ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ତେବେ ମେ ୨୬ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । ୪୨୦ ଟଙ୍କା ଦେୟ ଦେବାକୁ ହେବ । ସୂଚନାମୁତାବକ ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଚଳିତ ଥର ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିଥଲା କ୍ୟୁଆର କୋର୍ଡ । ୬୦୦ ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା । ସବୁ କେନ୍ଦ୍ରରେ ଲାଗିଥିଲା ସିସିଟିଭି ।
Author: sanitelevision
ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍ ହେବାରେ ସହାୟକ ହୋଇଥାଏ ।ଧଳା ଚାଉଳର ଭାତ ନଖାଇ ମାଟିଆ ଚାଉଳର ଭାତ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରର ମେଦ ବୃଦ୍ଧି ହୋଇନଥାଏ। ତେବେ ଆପଣ ମେଥି କୁ ମଧ୍ୟ ବ୍ୟବହାର କରିପାରିବେ | ଓଜନ ହ୍ରାସ ପାଇଁ ମେଥି ମଞ୍ଜି ଅଧିକ ଉପକାରୀ । ସକାଳେ ପ୍ରତିଦିନ ଖାଲି ପେଟରେ ମେଥି ମଞ୍ଜିର ପାଣି ପିଇବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ରାତିରେ ପାଣିରେ ମେଥି ମଞ୍ଜିକୁ ବତୁରାଇ ସକାଳେ ଏହାର ପାଣି ପିଅନ୍ତୁ ।…
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଥିଲେ । ସେ ତାଙ୍କ ବାପଘରକୁ ଆସିଥିଲେ । ବିବାହିତା ମହିଳାଙ୍କୁ ପ୍ରେମ କରୁଥିବା ପାଟଣାଗଡ ଅଞ୍ଚଳର ଜଣେ ଯୁବକ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ଏବଂ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ଦଉଡିରେ ବାନ୍ଧି ଦେଇଥିଲେ ମହିଳାଙ୍କ ସ୍ବାମୀ । ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍ ସଂଖ୍ୟା ୨୦ରେ ପହଞ୍ଚିବ।ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ ୧୬ଟି ଏସି ଚେୟାର କାର୍ କୋଚ୍, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି । ପୁରୀ ଓ ହାୱଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଗଠନରେ ଚାରୋଟି ଏସି ଚେୟାର କାର୍ କୋଚ୍ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି…
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ। ତେବେ ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ…
ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ । ଏହି ନିଷ୍ପତ୍ତି ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସକ୍ଷମ କରିଛି। ଅନୁମୋଦିତ ଯୋଜନା ଅନୁଯାୟୀ, SDRFର ବାର୍ଷିକ ବଣ୍ଟନର ୧୦% ଏହିପରି ବର୍ଷା ଜନିତ କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ବିଶେଷ ଭାବେ ଆବଣ୍ଟିତ ହେବ। ଏହି ଅନ୍ତର୍ଭୁକ୍ତି ସହିତ ଓଡ଼ିଶାରେ ରାଜ୍ୟଭିତ୍ତିକ ବିପର୍ଯ୍ୟୟର ସଂଖ୍ୟା ବଢ଼ି ୯କୁ ପହଞ୍ଚିଛି। ଏହା ପୂର୍ବରୁ ଏହି ଶ୍ରେଣୀରେ ସ୍ୱୀକୃତ ବିପର୍ଯ୍ୟୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିବାତ୍ୟା, ଟର୍ନାଡୋ, ପ୍ରବଳ ବର୍ଷା, ବନ୍ୟାମୁକ୍ତ ଜଳାଶୟରେ ନୌକା ଦୁର୍ଘଟଣା, ଡୁବିମରିବା ଏବଂ ସାପ କାମୁଡ଼ା…
ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି । ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତେବେ ଭଉଁରୀକୁ ଦୃଷ୍ଟିରେ ତିନି ରଥର ନାହାକା ଚକ ଅଖ ପ୍ରସ୍ତୁତ କରାଯାଉଛି । ଏଥିସହ ଏବେ ବି ଚାଲିଛି ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି ରହିଛି ।ଯନ୍ତାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଆର କରାଯାଉଛି । ଏହାପରେ କଳସା କରାଯାଇ ପହିକୁ ଖାପରେ ବନ୍ଧେଣି କରି ଚକ ପ୍ରସ୍ତୁତ କରାଯାଉଛି । ରଥ ନିର୍ମାଣ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ଭଉଁରୀ ଦିନ ଚକ ଅଖ ଡେରା ଯିବ । ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଅଖ ସଂଯୋଗ ହେବ ।ଏଥିସହ କମାର ଶାଳରେ କମାର ମାନେ ତିନିରଥ ପାଇଁ ଲୁହା କଣ୍ଟା ସହ ଲୁହା ସାମଗ୍ରୀ ତିଆରି କରୁଛନ୍ତି । କମାର…
ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ୍ ରିପୋର୍ଟ ଏବଂ ଶିଶୁ ପ୍ରସବରେ ତାଳ ମେଳ ନ ରହିବା ଘଟଣା । ଡାକ୍ତରଖାନାର ଜୁନିଅର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ବାଲେଶ୍ବରର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ଡାକ୍ତର ଗୋପୀନାଥ ପରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ କଠୋର ପରିଣାମ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ରାଇବଣିଆ ଥାନା ଅନ୍ତର୍ଗତ ମାକିଡିଆ ଗ୍ରାମର ମହିଳାଙ୍କ ସ୍ୱାମୀ କାନ୍ହୁ ଚରଣ ପାଲ ଗଣମାଧ୍ୟମକୁ କହିଛନ୍ତି ଯେ ବାଲେଶ୍ବର ସହରର ଏକ ଘରୋଇ ନର୍ସିଂ ହୋମରେ ଅଲ୍ଟ୍ରାସାଉଣ୍ଡରେ ଯମଜ ସନ୍ତାନର ପର୍ଦ୍ଦାଫାଶ ହୋଇଥିଲା। ମଙ୍ଗଳବାର ଦିନ ପ୍ରସବ ପୂର୍ବରୁ ଡିଏଚଏଚରେ ଆଉ ଏକ ସ୍କାନରେ ମଧ୍ୟ ଦୁଇଟି ଭ୍ରୁଣ ଦେଖାଯାଇଥିଲା। କିନ୍ତୁ ପ୍ରସବ ପରେ ଡାକ୍ତରମାନେ ତାଙ୍କୁ କେବଳ ଗୋଟିଏ ଶିଶୁ…
ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ତେଣୁ ଓଡିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ।ଏହା ସହିତ OMCରୁ କିପରି ସୁବିଧାରେ ଷ୍ଟିଲ କମ୍ପାନୀ ମାନଙ୍କୁ ଲୁହାପଥର ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି…
ଭାରତରେ ଅନ୍ଲାଇନ୍ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ ।କେନ୍ଦ୍ର ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ଲାଟଫର୍ମଗୁଡ଼ିକୁ ଏପରି ତାଲିକା ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନର ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି, ‘ପାକିସ୍ତାନୀ ପତାକା ଏବଂ ସମ୍ପର୍କିତ ଜିନିଷ ବିକ୍ରି କରିବା ପାଇଁ CCPA Amazon India, Flipkart, YouBuy India, Etsy, The Flag Company ଏବଂ The Flag Corporation କୁ ନୋଟିସ ଜାରି କରିଛି। ଏପରି ଅସମ୍ବେଦନଶୀଳତାକୁ ବରଦାସ୍ତ କରାଯିବ ନାହିଁ। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ…









