Author: sanitelevision

ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ବ୍ୟାଙ୍କ ଗ୍ରାହକଙ୍କୁ ସେବା ପାଇବାରେ ଅସୁବିଧା ହେବା ଆଶଙ୍କା ରହିଛି । ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ଯ୍ୟ ଦିବସ, PLI,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହାଦ୍ଵାରା ବ୍ୟାଙ୍କ ଶାଖା କାର୍ଯ୍ୟ, ଶାଖାରେ କ୍ୟାସ ଜମା, ଟଙ୍କା ଉଠାଣ ଏବଂ ଚେକ୍ କ୍ଲିୟରାନ୍ସ ଆଦି କାମ ପ୍ରଭାବିତ ହୋଇଛି ।ଆଜି ଶୁକ୍ରବାର ଧର୍ମଘଟ, ମାସର ଦ୍ଵିତୀୟ ଶନିବାର, ରବିବାର, ଗଣେଶ ପୂଜା ପାଇଁ ସୋମ‌ବାର ଓ ନୂଆଁଖାଇ ପାଇଁ ମଙ୍ଗଳବାର ବ୍ୟାଙ୍କ ଛୁଟି ରହିବ । ଏହି ଦିନଗୁଡ଼ିକରେ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ । ଓଡ଼ିଶାରୁ ଏହି ଧର୍ମଘଟରେ ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ…

Read More

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନସ୍ଥିତ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲେ। ଏହି ଭୟାନକ ସିରିଜ୍ ଆକ୍ରମଣରେ ମୋଟ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ତେବେ ନ୍ୟୁୟର୍କ ଆକାଶରେ ଏକ ଭାବବିହ୍ୱଳ କରିଦେବା ଦୃଶ୍ୟ ଥିଲା । ୯/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ୨,୯୭୭ଟି ଡ୍ରୋନ୍ ର ଆଲୋକରେ ଟ୍ୱିନ୍ ଟାୱାରର ପ୍ରତିକୃତି ତିଆରି କରାଯାଇଛି । ନ୍ୟୁୟର୍କ ହାର୍ବର ଉପରେ ଆକାଶରେ ଡ୍ରୋନ୍ ଗୁଡ଼ିକୁ ସଜାଇ ପୂର୍ଣ୍ଣ ଆକାରର ଟ୍ୱିନ୍ ଟାୱାର ଭଳି ଦୃଶ୍ୟ ସୃଷ୍ଟି କରାଯାଇଥିଲା ।ଏହି ପ୍ରଦର୍ଶନର ସବୁଠାରୁ ଭାବପ୍ରବଣ ଦିଗ ଥିଲା ଡ୍ରୋନ୍ ସଂଖ୍ୟା । ୨,୯୭୭ଟି ଆଲୋକ ମଧ୍ୟରୁ ପ୍ରତ୍ୟେକ…

Read More

UG ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଆବେଦନ ତାରିଖ ଗତକାଲିଠୁ ଅପରାହ୍ନରୁ ଆରମ୍ଭ ହୋଇ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । 20 ତାରିଖରେ ଆବେଦନାକାରୀଙ୍କ ତାଲିକା ସହିତ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀ 24-26 ତାରିଖ ମଧ୍ୟରେ ସାମ୍ସ ଇ -ସ୍ପେସରେ ସମ୍ପୂର୍ଣ୍ଣ ତଥ୍ୟକୁ ଅପଡେସନ କରିପାରିବେ । ତେବେ ଶିକ୍ଷାବର୍ଷ ୨୦୨୬–୨୭ ପାଇଁ SAMS ଅଧୀନରେ ୪ ବର୍ଷିଆ ITEP କୋର୍ସର ଫେଜ୍–୨ ନାମଲେଖା ସମୟସୂଚୀ ପ୍ରକାଶ ପାଇଛି । ଅନଲାଇନରେ ଆବେଦନ ଗତକାଲି (ଗୁରୁବାର) ଠାରୁ ଆରମ୍ଭ ହୋଇ 20 ତାରିଖ ସକାଳ 10 ପର୍ଯ୍ୟନ୍ତ ଶେଷ ଆବେଦନ ସମୟ ରହିଛି ।ଛାତ୍ରଛାତ୍ରୀ NCET–୨୦୨୬ ସ୍କୋର ଏବଂ ଯୁକ୍ତ ଦୁଇରେ ଅତିକମ୍ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ । ଯୋଗ୍ୟ ପ୍ରାର୍ଥୀମାନେ ୧୦ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ITEP ଫେଜ୍–୨…

Read More

ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ମାଟି ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।ସୂଚନାନୁଯାୟୀ, କଟପାଡି ନିକଟସ୍ଥ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ ଚର୍ଚ୍ଚ ଅଫ୍ ସାଉଥ୍ ଇଣ୍ଡିଆ କୋଠାର ଛାତ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରମିକମାନେ ଛାତ ପାଇଁ କଂକ୍ରିଟ୍ ଢାଳୁଥିଲେ ଯେତେବେଳେ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଲୋକମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ । ସୂଚନା ପାଇବା ପରେ NDRF ଟିମ୍, ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହିତ ମିଶି ନିର୍ମାଣସ୍ଥଳରେ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଓ ୧୧ ଜଣ ଆହତ ହୋଇଛନ୍ତି । ଆହତ…

