Author: sanitelevision

ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ହେବା ସହ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାଦ୍ବାରା ୩୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ମୋଟ୍‌ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। କେବଳ MOU ନ କରି କାର୍ଯ୍ୟ ଜାରି ରଖିଛନ୍ତି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି । ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଶିଳ୍ପ ପାଇଁ ଜମି ନେଇଥିଲେ କାମ ଆରମ୍ଭ କରନ୍ତୁ । କାମ ଆରମ୍ଭ ହୋଇନଥିଲେ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବେ ସରକାର । କେତେ ଶିଳ୍ପ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି ତାଲିକା ପ୍ରସ୍ତୁତ ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

Read More

ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଖବର ପ୍ରଘଟ ହେବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ମହାପ୍ରସାଦକୁ ସଂପୂର୍ଣ୍ଣ ଅସମ୍ମାନ ବୋଲି ସ୍ପଷ୍ଟ ଜଣାପଡୁଛି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଡାଇନିଂରେ ବସି ଖାଉଥିବା ପର୍ଯ୍ୟଟକ ଓଡ଼ିଆ ଲୋକ ବୋଲି ଜଣାପଡିଛି । ଜଣେ ଓଡ଼ିଆ ହୋଇ କିପରି ଭାବେ ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କରିଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପିରିକି ଜଣେ ବ୍ରାହ୍ମଣ ମହାପ୍ରସାଦ ପରଷୁଥିବାର ଦେଖିବାକୁ ମିଳିଛି । ଅପରପକ୍ଷରେ କିଛି ବ୍ୟକ୍ତି ଏପରି ଦୃଶ୍ୟ ଦେଖିବା ପରେ ମହାପ୍ରସାଦ କି ଏପରି ସେବନ…

Read More

ବିଦେଶରେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର ଆଲର୍ଟ ଅଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଛନ୍ତି ପ୍ରତିକ୍ରିୟା ।ଥାଇଲାଣ୍ଡ, ହଂକଂ, ସିଙ୍ଗାପୁରରେ କରୋନା ସଂକ୍ରମୀତଙ୍କ ସଂଖ୍ୟା ବଢ଼ିଛି । ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ଆସିଛି ।କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରହିଛି । ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ କଲେଜରେ ଟେଷ୍ଟିଂ ଚାଲିଛି । ସୂଚନାମୁତାବକ ହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-୧୯ ମାମଲାରେ ହଠାତ୍ ବଢିଥିବା ଦେଖାଯାଇଛି । ଫଳରେ ସ୍ୱାସ୍ଥ୍ୟ ଏଜେନ୍ସୀମାନେ ସତର୍କ ହୋଇଛନ୍ତି । ନୂଆ ଲହରର ଚେତାବନୀ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିପାଇଁ ବିଶେଷଜ୍ଞମାନେ ଭାରତକୁ ସତର୍କ କରିଛନ୍ତି ।ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ମହାମାରୀ ପୁଣି ଥରେ ଗମ୍ଭୀର ରୂପ ନେଇପାରେ ଏବଂ ଏହାର ପ୍ରଭାବ ଏସିଆର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁଭୂତ ହୋଇପାରେ ।ସାଧାରଣତଃ…

Read More

ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, କଟକ ଜଗତପୁରରେ ଏକ ବିସ୍କୁଟ କମ୍ପାନୀ ରହିଛି । ଯେଉଁଥିରେ ଶନିବାର ଦିନ ସକାଳ ସମୟରେ ହଠାତ୍‌ ନିଆଁ ଲାଗିଥିବାର ଦେଖିଥିଲେ କର୍ମଚାରୀ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ଅଘଟଣରେ କୌଣସି କର୍ମଚାରୀଙ୍କ କିଛି କ୍ଷୟ କ୍ଷତି ହୋଇନାହିଁ। ହେଲେ ନିଆଁ ଲାଗି କାରାଖାନାରେ ଥିବା ବିସ୍କୁଟ ଗୁଡ଼ିକ ଜଳିଯାଇଛି। ତେବେ କାରାଖାନାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

Read More

ବିଶ୍ବବ୍ୟାପୀ ପାଳନ ହେଉଛି ଆର୍ଟ ଅଫ୍‍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ଲକ୍ଷ୍ୟରେ ୨୦୧୩ ମସିହା ମେ’ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ । ଯାହାକି ସମଗ୍ର ବିଶ୍ବରେ ପ୍ରସାର ଲାଭ କରି ସାରିଛି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି ଓ ମାନବିକତାର ଦିବସ ରୂପେ ପ୍ରତୀଭାତ ହୋଇଛି । ମଇ ୨ ତାରିଖରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ଏ ନେଇ ପାଳିତ ହୋଇଯାଇଛି ଖୁସିର ପକ୍ଷ । ପଡ଼ୋଶୀଙ୍କ ସହ ଜଳପାନରେ ଏକାଠି ହେବା, ପାଖରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ଭେଟିବା, ନିଜ ଛୋଟ ବସତିରେ ବୈଠକ କରିବା କି ସେଥିରେ ଭାଗ ନେବା ଇତ୍ୟାଦି ।

