Author: sanitelevision

ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି ।ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୩ ରେ ହେବ ।ସୁପ୍ରିମକୋର୍ଟ ଏହି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫ ଜୁନ୍ ୨୦୨୫ରେ ୨ଟି ସିଫ୍ଟରେ ଆୟୋଜିତ ହେବାର ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨ଟି ସିଫ୍ଟରେ ପରୀକ୍ଷା ହେଲେ ପ୍ରଶ୍ନପତ୍ର ସ୍ତରରେ ଭିନ୍ନତା ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନବିଇଏମଏସ୍ ପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଗୋଟେ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର, ନିରାପଦ ବ୍ୟବସ୍ଥା ଏବଂ ଲଜିଷ୍ଟିକାଲ ପ୍ରସ୍ତୁତି ପାଇଁ ଅଗଷ୍ଟ ୩ ପୂର୍ବରୁ ସମ୍ଭବ…

Read More

ରାଜ୍ୟରେ ପ୍ରତିଦିନ କୋଭିଡ ମାମଲା ବୃଦ୍ଧି ପାଉଛି। ଯଦି ଏପରି ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର। ତଥାପି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।ବର୍ତ୍ତମାନ ସୁଦ୍ଧା ୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ରହିଛି। କରୋନାକୁ ନେଇ କୌଣସି ଭୟଭିତ ହେବାର ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ନେଇ ପ୍ରସ୍ତୁତ ରହିଛନ୍ତି।

Read More

ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ କରିବା ସହିତ ବଦଳିର ଧମକ ମିଳୁଛି । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଜଣେ ବ୍ୟକ୍ତ | ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ । ସୂଚନାମୁତାବକ ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା। ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ମାଲକାନଗିରି ବଦଳି କରାଇଦେବାକୁ ଧମକ ଦେଇଥିଲେ । ବଦଳି ରୋକିବାକୁ ହେଲେ ଦୁଇଲକ୍ଷ ଟଙ୍କା ଦେବାକୁ କହିଥିଲେ ଜାନକୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…

Read More

ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍‌ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ କରୋନାର ସକ୍ରିୟ ମାମଲା ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୨ ମେ’ରେ କରୋନାର ସକ୍ରିୟ ମାମଲା ୨୫୭ ଥିଲା । ତେବେ ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍…

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର MPC ବୈଠକର ଫଳାଫଳ ଆସିଛି। ପୁଣି ଥରେ ଏକ ବଡ଼ ଆଶ୍ୱସ୍ତି ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । RBI ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି। ଏହାକୁ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସ ପରେ, ରେପୋ ହାର ଏବେ ୬ ପ୍ରତିଶତରୁ ୦.୫ ହ୍ରାସ ପାଇ ୫.୫୦% ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି ଜୁନ୍ ୪ରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି । ବ୍ୟାଙ୍କ ଋଣ ନେଉଥିବା ଗ୍ରାହକମାନଙ୍କ ପାଇଁ ଏକ ଭଲ ଖବର ଅଛି, କାରଣ ସେମାନଙ୍କର EMI ଏବେ ଆହୁରି ହ୍ରାସ ପାଇବ। ରେପୋ ହାର ସିଧାସଳଖ ବ୍ୟାଙ୍କ ଋଣ ନେଉଥିବା ଗ୍ରାହକଙ୍କ ସହିତ ଜଡିତ ହୋଇଥାଏ। ଏହା…

Read More

ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛ। ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଦୁଇଦିନ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଗଣବଳାତ୍କାର କରିଥିବା ନେଇ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ । ସୂଚନାମୁତାବକ ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଗତ ୩ ତାରିଖରେ ସେହି ଗ୍ରାମର ୪ ଜଣ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଉଠାଇ ନେଇ ବିଭିନ୍ନ ସ୍ଥାନ ରଖି ଜୋର ଜବରଦସ୍ତ ବାରମ୍ବାର ବଳାତ୍କାର କରି କରିଥିଲେ। ଯୁବକ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଦୁଇ ନାବାଳିକାଙ୍କୁ ଧମକ ଚମକ ଦେଇ ଗ୍ରାମରେ ଛାଡ଼ିଥିଲେ। ପରଦିନ ପୁଣି ଯୁବକମାନେ…

Read More

ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଛି ମନ୍ତ୍ରୀଙ୍କ ଗାଡ଼ି । ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।ମନ୍ତ୍ରୀ ଫେରିବା ବେଳେ ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହୋଇଥିବା କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । କିନ୍ତୁ କିଛି ସମୟ ରେ ପରିସ୍ଥିତି ଶାନ୍ତ ହୋଇଯାଇଥିଲା ।ଦୁର୍ଘଟଣା ଖବର ପାଇ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ମନ୍ତ୍ରୀଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟସ୍ତଳକୁ ପଠାଇଥିଲେ । ଏହା ସହିତ ହାଇୱାକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ଏଲନମସ୍କଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତଜନା ବୃଦ୍ଧି ପାଇବାରେ ଲାଗିଛି । ମସ୍କଙ୍କ କମ୍ପାନୀର ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିଦେବାର ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାର କଡା ଜବାବ ଦେବାକୁ ଯାଇ ମସ୍କ ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍‌ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍‌କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍‌ ସାମ୍ବାଦିକଙ୍କୁ କହିଛନ୍ତି, ‘ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍‌ ବାବଦରେ ସବୁକିଛି ଜଣାଥିଲା । କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇ ନ ଥିଲା । ହେଲେ ଇଲେକ୍ଟ୍ରିକ୍‌ ଯାନ (ଇଭି) କ୍ରୟ ମାଣ୍ଡେଟ୍‌ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍‌କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍‌କୁ ବିରୋଧ…

Read More

ଆଜି ରୁକ୍ମିଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ । ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯିବ । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଅପରାହ୍ନ ୧ ଟା ରୁ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ପାଇଁ ବନ୍ଦ ରହିବ ଦର୍ଶନ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଅବସରରେ ଏହି ନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ନାନ ପୂର୍ଣ୍ଣମୀ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ…

Read More

ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଲୱେ ଲିଙ୍କ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ବ୍ରିଜ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯାତାୟତକୁ ସହଜ କରିବ । ଭାରତର କୁତବ ମିନାର ଓ ପ୍ୟାରିସର ଆଇଫେଲ ଟାୱାର ଠାରୁ ଉଚ୍ଚ ଚେନାବ ରେଲୱେ ବ୍ରିଜର ଉଚ୍ଚତା ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ବା ୧୧୭୮ ଫୁଟ ରହିଛି ।କୁତବ ମିନାର ଉଚ୍ଚତା ୭୨ ମିଟର ଥିବାବେଳେ ଆଇଫେଲ ଟାୱାରର ଉଚ୍ଚତା ୩୨୪ ମିଟର ରହିଛି । ଷ୍ଟିଲ ଆର୍କ ଡିଜାଇନରେ ନିର୍ମିତ ଏହି ବ୍ରିଜର ମୁଖ୍ୟ ଆର୍କର ଦୈର୍ଘ୍ୟ ୪୬୭ ମିଟର ବା ୧୫୩୨ ଫୁଟ ରହିଛି । ୧୩୧୫ ମିଟର ବା ୧.୩ କିଲୋମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୭ ହଜାର ଟନ ଷ୍ଟିଲ ବ୍ୟବହୃତ…

Read More