ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଜୁଲାଇ ୧୪ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାସହ ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ ଶିଳାନ୍ୟାସ ।
Author: sanitelevision
ରାଜଧାନୀରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ବିଏମ୍ସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରିଛନ୍ତି । ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।ସକାଳ ୬ ରୁ ଆରମ୍ଭ ହୋଇ ଦିନ ୨ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥାନ୍ତା। ହେଲେ ଏବେ ଯାଏଁ କୌଣସି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇନି ବୋଲି କହିଛନ୍ତି ସଫେଇ କର୍ମଚାରୀ।
ପୁଣି ଏକ ଦୁଷ୍କର୍ମ, ସେ ପୁଣି ଜଣେ ନାବାଳିକାକୁ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଳନ୍ଥରାରେ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲ ଯାଇଥିଲେ। ସ୍କୁଲ ନିକଟରେ ଥିବା ଏକ ଜାମୁ କୋଳି ଗଛରୁ କୋଳି ଖାଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କ ଗ୍ରାମର ଜଣେ ଯୁବକ ତାଙ୍କୁ ସ୍କୁଲ ଠାରୁ କିଛି ଦୂରକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତା ଓ ତାଙ୍କ ପରିବାର ଗୋଳନ୍ଥରା ଥାନାରେ ଆସି ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତକୁ ଗିରଫ କରିଛି ଗୋଳନ୍ଥରା ପୋଲିସ।
ଜୁଲାଇ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଏହା ଏଲ୍ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ୧୯ କିଲୋଗ୍ରାମ ବାଣିଜି୍ୟକ ବା କମରସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧ ଜୁଲାଇରୁ ୧୬୬୫ ଟଙ୍କା ହୋଇଛି। ସେହିପରି ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସୂଚନାଯୋଗ୍ୟ, ଜୁନ୍ ୨୦୨୫, ମେ’ ୨୦୨୫, ଏପ୍ରିଲ୍ ୨୦୨୫ ରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା । ଜୁନ୍ ମାସରେ ୨୪ ଟଙ୍କା ହ୍ରାସ କରାଯାଇଥିଲା । ମେ’ ମାସରେ ମୂଲ୍ୟ ୧୪.୫୦ ଟଙ୍କା…
ବାୟୋମେଟ୍ରିକ ବ୍ୟବହାର କରୁନଥିବା ପ୍ରିନ୍ସପାଲ ଓ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛି ବିଭାଗ । ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରିବାକୁ ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାଧ୍ୟ ବୋଲି କୁହାଯାଇଛି । ତେବେ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମ ଉଲ୍ଲଂଘନର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ସହ, ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ ହାଜିରା ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଦେଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ, କେତେକ ପ୍ରିନ୍ସିପାଲ ନିଜେ ଏହି ନିୟମ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ଅନ୍ୟ କର୍ମଚାରୀଙ୍କ ସମାନ କାର୍ଯ୍ୟ ପାଇଁ କଡ଼ା ମନୋଭାବ ଗ୍ରହଣ କରୁଛନ୍ତି। ଚିଠି ଅନୁସାରେ, କେତେକ ପ୍ରିନ୍ସିପାଲ ଓ କର୍ମଚାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ ମହାବିଦ୍ୟାଳୟରୁ ଅନୁପସ୍ଥିତ ରହୁଛନ୍ତି।ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରିନ୍ସିପାଲମାନଙ୍କୁ ଏହି…
ମଙ୍ଗଳବାର ହେରାପଞ୍ଚମୀ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରଂପରା ଅନୁଯାୟୀ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ ବନ୍ଦାପନା କରିବେ। ତେବେ ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ। ମହାପ୍ରଭୁଙ୍କ ଭେଟ ନପାଇ ଅଭିମାନ କରିବେ ମା…
ରଥଯାତ୍ରାରେ ଦଳଚକଟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ. ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଲେ ଓଏଚଆରସି।ଏଥିସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟିବ, ତା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ରାଜ୍ୟ ମାନବାଧିକାର କମିସନ । ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ହୋଇଥିଲା । ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ।୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏହି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଦାୟୀ ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଅଧିକ ପରିମାଣର କ୍ଷତିପୂରଣ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।
ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ପରେ ଚଡାଉ କରିଛି ପୋଲିସ । ଗତକାଲି କାରଖାନର ମାଲିକ ନଥିବା ଯୋଗୁ କେବଳ ବାହାରପଟୁ କାରଖାନାକୁ ସିଲ୍ କରାଯାଇଥିଲା । ଆଜି ମାଲିକ ଫେରିବା ପରେ ଚଢାଉ କରି କାରଖାନାରେ ରହିଥିବା ସସ୍ ପ୍ରସ୍ତୁତ ସାମଗ୍ରୀ ଓ ସସ୍ କୁ ନେଇ ଅଧିକ ଯାଞ୍ଚ କରାଯାଉଛି ।ତେବେ ଏହି ରେଡ ବେଳେ ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏହି କମ୍ପାନୀରେ ଅପମିଶ୍ରଣ ଚାଲିଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଆଜି ହଠାତ୍ ଉକ୍ତ କମ୍ପାନୀରେ ଚଢାଉ କରିଥିଲା। ଅଭିଯୋଗ ଅନୁସାରେ ଉକ୍ତ କମ୍ପାନୀ ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍ ଲଗାଇ ବିକ୍ରି…
ରବିବାର ଶରଧାବାଲି ଅଘଟଣକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ |ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ବିଧାନସଭା ଓ ସଂସଦରେ ଉଠାଯିବ । ‘‘ସରକାର ବାକ୍ୟ ବୀର, କର୍ମ ବୀର ନୁହଁନ୍ତି। ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଭାବରେ ହୋଇଛି। ଏଭଳି ଘଟଣା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଲୋକ ଦେଖାଣିଆ ଭାବେ ଜିଲ୍ଲାପାଳ କି ଏସପିଙ୍କୁ ବଦଳି କରିବା ସମାଧାନ ନୁହେଁ । ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ବିରୁଦ୍ଧାରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।’’ ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର। ‘ଏକ୍ସ’ରେ ସେ ପୁରୀରେ…
ଜୁଲାଇ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ପରିବର୍ତ୍ତନ ଗୁଡ଼ିକ ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ କ୍ରେଡିଟ୍ କାର୍ଡ ବ୍ୟବହାର ଉପରେ ଚାର୍ଜ ବୃଦ୍ଧି ପର୍ଯ୍ୟନ୍ତ ସାମିଲ । ଏତିକି ନୁହେଁ, ଭାରତୀୟ ରେଳବାଇ ମଧ୍ୟ ଜୁଲାଇ ୧ରୁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଭାରତୀୟ ରେଳବାଇ ଜୁଲାଇ ୧ରୁ ଟିକେଟ ଭଡ଼ା ବୃଦ୍ଧି କରିବ । ନନ୍-ଏସି କୋଚ୍ ପାଇଁ ପ୍ରତି କିଲୋମିଟରରେ ୧ ପଇସା ଏବଂ ଏସି କୋଚ୍ ପାଇଁ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯିବ। ଏହି ବୃଦ୍ଧି ଛୋଟ ଯାତ୍ରା ପାଇଁ ମାମୁଲି ହୋଇପାରେ, କିନ୍ତୁ ଦୀର୍ଘ ଦୂରତା ଯାତ୍ରୀମାନଙ୍କୁ ପ୍ରଭାବିତ କରିପାରେ।ଟିକେଟ ଦଲାଲମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ, IRCTC ତତ୍କାଳ ଟିକେଟ…









