Author: sanitelevision

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ପାଲେଷ୍ଟାଇନରେ ସକ୍ରିୟ ହମାସ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ୫୦ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିସାରିଥିବାବେଳେ ପ୍ରାୟ କୋଡିଏ ଲକ୍ଷ ବାସଚ୍ୟୁତ ହୋଇଛନ୍ତି। ବିଦେଶରୁ ଆସୁଥିବା ମାନବୀୟ ସହାୟତାକୁ ମଧ୍ୟ ଇସ୍ରାଏଲ ସେନା ଅବରୋଧ କରୁଥିବାରୁ ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଭାରତୀୟ ବିସ୍କୁଟ କମ୍ପାନୀ ପାର୍ଲେ ତରଫରୁ ପ୍ରସ୍ତୁତ ୫ ଟଙ୍କିଆ ପାର୍ଲେ-ଜି ପ୍ୟାକେଟ ଗାଜାରେ ୨୪୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। କେବଳ ବିସ୍କୁଟ୍‌ କାହିଁକି, ଅନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦୦ ଗୁଣ ଅଧିକ ରହିଛି ବୋଲି ଗାଜାରେ ବାସ କରୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଚାହିଦା ତୁଳନାରେ ଯୋଗାଣ ଅତ୍ୟନ୍ତ କମ୍‌ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅପରପକ୍ଷରେ ଗାଜାରେ ଚିନି କିଲୋ ପିଛା ୪୯୧୪ ଟଙ୍କାରେ…

Read More

ଆସନ୍ତା ୨୦ ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୧୨ ତାରିଖ ବଦଳରେ ୨୦ରେ ଆସୁଛନ୍ତି ମୋଦୀ । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୦ ରେ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା । ବୁମଜଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କମିଟି ବର୍ଷ ପୂର୍ତ୍ତି ପାଳନ ପାଇଁ ଗଠନ ହୋଇଛି କମିଟି । ଜୁନ୍ ୯ ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ ।

Read More

ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏସ୍‌ଆଇଟି ହାତରେ ଲାଗିଛି ବଡ଼ ସୂଚନା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା ବେଳେ ବଡ଼ ତଥ୍ୟ ଲାଗିଥିବା କୁହାଯାଉଛି ।ଏସ୍‌ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍‌ରୁମ୍ ଯାଇଥିବା ଜଣାପଡ଼ିଛି । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । ଏମାନଙ୍କ ଲିଙ୍କ ଆଉ କାହା ସହ ରହିଛି । ଏନେଇ ଉଭୟ ଏସ୍‌ଆଇଟି ଅଧିକାରୀ ଓ ପୁଲିସ ପ୍ରଶ୍ନ କରିଥିଲେ । ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍‌ ରହିଛି କି ନାହିଁ ଜେରା କରିଥିଲେ ଅଧିକାରୀ । ଆଜି ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ ।

Read More

ବକ୍ରୀ ଇଦ ମୁସଲମାନ ପଞ୍ଜିକା ର ଅନ୍ତିମ ଅର୍ଥାତ ଦ୍ୱାଦଶ ମାସ(ଦୁ ଆଲ ହିଯାଃ) ରେ ପାଳନ କରାଯାଇଥାଏ|ଚନ୍ଦ୍ର ର ଗତି ବିଧି ଅନୁସାରେ ପରିଚାଳିତ ହୁଇଥିବା ମୁସମାଲ ପଞ୍ଜିକା ପ୍ରକୃତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ହିସାବ ରେ ପରିବର୍ତନ ହୋଇଥାଏ |ଏହି ଦିନକୁ ବିଶ୍ୱ ସାରା ମୁସଲାମ ଧର୍ମ ର ଭକ୍ତ ମାନେ ବେଶ ଜୋରଦାର ରେ ପାଳନ କରିଥାନ୍ତି | ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍‌ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି। ଦେଶ ସାରା ମସଜିଦରେ ଚାଲିଛି ନମାଜ ପାଠ।ଏହି ସମୟରେ ମୁସଲାମ ମାନେ ହଜ ବା ତୀର୍ଥ ରେ ଯାଇଥାନ୍ତି |ଏହି ହଜ କୁ ସମସ୍ତ ମୁସଲମାନ ଜୀବନରେ ;ଅତିକମ ରେ ଥରେ ଯିବାର ମାନ୍ୟତା ରହିଛି |ବକ୍ରୀ ଇଦ ନାମ ହୋଇଥିବାରୁ ଏହି ଦିନ ଏକ ପ୍ରାଣୀ ର ବଳି ପଡେ ଏବଂ ଏହାକୁ ସୁଆଦିଆ ବ୍ୟଞ୍ଜନ ଭାବେ ରାନ୍ଧି…

