କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଛନ୍ତି କନଷ୍ଟେବଳ ଟୁଲୁ ବେହେରା। ଜଣେ ୪୪ ବର୍ଷୀୟ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବାରୁ ରକ୍ଷା କରିଥିଲେ।ଘଟଣା ଅନୁଯାୟୀ, ମହମ୍ମଦ ମୁଜାହିର କିଶନଗଞ୍ଜ ଅଭିମୁଖେ ଯାଉଥିବା ଟ୍ରେନ ନଂ. ୨୨୫୦୩ (କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସ)ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନଟି ଗତିଶୀଳ ଥିଲା। ଏହି ସମୟରେ ସେ ଟ୍ରେନର ପାହାଚରୁ ଖସି ପ୍ଲାଟଫର୍ମ ଓ ଟ୍ରେନର ଚକ ମଧ୍ୟରେ ଆସି ମରଣାନ୍ତକ ବିପଦରେ ପଡ଼ିଥିଲେ। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତରେ କନଷ୍ଟେବଳ ଟୁଲୁ ବେହେରା ଅତ୍ୟନ୍ତ ସାହସିକତାର ସହ ତୁରନ୍ତ ମୁଜାହିରଙ୍କ ହାତ ଧରି ତାଙ୍କୁ ବିପଜ୍ଜନକ ସ୍ଥାନରୁ ଟାଣି ବାହାର କରି ଜୀବନ ରକ୍ଷା କରିଥିଲେ।ତାଙ୍କର ସାହସିକ କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶା ଡିଜିପି ୱାଇ ବି ଖୁରାନିଆ ତାଙ୍କ ପାଇଁ ୨୫୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ରେଳବାଇ ଏଡିଜି ଅରୁଣ…
Author: sanitelevision
ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। କେନ୍ଦ୍ରାଞ୍ଚଳ ପୁଲିସ ଆଇ ଜି ପ୍ରବୀଣ କୁମାର ଜୁନ୍ ୫ ଅର୍ଥାତ୍ ଗୁରୁବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ସୂଚନାମୁତାବକ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ପୁଲିସ ଅଧିକାରୀ ମଧ୍ୟ ମୁତୟନ ହେବେ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ସମୀକ୍ଷା ବୈଠକ ହୋଇଛି ।
ଚଳିତ ଜୁନ୍ରେ ସରିବ ରାସନ୍ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ । ଏନେଇ ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଦିଆଯାଇଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍ଲାଇନ୍ ଆବେଦନ ହେଉଛି ।
ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।ସମ୍ପୂର୍ଣ୍ଣ ଉତ୍ସବ ୨୦୨୫ ମେ ୩ରେ ହୋଇଥିଲା। ଜାତୀୟ ଗଣମାଧ୍ୟମ ଦି ଟେଲିଗ୍ରାଫରେ ତାଙ୍କ ବିବାହର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ଏଥିରେ ପିନାକୀ ମିଶ୍ରଙ୍କ ସହିତ ଦେଖାଯାଇଛନ୍ତି ମହୁଆ ମୋଇତ୍ର। ତାଙ୍କ ଫଟୋ ବ୍ୟାକଗ୍ରାଉଣ୍ଡରେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ ଗେଟ୍ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଫଟୋରେ ମହୁଆ ମୋଇତ୍ର ଶାଢ଼ୀ ଏବଂ ସୁନା ଅଳଙ୍କାର ପିନ୍ଧିଛନ୍ତି। ସେ ପିନାକୀ ମିଶ୍ରଙ୍କ ହାତ ମଧ୍ୟ ଧରିଛନ୍ତି। ତେବେ ମହୁଆ ମୋଇତ୍ରା ଏହା ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ କିନ୍ତୁ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ…
ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ପୁରୀ ପ୍ରାଣୀ ଚିକିତ୍ସାଳୟ ସେକ୍ସନ ଅଫିସର ମନୋଜ ମହାନ୍ତି । ଇଲେକ୍ଟ୍ରି ଗାଡି କରାଇବାକୁ ଲାଞ୍ଚ ନେଇ ଧରାପଡିଲେ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ । ସୁଚନା ଅନୁଯାୟୀ ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV (ବୈଦ୍ୟୁତିକ ଯାନ) ଅଗ୍ରୀମ ଡ୍ର’ କରିବା ପାଇଁ SDVOର ଅଧିକାରୀ ରେଞ୍ଚର ଜଣେ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସରକାର କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ପରିମାଣ ମଞ୍ଜୁର କରିସାରିଥିବାରୁ ମହାନ୍ତି ଡ୍ର’ ପାଇଁ ପ୍ରକ୍ରିୟାରେ ବିଳମ୍ବ କରୁଥିଲେ ଏବଂ ମଞ୍ଜୁର ହୋଇଥିବା ପରିମାଣର ଡ୍ର’ ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। ଅନ୍ୟ କୌଣସି ବିକଳ୍ପ ନ ପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଭିଜିଲାନ୍ସ…
