ଚିଟ୍ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ସରକାର।ସେହିଭଳି ଅରୁଣ ସାହୁ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । କେତେଦିନ ଆଉ ୨୪ ବର୍ଷ କଥା କହିବ । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ…
Author: sanitelevision
ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।ସେହିପରି କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧିବା ପାଇଁ କହିଛନ୍ତି । ଅନ୍ୟପକ୍ଷରେ ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା କହିଛନ୍ତି । ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି ।…
ଭାରତ-ପାକ୍ ଉତ୍ତେଜନାରେ ଦୋମୁହାଁ କାର୍ଯ୍ୟକଳାପ ଆପଣାଇଥିବା କିଛି ଦେଶ ଗୁଡିକର ମୁଖା ଖୋଲିଛି । ଏହି ଦେଶମାନଙ୍କ ମଧ୍ୟରେ ତୁର୍କୀର ବେଇମାନ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଏହାପରେ ନିଜେ ନିଜର ମୁଖା ଖୋଲିଦେଇଥିଲା ତୁର୍କୀ । ଭାରତର ଶତ୍ରୁ ଦେଶ ସହ ହାତ ମିଶାଇ ଏବେ ତାର ପରିଣାମ ଭୋଗୁଛି ତୁର୍କୀ । ତୁର୍କୀକୁ ଭାରତ ତରଫରୁ ଜୋରଦାର ଆର୍ଥିକ ଝଟକା ଲାଗିଛି । ମାତ୍ର ଦୁଇ ଦିନରେ ତୁର୍କୀକୁ ପହଞ୍ଚିଛି ୨୫୦୦ ଶହ କୋଟିର କ୍ଷତି । ପାକିସ୍ତାନ ସହିତ ତୁର୍କୀର ସମ୍ପର୍କକୁ ନଜରରରେ ରଖି ଜାତୀୟ ସୁରକ୍ଷା କାରଣରୁ ଭାରତ-ତୁର୍କୀ ଭିତ୍ତିକ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବି ହାଭା ସର୍ଭିସ୍ର ସହାୟକ କମ୍ପାନୀଗୁଡିକର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଥିଲା । ଭାରତର ଏହି ପଦକ୍ଷେପରେ ତୁର୍କୀରେ କାର୍ଯ୍ୟ କରୁଥିବା ଗ୍ରୁପର ସମସ୍ତ ସମ୍ପୃକ୍ତ ୟୁନିଟ୍ଗୁଡିକୁ ପ୍ରଭାବିତ କରିଥିଲା । ଗତ ସପ୍ତାହରେ ଭାରତ-ପାକିସ୍ତାନ ବିବାଦ ସମୟରେ…
ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମରେ ତିନି ବର୍ଷ ଆଇନ ଅଭ୍ୟାସ ବା ଲ ପ୍ରାକ୍ଟିସ ଥିବା ଆବଶ୍ୟକ |ଏହି ନିଷ୍ପତ୍ତି ମଙ୍ଗଳବାର (ମେ ୨୦, ୨୦୨୫) ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷଣା କରାଯାଇଛି, ଯାହା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି।ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ଅନୁସାରେ, ଆଇନ ଅଭ୍ୟାସ ମାଧ୍ୟମରେ ପ୍ରାର୍ଥୀମାନେ ବାସ୍ତବ ଅଭିଜ୍ଞତା ଅର୍ଜନ କରି ନ୍ୟାୟ ବିତରଣରେ ଅଧିକ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଏହି ନିଷ୍ପତ୍ତି ନେଇ ଆଇନ ସମୁଦାୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କେତେକ ଏହାକୁ ନ୍ୟାୟପାଳିକାର ଗୁଣବତ୍ତା ବୃଦ୍ଧି ପାଇଁ ଏକ ପାଦକ୍ଷେପ ବୋଲି ବିବେଚନା କରୁଥିବା ବେଳେ, ଅନ୍ୟ…
ମହାରାଷ୍ଟ୍ରର ରାଜ ରାଜେଶ୍ୱର ଗୁରୁଜୀ । ବୟସ ୭୨ ବର୍ଷୀ ହୋଥିବା ବେଳେ ଭାରତ ଭ୍ରମଣ କରୁଛନ୍ତି । ନାସିକରୁ ଯାତ୍ରା ଆରମ୍ଭ କରିଥିବା ରାଜେଶ୍ବର ଏବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପହଞ୍ଚିଛନ୍ତି। ପିତା ସ୍ୱର୍ଗତ ଶାନ୍ତିଲାଲ ଏବଂ ମାତା ରମା ବେନଙ୍କ ପୁତ୍ର ହେଉଛନ୍ତି ରାଜ ରାଜେଶ୍ୱର । ଦୀର୍ଘ ବର୍ଷ ଧରି ମୁମ୍ୱାଇରେ ରହିଆସୁଥିବା ରାଜ ରାଜେଶ୍ୱର ଶିକ୍ଷା ସମାପ୍ତ ପରେ ସେ ସେଠାରେ ହିଁ ବ୍ୟବସାୟ କରିଥିଲେ ।ପରେ କର୍ମମୟ ଜୀବନରୁ ଅବସର ନେବା ପରେ ପାଦରେ ଚାଲିଚାଲି ଦେଶର ପ୍ରମୁଖ ପୀଠ ଓ ମନ୍ଦିରରେ ଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ସେ ପ୍ରଥମେ ନାସିକରୁ ବାହାରି ନାଗପୁର, ଝାଡ଼ଖଣ୍ଡ, କଲିକତାର ହୋଇ ଓଡ଼ିଶାରେ ପହଞ୍ଚିଥିଲେ । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି କନ୍ୟାକୁମାରୀ ଅଭିମୁଖେ ବାହାରିଛନ୍ତି ।ରାଜ ରାଜେଶ୍ୱର ଗୁରୁଜୀ କହିଛନ୍ତି,” ଜୀବନ ବଞ୍ଚିବାର ରହିଛି ତ କୌଣସି ମାନସିକ ଅଶାନ୍ତି…
୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଆଉ ଏହି ସମୟରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା ।ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଅନ୍ୟପଟେ ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ମାମଲାରେ ପ୍ରିୟଙ୍କା ସେନାପତିଙ୍କୁ ଘନ ଘନ ଜେରା । ଅଜ୍ଞାତ ସ୍ଥାନରେ ପ୍ରିୟଙ୍କାଙ୍କୁ ପଚରାଉଚରା କରୁଛି ପୁରୀ ପୁଲିସ । ଗତକାଲି ହରିୟାଣା ହିସାର ପୁଲିସ ଭିସି ଜରିଆରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଛି । ଏସ୍ପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୁଲିସ ଭିଡିଓ କନ୍ଫରେନ୍ସରେ ପଚରାଉଚରା କରିଥିବା ଜଣାପଡ଼ିଛି ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପାଠ ପଢିବେ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍ କରିବାର ସୁଯୋଗ ପାଇବେ ଆବେଦନକାରୀ। +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ। ଅନ୍ୟପକ୍ଷେ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଆଉ ବିଳମ୍ବ ହେବନି, ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ’ ।
ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ । ବୋଲେରୋରେ କିଛି ଦୁର୍ବୃତ୍ତ ଆସି ଦଶପଲ୍ଲା ସାକେଣି ନିକଟରେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି ।। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣାପଡିଛି । ଜଟିଆ ଦୁଇ ଜଣ ସାଙ୍ଗଙ୍କ ସହ କୌଣସି ଏକ କାମରେ ଭଞ୍ଜନଗର ଯାଉଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ୮ ଜଣ ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡିରେ ଆସି ତାଙ୍କୁ ଅଟକାଇ ଯାହା ଟଙ୍କା ଅଛି ଦେବାକୁ କହିଥିଲେ । ପରେ ହଠାତ ସେମାନେ ଆକ୍ରମଣ କରିଥିଲେ । ମାଡ଼ ଭୟରେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଦୌଡି ପଳାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଟିଆଙ୍କୁ ପ୍ରବଳ…
୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି ଦେଖାଦେଇଛି। ମେ ୧୨ ତାରିଖରୁ ୧୬୪ଟି ନୂଆ ମାମଲା ରିପୋର୍ଟ ହେବା ସହିତ ଭାରତରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଭାରତରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଲେଣି। ଯାହାକୁ ନେଇ ଚିନ୍ତାରେ ପଡିଲେଣି ବିଶେଷଜ୍ଞ।ବର୍ତ୍ତମାନ ଭାରତରେ ୨୫୭ଟି ସକ୍ରିୟ କୋଭିଡ-୧୯ ମାମଲା ରହିଛି, ଯେଉଁଥିରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ସଂଖ୍ୟାରେ ଶୀର୍ଷରେ ରହିଛନ୍ତି। ତେବେ ଏପ୍ରିଲ ୨୭ରୁ ମେ ୩, ୨୦୨୫ ସପ୍ତାହରେ ଅନୁମାନିତ କୋଭିଡ-୧୯ ମାମଲା ୧୪,୨୦୦କୁ ବୃଦ୍ଧି ପାଇଛି, ଯାହା ପୂର୍ବବର୍ତ୍ତୀ ସପ୍ତାହର ୧୧,୧୦୦ ମାମଲା ତୁଳନାରେ ଅଧିକ। ଏହି ସମୟ ମଧ୍ୟରେ, ଦୈନିକ କୋଭିଡ-୧୯ ହସ୍ପିଟାଲାଇଜେସନର ହାର ହାରାହାରି ୧୦୨ରୁ ୧୩୩କୁ ବୃଦ୍ଧି ପାଇଛି।
ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ। ପ୍ରାରମ୍ଭିକ ଭାବରେ, ଏହି ପ୍ରକ୍ରିୟା ୧୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ମାମଲା ପାଇଁ ପ୍ରଯୁଜ୍ୟ ହେବ। ଗୃହମନ୍ତ୍ରୀ କହିଛନ୍ତି ଯେ କ୍ଷେତ୍ରୀୟ କ୍ଷେତ୍ରାଧିକାର ନିର୍ବିଶେଷରେ, ଇଲେକ୍ଟ୍ରୋନିକ୍ ଭାବରେ ଏଫଆଇଆର ଜାରି କରିବାର ଏହି ପ୍ରକ୍ରିୟା ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ ହେବ।ମୋଦୀ ସରକାର ଦେଶକୁ ସାଇବର ସୁରକ୍ଷିତ ଦେଶ ଭାବେ ପରିଗଣିତ କରିବାକୁ ଯୋଜନା କରିଛନ୍ତି । ଖୁବଶୀଘ୍ର ଇ-ଏଫଆଇଆର ପ୍ରଣାଳୀ ସାରା ଦେଶରେ ଲାଗୁ…









