Author: sanitelevision

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ଦୃଢ ନିନ୍ଦା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି।ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେଡି। ମାମଲାରେ ଆହୁରି ଅନେକ ଦୋଷୀ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିଜେ ସ୍ୱୀକାର କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ଲୋକ। ଏଥିଲାଗି ପୋଲିସ ତାଙ୍କୁ ତୁରନ୍ତ ଗିରଫ କରୁ। ସରକାରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି। ଜଗନ୍ନାଥ ପ୍ରଧାନ ସ୍ୱୀକାର କରିବାପରେ ମଧ୍ୟ ପୁଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ। ଏହା ଲୋକଙ୍କ ସରକାର ନୁହେଁ, ଲୋକଙ୍କ ବିରୋଧୀ ସରକାର।ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ତଦନ୍ତ କରନ୍ତୁ। ଭୁବନେଶ୍ଵରରେ ଆଇନ୍ କାନୁନ୍ ନାହିଁ।…

Read More

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଅଫିସର ମାନେ ଛୁଟିରେ ଗଲେ । ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ।ପୁରୀରେ ଓଏଏସ ସଂଘର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ସଂଘ ଗୋଟିଏ ଦିନ ସମୟ ଦେଇଛି। ଆସନ୍ତାକାଲି (ବୁଧବାର) ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେଲେ ସବୁ ଅଫିସର ସମୂହ ଛୁଟିରେ ଯିବେ ବୋଲି ସଂଘ କହିଛି। ରଥଯାତ୍ରାରେ କାମ ବନ୍ଦ ନିଷ୍ପତ୍ତିକୁ ଅଧିକାଂଶ ଅଫିସର ଗ୍ରହଣ କଲେନି। ଏଣୁ ଗୋଟିଏ ଦିନ ସମୟ ଦେବାକୁ ସାମୂହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ…

Read More

ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ଅଫିସ୍ ବାହାରେ ନୋଟିସ୍ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଥିଲେ। ଏହି କାର୍ଯ୍ୟାଳୟରେ ଅଭୟ କୁମାର ସ୍ୱାଇଁ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ମଧ୍ୟ ହଟାଇଥିଲେ। ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି। ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନକୁ ଆସିଛି ରାଜସ୍ୱ ବିଭାଗ । ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।

Read More

ଏଲନ ମସ୍କ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ୍ ବିଲ୍‌ ବିପକ୍ଷରେ ଲଗାତର ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ବିଲ୍‌କୁ ବିରୋଧ କରୁଛନ୍ତି। ଏବେ ଲାଗୁଛି ଟ୍ରମ୍ପଙ୍କ ଧୈର୍ଯ୍ୟର ସୀମା ମଧ୍ୟ ଲଙ୍ଘି ଯାଇଛି ଏବଂ ସେ ବି ମସ୍କଙ୍କୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ବିଲକୁ ପାଗଳାମୀ ଓ କରଦାତାଙ୍କ ଉପରେ ବୋଝ ବୋଲି କହିଛନ୍ତି ମସ୍କ । ସିନେଟ୍ ବିଲକୁ ମଂଜୁରୀ ଦେଲେ, ଏହାର ପରଦିନ ହିଁ ଆମେରିକା ପାର୍ଟି ନାଁରେ ଏକ ନୂଆ ରାଜନୈତିକ ଦଳ ଲଞ୍ଚ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମସ୍କଙ୍କ ଚେତାବନୀ ପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଏଲନ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ବୋଲି ଧମକ ଦେଇଛନ୍ତି ।ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ । ଏକଥା ରାଷ୍ଟ୍ରପତି ନିର୍ବାଚନ ବେଳେ ସାହାଯ୍ୟ କରିବା ପୂର୍ବରୁ ମସ୍କ ଜାଣିଥିଲେ ବୋଲି ଟ୍ରମ୍ପ ଲେଖିଛନ୍ତି…

Read More

ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛନ୍ତି।ବନବିଭାଗ ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ କି ଅନ୍ୟ ରାଜ୍ୟ ସୀମା ଡେଇଁନାହିଁ। ଏହି ୨୫-୩୦ ବର୍ଗକିମି ଇଲାକାକୁ ଜିନ୍ନତ ନିଜର ଭାବେ ବାଛି ନେଇଛି । ତେବେ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସମ୍ପର୍କ ହୋଇଛି।

Read More

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର Empanelled Listରୁ ହଟାଇ ଦେଇଛନ୍ତି।ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ…

Read More

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ମଙ୍ଗଳବାର ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ର ।ସୂଚନାନୁଯାୟୀ, ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି।…

Read More

ପୁରୁଣା ଗାଡିକୁ ପେଟ୍ରୋଲ ମନା। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାନ୍ସ ପୋର୍ଟ ବିଭାଗ, ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଲ୍ଲୀରେ ଥିବା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଚେକିଂ କରାଯାଉଛି। ପୁରୁଣା ଗାଡି ଗୁଡିକୁ ଚିହ୍ନଟ କରିବା ଲାଗି ଅଟୋମେଟିକ୍ ନମ୍ବର ପ୍ଲୋଟ୍ ରିକଗ୍ନାଇଜେସନ୍ ସିଷ୍ଟମ୍ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପ ଗୁଡିକୁ ଆସୁଥିବା…

Read More

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ।ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି, “ମତେ ଏହି ଘଟଣା ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି । ଦଳାଚଟକାରେ ଭକ୍ତଙ୍କ ମୃତ୍ୟୁ ବହୁତ୍ ଦୁଃଖଦ ଘଟଣା। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଏହି ଭଳି ସ୍ଥିତି ଯେଭଳି ଆଉ ହେବ ନାହିଁ ସେନେଇ ମଧ୍ୟ ସରକାରଙ୍କୁ ଅବଗତ କରାଯିବ। ସେ ଆହୁରି କହିଛନ୍ତି ଯେ ପୁରୀ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଭାର ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢୀ ଏବେବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି। ପୁରୀ ଏସପି ପିନାକ ମିଶ୍ର ପୂର୍ବ ରଥ ଯାତ୍ରାରେ ପୁରୀ ଏସପି ଭାବେ ଦାୟିତ୍ଵ ସଫଳ ଭାବେ…

Read More

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ଚତୁଃପାଶ୍ୱର୍ରେ ନୂତନ ବାଡ଼ ଲାଗିଛି । ବ୍ରିଟିଶ ଅମଳର ପୁରୁଣା ଲୁହା ବାଡ଼ କଢ଼ାଯାଇ ପିତ୍ତଳର ବାଡ଼ ଲଗାଯାଇଛି । ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟଙ୍କ ସାରଥି ଅରୁଣ ଅଧିଷ୍ଠିତ ହୋଇଛନ୍ତି । ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦି ରହିଛି ବୋଲି କୁହାଯାଏ । ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶୋଭା ପାଉଛି ଅରୁଣ ସ୍ତମ୍ଭ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କୁହନ୍ତି ପୂର୍ବ ଲୁହାର ବାଡ଼ ମୁନିଆ ଥିଲା । ପ୍ରବଳ ଭିଡ଼ରେ ଭକ୍ତ ଆହତ ହେବାର ଆଶଙ୍କା ରହିଥିଲା । ବର୍ତ୍ତମାନ ପିତ୍ତଳ ବାଡ଼ ସୁନ୍ଦର ଦେଖାଯିବା ସହ ବିପଦର ସମ୍ଭାବନା ନାହିଁ । କିନ୍ତୁ ଭକ୍ତମାନେ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି | ଅରୁଣ ସ୍ତମ୍ଭକୁ…

Read More