ଆସନ୍ତାକାଲିଠୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଓଡ଼ିଆ ସହ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ ।୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମାର ପ୍ରମୁଖ ବ୍ୟକ୍ତିତ୍ୱ । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ ।ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ୨୦୨୪ରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ପ୍ରଥମ ସଂସ୍କରଣ କରାଯାଇଥିଲା । ଏହାକୁ ଦର୍ଶକୀୟ ଆଦୃତି ମିଳିବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ କରାଯାଉଛି । ଜୁନ୍ ୬ ତାରିଖ ସନ୍ଧ୍ୟା ୭ଟାରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ ୬ ତାରିଖ, ଉଦଘାଟନୀ କାର୍ଯ୍ୟକ୍ରମ ଦିନ ’ମାଟିର ମଣିଷ’, ’କା’ ଏବଂ ’ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ୭…
ଆମେରିକା ଯାଇପାରିବେନି ଏହି ଦେଶର ଲୋକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷେଧ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ସାମିଲ୍। ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ୧୨ଟାରୁ ଏହି ଯାତ୍ରା ପ୍ରତିବନ୍ଧକ ଲାଗୁ ହେବ ।ପୂର୍ବରୁ ମଧ୍ୟ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ, ଟ୍ରମ୍ପ ଜାନୁଆରୀ ୨୦୧୭ ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ସାତଟି ମୁସଲିମ ଦେଶ – ଇରାକ, ସିରିଆ, ଇରାନ, ସୁଡାନ, ଲିବିଆ, ସୋମାଲିଆ ଏବଂ ୟେମେନର ନାଗରିକଙ୍କୁ ଆମେରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ତାଙ୍କ ରାଷ୍ଟ୍ରପତିତ୍ୱର ସବୁଠାରୁ…
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ ।ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତକ ଚଢେୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଏକା ଥିଲେ । ଏହି ସମୟରେ ଭିଣୋଇ ହଠାତ୍ ଘର ଭିତରକୁ ପ୍ରବେଶ କରି ବିଜୟଲକ୍ଷ୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ହତ୍ୟା କରି ଭିଣୋଇ ଫେରାର ଥିବା ସୁଚନା।ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା ରହିଛି ।
ଅବସର ପରେ ସରକାରୀ ପଦ ଗ୍ରହଣ ଅନୁଚିତ । ଖାଲି ପଦ ଗ୍ରହଣ ନୁହେଁ ବରଂ ନିର୍ବାଚନ ଲଢ଼ିବା ଅନୁଚିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର୍ ଗୱାଇ ଏହା କହିଛନ୍ତି । ଏଭଳି ଅଭ୍ୟାସ ‘ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା’ ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ ସମ୍ମିଳନୀରେ ପ୍ରଧାନ ବିଚାରପତି ଗୱାଇ କହିଛନ୍ତି।ଏପରିକି ସେ ଓ ତାଙ୍କର ଅନେକ ସହଯୋଗୀ ସରକାରଙ୍କଠାରୁ ଅବସର ପରବର୍ତ୍ତୀ କୌଣସି ଭୂମିକା ବା ପଦବି ଗ୍ରହଣ କରିବେ ନାହିଁ ବୋଲି ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ।
ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡ଼ିଶା ଆସିବା ନେଇ PMO ପକ୍ଷରୁ ସୂଚନା ମିଳିଛି । 12 ତାରିଖକୁ ମୋହନ ସରକାରଙ୍କୁ ପୁରୁଛି ବର୍ଷେ । ଏନେଇ ଜନତା ମଇଦାନରେ ହେବ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । 11 ରୁ 13 ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ ।









