Author: sanitelevision

ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, କାହ୍ନୁଚରଣ ଧୀର, ହରିଶ ଚନ୍ଦ୍ର ନାୟକ, ଅମ୍ବର କୁମାର କର, ବବିତା ମହାନ୍ତି, ପ୍ରଶାନ୍ତ କିଶୋର ମହାପାତ୍ର, ଶିବୋ ନାରାୟଣ ସାହୁ, ଅନୁଜ କୁମାର ଦାସ ପଟ୍ଟନାୟକ,ଏସ୍‌ କେ. ଜମିରୁଦ୍ଦିନ, ସୁରେନ୍ଦ୍ର କୁମାର ପଣ୍ଡା, ରାଜଶ୍ରୀ ସିଂହ, ଶୁଭ୍ରା ମହାନ୍ତି, ମନୋଜ କୁମାର ପାଢ଼ୀ,…

Read More

ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା।ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସୁନା ଗହଣା ଜବତ ହୋଇଥିଲା। ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ମୋଟ ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଏବେ ଯନ୍ତ୍ରୀଙ୍କୁ ଅଟକ ରଖି ତନାଘନା କରୁଛି।

Read More

ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି। କେବଳ ଚଟାଣ ନବୀକରଣ ବାକି ରହିଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ କାମ ଶୀଘ୍ର ସରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି।ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ କାମ ସଫଳତାର ସହ ସରିବ ବୋଲି ଆଶା ରହିଥିବା ଶ୍ରୀମନ୍ଦିର ପ୍ରଶାସକ ଟ୍ବିଟ କରି କହିଛନ୍ତି ।

Read More

କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନାମୁତାବକ ଜମି ବାଡ଼ି ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା । ଆଜି ସକାଳେ ପୁଣି ଜମିବାଡ଼ି ବିବାଦ ନେଇ କକା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କକାକୁ ଅଭିଯୁକ୍ତ ପୁତୁରା କବି ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ କଟା ମୁଣ୍ଡ ନେଇ ଶୁଆକାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛି ।

Read More

ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା ।ଏମିତିକି କିଛି ଦିନ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ପୀୟୂଷ ପ୍ରତିକ୍ରିୟା ରଖି କହିଛନ୍ତି, ‘ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଛି । ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ରହିଛି । ତେବେ ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି । ଆସନ୍ତା ବର୍ଷ ଅଭିନୟ କରିବି କି ନାହିଁ ତାର…

Read More

ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।ଏଥିରେ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାରର ସଦସ୍ୟଙ୍କ ବିବରଣୀ।ଆୟୁଷ୍ମାନ ଆପ…

Read More

ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା ଡାକ୍ତର। ଯିଏକି ଟଙ୍କିକିଆ ଦନ୍ତ ଚିକିତ୍ସାଳୟ ଖୋଲି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚର୍ଚ୍ଚାରେ ଥିବା ଟଙ୍କିକିଆ ଡାକ୍ତରଙ୍କ ପତ୍ନୀ ଶିଖା ରାମଚନ୍ଦାନୀ।ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ମେଡିସିନ ବିଭାଗରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶଙ୍କର ରାମଚନ୍ଦାନୀ ‘ଟଙ୍କିକିଆ କ୍ସିନିକ୍’ ପାଇଁ ଏବେ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ ଏହି ସେବାକୁ ଆହୁରି ବ୍ୟାପକ କରିବାକୁ ଯାଇ ସମ୍ବଲପୁରର ବୁର୍ଲାରେ ତାଙ୍କ ପତ୍ନୀ ଏକ ଦନ୍ତ ଚିକିତ୍ସାଳୟ ଆରମ୍ଭ କରିଛନ୍ତି।ତେବେ ସ୍ୱାମୀଙ୍କ ଭଳି ପତ୍ନୀ ମଧ୍ୟ ଏବେ ସୁଲଭ ମୂଲ୍ୟରେ ରୋଗୀ ସେବା କରିବାକୁ ଆଗେଇ ଆସିଛନ୍ତି। ଶିଖା ରାମଚନ୍ଦାନୀ ଜଣେ ଦନ୍ତ ଚିକିତ୍ସକ ଏବଂ ପୂର୍ବରୁ ସମ୍ବଲପୁରର ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।ଏହି କ୍ଲିନିକ ପ୍ରତିଦିନ ସକାଳେ ତିନି ଘଣ୍ଟା ଖୋଲା ରହୁଛି, ଯେଉଁଠାରେ ଦାନ୍ତ ଫିଲିଂ, ଦାନ୍ତ…

Read More

ପୁଣି ଥରେ ରାଜ୍ୟ ବିଜେପିର କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସରକାର ବାସ୍ତବରେ କେମିତି ଚାଲେ ବୁଝାଯିବ । ଏନେଇ ବିଧାୟକମାନଙ୍କୁ ପାଠ ପଢାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସରକାର କିପରି ଚାଲେ ସେନେଇ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ଠାରୁ ନବାଗତମାନେ ଶିଖିବେ ।କାଲିଠୁ ବିଜେପିର ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହେବ । ତେବେ ଆଜି ଆୟୁଷ୍ମାନ ଭାରତ କାର୍ଡର ଶୁଭାରମ୍ଭ ପରେ କାଲିଠୁ ବିଧାୟକଙ୍କୁ ତାଲିମ୍ ଦେବେ ନଡ୍ଡା ।

Read More

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତ୍ତା ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ୍ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ ।

Read More

ମାଓ ସଂଗଠନକୁ ବଡ଼ ଝଟକା । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନରେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱସ୍ତ ହୋଇଛି । ପାଞ୍ଚଟି ବଙ୍କର କୁ ଧ୍ୱସ୍ତ କରିଛନ୍ତି ସୁରକ୍ଷା ବାହିନୀ । ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି । ଏ ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳ ଜରେଇକେଲା ଥାନା କୁଳପାବୁରୁ ଜଙ୍ଗଲରେ ମାଓ ଗତିବିଧି ବୃଦ୍ଧି ପାଇଥିବା ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷା ବାହିନୀ । ଏହି ଅଞ୍ଚଳରେ ଟପ ମାଓ ନେତା ମିସିର ବେସରା ଓ ମୋଛୁ ସହ ଅନମୋଲ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଖବର ପାଇଥିଲା ଚାଇବାସା ପୋଲିସ ।

Read More