Read More

ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ବା ଇଣ୍ଡିଆନ ବାଇସନ ଗଣନା ଶେଷ ହୋଇଛି । ମେ’ ୧୧ରୁ ୧୩ ତାରିଖ ୩ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା କରାଯାଇଥିଲା । ସମ୍ପୃକ୍ତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।ଚଳିତ ବର୍ଷ ଗଣନାରୁ ଡେବ୍ରିଗଡ଼ରେ ୭୮୮ଟି ଗୟଳ ଥିବା ଜଣାପଡ଼ିଛି। ଏଥିରେ ୨ ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ଟି ନବଜାତ ଅଛନ୍ତି। ଅର୍ଥାତ ଡେବ୍ରିଗଡ଼ରେ ଥିବା ସମୁଦାୟ ଗୟଳଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଶିଶୁ। ୨୦୨୪ ମସିହା ନଭେମ୍ବର ୧୨ ଓ ୧୩ ତାରିଖରେ ପ୍ରଥମଥର ଗଣନାରେ ୬୫୯ଟି ଗୟଳ ଚିହ୍ନଟ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ୬ ମାସରେ ୧୨୯ ଗୟଳଙ୍କ ବୃଦ୍ଧି ହୋଇଛି। ଗତ ଗଣନା ସମୟରେ ୫୨ ଗୋଠ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୬୦କୁ ବୃଦ୍ଧିପାଇଛି।…

Read More

ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି । ଆଜିଠୁ ଆହୁରି ବଢ଼ିବ ତାତି । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ । ୧୦ ଯାଏ ଏଭଳି ପାଗ ସମ୍ଭାବନା ଅଛି । ୧୧ ଓ ୧୨ରେ ଗୁଳୁଗୁଳି ପ୍ରକୋପ କମିପାରେ, ମାତ୍ର ବର୍ଷାର ସମ୍ଭାବନା ବିଶେଷ ନାହିଁ । ତାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

Read More

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା। ମଧ୍ଯାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ । ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଂଚିବେ । ସେଠାରେ ଗଜପତି ବନ୍ଦାପନା କରିବେ । ଏହି ସମୟରେ ଗଜପତିଙ୍କ ପ୍ରତିନିଧି , ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନିତୀ ସଂପାଦନ କରିବେ ।ଶ୍ରୀନଅରରେ ବନ୍ଦାପନା ସରିବା ପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ…

Read More

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବରିଷ୍ଠ ସାମାଜିକ କର୍ମୀ ଏଚଏମ ଭେଙ୍କଟେଶ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି ।ତଦନ୍ତ ଆଗକୁ ବଢୁଥିବାରୁ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । ତେବେ ପୁଲିସ କହିଛି, ଏହାର ନିରପେକ୍ଷ ଯାଞ୍ଚ କରାଯିବ । ସେପଟେ ଗତ ୪ତାରିଖରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବି ବିଜୟ ପରେଡ୍ ବେଳେ ଆହତ ହୋଇଥିବା କଲେଜ ଛାତ୍ର ସି. ବେଣୁଙ୍କ ଅଭିଯୋଗ ଆଧାରରେ କବନ୍ ପାର୍କ ଥାନାରେ ତୃତୀୟ ଏଫ୍ଆଇଆର୍ ରୁଜୁ ହୋଇଛି । ଏଫ୍ଆଇଆର୍ ଅନୁସାରେ, ୬ ନମ୍ବର ଗେଟ୍‌ରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବା ସମୟରେ ବ୍ୟାରିକେଡ୍ ଖସି ପଡ଼ିବାରୁ ଅଭିଯୋଗକାରୀଙ୍କ…

Read More

ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ପରେ ପାକିସ୍ତାର ସ୍ଥିତି ଖରାପ ହେବାରେ ଲାଗିଛି । ପାକିସ୍ତାନ ପୂର୍ବରୁ ଋଣରେ ବୁଡ଼ି ରହିଥିବା ବେଳେ, ଏବେ ଜଳ ଅଭାବ ଏହାର ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ୪ ଥର ଚିଠି ଲେଖି ସିନ୍ଧୁ ଜଳ ସନ୍ଧିକୁ ପୁନଃସ୍ଥାପନ କରିବା ପାଇଁ ଅନୁରୋଧ କରିଛି। ପାକିସ୍ତାନର ଜଳ ସମ୍ପଦ ସଚିବ ସୟ୍ୟଦ ଅଲୀ ମୁର୍ତଜା ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖି କହିଛନ୍ତି ଯେ, ସନ୍ଧି ସ୍ଥଗିତ ହେବା ଯୋଗୁଁ ପାକିସ୍ତାନରେ ଜଳ ସଙ୍କଟ ଗଭୀର ହୋଇଛି। ଏହି ଚିଠିର ଏକ ନକଲ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି। ପ୍ରଥମ ଚିଠି ମେ’ ମାସର ପ୍ରଥମ ସପ୍ତାହରେ ଲେଖାଯାଇଥିବା ବେଳେ ପରେ ଆଉ ତିନୋଟି ଚିଠି ଲେଖାଯାଇଛି।ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି, ରକ୍ତ ଏବଂ ପାଣି…

Read More

ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ନିଆଯିବ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି । ବର୍ଷା ଦିନ ପୂର୍ବରୁ ଡ୍ରେନର ସମସ୍ତ ସମାଧାନ କରାଯିବା ସହ ମୁକୁଳା ଡ୍ରେନରେ ସ୍ଲାବ୍‍ ପକାଇବାକୁ କୁହାଯାଇଛି।ସେହିପରି ଡ୍ରେନ୍‍ ସଫେଇ କାମକୁ ତ୍ୱରାନ୍ୱିତ କରାଯାଉଛି। ସ୍ଥାନେ ସ୍ଥାନେ ଜଳବନ୍ଦୀ ଯେମିତି ନହୁଏ ସେନେଇ ମଧ୍ୟ ସମାଧାନ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Read More