Read More

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ ଓ ଜଗତସିଂହପୁରରେ ଶନିବାର ଗରମ ସହ ଗୁଳୁଗୁଳି ନୟାନ୍ତ କରିପାରେ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ମାତ୍ର ଏହା ସତ୍ତେ୍ୱ ବି ତାତି ପ୍ରକୋପରୁ ବଡ଼ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି ।

Read More

ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ)ର ପିଏସ୍‌ଏଲ୍‌ଭି-ସି୬୧/ଇଓଏସ୍‌-୦୯ ମିଶନ ଉତ୍‌କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ରବିବାର ସକାଳ ୫.୫୯ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍‌ ହେବ । ଏହା ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ । ନିକଟରେ ଜାରି ଏକ ଟାଇମ୍‌ଲାପ୍ସ ଭିଡିଓ ଏହି ମିଶନର ପ୍ରସ୍ତୁତିକୁ ଆହୁରି ରୋଚକ କରିଛି ।ପିଏସ୍‌ଏଲ୍‌ଭି-ସି୬୧ ମିଶନ ଇଓଏସ୍‌-୯ (ରିସାଟ୍‌-୧ବି) ଉପଗ୍ରହକୁ ନେଇ ଯିବ । ଏହା ଏକ ଉନ୍ନତ ରାଡାର ଇମେଜିଂ ଉପଗ୍ରହ । ଏହାର ଓଜନ ୧,୭୧୦ କିଲୋଗ୍ରାମ୍‌ । ସି-ବ୍ୟାଣ୍ଡ୍‌ ସିନ୍ଥେଟିକ୍‌ ଅପର୍ଚର ରାଡାର (ଏସ୍‌ଏଆର୍‌) ଏହାକୁ ଦିନ- ରାତି, ଯେକୌଣସି ପାଣିପାଗରେ ହାଇ-ରିଜୋଲ୍ୟୁସନ ଚିତ୍ର ନେବାରେ ସାହାଯ୍ୟ କରେ । ଇଓଏସ୍‌-୯ର ମୁଖ୍ୟ ଉଦ୍ଦେଶ୍ୟ କୃଷି, ଜଙ୍ଗଲ ଉପରେ ନଜର, ବିପର୍ଯ୍ୟୟ ପ୍ରବନ୍ଧନ, ସହରୀ ଯୋଜନା ଓ ରାଷ୍ଟ୍ରୀୟ ସୁରକ୍ଷା ଭଳି କ୍ଷେତ୍ରରେ ସାହାଯ୍ୟ କରିବା । ଖାସ୍‌କରି ପହଲଗାମ୍‌ ଭଳି…

Read More

ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେଠାରେ ସେ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରମିକଙ୍କ ସୁରକ୍ଷା ପାଇଁ ଥିବା ଯୋଜନା ସଂପର୍କରେ ସେ ଶ୍ରମିକମାନଙ୍କୁ ଅବଗର କରାଇଛନ୍ତି। ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ସାଥିରେ ଥିବା ବେଳେ ସବୁ ସମସ୍ୟାର ସମାଧାନ ସ୍ପଟ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ। ହେଲ୍ପ ଡେସ୍କରେ ଥିବା ଅଧିକାରୀ ଶ୍ରମିକମାନଙ୍କୁ ସହଯୋଗ କରିବେ। ଶ୍ରମିକମାନଙ୍କର ଯେଉଁ ଅସୁବିଧା ଅଛି ତାହା ମାସକୁ ମଧ୍ୟରେ ସମାଧାନ ହେବ।

Read More

ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନ୍‌ରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ କହିଥିଲେ । ପାକିସ୍ତାନର ନୂର ଖାନ୍ ଏୟାରବେସ୍‌ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ ।ଭାରତୀୟ…

Read More

ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତାକାଲି ଇଂଲଣ୍ଡର ଚେମ୍‌ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା ।ସ୍ପିରିଚୁଆଲ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।ମେ’ ୧୮ ତାରିଖ ଦିନ ୧୨ଟାରୁ ୫ ଟା ପର୍ଯ୍ୟନ୍ତ ରଥଯାତ୍ରା କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।ବାରମ୍ବାର ଇସ୍କନ ପକ୍ଷରୁ ଏ ପ୍ରକାର ମନମାନି କରାଯାଉଛି । ଏ ନେଇ ତାଗିଦ୍ କରିବା ପରେ ବି ଇସ୍କନ ପକୃତି ବଦଳାଉ ନାହିଁ ।ତେବେ କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଏହି ପୋଷ୍ଟର । ବେଲିମେଡୋ ପାର୍କରୁ…

Read More