ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୧୦୦ରୁ ୧୫୦ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଗ୍ରାମଗୁଡ଼ିକୁ ବିକଶିତ କରାଯିବ । ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ଏହି ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ସ୍ବରୂପ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ଉପରେ ଧ୍ୟାନ ପ୍ରଦାନ କରାଯିବ।ଏଥିରେ ୯ରୁ ୧୦ଟି ବିଭାଗ ମିଳିତ ଭାବେ ଗାଁର ଉନ୍ନତିରେ ସହଯୋଗ କରିବେ। ଯେତେ ବ୍ୟବସ୍ଥା ଅଛି ସବୁ ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି। ସରାକରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
Author: sanitelevision
ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ AC ନାହିଁ ସେଠାରେ କୁଲର୍ ବ୍ୟବସ୍ଥା କରାଯାଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬ ବେଡେଡ୍ ,ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ୬ ବେଡେଡ,ଜଗନ୍ନାଥ ବଲ୍ଲଭ ପାର୍କିଂରେ ୧୦ ବେଡେଡ୍, ଅବକାଶ ପୋଲିସ ହଲିଡେ ଠାରେ ୬ ବେଡେଡ୍, ଉତ୍ତର ଦ୍ଵାରରେ ହାଇଟେକ୍ ତରଫରୁ ୨୫ ବେଡେଡ୍ ହିଟ୍ ଷ୍ଟ୍ରୋକ୍ ପାଇଁ ବ୍ୟବସ୍ଥା କରାଯାଇଛି ।
ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଓଡ଼ିଶାର ପୁରୀରେ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ପୁରୀରେ ଚାଲିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ୍କୁ ପରମିଟ୍ ଦିଆଯିବ। ବସ୍ ଭଡ଼ାର ରେଟ୍ ଚାର୍ଟ ମଧ୍ୟ ପ୍ରଦର୍ଶିତ ହେବ।ଅନ୍ୟପଟେ ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତା ବୁଧବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ। । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ ।
ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା ମଧ୍ୟ ସମ ପରିମାଣର ଅପରାଧ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମର ରେଡ୍ । ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି।ନୟାପଲ୍ଲୀରେ ତିନୋଟି ଟିମର ରେଡ୍ ଚାଲିଛି । ରୋଜ ଡ୍ରଗ ହାଉସ ସମେତ ବିଭିନ୍ନ ମେଡ଼ିସିନ ଷ୍ଟୋରରେ ଯାଞ୍ଚ କରୁଛି ଡ୍ରଗସ୍ କଣ୍ଟ୍ରୋଲ ଟିମ୍ ।ଆଜିକା ସମୟରେ ଗର୍ଭପାତ କରିବା ଏକ ସାଧାରଣ କଥା ହୋଇ ଗଲାଣି। ଲୋକେ ଛୁଆ ଆବଶ୍ୟକ କରୁନଥିଲେ ବଜାରରେ ମିଳୁଥିବା ମେଡ଼ିସିନ ଖାଇ ଗର୍ଭପାତ କରିଦେଉଛନ୍ତି। କିନ୍ତୁ ଏହା ବେଆଇନ ଭାବେ କରିବା ଅନୁଚିତ।ତେବେ ଏହା ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ଉପଲବ୍ଧ ହେଉଛି।
ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କ ମୃତଦେହ ଘରେ ପଡ଼ିରହିଛି। ସୂଚନାମୁତାବକ ଗତ ୫ ବର୍ଷ ତଳେ ମୋନିକା କେରଡ଼ାଗଡ଼ର ନରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟେ ଶ୍ବଶୁର ଘରେ ଗାଇବା ଗ୍ରାମରେ ରହୁଥିଲେ । ସ୍ବାମୀ ନରେନ୍ଦ୍ର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଗତ କିଛିଦିନ ହେଲା ଗାଁକୁ ଆସିଥିଲେ । ତାଙ୍କର ୩ ବର୍ଷର ଗୋଟିଏ ଝିଅ ଥିବା ବେଳେ ସ୍ତ୍ରୀ ଛୁଆକୁ ନେଇ ନିଜ ଗାଁ କେରେଡାଙ୍ଗକୁ ଯାଇଥିଲେ ସ୍ବାମୀ । ସେଠାରେ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ପରେ ଆଜି ସକାଳୁ ପ୍ରାୟ ୩ଟା ସମୟରେ ସ୍ତ୍ରୀକୁ ଏଭଳି…
କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା । ଆଇଏଏସ୍ ୪୮୨ ରାଙ୍କ ପାଇଥିଲେ । ତାଙ୍କ ଘର ତ୍ରିପୁରା କାଞ୍ଚନପୁରରେ । ପୂର୍ବରୁ ଆଇଏଫଏସ୍ ପାଇଥିଲେ ଧୀମାନ ଚକମା । ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି । ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ୍ ପାଇଥିଲେ ।। ତେବେ ଧୀମାନ ଚକମାଙ୍କୁ ଆଜି କୋର୍ଟ ଚାଲାଣ କରିବ କଳାହାଣ୍ଡି ଭିଜଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ।…
ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଆଇଡି ବିସ୍ଫୋରଣ । ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋୌଇ ହସ୍ପିଟାଲରେ ଭର୍ତ୍ତି। ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କ ଚିକିତ୍ସା ଚାଲିଛି। ପୋଲିସ ଦଳ ପାଟ୍ରୋଲିଂରେ ବାହାରିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି।
ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍ରୁ ଖସି ପଡିଛନ୍ତି । ଟ୍ରେନ୍ରେ ଅତ୍ୟଧିକ ଭିଡ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାରକାରୀ ଦଳ, ପୁଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।