Read More

ଶନିବାରଠାରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଗଦର୍ଶନ ଦେବା ପାଇଁ ଆୟୋଜିତ ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ୍‌, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍‌ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଭଳି ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଏକାଠି ହେଉଛନ୍ତି। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ର ଏଥିରେ ସାମିଲ ହେବେ। । ଏହା ସହିତ ରାଜଧାନୀ ଦିଲ୍ଲୀ ଏବେ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସମ୍ମିଳନୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରାଯାଇଛି । ଲୁଟିୟନ୍ସ ଦିଲ୍ଲୀ ଏବଂ VVIP ଅଞ୍ଚଳଗୁଡ଼ିକୁ ଏକାଧିକ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିମାନବନ୍ଦରଠାରୁ ଭାରତ ମଣ୍ଡପମ ଏବଂ ବିଦେଶୀ ଅତିଥିମାନେ ରହିବାକୁ ଥିବା ହୋଟେଲ…

Read More

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। । ପୁରୀ ସଦର ଚନ୍ଦନପୁର ଅଞ୍ଚଳର ବଂଶୀଧର ପ୍ରଧାନଙ୍କ ସ୍ତ୍ରୀ ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ । ରକ୍ତହୀନତା କାରଣରୁ ଗତ ୭ ତାରିଖରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା । ରକ୍ତ ପରୀକ୍ଷା କରାଯାଇ ଡାକ୍ତର ତାଙ୍କର ବ୍ଲଡ ଗ୍ରୁପ୍ A+VE ବୋଲି ଉଲ୍ଲେଖ କରି ତୁରନ୍ତ ତାଙ୍କୁ ବ୍ଲଡ ଦେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ୯ ତାରିଖରେ ତାଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ…

Read More

ଇଣ୍ଡୋନେସିଆ ଫେରିପାରନ୍ତି ଓରଙ୍ଗଉଟାନ। ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଚିଠି ଲେଖିଛି ଇଣ୍ଡୋନେସିଆ ।ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ/ଉଦୟପୁର ବ୍ଲକ୍ ନିକଟ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଙ୍ଗଲରୁ ବନ ବିଭାଗ ୫ଟି ଶିଶୁ ଓରାଙ୍ଗଉଟାନ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କ ବୟସ ପ୍ରାୟ ୧ରୁ ୧.୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଉଦ୍ଧାର ସମୟରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇ ଚିକିତ୍ସା ଓ ଯତ୍ନ ନିଆଯାଉଛି। ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଇଣ୍ଡୋନେସିଆ ସରକାର । ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ଶାବକମାନଙ୍କ ଉତ୍ସ ଯାଞ୍ଚ ସହ ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପ୍ରକ୍ରିୟା ଚାଲିଥିବା ଇଣ୍ଡୋନେସିଆ ସରକାର କହିଛନ୍ତି । ପ୍ରାଥମିକ ଶାରୀରିକ ଓ ଆକୃତିଗତ ଯାଞ୍ଚରୁ ଏହି…

Read More

୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ ବିମାନବନ୍ଦରରେ ରୁଷିଆର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।୨୦୨୨ ଫେବୃଆରୀରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ବାହାରେ ଏହା ପୁଟିନଙ୍କ ପ୍ରଥମ ପ୍ରତ୍ୟକ୍ଷ ବ୍ରିକ୍ସ ସମ୍ମିଳନୀ ଗସ୍ତ।ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭଙ୍କ ସୂଚନାନୁସାରେ, ବ୍ରାହ୍ମୋସ କ୍ଷେପଣାସ୍ତ୍ରର ଆଧୁନିକୀକରଣ, ଏସ୍-୪୦୦ ବାୟୁ ପ୍ରତିରୋଧ ପ୍ରଣାଳୀର ବାକି ଯୋଗାଣ ଏବଂ ସୁ-୫୭ ଯୁଦ୍ଧବିମାନ ଯୋଗାଣ ନେଇ ଆଲୋଚନା ଚାଲିଛି। ଏହାଛଡ଼ା ଭାରତରେ ନୂତନ ବେସାମରିକ ପରମାଣୁ ରିଆକ୍ଟର ସ୍ଥାପନ…

Read More

ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଲଘୁଚାପ ସୃଷ୍ଟି ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ ଦିଆଯାଇଛି।କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, ୱଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।ଆସନ୍ତାକାଲି ମଧ୍ୟ କଳାହାଣ୍ଡି ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେବଳ ବର୍ଷା ନୁହେଁ,…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ମାସ ଧରି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ହେବ।ଏହି କାର୍ଯ୍ୟକ୍ରମ ଜରିଆରେ ଲୋକାଭିମୁଖୀ ସେବା କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।ଶୁଭାରମ୍ଭ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ, ଯାହା ରାଜ୍ୟର ସବୁଠାରୁ ବଡ଼ ରକ୍ତଦାନ ଶିବିର ଭାବେ ଆୟୋଜିତ ହେବାକୁ ଯାଉଛି। ଏହାସହ ସେହିଦିନ ସନ୍ଧ୍ୟା ୭ଟାରେ ସରକାରୀ ଯୋଜନାର ସମସ୍ତ ଲାଭାର୍ଥୀଙ୍କ ସମେତ ସାଧାରଣ ନାଗରିକଙ୍କୁ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି।ଏହି ମାସବ୍ୟାପୀ ଅଭିଯାନରେ ଶିକ୍ଷାନୁଷ୍ଠାନ ଓ ଗ୍ରାମାଞ୍ଚଳକୁ ବିଶେଷ ଭାବେ ସାମିଲ…

Read More