ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟ ବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ଫୋନ ନବନାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ମୁଁ ଚାହୁଁନାହିଁ ଆପଣ ଭାରତରେ ଆପଲର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ, ଭାରତ ତା’ର ନିଜ କଥା ନିଜେ ବୁଝିବ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।କେବଳ ସେତିକି ନୁହେଁ ଆଉ…
Author: sanitelevision
ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ହେବାର ଆଶଙ୍କାରହିଛି। ସେହିଭଳି କେନ୍ଦ୍ରାପଡା, ଜଗତସିଂପୁର, ସୁନ୍ଦରଗଡ଼ ଏବଂ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା/ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡା, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଯାଜପୁର ଏବଂ ବରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି/ବଜ୍ରପାତ ହୋଇପାରେ।
ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥ ଯାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। । ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସ୍ ରେ ୨୫ ଦିନ ପାଇଁ ଭ୍ରମଣ ଆରମ୍ଭ କରିଥିଲେ । ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ବାହାରି ଗତକାଲି ଗୟାରୁ ପୁରୀ ଅଭିମୁଖେ ଯାଉଥିଲେ । ସୋର ନିକଟରେ ପହଞ୍ଚିବା ପରେ ସେଠାରେ ସମସ୍ତ ତୀର୍ଥ ଯାତ୍ରୀଙ୍କ ପାଇଁ ରୋଷେଇ କରାଯାଇଥିଲା । ସେଠାରେ ସମସ୍ତେ ଖାଇବା ପରେ କିଛି ସମୟ ପରେ ୨୦ ରୁ ଅଧିକ ଲୋକ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ।। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ବିଡ଼ିଓମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ମୋ ଛୋଟିଆ ବ୍ରେନ୍ରେ ସବୁ ସେଭ୍ ଅଛି। ସେକାଳ ପଖାଳ ଆଉ ନାହିଁ। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନ୍ରେ ସେଟଅପ୍ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି। ଏପରି କଲେ ହାର୍ଡ ନିଷ୍ପତ୍ତି ନିଆଯିବ। ଏହାକୁ ସୁଧାରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ନିଜକୁ ଲୋକ ସେବକ ବୋଲି ଭାବି ସେମାନଙ୍କ ଅଭିଯୋଗକୁ ସମାଧାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ ମନରେଗାରେ ମେସିନ ବଦଳରେ ଶ୍ରମକିଙ୍କୁ ନିଯୁକ୍ତ କରିବାକୁ ସିଡ଼ିଓ ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ।ବର୍ତ୍ତମାନ GA ବିଭାଗର ଅତିରିକ୍ତ ସଚିବ ଥିବା ମନୋଜ କୁମାର ମହାନ୍ତି…
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୦,୪୫୦ ଟଙ୍କା ରହିଛି । ଗତକାଲି ଏହା ୭୨,୦୪୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ହ୍ରାସ ହୋଇଛି ।ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୩,୯୩୦ ଟଙ୍କାରେ ପହଞ୍ଚିଛି। ଗହଣା…
ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ୧୪ଟି ପ୍ରଶ୍ନ ପଚାରିଛନ୍ତି। ।ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ । ଧାରା ୨୦୦ ଅନୁଯାୟୀ ଏକ ବିଲ୍ ଉପସ୍ଥାପନ କରାଯିବା ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ କ’ଣ ରାଜ୍ୟପାଳ ଆବଦ୍ଧ ବୋଲି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି । ରାଷ୍ଟ୍ରପତି ପରାରିଛନ୍ତି ଜଣେ ରାଜ୍ୟପାଳଙ୍କ ସାମ୍ବିଧାନିକ ବିବେଚନାର ପ୍ରୟୋଗ କୋର୍ଟରେ ବିଚାର ସାପେକ୍ଷ କି ? ସେ ସମ୍ବିଧାନର ଧାରା…
ଇସ୍ତଫା ଦେଲେ ମୁନା ଖାନ୍! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍। ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା । ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପୁଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି ।ମୁନା ଖାନ ଓଡ଼ିଶାରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଧିକାର ଓ କଲ୍ୟାଣ ପାଇଁ କାମ କରୁଥିବା ଜଣେ ପ୍ରମୁଖ ନେତା ଭାବେ ପରିଚିତ। ତାଙ୍କର ଏହି ନିଷ୍ପତ୍ତି ବିଜେଡି ଦଳ ତଥା ରାଜ୍ୟରେ ଅଲ୍ପସଂଖ୍ୟକ ସମ୍ପ୍ରଦାୟ ସହ ଜଡିତ ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ…
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା। ଫଳରେ ପଛ ଗୋଡ଼ ଚାଲିରେ ଅସୁବିଧା ସୃଷ୍ଟି ହେଉଥିଲା।। କିଛି ଦିନ ହେବ ସିଂହ ଆକାଶ ଖାଦ୍ୟ ଖାଉନଥିଲା କି ଛିଡ଼ା ହୋଇପାରୁନଥିଲା । ସେ କେବଳ ଶୋଇରହୁଥିଲା । ଗତ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଛି l ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି l ୨୦୧୪ ମସିହାରେ ବେଙ୍ଗଲର ଚିଡିଆଖାନାରୁ ନନ୍ଦନକାନନକୁ ସିଂଘ ଆକାଶକୁ ଅଣାଯାଇଥିଲା l ସେ ସମୟରେ ସିଂଘକୁ ୪ ବର୍ଷ ହୋଇଥିଲା l ନନ୍ଦନକାନନରେ ସିଂହ ମାନଙ୍କ ସଂଖ୍ୟା ୨୨ କୁ ହ୍ରାସ ପାଇଛି lଏହା ମଧ୍ୟରେ ୧୬ ଏସୀୟ ଓ ସମାନ ସଂଖ୍ୟକ ସିଂହ ଓ ସିଂହୀଙ୍କୁ…
ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ମୃତକଙ୍କ ପରିଚୟ ନୟାଗଡ଼ ଜିଲ୍ଲାର ସୋନାଲୀ ମହାପାତ୍ର ବୋଲି ଜଣାପଡ଼ିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତମୁଖର ଶବ ଉଦ୍ଧାର କରିଛି।ଘଟଣା ସମୟରେ ସୋନାଲୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ରୁମରେ ଥିଲେ, ଯିଏ ତାଙ୍କର ହେବାକୁ ଥିବା ସ୍ୱାମୀ ବୋଲି କୁହାଯାଉଛି। ଉଭୟଙ୍କର ଆଗାମୀ ମାସରେ ବିବାହ ହେବାର ଯୋଜନା ଥିଲା। ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।
୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ତେବେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଶିକ୍ଷକ (ପ୍ରାଥମିକ ଓ ମାଧ୍ୟମିକ)ଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ।ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍ସାଇଟ୍ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ। ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍ ଓ ଯୋଗଦେବା କାର୍ଯ୍ୟ ସରିବ। ଅଗଷ୍ଟ…









