କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କ ସହ ହୋଇଥିବା ବର୍ବରତା ମନରୁ ନ ଲିଭୁଣୁ ପୁଣି ଥରେ ସେଠାରେ ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସହ ବର୍ବରତା ଘଟଣା ସାମ୍ନାକୁ ଆସିଛି। ସହରର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବ ଛାତ୍ର ଯିଏ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ଜିଲ୍ଲା ମହାସଚିବ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଯାଞ୍ଚ କରୁଥିବା କହିଛି ।ପୋଲିସ ସୂତ୍ରରୁ ଜଣାପଡିଛି ଯେ ପୀଡିତା ଟାଉନ ଥାନାରେ ପହଞ୍ଚିଥିଲେ। ସେ କଲେଜର ଦୁଇ କର୍ମଚାରୀ ଏବଂ ଜଣେ ପୂର୍ବତନ ଛାତ୍ରୀଙ୍କ ବିରୋଧରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ତାଙ୍କୁ ନ୍ୟାଶନାଲ ମେଡିକାଲ କଲେଜରେ ପରୀକ୍ଷା କରାଯାଇଛି।ପୀଡିତାଙ୍କ କହିବା…
Author: sanitelevision
ଉଚ୍ଚ ଶିକ୍ଷା ବିଭାଗର ଚିଠି । ୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ ଆଡ଼ମିଶନ ପ୍ରକ୍ରିୟାକରଣ ଏବେ ବନ୍ଦ କରାଯାଇଛି । ମୁଖ୍ୟତଃ B.ED, M.ED, ଏବଂ B.H. ED । ୨ ବର୍ଷିଆ ଏହି କୋର୍ସ ଗୁଡିକ ପାଇଁ ହୋଇଥିବା ଏଣ୍ଟ୍ରାସ ସ୍କୋରରେ ଅନେକ ଅଭିଯୋଗ ହୋଇଥିବା କାରଣରୁ ପୁନଶ୍ଚ ବିଷୟ ଭିତ୍ତିକ ଅଭିଜ୍ଞ ଏକ୍ସପର୍ଟ ମାନେ ଆଉ ଥରେ ଭେରିଫାଏ କରିବେ । ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଘୋଷଣା ହେବା ପରେ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।
ସୋମବାର ଅର୍ଥାତ୍ ଜୁନ୍ ୩୦ ତାରିଖରେ ଜନ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ୧୦ଟା୩୦ରୁ ଭୁବନେଶ୍ୱର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ଠାରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ । ଏନେଇ ଶୁକ୍ରବାର ଦିନ ୧୨ଟାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଜି ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ପଞ୍ଜୀକରଣ, ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।ଲୋକମାନେ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।
୧୪୮ତମ ଜଗନ୍ନାଥ ରଥଯାତ୍ରା ଅହମଦାବାଦରେ ଚାଲିଛି। ଏହି ଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଚେଷ୍ଟା ପରେ ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ।ହାତୀ ବେକାବୁ ହେବାର ଭିଡିଓ ମଧ୍ୟ ଭାଇରଲ ହୋଇଛି । ଡିଜେର ବିକଟାଳ ସାଉଣ୍ଡରେ ହାତୀ ରାଗି ଯାଇଥିଲା ଆଉ ଦୌଡିବାକୁ ଲାଗିଥିଲା । ଗୋଟିଏ ହାତୀକୁ ଦେଖି ରଥଯାତ୍ରାକୁ ଆସିଥିବା ଅନ୍ୟ ହାତୀ ମଧ୍ୟ ବେକାବୁ ହୋଇଯାଇଥିଲେ । କୁହାଯାଉଛି କି, ରଥଯାତ୍ରାରେ ୫-୬ ହାତୀ ବେକାବୁ ହୋଇଯାଇଥିଲେ । ୩ଟି ହାତୀ ରଥଯାତ୍ରା ରୁଟରେ ଦୌଡିଥିଲେ । ହାତୀକୁ ଦୌଡିବା ଦେଖି ଭୟଭୀତ ହୋଇ ଭକ୍ତମାନେ ମଧ୍ୟ ଦୌଡିଥିଲେ ।ଏହି ଦଳାଚକଟାରେ ତିନିରୁ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମ ପ୍ରତିନିଧି।…
ପବିତ୍ର ରଥଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ । ଏହାପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ । ବଡଦାଣ୍ଡରେ ଆଜି ହନୁମାନ, ମହାଦେବ ପୁଣି ବୃନ୍ଦାବନ କୃଷ୍ଣ ବେଶଧାରୀଙ୍କ ଭିଡ । ବିଭିନ୍ନ ବେଶ ଧାରଣ କରି ମହାପ୍ରଭୁଙ୍କ ସେବା କରିବାକୁ ବାହାରି ପଡିଛନ୍ତି ଏହି ବେଶଧାରୀ ନୃତ୍ୟଶିଳ୍ପୀ । ରଥଯାତ୍ରାରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ପରିବେଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏଥର ବି ରଥଯାତ୍ରାରେ କିଏ ହନୁମାନ ବେଶରେ ତ କିଏ ଶିବ ବେଶରେ ଆଉ କିଏ ଗନ୍ଧର୍ଭ ବେଶରେ ଆଉ କିଏ କୃଷ୍ଣ ରୂପରେ ନୃତ୍ୟ ପରିବେଷଣ…
