ଭୁବନେଶ୍ୱର ମହାନଗର ନିଗମ ଅଫିସ୍ରେ ମାର୍ପିଟ୍। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଜି ବିଏମସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ। ହଠାତ୍ ୫ରୁ ୬ ଜଣ ବ୍ୟକ୍ତି ଆସି ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ମାଡ ମାରିଥିଲେ। ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି। ତେବେ ଏହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପରେ ତାଙ୍କ ବିରୋଧ କଡ଼ା ଆକ୍ସନ ହେବ ଜଣେ ଅଧିକାରୀ ସୂଚନା ଦେଇଛନ୍ତିି।
Author: sanitelevision
ରାସନ କାର୍ଡ ହିତାଧ୍କାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଆଜି ଇ- କେୱାଇସି ଯାଞ୍ଚ କରିବାର ଶେଷ ତାରିଖ କହିଲେ । ଯେଉଁମାନେ ଆଜି ଇ- କେୱାଇସି ନକରିବେ ୩ ମାସ କାର୍ଡ ସସପେଣ୍ଡ ହେବ । ୩ ମାସ ଭିତରେ ଇ- କେୱାଇସି କଲେ କାର୍ଡ ପୁନଃ ସଚଳ, ନଚେତ କଟିଯିବ ।ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ ହଜାର e-KYC କରି ନାହାନ୍ତି ।ତେଣୁ ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ତୁରନ୍ତ କରାଇନିଅନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ବରିଷ୍ଠ ଓଏଏସ୍ ଅଧିକାରୀ ମିର୍ଦ୍ଧା ଟପ୍ପୋ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ। ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ନୂଆ ନିଯୁକ୍ତି ମିଳିଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରୁନି ବଳଦେବଜୀଉଙ୍କ ରଥ । କେନ୍ଦ୍ରାପଡ଼ାର ଆରାଧ୍ୟାୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଦୀର୍ଘ ତିନି ଦିନ ହେଲା ଗୁଣ୍ଡିଚା ମନ୍ଦିରରେ ଲାଗି ପାରୁନାହିଁ । ରଥ ବାରମ୍ବାର ବାମ ମୋଡ଼ ନେଉଥିବାରୁ ଏଭଳି ସମସ୍ୟା ଉପୁଜିଛି । ଆଜି ରଥଯାତ୍ରାର ଚତୁର୍ଥ ଦିନ ହୋଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନାହିଁ ରଥ । ଗତକାଲି ମଧ୍ୟାହ୍ନ ୧୨ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ପ୍ରାୟ ୩୦୦ ମିଟର ଗଡ଼ିବା ପରେ ପୁନଃ ବାମ ମୋଡ଼ ନେବାରୁ ଅପରାହ୍ନରେ ଜାଗ୍ ଲଗାଯାଇ ଡାହାଣକୁ ଅଣାଯାଇଥିଲା ।ଏହାପରେ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ରଥ ଚନ୍ଦନ ପୋଖରୀ ନିକଟରେ ଉତ୍ତର ପାର୍ଶ୍ଵକୁ ଯାଇ ଫୁଟପାଥ ଉପରେ ମାଡିଯିବାରୁ ପୁଣି ଜାଗ୍ ଆବଶ୍ୟକତା ପଡିବା ଓ ସୂର୍ଯ୍ୟାସ୍ତ ହୋଇ ଯାଇଥିବା କାରଣରୁ ରଥଟଣା ବନ୍ଦ କରାଯାଇଥିଲା । ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ରଥ…
ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେବା ପାଇଁ ଆରପିଏଫ ପକ୍ଷରୁ ଏକ ଅପରେସନ ଆରମ୍ଭ କରାଯାଇଛି । ଯାହାର ନାମ ଅପରେସନ ‘ଯାତ୍ରୀ ସୁରକ୍ଷା ‘। ବିଶେଷ ଭାବରେ ଭିଡ ଦେଖି ଟ୍ରେନରେ ଡକାୟତି ଯୋଜନା କରୁଥିବା ଅପରାଧୀ ଗ୍ୟାଙ୍ଗ ଉପରେ ଆରପିଏଫ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରେଳ ସୁରକ୍ଷା ବଳ (RPF) ଡିଟେକ୍ଟିଭ୍ ୱିଙ୍ଗ ପୁରୀର କୋଚିଂ କମ୍ପ୍ଲେକ୍ସରୁ ୬ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ସଫଳତାର ସହ ଗିରଫ କରିଛି। ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ସେକ୍ସନ ମଧ୍ୟରେ ଚଳାଚଳ କରୁଥିବା ରାତି ଟ୍ରେନରେ ଡକାୟତି କରିବାକୁ ଷଡ଼ଯନ୍ତ୍ର କରୁଥିବା ସମୟରେ ଏହି ଦଳକୁ ଅଟକାଯାଇଥିଲା। ତଲାସି ପରେ, RPF ଦଳ ୨୩ଟି ଚୋରି ମୋବାଇଲ୍ ହ୍ୟାଣ୍ଡସେଟ୍, ୨୪,୪୫୦ ଟଙ୍କା ମୂଲ୍ୟର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଉଦ୍ଧାର କରିଛି, ଯାହାର ମୋଟ ମୂଲ୍ୟ ₹୭,୧୩,୪୫୦ ହେବ ବୋଲି ଆକଳନ କରାଯାଇଛି।…
ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ୧୪ଜଣଙ୍କୁ ବଦଳି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀର ଡେପୁଟି କଲେକ୍ଟର ବସନ୍ତ କୁମାର ହାତୀଙ୍କୁ ଜଟଣୀ ବିଡିଓ, ବୌଦ୍ଧ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନାଙ୍କୁ ଗଞ୍ଜାମ ସେରଗଡ଼ ବିଡିଓ ଭାବେ ବଦଳି କରାଯାଇଛି । କଟକ ଡିଏଲ୍ଆର୍ଏସ୍ର ଆସିଷ୍ଟାଣ୍ଟ ଡାଇରେକ୍ଟର ଲୋପାମୁଦ୍ରା ନାୟକଙ୍କୁ ସାଲେପୁର ବିଡିଓ, ନିରଞ୍ଜନ ପରିଡ଼ାଙ୍କୁ ଜଗତସିଂହପୁର ନୂଆଗାଁ, ଚଇଁନୁ ଗଣ୍ଡଙ୍କୁ ଚନ୍ଦାହାଣ୍ଡି, ଶୁଭଶ୍ରୀ ଟୁଡୁଙ୍କୁ ବାହାନଗା, ପି ମନସ୍ମିତାଙ୍କୁ କୋରାପୁଟ କୁନ୍ଦ୍ରା, ପରମାନନ୍ଦ ଖଣ୍ଢେଇଙ୍କୁ ବାଙ୍ଗିରିପୋଷି, ରାଧା ରଞ୍ଜନ ଦାସଙ୍କୁ ବାଲିଆପାଳ, ଶିବ ଶଙ୍କର ମୁର୍ମୁଙ୍କୁ କୁସୁମି, ଗୋପୀନାଥ ଖାକାଙ୍କୁ ତରଭା, ରଶ୍ମିତା ନାଥଙ୍କୁ ବାଲିଅନ୍ତା ବିଡିଓ ଭାବେ ବଦଳି କରାଯାଇଛି । ସେହିପରି ତରଭା ବିଡିଓ ଗଙ୍ଗାରାମ ବୁଡେକ୍ଙ୍କୁ ବିଭାଗକୁ ଫେରାଇ ଆଣିଦିଆଯାଇଛି । ତେବେ ରାଜସ୍ୱ ବୋର୍ଡ କୋର୍ଟ ଅଫିସର ଏନ୍ଏନ୍ ରାଜଲକ୍ଷ୍ମୀ…
ଚଳିତ ବର୍ଷ ଶେଷସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳପଥ। ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟ୍ରେ ଦେଢ଼ ଲକ୍ଷ ଟିକଟ ବୁକିଂ ହୋଇପାରିବ। ପୁରୁଣା ବ୍ୟବସ୍ଥାରେ ଗୋଟିଏ ମିନିଟ୍ରେ ୩୨ହଜାର ଟିକଟ ବୁକିଂ ହେଉଥିଲା। ନୂଆ ବ୍ୟବସ୍ଥାରେ ଏହାଠାରୁ ପାଞ୍ଚ ଗୁଣ ଅଧିକ ଟିକଟ ବୁକିଂ କରାଯାଇ ପାରିବ। ଯାତ୍ରା ସମୟର ୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଚୂଡ଼ାନ୍ତ ଚାର୍ଟ ପ୍ରସ୍ତୁତ ହେବ। ନିର୍ଦ୍ଧିଷ୍ଟ ଦିନର ଦିନ ୨ଟା ପୂର୍ବରୁ ଛାଡଥିବା ଟ୍ରେନ୍ ପାଇଁ ପୂର୍ବଦିନ ରାତି ୯ଟା ସୁଦ୍ଧା ଯାତ୍ରୀଙ୍କ ଚୂଡ଼ାନ୍ତ ତାଲିକା ଆସିଯିବ । ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ । ତତ୍କାଳ ଟିକଟ ବୁକିଂକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ଲାଗି ଆଧାର କିମ୍ବା ଡିଜି ଲକର ସଂଯୁକ୍ତ ସରକାରୀ ପରିଚୟପତ୍ର ଜରିଆରେ ପ୍ରମାଣୀକରଣ କରାଯିବ। ଟିକଟ ଅନୁସନ୍ଧାନ କ୍ଷମତାକୁ ଦଶଗୁଣ ବୃଦ୍ଧି କରାଯିବ। ନୂଆ…
