ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଜନ୍ମଗ୍ରହଣ କରିଥିଲେ।କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା ଲାଗି ସେ ଚଳାଇଥିଲେ ଆପ୍ରାଣ ଉଦ୍ୟମ, ଯାହାର ସୁଫଳ ଆଜି ପାଉଛନ୍ତି ରାଜ୍ୟବାସୀ। ତେବେ ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ, ତାଙ୍କ ସାମ୍ୟବାଦୀ ଚିନ୍ତାଧାରା ଦ୍ବାରା ନନ୍ଦିନୀ ପ୍ରଭାବିତ ହୋଇଥିଲେ। ଛାତ୍ରୀ ଜୀବନରୁ ସେ ବେଶ୍ ସ୍ବାଭିମାନୀ ଥିବାବେଳେ, ପରବର୍ତ୍ତୀ ସମୟରେ ଜଣେ ସ୍ବନାମଧନ୍ୟ ଲେଖିକା ଭାବେ ପରିଚିତ ହୋଇଥିଲେ। ରାଜନୀତି ଓ ସାହିତ୍ୟ ପ୍ରତି ନିଜକୁ…
Author: sanitelevision
ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର । ଧାମରା ଉପକୂଳ ଚନ୍ଦନିପାଳରେ ଏହି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେବ । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ ଅଞ୍ଚଳର ଉଭୟ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ।ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଅନ୍ୟାନ୍ୟ ପ୍ରକଳ୍ପ ସକାଶେ ଅଧିକ ୫ ହଜାର ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । କୋଷ୍ଟାଲ ରେଗୁଲେସନ ଜୋନ୍ ଓ ଡିଆରଡିଓ ନିୟମ ଉଲ୍ଲଂଘନ ନକରି ବିସ୍ତୀର୍ଣ୍ଣ ଉକ୍ତ ବେଳାଭୂମିରେ ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମୋଦନ କରିବା ପରେ ଏହାର ଡିପିଆର ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏଥର ରଜରେ ପ୍ରବଳ ବର୍ଷିବ । ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ସୋମବାର ଓ ମଙ୍ଗଳବାର (୯ ତାରିଖରେ) ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁ ତାତି କମିବ। ସୋମବାର କେବଳ ସମ୍ବଲପୁରକୁ ଛାଡ଼ି ରାଜ୍ୟର ସବୁ ସ୍ଥାନରେ ତାତି ୪୦ ଡିଗ୍ରୀ ତଳେ ରହିବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି…
ରଥ ଉପକରଣ ବିକ୍ରି ପାଇଁ ଘୋଷଣା ହେଲା ଦର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଏହିସହିତ ଚଳିତ ବର୍ଷ ନୂଆ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି । ବଡ଼ ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛ ଦାମ୍ ୨୫ ହଜାର ଟଙ୍କା ରହିଛି । ତେବେ ପ୍ରତ୍ୟେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । କୌଣସି ରଥ ଉପକରଣ କିଣିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ପ୍ରଥମେ…
ପ୍ରେମ ପାଇଁ ଚାଲିଗଲା ୨ ଜୀବନ । କଟକ ଜିଲ୍ଲା ମାହାଙ୍ଗାରେ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ ।ଘଟଣାସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗ୍ରାମରେ ଭଡାରେ ରହୁଥିବା ନର୍ସ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଘର ସାଲେପୁର ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେ ଏକ ସରକାରୀ ମେଡିକାଲରେ କାର୍ଯ୍ୟରତ ଥିଲେ । ପୁରୁଷ ବନ୍ଧୁଙ୍କ ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଦୁଇ ଜଣ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା l ନର୍ସ ଜଣକ ୭ ଦିନ ହେବ ଘର ଭଡା…
ରାଜସ୍ଥାନ ଅଲୱରରେ ସୀମା ଟପିଗଲା ବର୍ବରତା । ICUରେ ଭର୍ତ୍ତି ମହିଳାଙ୍କୁ ବି ଛାଡିଲେନି । ଅଲୱରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟିଛି। ଏଫ୍ଆଇଆର୍ ଅନୁଯାୟୀ, ଅପରାଧ ଘଟିବା ପୂର୍ବରୁ ପୀଡିତାଙ୍କୁ ଏକ ନିଶା ଇଞ୍ଜେକ୍ସନ ଦିଆଯାଇଥିଲା। ସେତେବେଳେ ତାଙ୍କ ପରିବାର ୱାର୍ଡ ବାହାରେ ଅପେକ୍ଷା କରିଥିଲେ।ପୁଲିସ ରିପୋର୍ଟ ଅନୁଯାୟୀ, ପୀଡିତା ନାମ ଧରି ଡାକିବା ଆରମ୍ଭ କରିଥିଲେ। ଯାହା ଫଳରେ ୱାର୍ଡ କର୍ମଚାରୀମାନେ ତାଙ୍କ ସ୍ୱାମୀଙ୍କୁ ଡାକିଥିଲେ। ସେତେବେଳେ ତାଙ୍କ ବିଛଣା ଚାରିପାଖରେ ପରଦା ଟଣାଯାଇଥିଲା ଏବଂ ମହିଳା ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ସକାଳେ ଯେତେବେଳେ ସେ ଚେତା ଫେରିଲେ, ସେ ତାଙ୍କ ପରିବାରକୁ ଏହି ଘଟଣା ବିଷୟରେ କହିଥିଲେ। ହସ୍ପିଟାଲ ପ୍ରଶାସନ ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି।ASI ମହାବୀର ସିଂହ କହିଛନ୍ତି…