ଆଜି ପବିତ୍ର ଘୋଷ ଯାତ୍ରା । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିଛି । ତେବେ ଏହାରି ଭିତରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି ।କୋଭିଡ ଓ ରାଜ୍ୟରେ ବ୍ୟାପୁଥିବା ହଇଜାକୁ ଆଖି ଆଗରେ ରଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ପୁରୀରେ ହସ୍ପିଟାଲ ପ୍ରସ୍ତୁତ ଅଛି । ଅଧିକ ବେଡ଼, ଆଇସିୟୁ, ଅଧିକ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁତୟନ କରାଯାଇଛି । ପୁରୀରେ ରହି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏସବୁର ପ୍ରତ୍ୟକ୍ଷ ତଦାରଖ କରିବେ । ପୁରୀର ଖାଦ୍ୟର ମାନ ପରୀକ୍ଷା ହେଉଛି । ୫ଟିରୁ ଅଧିକ ଟିମ ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । ତେବେ କେବଳ ଆଜି ନୁହେଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ସ୍ଥିତି…
ରାଜସ୍ଥାନରେ ଥିବା ବୁନ୍ଦି ଜିଲ୍ଲାର ରାମଗଡ଼ ବିଶଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି ।ଭିଡିଓରେ ଦେଖାଯାଇଥିଲା ଯେ ବର୍ଷାରେ ଭିଜିବା ପରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିବା ଏକ ଆହତ ଚିତାବାଘ ଏକ ଗଛ ତଳେ ବସିଛି ଏବଂ ଗତି କରିପାରୁନାହିଁ ।ଚିତାବାଘର ଅବସ୍ଥାର ସୁଯୋଗ ନେଇ ସ୍ଥାନୀୟ ଗ୍ରାମବାସୀ ସେଠାରେ ଏକାଠି ହୋଇଥିଲେ । କିଛିଜଣ ବାଘର ବେକରେ ସ୍କାର୍ଫ ବାନ୍ଧି କୁକୁର ପରି ବୁଲାଇଲେ । ଅନ୍ୟମାନେ ସେଲ୍ଫି ନେଲେ ଏବଂ ଭିଡିଓ କରିଲେ । ଚିତାବାଘ ଏହି ସମସ୍ତ ସମୟ ପାଇଁ ଅତ୍ୟନ୍ତ ଭୟଭୀତ ଥିଲା, କିନ୍ତୁ ସେ କାହାକୁ ଆକ୍ରମଣ କରିନଥିଲା । କିଛି ଲୋକଙ୍କ ହାତରେ ବାଡ଼ି ଥିଲା ଏବଂ ସେମାନେ ତା’ ପାଖରେ ଠିଆ ହୋଇ ଭିଡିଓ ସୁଟିଂ କରୁଥିଲେ । ଜଣେ ବ୍ୟକ୍ତି ଚିତାବାଘକୁ ବେକରେ ବାନ୍ଧି ଟାଣି ଟାଣି ନେଉଥିବାର ଦେଖାଯାଇଥିଲା । ଚିତାବାଘ ସମ୍ପୂର୍ଣ୍ଣ ଶାନ୍ତ…
ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ରଥଯାତ୍ରାର ଏକ ଭିଡିଓ ଶେୟାର କରି କହିଛନ୍ତି, ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା…ପୂରା ବିଶ୍ୱରେ ରଥଯାତ୍ରାର ସ୍ବତନ୍ତ୍ର ପରିଚୟ ରହିଛି। ବିଭିନ୍ନ ରାଜ୍ୟରେ ଧୂମଧାମ୍ରେ ରଥଯାତ୍ରା ପାଳନ କରାଯାଏ। ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଅଭୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । X ରେ କହିଛନ୍ତି, “ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ…
ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ବାର ଚକଡ଼ାରେ ତିନିରଥ ବିଜେ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସବୁ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ ।ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି ପରଂବ୍ରହ୍ମ ।ପୁଷ୍ପ ରୂପକ ବର୍ଷା ମହାପ୍ରଭୁଙ୍କ ସ୍ବାଗତ ଜଣାଇବା ପାଇଁ ବର୍ଷୁଛି । ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି ପବିତ୍ର ବଡ ଦାଣ୍ଡରେ । ମହାପ୍ରଭୁଙ୍କ ରଥ ଟାଣିବାକୁ ଭକ୍ତ ମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଚି। ଓଡ଼ିଶୀ…
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମ୍ପତି ମଧ୍ୟ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ।









