Author: sanitelevision

ବର୍ଷା ଋତୁ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ପ୍ରତିବର୍ଷ ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ପ୍ରବେଶ ନିଷେଧ କରାଯାଇଥାଏ। କାରଣ ବର୍ଷାରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ କଚ୍ଚା ରାସ୍ତାଗୁଡ଼ିକ ଧୋଇଯାଇ ବିପଦସଙ୍କୁଳ ହୋଇପଡ଼େ। ବର୍ଷା ପରେ ଆବଶ୍ୟକ ଭିତ୍ତିଭୂମି ମରାମତି କରାଯିବା ସହ ଶିମିଳିପାଳ ପୁଣି ଖୋଲିଥାଏ। ତେବେ ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଅଭୟାରଣ୍ୟ ବନ୍ଦ ନିର୍ଦ୍ଦେଶ ବଳବତ୍ତର ରହିବ। ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍‌ ପ୍ରକଳ୍ପ ବୁଲିପାରିବେ।

Read More

ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀବିଗ୍ରହମାନଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ । ଏହା ଏକ ଗୁପ୍ତ ନୀତି। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି ।

Read More

ପଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ। ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ତାଙ୍କୁ ଏକ ସ୍କୁଲରେ ଚାକିରି କରାଇ ଦେବା ବାହାନାରେ ୨୦୧୩ ମସିହାରୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ଏହି ଆରୋପକୁ ମିଛ ବୋଲି କହିଛନ୍ତି।ମହିଳା ଜଣକ କହିଥିଲେ, ‘ଥରେ ମହାରାଜ ମୋତେ ଫୋନ୍ କରି ତାଙ୍କ ଆଶ୍ରମରେ ପାଞ୍ଚ ଦିନ ରହିବାକୁ କହିଥିଲେ। ସେ ମୋତେ ଏଠାରେ ମଧ୍ୟ ଅନେକ ଥର ଦୁଷ୍କର୍ମ କରିଥିଲେ। ତା’ପରେ ସେ ମୋତେ ଘରକୁ ଫେରିବାକୁ କହିଥିଲେ ଏବଂ ପ୍ରତି ମାସରେ ଟଙ୍କା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।’ପୀଡିତା କହିଛନ୍ତି ଯେ, ୨୦୧୩ ମସିହାରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ଅଭିଯୁକ୍ତ କିଛି ସ୍କୁଲ କର୍ମଚାରୀଙ୍କ ସହିତ ତାଙ୍କୁ ଗର୍ଭପାତ ପାଇଁ ଏକ ଘରୋଇ…

Read More

ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ତିନି ଭାଇଙ୍କର ହୋଇଛି ଅକାଳ ବିୟୋଗ । ତିନି, ତିନୋଟି ଶବ ମଶାଣିରେ ଜୁଇ ଜଳିବା ଘଟଣା ଗାଁ ବାସୀଙ୍କୁ କରିଛି ସ୍ତବ୍ଧ । ଗୁରୁବାର ସନ୍ଧ୍ୟାରେ କୌଣସି କାମ ପାଇଁ କାର ଯୋଗେ ଯାଉଥିଲେ ପୁଫୁଗାଁ । ଠିକ୍ ଏହି ସମୟରେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇଥିଲା କାର । ଗାଡିଟି ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କାର୍‌ । ଫଳରେ ଗାଡ଼ିରେ ଯାଉଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଭାଇଙ୍କର ଘଟଣା ସ୍ଥଳରେ ହୋଇଥିଲା ମୃତ୍ୟୁ । ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।ମୃତକଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ହେବ । ତିନି ଭାଇଙ୍କ…

Read More

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲା ବ୍ରହ୍ମ ତାଳଧ୍ବଜ ରଥ । କିନ୍ତୁ ରଥଟଣା ବେଳେ ବାମ ମୋଡ଼ ଯୋଗୁଁ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ରେଲୱେ ଜ୍ୟାକ୍‌ର ସହାୟତା ନିଆଯାଇଛି । ଆଜି ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ରଥ ଟଣା । ଗତକାଲି ପହଣ୍ଡି ପରେ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥ ଯାଇ ଅଟକିଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଅପେକ୍ଷା କରିଛନ୍ତି lକେନ୍ଦ୍ରପଡ଼ା ଶ୍ରୀବଳଦେବଜିଉଙ୍କ ରଥଯାତ୍ରାରେ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି । ପୂର୍ବରୁ ଏଭଳି ସମସ୍ୟା ହେବାରୁ ରାସ୍ତା କଡ଼କୁ ମାଡ଼ିଯାଇଥିଲା ବ୍ରହ୍ମ ତାଳଧ୍ବଜ ରଥ । ଜାମର ଲଗାଇ ରଥ ଚକକୁ ସଳଖିବାକୁ ଚେଷ୍ଟା କରାଯାଉଥିଲା । ଚଳିତବର୍ଷ ମଧ୍ୟ ଏଭଳି ମସସ୍ୟା ବେହାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

