇଥିଲେ। ନିକଟରେ, ହରିୟାଣା ସରକାର ତାଙ୍କ ସମ୍ମୁଖରେ ତିନୋଟି ବିକଳ୍ପ ରଖିଥିଲେ, ଏବେ ଏକ ଅପଡେଟ ଆସିଛି ଯେ ଏଥିମଧ୍ୟରୁ ଭିନେଶ ଗୋଟିଏ ବିକଳ୍ପ ବାଛିଛନ୍ତି।ଖବର ଅନୁସାରେ ଫୋଗାଟ…

Read More

ସାମ୍ନାକୁ ଆସିଲା ‘ରେଡ୍‌ ୨’ର ଦମ୍‌ଦାର୍‌ ଟ୍ରେଲର୍‌ । ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରେଡ୍ ୨’ର ଟ୍ରେଲର ରିଲିଜ୍ ହୋଇଛି। ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ରେଡ୍ ୨’ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇବା ପାଇଁ ଫିଲ୍ମର ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ଅଜୟଙ୍କ ଆଉ ଏକ ଦମ୍‌ଦାର୍‌ ‘ରେଡ୍‌’ ଦେଖିବାକୁ ମିଳିଛି । ତେବେ ତମନ୍ନା ଭାଟିଆଙ୍କର କିଛି ଲିକ୍‌ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଏକ ଗୀତରେ ତମନ୍ନାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।‘ରେଡ୍‌-୨’ରେ ତମନ୍ନା ଆଇଟମ୍‌ ଗୀତରେ ଡ୍ୟାନ୍ସ କରିଛନ୍ତି । ଫ୍ୟାନ୍‌ ଟ୍ରେଲର୍‌ରେ ଏହାର ଝଲକ୍‌ ଦେଖିଛନ୍ତି । ତାଙ୍କ ଗୀତ ସୁଟିଂ ବେଳର ଲିକ୍‌ ଭିଡିଓରେ ତମନ୍ନା ଧଳା ଓ ଗୋଲ୍ଡେନ୍‌ ପୋଷାକ ପିନ୍ଧିଛନ୍ତି । ସେ…

Read More