ସ୍ୱାଧୀନତା ପରେ ଭାରତର ଆଗାମୀ ଏବଂ ଅଷ୍ଟମ ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ସାରା ଦେସର ପରିବାର ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ଭାରତର ରେଜିଷ୍ଟ୍ରାର ଜେନେରାଲ। ଘର ଗଣନା କାର୍ଯ୍ୟ ନିମନ୍ତେ ସୁପରଭାଇଜର, ଗଣନାକାରୀ ନିଯୁକ୍ତି ଦେବା ସହିତ ସେମାନଙ୍କ ପାଇଁ କାମ ଆବଣ୍ଟନ କରିବାକୁ କୁହାଯାଇଛି। ଜନଗଣନା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରକୁ ଗଣନା କରାଯିବ। ଏହି ସମୟରେ ଘରେ କି ପ୍ରକାର ଆସବାବପତ୍ର ରହିଛି, ଘରର ରୋଜଗାର, କି ପ୍ରକାର ଘର, ଘରର ସ୍ଥିତି ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ(୧ ଫେବୃଆରୀ, ୨୦୨୭ ରୁ) ଜନସଂଖ୍ୟା ଗଣନା କରାଯିବ। ଅର୍ଥାତ୍ ପ୍ରତ୍ୟେକ ଘରେ ରହୁଥିବା ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଯେପରିକି ସଦସ୍ୟଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି, ସଂସ୍କୃତି, ଜାତି, ଧର୍ମ ଆଦି ବ୍ୟକ୍ତିଗତ ସୂଚନା…
ନନ୍ଦନକାନନରେ ଜନ୍ମନେଲେ ଆନାକୋଣ୍ଡା । ହଳଦୀ ରଙ୍ଗର ୭ଟି ଆନାକୋଣ୍ଡା ଜନ୍ମ ନେଲେ । ୨୦୧୯ରେ ମାଡ୍ରାସରୁ ମା’ ଆନାକୋଣ୍ଡା ଅଣାଯାଇଥିଲା । ମା’ ଆନାକୋଣ୍ଡା ସହ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଦୁଇଟି ଅଣ୍ଡିରା, ଦୁଇଟି ମାଈ ଓ ୧୦ଟି ଛୁଆ ହଳଦିଆ ରଙ୍ଗର । ବର୍ତ୍ତମାନ ଏହି ନୂଆ ଶାବକମାନେ ଜନ୍ମ ହେବା ପରେ ନନ୍ଦନକାନନରେ ଦୁଇଟି ବୟସ୍କ ଅଣ୍ଡିରା ଆନାକୋଣ୍ଡା ରହିଥିବା ବେଳେ ୨ଟି ବୟସ୍କ ମାଈ ଆନାକୋଣ୍ଡା ରହିଛନ୍ତି । ଏହି ୭ଟି ଶାବକଙ୍କୁ ନେଇ ଶାବକ ଆନାକୋଣ୍ଡାଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଯେଉଁ ଦୁଇଟି ମାଈ ଆନାକୋଣ୍ଡା ରହିଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ଆସନ୍ନ ପ୍ରସବା ରହିଛି ।
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍ଭିନ୍ କରୁଛି ଭିଜିଲାନ୍ସ ଟିମ୍। ଭୁବନେଶ୍ବରର ମୃତ୍ତିକା ସଂରକ୍ଷଣ ବିଭାଗରେ ଥିବା ତାଙ୍କ ଅଫିସ, ଗୋଠପାଟଣାରେ ଥବା ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ବାସଭବନରେ ଚଢଉ ଚାଲିଛି । କଳାହାଣ୍ଡି ଜୁନାଗଡରେ ଥିବା ତାଙ୍କ ପୈତୃକ ଘର, ଧର୍ମଗଡରେ ଥିବା ଶ୍ବଶୁର ଘର, ନବରଂଗପୁରରେ ନିର୍ମାଣାଧୀନ ଘର ଓ ଦୁଇଜଣ ସମ୍ପର୍କୀୟଙ୍କ ନାଁରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢଉ କରୁଛି ।ଦୟାନିଧି ବାଗ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ PD ଥିଲେ । ତେବେ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏହି ଚଢାଉରେ ୧୦ ଜଣ ଡିଏସ୍ପି, ୮ଜଣ ଇନ୍ସପେକ୍ଟର, ୧୦ ଜଣେ ଏଏସ୍ଆଇଙ୍କ ବ୍ୟତୀତ ଅନେକ ଅଧିକାରୀ ସାମିଲ ଅଛନ୍ତି । ଭବାନୀପାଟଣା ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ଚାଲିଛି…









