ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର । ଯାହାକି କେବଳ ବ୍ରହ୍ମପୁର ନୁହେଁ ବରଂ ସାରା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଯୁକ୍ତରାଷ୍ଟ୍ର ଆମେରିକାର ଡ଼ଲାସ୍ ଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଜୁନିକର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବ୍ରହ୍ମପୁରର ତିନି ବିଦ୍ୟାର୍ଥୀ । ରେଶମ ସହରର ସରକାରୀ ମେଡ଼ିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସୃଜନଶୀଳତାକୁ ବ୍ୟବହାର କରି ପ୍ରସ୍ତୁତ କରିଥିବା ଦୁଇ ପ୍ରକଳ୍ପକୁ ନେଇ ଏହି ଯାତ୍ରା କରିବେ । ରାଜ୍ୟରୁ ମୋଟ ୮ ଜଣ ବିଦ୍ୟାର୍ଥୀ ଏଥିପାଇଁ ମନୋନୀତ ହୋଇଛନ୍ତି ।ଆସନ୍ତା ୨୬ ତାରିଖରେ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ବ୍ରହ୍ମପୁରରୁ ୨୪ ତାରିଖରୁ ବାହାରିବେ ଏହି ତିନି ଛାତ୍ର ।ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି.ଆଦିତ୍ୟ ଦାଶ, ଦଶମ ଶ୍ରେଣୀର ଛାତ୍ର ସୌମ୍ୟ ସୌରଭ ଗୌଡ଼ ମସଲା ଜିପିଟି ପ୍ରକଳ୍ପ…
Author: sanitelevision
ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ସରକାରଙ୍କ ଏହି ପଦକ୍ଷେପ ଅନୁସାରେ, ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ । ସେହିଭଳି ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ, ସେମାନଙ୍କୁ ବି ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ବର୍ଦ୍ଧିତ ଭତ୍ତା ନେଇ DSSOSଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା । ୨୧ ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ କ୍ରୀଡ଼ା ଉତ୍ସବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରେ ଜଳକ୍ରୀଡ଼ା କରିବେ ।ସୁଗନ୍ଧିତ ଦ୍ରବ୍ୟଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପପୋପଚାରରେ ଶୀତଳ ଭୋଗ ପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି କରିବେ । ତେବେ ପ୍ରଥମ ୨୧ ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବା ପରେ ପରବର୍ତ୍ତୀ…
୧୩ ଜିଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି।ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା,ମାଲକାନଗିରି, ନବରଙ୍ଗୁପୁରକୁ ସତର୍କ କରାଯାଇଛି। ଅନ୍ୟପଟେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ । ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବ । ଏହା ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ।
ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ହେବ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ମେଂ ୨୨ ରେ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ ଜାରି ହେବ। ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।ଜୁନ୍ ୨୩ ତାରିଖ…
ଜୁଲାଇ ୧ରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମଙ୍ଗଳବାର ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ରେ ପରୀକ୍ଷା। ତେବେ କେବଳ ପରୀକ୍ଷା ପାଇଁ ସମୟ ସାଢ଼େ ୯ରୁ ୧୧ଟା ୪୫ ରଖାଯାଇଛି। । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା ହେଉଥିବା ବେଳେ ଗୋଟିଏ ସିଟିଂରେ ପରୀକ୍ଷା ହେବ । ଜୁଲାଇ 4ତାରିଖରେ ଗଣିତ ହେବାକୁ ଥିବାବେଳେ ସେଥିପାଇଁ 15 ମିନିଟ ଅଧିକ ସମୟ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କଳୀଙ୍ଗ ଟିଭିକୁ ସୂଚନା ଦେଇଛନ୍ତି । ତେବେ ମେ ୨ ତାରିଖରେ ପ୍ରକାଶ ପାଇଥିଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ।ଚଳିତ ବର୍ଷ ୨ ଲକ୍ଷ ୪୦…
କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି ।। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ ସେବା ବିସ୍ତାର ଦିଆଯାଇଥିଲା ଯାହା ଜୁନ ୨୦୨୫ରେ ସମାପ୍ତ ହେଉଥିଲା। ଡେକାଙ୍କ ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅବଦାନ ଯୋଗୁଁ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କର ସେବା ସମୟକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ତାଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ ପାଇଁ ବିଶ୍ୱସ୍ତ ଏବଂ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।ତପନ କୁମାର ଡେକା ହିମାଚଳ…
ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ www.chseodisha.nic.in ଏବଂ http://orissaresults.nic.in ୱେବ୍ସାଇଟ୍ରେ ଦେଖିପାରିବେ।
ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି ।+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ କରିପାରିବେ।ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ +୨ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନି, କିନ୍ତୁ ଏହା ପୂର୍ବରୁ +୩ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।
ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ସଚିଵଙ୍କ କ୍ଷମତା ସଂକୁଚିତ କରାଯାଇଛି । ତେବେ ବୈଠକରେ ମନ୍ତ୍ରୀଙ୍କୁ ପାୱାର ଫୁଲ କରାଯାଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । । ୫ ଦିନ ପୂର୍ବରୁ ପ୍ରକାଶ ପାଇବ କ୍ୟାବିନେଟ ମିଟିଂ ବିଜ୍ଞପ୍ତି । ସମୟସୀମା ପରିବର୍ତ୍ତନ କରିପାରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ କ୍ୟାବିନେଟ, ରାଜ୍ୟ ମନ୍ତ୍ରୀ, ବିଭାଗୀୟ ସଚିବ । ବୈଠକର ୩ ଦିନ ପୂର୍ବରୁ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ । ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ଗୃହୀତ ଚୂଡ଼ାନ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ନିକଟକୁ ଯିବ କ୍ୟାବିନେଟ ପ୍ରସ୍ତାବ । ପରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବନାହିଁ । କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବେ ସଚିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମତିକ୍ରମେ ଅନୁପସ୍ଥିତ ରହିପାରନ୍ତି ।ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ ମାନେ କ୍ୟାବିନେଟ ବୈଠକ…








