Author: sanitelevision

୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।ତେବେ, କେଉଁ ପରିସ୍ଥିତିରେ କିଭଳି ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ଗତ କିଛିଦିନ ହେବ ପେଟ୍ରୋଲ ପମ୍ପର ନବୀକରଣ କାର୍ଯ୍ୟ ଜାରି ରହିଥିବାବେଳେ ବୁଧବାର ସକାଳେ ଟାଙ୍କି କାମ ଚାଲିଥିଲା। ସେହି ସମୟରେ ହଠାତ ପେଟ୍ରୋଲ ପମ୍ପ ପାଖରେ ଥିବା ତେଲ ଟାଙ୍କି ବିସ୍ଫୋରଣ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ପେଟ୍ରୋଲ ପମ୍ପର କର୍ମଚାରୀ ବିରେନ୍ଦ୍ର ସିଂହ(୬୨)ଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଘଟଣା ପରେ ଟାଙ୍କି ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ୍ କଟର କର୍ମଚାରୀ ୨ଜଣଙ୍କୁ ଉଠାଇ ନେଇଛି ପୋଲିସ । ଘଟଣାପରେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି…

Read More

ଛତିଶଗଡ଼ ମୁହାଁ ହେଉଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ବାତ୍ୟାର ମୁଖ୍ୟ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିଲେ ମଧ୍ୟ ଏହା ସହ ଜଡ଼ିତ ବର୍ଷାବାଦଲ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରିପାରେ । ରାଜ୍ୟରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ ଓ ବ୍ରହ୍ମପୁରରେ ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି । ଆଜି ରାଜ୍ୟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଏହି ୬ ଜିଲ୍ଲାକୁ ରେଡ୍ ଆଲର୍ଟ…

Read More

ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ । ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି ।ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନ୍ୟାଲା (Nyala) ସହରରେ ଏହି ଆତ୍ମଘାତୀ ଡ୍ରୋନ୍ ହମଲା ହୋଇଛି । ଦେଶର ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ ମଙ୍ଗଳବାର ଜାରି ନିଜର ବିବୃତିରେ ଏହି ହମଲା ପାଇଁ ସୁଡାନୀ ସେନାକୁ ଦାୟୀ କରିଛି ।ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ‘ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ’ (MSF) ପୂର୍ବରୁ ସୂଚନା ଦେଇଥିଲା ଯେ, ନ୍ୟାଲାରେ ଥିବା ଏହାର ହସ୍ପିଟାଲକୁ ୩୬ଜଣଙ୍କ ମୃତଦେହ ଅଣାଯାଇଥିଲା। ଏହା ସହ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ୧୫୦ଜଣ ଗୁରୁତର ପହଞ୍ଚିଥିଲେ । ଏହି ଆତ୍ମଘାତୀ ହମଲା ପରେ ରାଜଧାନୀ ନ୍ୟାଲା ବର୍ତ୍ତମାନ ଅର୍ଦ୍ଧସାମରିକ ସଂଗଠନ ରାପିଡ୍…

Read More

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ । ପ୍ରବଳ ପବନ ସାଙ୍ଗକୁ ଉଚ୍ଚ ଉଚ୍ଚ ଜୁଆର ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ବିପଦଜନକ ପରିସ୍ଥିତି । ବିଶେଷକରି କାକିନାଡ଼ା ନିକଟସ୍ଥ ଉପ୍ପାଡ଼ା ବେଳାଭୂମି ଅଞ୍ଚଳରେ ସମୁଦ୍ରର ଶକ୍ତିଶାଳୀ ଢେଉ ମାଡ଼ରେ ଉପକୂଳ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତେବେ ବିଶାଖାପଟ୍ଟମ, ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା, ୟାନମ ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଧରାଶାୟୀ ହୋଇଛି ବିରାଟକାୟ ଗଛ । ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା । ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି ପଡ଼ିଛି । କଚା ଘର ଭାଙ୍ଗିଛି ।

Read More

ଆଉ ନାହାନ୍ତି ବରିଷ୍ଠ ନିର୍ମାତା-ନିର୍ଦ୍ଦେଶକ ବି.ପି. ସିଂହ । ଟେଲିଭିଜନ ଜଗତର ଜଣାଶୁଣା ତଥା ଲୋକପ୍ରିୟ ଶୋ’ ‘ସିଆଇଡି’ (CID) ଏବଂ ‘ଆହଟ’ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବି.ପି. ସିଂହ । ମଙ୍ଗଳବାର ସକାଳେ ହୃଦ୍ଘାତ କାରଣରୁ ତାଙ୍କର ପରଲୋକ ହୋଇଛି ।ତାଙ୍କ ନିଧନରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ବିପି ସିଂହଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି । ବିପି ସିଂହଙ୍କ ଶେଷକୃତ୍ୟ ଅକ୍ଟୋବର ୨୮ ତାରିଖରେ କରାଯିବ । CID ଓ ଆହଟ୍ ଭଳି ଲୋକପ୍ରିୟ ଧାରାବାହିକ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।ବି.ପି. ସିଂହଙ୍କ ପୂରା ନାମ ବ୍ରଜେନ୍ଦ୍ରପାଲ ସିଂହ ଥିଲା । ତାଙ୍କର ଜନ୍ମ ଉତ୍ତରାଖଣ୍ଡର ଡେରାଡୁନରେ ହୋଇଥିଲା । ସେ ୧୯୭୩ ମସିହାରେ ଦୂରଦର୍ଶନ ସହିତ ଜଣେ ସମାଚାର କ୍ୟାମେରାମ୍ୟାନ୍ ଭାବେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ…

