Author: sanitelevision

ରାତି ପାହିଲେ ରଥାରୁଢ ହେବେ ତିନିଠାକୁର । ୯ ଦିନ ଯାତ୍ରା କରିବାକୁ ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ କାଳିଆ ଠାକୁର । ପୁରୀରେ ଘୋଷଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ଏପଟେ ୧୫ ଦିନର ଅଣସର ଯାତ୍ରା ପରେ ସୁସ୍ଥ ହୋଇଛନ୍ତି ଦାରୁଦିଅଁ । ସେଥିପାଇଁ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ବଡଦେଉଳରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ପାରିମାଣିକ ଦର୍ଶନ । ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ଚାଲିବ । ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ । ଏହାପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି…

Read More

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଲଗାଣ ବର୍ଷା ନେଇ ସତର୍କତା ଜାରି ।କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ବର୍ଷା ନେଇ ରହିଛି ଆଶଙ୍କା । ଉତ୍ତର-ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଦୁଇଟି ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ତଥା ଭାରିମାତ୍ରାରେ ବର୍ଷା ହେବା ସମ୍ଭାବନା ରହିଥିବାରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ନେଇ ମଧ୍ୟ ସତର୍କ କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି ଜିଲା ପାଇଁ ମଧ୍ୟ ଅରେଞ୍ଜ ଓ୍ବାନିର୍ଂ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି, ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟ୍‌କା ପବନ ୩୦ରୁ ୪୦ କିମି ବେଗରେ ବହିବା…

Read More

ସିବିଏସଇ ବୋର୍ଡରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା । ଏହି ପରିବର୍ତ୍ତନ ୨୦୨୬ରୁ କାର୍ଯ୍ୟକାରୀ ହେବ । ଫେବୃଆରୀ ଏବଂ ମେରେ ହେବ ପରୀକ୍ଷା ।ତଥାପି, ଏଥିରେ ଏକ ବିଶେଷ କଥା ହେଉଛି ଯେ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ପରୀକ୍ଷାରେ ଯୋଗଦେବା ବାଧ୍ୟତାମୂଳକ ହେବ। ସେହି ସମୟରେ, ଦ୍ୱିତୀୟ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ହେବ। ଅର୍ଥାତ ଯଦି ଜଣେ ଛାତ୍ର ତାଙ୍କ ପ୍ରଥମ ପ୍ରୟାସର ମାର୍କରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ ଦ୍ୱିତୀୟ ପରୀକ୍ଷାରେ ବସିପାରିବେ।ଯେଉଁ ପରୀକ୍ଷାରେ ଅଧିକ ମାର୍କ ରହିବ ତାକୁ ଗ୍ରହଣ କରାଯିବ ।

Read More

ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ପରଲୋକ ଘଟିଛି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’(୧୯୯୪)ରେ ବାପା ଭୁମିକରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।ସେ ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଇଛନ୍ତି, ଯାହାର ଶୀର୍ଷକ ହେଲା ‘ବୋଉର ହାତବାକ୍ସ’। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ ନିର୍ମିତ ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଥିବା ବେଳେ ନାରାୟଣ ପତି ନିଜେ ଚିତ୍ରନାଟ୍ୟ ରଚନା ସାଙ୍ଗକୁ, ନିର୍ଦ୍ଦେଶନା ଦେବା…

Read More

ସୁସ୍ଥ ହେଉଛନ୍ତି ନବୀନ। ସେପଟେ ବିରୋଧୀ ଦଳ ନେତାଙ୍କୁ ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ହସ୍ପିଟାଲରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଜେଡି ନେତା ଅମିତ ମଲ୍ଲିକ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି ।ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବ୍ ଶୀଘ୍ର ନବୀନ ପଟ୍ଟନାୟକ ସୁସ୍ଥ ହେବେ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବା ନେଇ ସୂଚନାଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା ।

Read More

ଆଉ ଆପଣଙ୍କୁ ତହସିଲ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ବ ତଥ୍ୟ । ଇ-ରେଜିଷ୍ଟ୍ରେସନ ଆପ୍‌ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏବେ ରାଜସ୍ଵ ସଂକ୍ରାନ୍ତ ବିଭିନ୍ନ ଜାଗଜପତ୍ର ଘରେ ବସି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍, ନିଜର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ଆଦି ସମସ୍ତ କାର୍ଯ୍ୟ ମୋବାଇଲ ମାଧ୍ୟମରେ ସମ୍ଭବ ହେବ।

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ବେଳେ ଉତ୍ତେଜନା । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମୋହନ ମାଝୀଙ୍କ କ୍ୱାର୍ଟର୍ସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି ।ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି ନାରାବାଜି କରିଥିଲେ କଂଗ୍ରେସ କର୍ମୀ। ଅନ୍ୟପଟେ ରାଜ୍ୟରେ ନାରୀ ନିର୍ଯାତନା ନେଇ ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ବିଜୁ ଯୁବ ଜନତା ଦଳର ସମର୍ଥକ ଓ ନେତାମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Read More

ଉତ୍ତରପଶ୍ଚିମ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗାମୀ ୩ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।ତେବେ ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଗର୍ଭକୁ ଯିବାକୁ ବାରଣ କରାଯାଇଛି ।ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ଅଛି । କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ ।

Read More

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍‌ କମିଛି । ଜୁନ୍‌ ୨୫ ଅର୍ଥାତ୍‌ ବୁଧବାର କମିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୯୯, ୨୨୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୦,୭୦୦ ଟଙ୍କା ରହିଛି । ଗତକାଲି ୯୦,୯୫୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୮ , ୦୦୦ ଟଙ୍କା ହୋଇଛି ।

Read More

ଏବେ ରାଜ୍ୟରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି । ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଆଜି ବେଲଗଡ଼ ପିଏନ କଲେଜ ସମ୍ମୁଖରେ ବିଜେଡି କରିଛି ପ୍ରତିବାଦ । ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।୫୭ ନମ୍ବର ଜାତୀୟ ରାଜପଥ କୁ କଲେଜ ସମ୍ମୁଖରେ ଟାୟାର ଜାଳି କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ…

Read More