ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟଚ-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।ଆଜି ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୧ ହଜାର ଲୋକ ଏଥିପାଇଁ ଆଗୁଆ ପଞ୍ଜୀକରଣ କରିଛନ୍ତି।ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା। କିନ୍ତୁ ଏବେ ତାହାର ଠିକଣା ବଦଳିଛି।
Author: sanitelevision
ରାଜଧାନୀରୁ ତଡା ହେବେ ବାଂଲାଦେଶୀ । ଏଥିପାଇଁ ଖୁବଶୀଘ୍ର ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଥାନାକୁ ଅବଗତ କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କ୍ରାଇମ ମିଟିଂ ରେ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତି ଥାନାରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାର ତଥ୍ୟ ବାହାର କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମାନଚିତ୍ରରେ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ (ଅସମ, ତ୍ରିପୁରା ଆଦି) ରାଜ୍ୟଗୁଡ଼ିକୁ ‘ଗ୍ରେଟର ବାଂଲାଦେଶ’ର ଅଂଶ ଭାବେ ଦର୍ଶାଯାଇଛି।…
ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏକ ମାସରେ ୨୦୦ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଆଣ୍ଠୁ-ଗଣ୍ଠି ଫୁଲିଯାଇ କୁଣ୍ଡେଇ ହେବା ସହ ମୁହଁ କଳା ହୋଇଯାଉଛି । ଜ୍ବର ବେଶୀ ଦିନ ଲାଗି ରହିଲେ ନିଜେ ଉଠି ଚାଲିବା ବି କଷ୍ଟକର ହୋଇପଡୁଛି । ପଡିଆ ମେଡିକାଲରେ ଚିକିତ୍ସା ପରେ ବି କମୁନି ଆଣ୍ଠୁଗଣ୍ଠିର ଯନ୍ତ୍ରଣା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରକ୍ତ ନମୁନା ପରୀକ୍ଷା ପରେ ମଧ୍ୟ କିଛି ବି ରିପୋର୍ଟରେ ଆସୁନାହିଁ । ସମସ୍ତ ଟେଷ୍ଟର ରିପୋର୍ଟ ନେଗେଟିଭ ଆସୁଛି କିନ୍ତୁ ମେଡିକାଲରୁ ଚିକିତ୍ସା ପରେ…
ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା । ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ । ସେ ଜ୍ୟୋତିଙ୍କୁ କେବଳ ବ୍ଲଗର ଭାବେ ଜାଣିଥିଲେ । ସୂଚନାମୁତାବକ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି। ଯାଞ୍ଚବେଳେ ତାଙ୍କ କଲ୍ ଡିଟେଲସରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ସମ୍ପର୍କ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ ନଓ୍ବାଜ ସରିଫଙ୍କ ସହ ଜ୍ୟୋତି ମାଲହୋତ୍ରଙ୍କ ବେଶ୍ ଭଲ ସମ୍ପର୍କ ରଖିଥିଲେ । ୨୦୨୪ରେ ମାତ୍ର ୨ ମାସ ଭିତରେ ପ୍ରଥମେ ପାକିସ୍ତାନ ଓ ପରେ ଚୀନ…
ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ।ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । । ଶ୍ରୀଜଗନ୍ନାଥ ମନ୍ଦିରରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଛି ପିଙ୍କ ହେଲ୍ପ ଡେସ୍କ। ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଏହାକୁ ଗଭୀର ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ମାଧ୍ୟମରେ…
ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ସହ କାଳବୈଶାଖୀ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆହୁରି ୫ଦିନ ଯାଏ ଜାରି ରହିବ । ଆଜି ଦକ୍ଷିଣ ଓଡିଶା, ଉତ୍ତର ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳଠାରୁ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ରୂପ ନେବ। କ୍ରମଶଃ ଏହା ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ୨୭ରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି। ଏହା ୨୯ ତାରିଖରେ ଗୁଜୁରାଟ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି। ଗରମ ଓ ଗୁଳୁଗୁଳି ପାଇଁ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଛି । ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଥିଲେ। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ ।ସୂଚନାଯୋଗ୍ୟ, ପୂର୍ବରୁ ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଥିଲା।
କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ନୂଆ ଭାରିଆଣ୍ଟ ହେଉଛି LF7 ଓ NB 1.8 । ତେବେ ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । କିନ୍ତୁ ଭଲ କଥା ହେଉଛି ଏହି ନୂଆ ଭାରିଆଣ୍ଟ ଏତେଟା ମାରାତ୍ମକ ନୁହେଁ । ସାଧାରଣ ଥଣ୍ଡା, ଜ୍ବର ଚିକିତ୍ସାରେ ଆକ୍ରାନ୍ତ ଉପଶମ ହେଉଥିବା ଡାକ୍ତର କହିଛନ୍ତି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । କୌଣସି ମାମଲା ଚିହ୍ନଟ ହୋଇନଥିଲେ ସୁଦ୍ଧା ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ।ତେବେ ସୂଚନା ଅନୁସାରେ ୨୦୨୩ ମସିହାରେ ଜ୍ୟୋତି ମଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ । ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ସୂଚନା ମିଳିଛି । ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ…
ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ବ୍ରଜରାଜନଗର ଥାନାରେ ଏହି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ଅଜିତ ନାଗ ଜଣେ ୧୧ ବର୍ଷ ବୟସର ନାବାଳକଙ୍କୁ ଏକ ନିକାଞ୍ଚନ ଜାଗାକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଜିତ ପୀଡିତ ନାବାଳକଙ୍କୁ ମାଡ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ନାବାଳକ ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ନିଜ ମାଆକୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା।…