Read More

ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ । ସରକାର ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକଙ୍କ କଥା ଶୁଣୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି ।ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ୯୧ ଜଣ ଅବସରପ୍ରାପ୍ତ…

Read More

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଛି । ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ଅଭିଯୋଗ ଆଧରରେ ଡେକୋକ୍ରାଟ୍‌ ପାର୍ଟି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଘେରିବାକୁ ଚେଷ୍ଟା କରିଛି । ସେପଟେ ଏହି ଅଭିଯୋଗ ଭିତ୍ତିହୀନ ଏବଂ ଟ୍ରମ୍ପଙ୍କୁ ଫସାଇବାକୁ ଡେମୋକ୍ରାଟ୍‌ ଯୋଜନା ପ୍ରସ୍ତୁତ କରିଛି ବୋଲି ରିପବ୍ଲିକାନ୍‌ ପକ୍ଷରୁ ଦାବି ହୋଇଛି । ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡ ବିଟ୍ରିସ୍‌ କ୍ୟୁଲ୍‌ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ନଭେମ୍ବର ୧୯୯୩ରେ ଟ୍ରମ୍ପଙ୍କୁ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ ବୋଲି କ୍ୟୁଲ ଅଭିଯୋଗ କରିଥିଲେ । ଏବେ କିନ୍ତୁ ସେ କହିଛନ୍ତି, ଟ୍ରମ୍ପ ସେଦିନ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେତେବେଳେ ତାଙ୍କର ବୟସ ୨୪ ବର୍ଷ ହୋଇଥିଲା । ଅନ୍ୟପଟେ ଇଣ୍ଡିଆନ୍ ଆମେରିକୀୟ ଇମ୍ପାକ୍ଟ ନାମକ ଏକ ଆଡଭୋକେସି ଗ୍ରୁପ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ ଦେଇଥିବା ଦକ୍ଷିଣ…

Read More

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ସମୁଦ୍ର ଅଶାନ୍ତ ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମୁଦ୍ର ସ୍ନାନ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି । ପୁରୀ ବେଳାଭୂମିକୁ ସମ୍ପୂର୍ଣ୍ଣ ରେଡ୍ ଫ୍ଲାଗ ଲଗାଯାଇଛି । ପର୍ଯ୍ୟଟକ ମାନେ ଯେଭଳି ସମୁଦ୍ର ଭିତରକୁ ନ ଯିବେ ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସମଗ୍ର ବେଳାଭୂମିରେ ପାଟ୍ରୋଲିଂ କରାଯାଉଛି । ଯେଉଁ ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଯାଉଛନ୍ତି ସେମାନଙ୍କୁ ଲାଇଫ ଗାର୍ଡ ମାନେ ବୁଝାସୁଝା କରି ସମୁଦ୍ର କୂଳକୁ ଆଣୁଛନ୍ତି । ଚନ୍ଦ୍ରଭାଗାରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି । ମୋଟ ୯୩ ଜଣ ଲାଇଫ ଗାର୍ଡ ପୁରୀ ବେଳାଭୂମିରେ ୧୬ ସେକ୍ଟରରେ ମୁତୟନ ଅଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ସମ୍ପୂର୍ଣ୍ଣ ବେଳାଭୂମିକୁ ଆଲର୍ଟରେ ରଖାଯାଇଛି ।

Read More

ସ୍ଥଳଭାଗ ମୁହାଁ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସକ୍ରିୟ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି 20 କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଏହା ବିଶାଖାପାଟଣା ଠାରୁ 220 କି.ମି. ଦକ୍ଷିଣ-ପୂର୍ବରେ, କାକିନାଡା ଠାରୁ 240 କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ 370 କି.ମି. ଦକ୍ଷିଣରେ ରହିଛି । ଆସନ୍ତାକାଲି(28 ଅକ୍ଟୋବର)ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଅର୍ଣ୍ଣବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ଚାଲିଛି ପ୍ରସ୍ତୁତି। ବାତ୍ୟା ‘ଅର୍ଣ୍ଣବ’ ପାଇଁ ଆସନ୍ତାକାଲି କଟକ ଜିଲ୍ଲାରେ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସବୁ ବନ୍ଦ ରହିବ। କେବଳ ଆସନ୍ତାକାଲି ଗୋଟିଏ ଦିନ ପାଇଁ ହିଁ ବନ୍ଦ ରହିବ ଏହି ସବୁ ଶିକ୍ଷାନୁଷ୍ଠାନ। କଟକ ଜିଲ୍ଲାପାଳ…

Read More

ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ୨୦୨୩ରେ ପଠାନ୍ ଓ ଯବାନ୍ ଭଳି ବ୍ଲକ୍ବଷ୍ଟର ଫିଲ୍ମ ଦେଇ ବକ୍ସ ଅଫିସକୁ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । । ପୋଷ୍ଟରରେ ଶାହରୁଖଙ୍କ ଦମ୍‌ଦାର ଲୁକ୍‌, ତୀକ୍ଷ୍ଣ ଚାହାଣି ଓ ଓଠରେ ଗୋଲାପ ତାଙ୍କ ଚରିତ୍ରକୁ ଆହୁରି ଆକର୍ଷଣୀୟ କରିଛି। ଆକ୍ସନ୍‌ ସହ ରୋମାନ୍ସର ଝଲକ ଦେଉଥିବା ଏହି ପୋଷ୍ଟର ଏବେ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।କିଙ୍ଗ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଅଭୟ ବର୍ମା, ଅନିଲ କପୁର ଓ ଦୀପିକା ପାଦୁକୋନଙ୍କ ଭଳି କଳାକାର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ସୁହାନା ଖାନ୍ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି…

Read More