Author: sanitelevision

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସ୍କୃତ ବିଶାରଦ ଓ ଅଧ୍ୟାତ୍ମିକ ଗୁରୁ ହେଉଛନ୍ତି ସ୍ୱାମୀ ରାମଭ୍ରଦାଚାର୍ଯ୍ୟ।ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପୁରସ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କରି କହିଛନ୍ତି ଯେ ତାଙ୍କର ସାହିତ୍ୟିକ କାର୍ଯ୍ୟକୁ ସ୍ୱୀକୃତି ମିଳିଛି।

Read More

ଆଜିଠୁ ପୁଣି ଆଇପିଏଲ୍‌‌ ମ୍ୟାଚ ଆରମ୍ଭ କରାଯିବ। ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷେ୍ମø, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି RCB । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ । ସେପଟେ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ । ମେ’ ୨୯ରେ କ୍ୱାଲିଫାୟର ଏବଂ ମେ’ ୩୦ରେ ଏଲିମିନେଟର ମ୍ୟାଚ ସହଜୁନ ୧ରେ କ୍ୱାଲିଫାୟର-୨ ମ୍ୟାଚ ଅନୁଷ୍ଠିତ ହେବ। ଜୁନ ୩ ତାରିଖରେ…

Read More

ନିଜ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ।ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। ୱେବର ନିଜର ଷଷ୍ଠ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି । ଲିଗ୍‌ରେ ନୀରଜ ନିଜର ପ୍ରଥମ ପ୍ରୟାସରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୮୮.୪୪ ମିଟର ଜାଭେଲିନ୍ ଥ୍ରୋ’ କରିଥିଲେ…

Read More

ପ୍ରତିଦିନ ମହଙ୍ଗା ହେଉଛି ସୁନା । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ‍ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୩,୯୩୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୫, ୧୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୭, ୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୬, ୬୧୦ ଓ ୮୮, ୫୬୦ ଟଙ୍କା…

Read More

ଓଡ଼ିଶା ସରକାର ଲୋକ ସେବା ଭବନରେ ନିକଟରେ ନିଯୁକ୍ତ ହୋଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଫିସରମାନଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତ କରିଛନ୍ତି।୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଧରମ ହାଂସଦା, ରୀନା ମହାପାତ୍ର, ଲିଲି କୁମାରୀ କୁଲୁ, ଅରାଧନା ଦାସଙ୍କୁ ପଦ‌ୋନ୍ନତି ମିଳିଛି। ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରହରି ସେଠୀ, ମଧୁମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପ୍ରୁଷ୍ଟି, ସ୍ୱୟଂ ପ୍ରଭା ମହାନ୍ତି, ସୁଦାମ ଚରଣ ମଣ୍ଡଳ ଏବଂ ଗିରିଶ ଚନ୍ଦ୍ର ସିଂହଙ୍କୁ ସରକାରଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୫ ମସିହା ଏପ୍ରିଲ ୧୦ ତାରିଖରେ, ଓଡ଼ିଶା ସରକାର ଉପରୋକ୍ତ ଅଫିସରମାନଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆଇଏଏସ୍ କ୍ୟାଡରକୁ ପଦୋନ୍ନତ ହେବା ପରେ ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଥିଲେ।

Read More

ଶୁକ୍ରବାର ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି। ତେବେ ଏହି ୧୧ ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ାରେ କାଳେବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବ।ଏସବୁ ଜିଲ୍ଲାକୁ କୁଆପଥର ମାଡ ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହା ସହ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ରହିଛି । କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ ।

Read More

ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ। ଏହି କ୍ରମରେ ବିଏମ୍‌ସି କାର୍ଯ୍ୟାଳୟରେ ବଏମ୍‌ସି ମେୟର କୁକୁର ଉଦ୍ଧାର ଗାଡ଼ିର ଶୁଭାରମ୍ଭ କରିଛନ୍ତି। । ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ୨ଟି ଗାଡ଼ି ବୁଲିବ । ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି । ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି ବିଏମ୍‌ସି । ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର୍‌ ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ ସାହାଯ୍ୟ ନିଆଯାଇଛି । ଆସନ୍ତା ୩ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ। ବନ୍ଧ୍ୟାକରଣ ଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି। ବନ୍ଧ୍ୟାକରଣ ସହ କୁକୁର ଗଣନା କରିବ ଭୁବନେଶ୍ୱର ମହାନଗର ନିଗମ ।

Read More

ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ବୃନ୍ଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳିବୁ। ରାଜ୍ୟରେ ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ବର୍ଷକରେ ୧୧ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହୋଇଛି।’

Read More

ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ଅନ୍ୟପକ୍ଷେ ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର । ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍ । ସିଲ୍ ପରେ ଆରମ୍ଭ ହେଲା ପ୍ରକ୍ରିୟା । ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଚଢାଉ କରିଥିଲା ଇଓଡବ୍ଲୁ । ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ମାପଚୁପ କରାଯାଇଛି । କେନ୍ଦୁଝର ଗୋପାଳପୁର ମୌଜାରେ ରହିଛି ଏହି ଫାର୍ମ ହାଉସ୍ । ୧୧.୧ ଏକର ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବା ବେଳେ ୭.୬ ଏକର ସରକାରୀ ଜମି ମାଡି ବସିଥିଲେ ରାଜା । ସରକାରୀ ଜମିରେ ଚିଲଡ୍ରେନ୍ ପାର୍କ, ଅଲିଶାନ ବଙ୍ଗଳା, ସୁଉଚ୍ଚ ତୋରଣ,…

Read More

ସରକାରଙ୍କ OBC ସଂରକ୍ଷଣକୁ ନେଇ ସାମ୍ୱାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକା ଓ ପ୍ରବଞ୍ଚନା ।ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର୍ ଦାବି କରିଥିଲା। ହେଲେ ବିଜେପି ସରକାର ଏହାର ବିଶ୍ଳେଷଣ ନକରି ତରବରିଆ ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଏସନ୍ ଓ ପିଜିରେ ସିଟ୍ ଖାଲି ପଡୁଛି। ଅଥତ ସରକାର ସେଠାରେ ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି । ଏହା କିପରି ବିଚାର ଓ ନିଷ୍ପତ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ । ଏହା ସହିତ ଶିକ୍ଷା କ୍ଷେତ୍ରରେ ଏସସି/ଏସଟି ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ। ସେହିପରି ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। । ଏହା…

Read More