କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାଯ୍ୟ । ଧାର୍ମିକ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ଅସଫଳ । କେବଳ ନିଜର ଆତ୍ମପ୍ରଚାର ପାଇଁ କାମ କରୁଛନ୍ତି । ନିର୍ୱାଚନ ପୂର୍ୱରୁ ଭୟରେ ଭେଟି ଆଶୀର୍ୱାଦ ନେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ , ରାଜ୍ୟ ସରକାର ପରାମର୍ଶ ନେଉନାହାନ୍ତି । ଏହା ସହ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି।
Author: sanitelevision
ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର | ରଥଯାତ୍ରାକୁ ଅତି ସୁରୁକ୍ଷୁରୁରେ ସମ୍ପାଦନ କରିବାକୁ ତତ୍ପର ହୋଇ ଉଠିଛି ପ୍ରଶାସନ। ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର। ଜଲ, ସ୍ଥଳ ଓ ଆକାଶ ମାର୍ଗରୁ ନଜର ରଖାଯାଇଛି।ଟ୍ରାଫିକ୍ ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀ ସହରକୁ AI ନଜରରେ ରଖାଯାଇଛି। ପୁରୀ ସହରର ୨୭୫ଟି ସ୍ଥାନରେ ଲାଗିଛି CCTV। ଟ୍ରାଫିକ୍ ରୁଟ୍ ମଧ୍ୟ ବଦଳିଛି। ଟ୍ରାଫିକ୍ ରୁଟ୍ ଭିଡ଼ିଓ ଜାରି କରିଛି ପୋଲିସ।ଆଜି ପୁରୀ ପୋଲସ ରଥଯାତ୍ରା ସମୟରେ ଆବଶ୍ୟକ ସହାୟତା ପାଇଁ ଫୋନ ନମ୍ବର ଜାରି କରିଛି । ରଥଯାତ୍ରା ୨୦୨୫ରେ ସମୟରେ ପ୍ରଭାବଶାଳୀ ସମନ୍ୱୟ ଏବଂ ବାସ୍ତବ ସମୟ ପ୍ରତିକ୍ରିୟା ସୁନିଶ୍ଚିତକରିବା ପାଇଁ ପୁରୀ ପୋଲିସ ସମର୍ପିର୍ତ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି । କୁମ୍ଭାରପଡ଼ା ଥାନାର ଟ୍ରାଫିକ୍ ପୋଲିସ ନିୟନ୍ତ୍ରଣ କକ୍ଷ – ୦୬୭୫୨-୨୩୨୫୫୧ପୁରୀର ଟାଉନ୍ ପିଏସ୍ରେ ସମନ୍ୱିତ ପୋଲିସ କମାଣ୍ଡ…
ଜଗତସିଂହପୁର ଜିଲ୍ଲାର କୁଜଙ୍ଗା ସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଜଣେ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି । ଜଣେ ଶିକ୍ଷକଙ୍କ ଗୃହ ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କାର ଅଗ୍ରିମ ବିଲ୍ ପ୍ରଦାନ ପାଇଁ ସେ ୫ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହି ବିଲ୍କୁ ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା।ଏପରିକି ସେ ବିଲ୍ ରାଶି ପ୍ରକ୍ରିୟାକରଣ ଏବଂ ରିଲିଜ୍ ପାଇଁ ୫,୦୦୦ ଟଙ୍କା ଦାବି କରିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶିକ୍ଷକ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ବିଷୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ଜ୍ଞାତ ଆୟ ଉତ୍ସ…
ଆଜି କ୍ୟାପିଟାଲ ମେଡିକାଲ କଲେଜ ପରିସର ବୁଲି ଭିତ୍ତିଭୂମି ପରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଗାମୀ ଦିନରେ ରାଜ୍ୟରେ ସବୁଠାରୁ ବଡ଼ ପିଜି କଲେଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏହି କଲେଜ।ପ୍ରଥମ ବ୍ୟାଚ୍ରେ ୨୪ ଜଣ ଛାତ୍ରଛାତ୍ରୀ ପାସଆଉଟ୍ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ” ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 9ଟି ସରକାରୀ ମେଡିକାଲ୍ କଲେଜ ଖୋଲିବା ଯୋଜନା ରହିଛି ବୋଲି ସିଆଇଆଇ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍ବାସ୍ଥ୍ୟସେବା ସମ୍ମିଳନୀ 2025ରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।ସବୁ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ମେଡିକାଲ୍ ଖୋଲିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ସରକାରୀ ମେଡିକାଲ କଲେଜ…
ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ ।ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍ ଆସିବ । ୨୮ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ ମୃତ୍ୟୟନ ହୋଇଛି । ୨୦୦ଅଟୋ ମାଗଣା ସେବା ଦେବେ । ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଘରୋଇ ବସ ଚଢା ଦର କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ବସରେ ଲାଗିଛି ଦରର ଲିଷ୍ଟ ।
ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ ।ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ଶେଷ ହୋଇଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରି ପାରନ୍ତି ।
ରଥଯାତ୍ରାର ଦିନକ ପୂର୍ବରୁ ଆକ୍ଟିଭ୍ ହେଲା ଆଣ୍ଟି ଡ୍ରୋନ୍ ସିଷ୍ଟମ । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୁଲିସ । ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍ ଜୋନ୍ରେ ଡ୍ରୋନ୍କୁ ନିଷ୍କ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ଏହାଫଳରେ ଏକ ନେଟ୍ୱର୍କ କ୍ଷେତ୍ର ସୃଷ୍ଟି ହେବ । ବେଆଇନ ଭାବରେ ଡ୍ରୋନ୍ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ କରିବ ଏହି ସିଷ୍ଟମ ।ତେବେ ରଥଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ବ୍ୟାପକ ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ । ତେବେ ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ ସମ୍ପୂର୍ଣ୍ଣ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଥଯାତ୍ରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚଳନା ହେବ । ଏଥି ପାଇଁ ପୁରୀ ଟାଉନ୍ ଥାନାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟୋଲରୁମ୍ସ୍ ସ୍ଥାପନ କରାଯାଇଛି ।…
ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ।ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍’ । ଏଭଳି ଏକ ଭିଜନ ରଖି ରାଜ୍ୟ ସରକାର ଏବେ କାମ ଆରମ୍ଭ କରିଛନ୍ତି। ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିବାରୁ ଦେଶର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାଜ୍ୟ । ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତିକୁ କିଭଳି ମଜଭୁତ କରାଯିବ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସମୁଦ୍ରରୁ ଉତ୍ପାଦନ ହେଉଥିବା ଚିଙ୍ଗୁଡ଼ି ସମେତ ସାମୁଦ୍ରିକ ଓ ମଧୁର ଜଳ ମାଛ ଉତ୍ପାଦନ ବଢ଼ାଯିବ । ଏବେ ବାର୍ଷିକ ୪ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେଉଛି । ୨୦୨୯ରେ ୧୦ କୋଟି ଓ ୨୦୩୬ରେ ୨୫ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେବ । ସେହିପରି ଏବେ ରାଜ୍ୟରେ ୨୮ଟି ଚିଙ୍ଗୁଡ଼ି ହାଚେରୀ ଅଛି । ୨୦୨୯ରେ ୪୨…
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି। ଫଳରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି।ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଡିଆର୍ଜି, ଏଟିଏଫ୍ ଯବାନଙ୍କ ଅପରେଶନର ଏହି ସଫଳତା ମିଳିଛି। ସୂଚନା ମୁତାବକ, ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଶେଷରେ ସୁବିଧା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ମାଓବାଦୀ ।
ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଏହା ଜାଣନ୍ତୁ । ସୂଚନାମୁତାବକ ସାପ କାମୁଡ଼ାରେ ୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ସାପ ସାଜୁଛି ଘାତକ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଲୋକଙ୍କ ଅସାବଧାନତା, ଅସଚେତନତା ଏବଂ ଚିକିତ୍ସାରେ ଅହେତୁକ ବିଳମ୍ବ । ସାପ କାମୁଡାର ପ୍ରଥମ ୩-୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ ।ଯଦି ସାପ କାମୁଡିବା ସମୟରେ ଏକା ଅଛନ୍ତି, ତେବେ ତୁରନ୍ତ ଆମ୍ବୁଲାନ୍ସକୁ କଲ କରନ୍ତୁ । ନଚେତ ଆଖପାଖ ଲୋକଙ୍କଠାରୁ ସାହାଯ୍ୟ ନେଇ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଯାଆନ୍ତୁ । ଯଦି ଡାକ୍ତରଙ୍କୁ କାମୁଡିଥିବା ସାପର ଲମ୍ବ, ରଙ୍ଗ, ଗର୍ଦନର ରେଖା ଆଦି ବିଷୟରେ ଜଣାଇ ଦିଆଯାଏ, ତେବେ ଏହାର ଚିକିତ୍ସା…








