ଏକତରଫା ପ୍ରେମର କରୁଣ ପରିଣତି । ଏସିଡ୍ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠୀ । ଝିଅ ରାଜି ନହେବାରୁ ଜବରଦସ୍ତି ପ୍ରେମ କରିବାକୁ ବାଧ୍ୟ କରିଥିଲା ବୋଲି ଘରେ ବାରମ୍ବାର ଜଣାଇଥିଲେ ଯୁବତୀ ଜଣକ । ଏପରିକି ଯୁବତୀକୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ୍ ମାଡ଼ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁନୀଲକୁ କାବୁ କରିଥିଲେ । କିନ୍ତୁ ସେପଟେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସୁନୀଲ ସେଠି । ସୁନୀଲଙ୍କ କହିବା ଅନୁସାରେ, ସେ ପୂର୍ବରୁ ଏହି ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ତା ସହ ବିବାହ ହୋଇ ପାରିନଥିଲା । ଆଉ ଜଣଙ୍କ ସହ ବିବାହ ହୋଇଥିଲା । ହେଲେ ପାରିବାରିକ କଳହ କାରଣରୁ ସୁନୀଲ ଓ ତାଙ୍କ ପତ୍ନୀଙ୍କ ଭିତରେ କୋର୍ଟରେ ଡିଭର୍ସ…
Author: sanitelevision
ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ସପିଂ ମଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଅବଧି ଶେଷ ହୋଇଥିବା ଜଣାପଡ଼ିବା ପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ସୂଚନା ଅନୁସାରେ, ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ଗ୍ରାହକ ଚଳିତ ମାସ ୧୪ ତାରିଖ ଦିନ ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟରୁ ୧ହଜାର ୪୬୩ ଟଙ୍କାର ଜିନିଷ କିଣିଥିଲେ । ଗ୍ରାହକ ଜଣକ ଏକ ଭୁଜିଆ ପ୍ୟାକେଟ୍ ନେଇଥିଲେ, ଯାହାର ଏକ୍ସପାୟାରି ସରିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବିଲ୍ ସହ ଭୁଜିଆ ପ୍ୟାକେଟକୁ ନେଇ ମଲକୁ ଯାଇଥିଲେ, ହେଲେ ମାର୍ଟର ମ୍ୟାନେଜର ଏହାକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ…
ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ । ମେ’ ୨୭ରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ ମେ’ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ କାଳବୈଶାଖୀ ବର୍ଷା ।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ବର୍ଷ ପୂରଣ କରୁଥିବାରୁ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରଗୁଡ଼ିକୁ ବର୍ଣ୍ଣନା କରି ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିବାର ଯୋଜନା ଘୋଷଣା କରିଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ ବିଭାଗ ଅନେକ ଯୋଜନା ଆଣିଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦିନରେ ରାଜ୍ୟରେ ପିଏମ୍ଶ୍ରୀ ସ୍କୁଲ ନଥିଲା । ଏବେ ପ୍ରତିଷ୍ଠା ହୋଇଛି । ଆଗକୁ ମଧ୍ୟ ଆହୁରି ପିଏମଶ୍ରୀ ସ୍କୁଲ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ପ୍ରତିଶୃତି ଦେଇସାରିଛି। ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଖାସ୍ କରି ଶିକ୍ଷକ ନିଯୁକ୍ତରେ ଆମ ସରକାର ଆଗରେ ରହିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ ।
ସୋମବାର ଭଉଁରୀ ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କରିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ଉଠିବା ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥରେ ଚକ ଅଖ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା କାର୍ଯ୍ୟ କରିଛନ୍ତି । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯାଇଛି । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ରଥର ଚକ ଡେରା କାର୍ଯ୍ୟ ସମନ୍ନ ହୋଇଛି । ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ନନ୍ଦିଘୋଷ,…
