Author: sanitelevision

ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ Xରେ ପୋଷ୍ଟ କରି ନବୀନ କହିଛନ୍ତି, ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ଗତ କାଲିର ନନ୍ଦିଘୋଷ ରଥ ଟାଣିବାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେବ ନାହିଁ । ସୂଚନାମୁତାବକ ଗତକାଲି ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ…

Read More

ରଥଯାତ୍ରାରେ ଅଘଟଣ। ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ। ଭିଡ଼ ଅଧିକ ହୋଇଥିବା କାରଣରୁ ଠେଲା ପେଲା ବେଳେ ରଥଚକ ତଳେ ପଡ଼ିଯାଇଥିଲେ ଯୁବକ। ଫଳରେ ରଥ ତାଙ୍କ ଉପରେ ଚଢ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହେଲା।ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ତେବେ ରଥଚକା ତଳେ ପଡି ଯିବା ଫଳରେ ରଥ ତାଙ୍କ ଉପରେ ଚଢ଼ିଗଲା। ସଙ୍ଗେ ସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Read More

ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍‌ଲାଇନରେ ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ପୁଲିସ କହିଛି କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍‌ ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ କରିଥିଲେ ଦୁଇ ଝିଅ ଉଭୟ ମେଧାବୀ ଛାତ୍ରୀ । ସେମାନଙ୍କ ମଧ୍ୟରୁ ଜଣେ ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ରୀ ଥିବାବେଳେ ଅନ୍ୟ ଜଣେ ତାଙ୍କ +୨ ପରୀକ୍ଷା ପରେ କଲେଜରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିଲେ । ସେମାନେ ଏଚ୍‌ଡି କ୍ୟାମେରାରେ ନିଜର ଶାରୀରିକ ସମ୍ପର୍କର ଭିଡିଓ ପ୍ରସ୍ତୁତି କରି ତାକୁ ଆପ୍‌ ଜରିଆରେ ବିକ୍ରି କରୁଥିଲେ । ଲାଇଭ୍‌ ଷ୍ଟ୍ରିମିଂ ପାଇଁ ୨ ହଜାର ଟଙ୍କା ଏବଂ ଅଶ୍ଳୀଳ ଭିଡିଓ…

Read More

ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ । ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ ହୋଟେଲ ମେ ଫେୟାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ମଧ୍ୟାହ୍ନ 12ଟାରେ ବାହାରିବେ। ସେଠାରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ ଓ ପୂଜା କରିବେ। ଅପରାହ୍ନ 2ଟା 50 ମିନିଟରେ ମହୋଦଧିରେ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଲାଇଫଗାର୍ଡମାନଙ୍କ ସହିତ ଆଲୋଚନା କରିବେ। ଏବଂ 3ଟା 10 ବେଳକୁ ସେ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାଯାଇଛି। ତେବେ ଲୋକଙ୍କ ଧାର୍ମିକ ଭାବନାକୁ…

Read More

ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗି ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀଙ୍କୁ ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ହେଲା ପରି ଅନୁଭବ ହେଲା । ଛାତିରେ ଯନ୍ତ୍ରଣା ହେବା କାରଣରୁ ସ୍ବାମୀ ପରାଗ ତ୍ୟାଗି ଶେଫାଳିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର୍ଡିଆକ୍ ଆରେଷ୍ଟ୍ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି ଡାକ୍ତର । ଅଭିନେତ୍ରୀଙ୍କ ଶବକୁ କୁପର୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ୨୦୦୨ରେ ମ୍ୟୁଜିକ ଭିଡିଓ କାଣ୍ଟା ଲଗା ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । କାଣ୍ଟା…

Read More

ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଭିଜିଲାନ୍ସ ମାଡ଼ିବସିଛି ।ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ବ୍ରହ୍ମପୁର ରାମହରିନଗର ତିନି ମହଲା ବିଶିଷ୍ଟ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ସେହିପରି ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍‌, ପୁରୀରେ ଥିବା ଫ୍ଲାଟ୍‌, କବିସୂର୍ଯ୍ୟନଗର ଗୁଡ଼ିଆଳିରେ ଥିବା ତାଙ୍କର ପୈତୃକ ବାସଭବନ, ପୁରୁଷୋତ୍ତମପୁର ବେଢ଼ରେ ରହୁଥିବା ତାଙ୍କ ଶ୍ୱଶୁର ଘର ଓ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏଭଳି ୭ଟି ସ୍ଥାନରେ ଟିମ୍‌ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

Read More

ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା ୮ ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ ବିଶେଷଜ୍ଞ ।ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍. କେ. ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ASI ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।

Read More

ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଆଜି ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ୨୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

Read More

ଟଙ୍କ ତୋରାଣିକୁ ଅବଢ଼ା ତୋରାଣି ମଧ୍ୟ କୁହାଯାଇଥାଏ। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ମିଳୁଥିବା ଏକ ପାନୀୟ। ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗ ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ପ୍ରସ୍ତୁତ କରାଯାଏ। ରଥଯାତ୍ରା ସମୟରେ ବଡ଼ଦେଉଳରୁ ମାଉସୀ ମା’ ମନ୍ଦିର ଯାଏ ରଥ ଟାଣି ନେଲାବେଳେ ଲୋକମାନଙ୍କୁ ସେବନ ପାଇଁ ଏହି ଟଙ୍କ ତୋରାଣୀ ପରସାଯାଇଥାଏ।୧୫୧୨ ମସିହାରେ କବୀରଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ ଟଙ୍କ ତୋରାଣି ପରସାଯିବା କବୀର ଚଉରା ମଠରେ ଲିପିବଦ୍ଧ ହୋଇଛି।

Read More

ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଛି । ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତେବେ ରଥଯାତ୍ରାରେ ଗୁଳୁଗୁଳିକୁ ଭିତରେ ୩୭୫ ଭକ୍ତ ଅଚେତ୍‌ ହୋଇପଡ଼ିଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ହାଇଟେକ୍ ମେଡିକାଲର ଅସ୍ଥାୟୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ରଥଯାତ୍ରାକୁ ଆସିଥିବା ଭକ୍ତମାନେ ପ୍ରବଳ ଗୁଳୁଗୁଳିରେ ଅଚେତ୍‌ ହୋଇପଡନ୍ତି । କେତେକ ରଥଟଣା ବେଳେ ଆହତ ହୋଇଥାଆନ୍ତି…

Read More