Read More

‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ। ପିପିଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା। ୩ ଜଣ ଯୁବତୀ ସ୍କୁଟିରେ ପୁରୀ ଯାଉଥିଲେ। ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ଆମ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଆଉ ଏକ ସ୍କୁଟି ସାଇଡ ମାରିବାରୁ ତଳେ ପଡି ଯାଇଥିଲେ ୩ ଯୁବତୀ । ତଳେ ପଡିଯାଇଥିବା ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ । ମୃତକମାନେ ଭୁବନେଶ୍ୱର ଓ କେନ୍ଦ୍ରପଡାର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

Read More

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ସହ ବିଶ୍ୱର ଅନେକ ସ୍ଥାନ । ତେବେ ଚିଲିକା ମଧ୍ୟରେ ଥିବା ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ସ୍ଥିତ ନୀଳ ଜଳ ରାଶିରେ ହୋଇଛି ନିଆରା ରଥଯାତ୍ରା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀସ୍ଥିତ ଚିଲିକା ନୀଳ ଜଳ ରାଶି ମଧ୍ୟରେ ଥିବା କାଙ୍କଣ ଶିଖରୀ କୁଦରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ନୌକାରେ ପ୍ରସ୍ତୁତ ରଥରେ ତିନି ଠାକୁର ରଥାରୁଢ଼ ହୋଇ କାଙ୍କଣ ଶିଖରୀ କୁଦରେ ଚତୁପାର୍ଶ୍ବ ପରିକ୍ରମା କରି ରଥଯାତ୍ରା ଅନୁଷ୍ଠିତ ହୁଏ । ସମଗ୍ର ବିଶ୍ୱରେ ସ୍ଥଳ ପଥରେ ରଥ ଯାତ୍ରା ହେଉଥିବା ବେଳେ କାଙ୍କଣ ଶିଖରୀରେ ଚିଲିକାର ନୀଳ ଜଳରାଶିରେ ରଥଯାତ୍ରା ଅନୁଷ୍ଠିତ ହେଉଅଛି । ୧୭୩୧ ରେ ମୁସଲିମ ଶାସକ ତକି ଖାଁ ଶ୍ରୀମନ୍ଦିରକୁ ଅକ୍ରମଣ କରିଥିଲା । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ କାଙ୍କଣ ଶିଖରୀରେ ଗୁପ୍ତ ଭାବରେ ଲୁଚାଇ ରଖିଥିଲେ…

Read More

ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପରାଗ। ତାଙ୍କୁ ପାକିସ୍ତାନ ମାମଲାର ବିଶେଷଜ୍ଞ ଭାବରେ ମଧ୍ୟ ଜଣାଯାଏ।ପରାଗ ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର।ଉଲ୍ଲେଖନୀୟ ଯେ, ୨୧ ସେପ୍ଟେମ୍ବର ୧୯୬୮ ରେ ଭାରତୀୟ ଗୁଇନ୍ଦା ସଂସ୍ଥା RAW ର ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥାର ପ୍ରଥମ ମୁଖ୍ୟ ଆରଏନ୍ କାଭ୍ ଥିଲେ। ଏହି ଏଜେନ୍ସିର ମୁଖ୍ୟକାମ ହେଲା ବିଦେଶୀମାନେ ଭାରତ ବିରୋଧରେ କେଉଁଠି ଓ କିଭଳି…

Read More

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ତେବେ ଆଜି ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୭ , ୮୦୦ ଟଙ୍କା ହୋଇଛି ।

Read More

ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ପେଲାଠେଲା ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ ୭୪୨ ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି ମୃତାହତ ହୋଇନାହାନ୍ତି । ତେବେ ଗତକାଲି ମୋଟ ୩୫୦୦ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୀ ଆଇଡିଏଚ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରଥ ଟଣା ବେଳେ ଅସହ୍ୟ ଗୁଳୁଗୁଳିରେ ବେହୋସ ହୋଇ ଓ ବିଭିନ୍ନ କାରଣରୁ ଖଣ୍ଡିଆ ଖାବରା ହୋଇ ୭୪୨ ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

Read More