ହାଇକୋର୍ଟର ସମସ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ । ଏ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ସମସ୍ତ ହାଇକୋର୍ଟର ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍ସନ୍ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନ୍ସନ୍ ପାଇବେ। ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନ୍ସନ୍ ପାର୍ଥକ୍ୟ ମନା ରହିଛି।ସମ୍ବିଧାନର ଧାରା ୧୪ ଅନୁଯାୟୀ, ସମାନତାର ଅଧିକାର ଉଲ୍ଲଂଘନ ହେବ ବୋଲି ମୁଖ୍ୟ ବିଚାରପତି ବି ଆର ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ଖ୍ରୀଷ୍ଟଙ୍କ ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ସମସ୍ତଙ୍କୁ କେବେ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିଲେ କି ପରେ ସ୍ଥାୟୀ ହୋଇଥିଲେ ତାହା ନିର୍ବିଶେଷରେ…
ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ନେଇ ନାହିଁ କୌଣସି ସୂଚନା । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସେମିତି କିଛି ବାର୍ତ୍ତା ମୋ ପାଖରେ ନାହିଁ । ସୂଚନାମୁତାବକ ଆସନ୍ତା ୨୮ ତାରିଖରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୋଲାଭରମ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭରମ୍ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୋଦି ଯାହା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ ।ଏହା ସହ ଆରବିଆଇ ପକ୍ଷରୁ କୁହାଯାଇଛି ନୂଆ ୨୦ ଟଙ୍କିଆ ନୋଟ ଜାରି ହେଲେବି ପୁରୁଣା ନୋଟ ଚାଲୁ ରହିବ। ଏହାର ଅର୍ଥ ଯେଉଁ ବର୍ତ୍ତମାନ ଯେଉଁ ନୋଟ ଚାଲୁଛି ତାହା ଚାଲୁ ରହିବ। ପୁରୁଣା ନୋଟର ଚଳନ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବନି।ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ…
ପୁଣି ବଦଳିଲା ସୁନା ଦର। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ବଢ଼ିଛି। କିଣିବା ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ.।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୫,୫୧୦ ଟଙ୍କା ରହିଛି । ଗତକାଲି ଏହା ୯୫, ୧୩୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୭,୫୫୦ ଟଙ୍କା ରହିଛି । ଗତକାଲି ୮୭,୨୦୦ ଥିଲା । ଏଥିରେ ୩୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୧,୬୩୦ ଟଙ୍କା ରହିଛି । ଗତକାଲି ଏହା ୭୧,୩୫୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ବୃଦ୍ଧି ହୋଇଛି ।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୫,୫୧୦ ଓ ୮୭,୫୫୦ ଟଙ୍କା ରହିଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ-ବାଇଡେନ୍ ଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ତାଙ୍କର ପରିସ୍ରା ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଛି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ ଅଛନ୍ତି।ବାଇଡେନଙ୍କ ମୁଖପାତ୍ର କହିଛନ୍ତି ଯେ, ତାଙ୍କ କ୍ୟାନସର ରୋଗ ଗ୍ଲେସନ ସ୍କୋର ୯ ଥିଲା ଅର୍ଥାତ୍ ଏହା ଏକ ମାରାତ୍ମକ କ୍ୟାନସର ରୋଗ ଥିଲା। ଏହି କ୍ୟାନସର ବ୍ୟାପି ସାରିଛି, ଯାହାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍ କୁହାଯାଏ, କିନ୍ତୁ ଏହା ହରମୋନ-ସମ୍ବେଦନଶୀଳ, ଯାହା ପ୍ରଭାବଶାଳୀ ଚିକିତ୍ସା ଆବଶ୍ୟକ କରେ।ଯଦିଓ ପରିସ୍ଥିତି ଗମ୍ଭୀର, ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି, ଏବଂ ବାଇଡେନଙ୍କ ପରିବାର ବର୍ତ୍ତମାନ ସେଗୁଡ଼ିକୁ ବିଚାର କରୁଛନ୍ତି।। ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି । ଜାନୁଆରିରେ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ବାଇଡେନଙ୍କ ଆରୋଗ୍ୟ…