ସରକାରୀ ରେକର୍ଡରେ ଜଙ୍ଗଲ ବଢୁଛି। କିନ୍ତୁ ବାସ୍ତବ ଅଲଗା। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟର ଘୋର ଅଭାବ ଯୋଗୁଁ ଦିନକୁଦିନ ହାତିପଲ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ କିଛି କାମରେ ଆସୁନି। ଲୋକେ ସର୍ବଦା କ୍ଷତି ସହୁଛନ୍ତି। ସୂଚନାମୁତାବକ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ୭ ଦିନ ହେବ ଏକ ୨୪ଟିକିଆ ହାତୀ ପଲ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିଲେ । ଦୁଇ ଦିନ ଭିତରେ କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହ ମାଣ୍ଡିଆ ହାଣ୍ଡି ଭିତରେ ରଖିଥିବା ନଗଦ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାକୁ ମଧ୍ୟ ହାତୀ ଖାଇଦେଇଥିବା ଜଣାପଡିଛି । ପ୍ରଥମ ଦିନ ନାରିଆ ହିକକାର ଘର ଭାଙ୍ଗି ଦେଇଥିବା ସହ…
ସମ୍ବଲପୁରମୁହାଁ ହୋଇଛନ୍ତି ଛତିଶଗଡ଼ି ମାଓବାଦୀ! ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି। ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି। ସୂଚନାମୁତାବକ ଛତିଶଗଡରେ ଜୋରଦାର ଅପରେସନ ପରେ ଏବେ ଓଡ଼ିଶା ମୁହାଁ ମାଓବାଦୀ । ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ‘କାଗାର’କୁ ମିଳିଛି ବଡ଼ ସଫଳତା । ଧୀରେ ଧୀରେ ଭୁଶୁଡୁଛି ନକ୍ସଲଙ୍କ ଗଡ଼ । ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଥିଲା । ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ତେଣୁ ମାଓବାଦୀମାନେ ସମ୍ବଲପୁର ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ଏବେ ସୁରକ୍ଷାକର୍ମୀ ସମ୍ବଲପୁରମୁହାଁ ହୋଇଥିବା ଛତିଶଗଡ଼ି ମାଓବାଦୀଙ୍କୁ ସଫା କରିବାର ସମୟ ଆସିଛି। ଏହାଫଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଲକ୍ଷ୍ୟ…
କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଏହି ସମୟରେ ହେଲିକପ୍ଟରରେ ୫ ଜଣ ଯାତ୍ରୀ ବସିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ହେଲିକପ୍ଟରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି ଏବଂ ଧକ୍କା ଯୋଗୁଁ ରାଜପଥରେ ଛିଡା ହୋଇଥିବା ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ଜଣାପଡିବା ମାତ୍ରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ରିପୋର୍ଟ କରିଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଅବତରଣ ସମୟରେ ସହ- ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।ଚାରିଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା…
ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ । ତେବେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ୍ ।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୭୦ ଟଙ୍କା ରହିଛି । ଗତକାଲି ଏହା ୯୯,୬୦୦ ଟଙ୍କା ଥିଲା । ଏଥିରେ ୧୬୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୧,୩୦୦ ଟଙ୍କା ଥିଲା । ଏଥିରେ ୧,୫୦୦ ଟଙ୍କା ହ୍ରାସ ହୋଇଛି । ତେବେ ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୮୦ ଟଙ୍କା ରହିଛି । ଗତକାଲି ଏହା ୭୪,୭୦୦ ଟଙ୍କା ଥିଲା । ଏଥିରେ ୧,୨୦୦ ଟଙ୍କା ହ୍ରାସ…









