ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । ତେବେ ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୮,୮୯୦ ଟଙ୍କା ରହିଛି । ଗତକାଲି ୯୮,୪୦୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୦,୬୫୦ ଟଙ୍କା ରହିଛି । ଗତକାଲି ୯୦,୨୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪,୧୭୦ ଟଙ୍କା ରହିଛି । ଗତକାଲି ୭୩,୮୦୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ପାଇଛି ।
Author: sanitelevision
ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କ ପାଇଁ ଏହା ଶକ୍ତ ଝଟ୍କା। ତାଙ୍କ ପୂର୍ବ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ପାଇଁ ମାସିକ ମୋଟ ୪ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ ମଙ୍ଗଳବାର କଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସାମିଙ୍କ ଠାରୁ ତାଙ୍କ ପତ୍ନୀ ହସିନ ଜହାଁ ଓ ଝିଅ ଅଲଗା ରହୁଛନ୍ତି। ସେମାନେ ଭରଣପୋଷଣ ପାଇବାକୁ ହକଦାର୍। ଏହାଦ୍ଵାରା ତାଙ୍କ ଝିଅର ଭବିଷ୍ୟତ ସୁଧାର ହୋଇପାରିବ। ତେଣୁ ସାମି ତାଙ୍କ ପତ୍ନୀଙ୍କୁ ପ୍ରତି ମାସ ଦେଢ ଲକ୍ଷ ଏବଂ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କା ଭରଣପୋଷଣ ଦେବେ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ହଲିଡେ’ ନେଇ ନୋଟିସ୍ ଜାରି କରିଛି,ନୋଟିସରେ ରବିବାର, ଦ୍ୱିତୀୟ ସପ୍ତାହ ଶନିବାର ଓ ଚତୁର୍ଥ ସପ୍ତାହ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।ଜୁଲାଇ ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ୧୮ ଦିନ ବ୍ୟାଙ୍କ ରହିବ ଖୋଲା । ତେବେ ଏହିଦିନରେ ବ୍ୟାଙ୍କ ହଲିଡେ | -୩ ଜୁଲାଇରେ ଖାରଚି ପୂଜା ପାଇଁ ଅଗରତଲା ଓ ତ୍ରିପୁରାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।-୫ ତାରିଖରେ ଗୁରୁ ହରଗୋବିନ୍ଦ ଜୀଙ୍କ ଜୟନ୍ତି ପାଇଁ ଜମ୍ମୁ-ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।-୬ ତାରିଖରେ ସାପ୍ତାହିକ ଛୁଟି ପାଇଁ ଦେଶ ସାରା ସବୁ ବ୍ୟାଙ୍କ ବନ୍ଦ ରହିବ ।-୭ ତାରିଖରେ ମହରମ ପାଇଁ ପ୍ରତି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । -୧୨ ତାରିଖରେ ଦ୍ୱିତୀୟ ସପ୍ତାହ ଶନିବାର ପାଇଁ ଦେଶ ତମାମ ବ୍ୟାଙ୍କଗୁଡ଼ିକରେ ତାଲା ଝୁଲିବ ।-୧୩ ତାରିଖରେ ୱିକଲି ହଳିଡେ’…
ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କହିବାନୁଯାୟୀ, ହୃଦଘାତ ଓ ଆକସ୍ମିକ ମୃତ୍ୟୁର କାରଣ ଜାଣିବା ପାଇଁ ଆଇସିଏମଆର ଓ ଏନସିଡିସି ଉଭୟ ମିଶି ୨ଟି ଭିନ୍ନ ଭିନ୍ନ ଅଧ୍ୟୟନ କରିଛନ୍ତି । ଆଇସିଏମଆର ଜାତୀୟ ମହାମାରୀ ବିଜ୍ଞାନ ସଂସ୍ଥାନ (ଏନଆଇଇ) ମେ’-ଅଗଷ୍ଟ ୨୦୨୩ ମଧ୍ୟରେ କରିଥିବା ଅଧ୍ୟୟନ ଅନୁଯାୟୀ, ୧୯ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା…
୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ । ସେ ପୁଣି ୩୦ ବର୍ଷୀୟ ଶିଶୁ ।ମହିଳାଙ୍କ ସିଟି ସ୍କାନରେ ଏହା ଜଣାପଡ଼ିଥିଲା । ଡାକ୍ତରଙ୍କ ମତରେ ଯେତେବେଳେ ଏକ ଭ୍ରୁଣ କ୍ୟାଲସିଫାଏଡ୍ ହୁଏ, ସେତେବେଳେ ଏହାକୁ ଲିଥୋପେଡିଅନ୍ କିମ୍ବା ପଥର ଶିଶୁ କୁହାଯାଏ । ଜୁନ୍ ୨୫ ତାରିଖରେ ‘ନନ୍ ଆସେଟିକ୍ ଥିଙ୍ଗସ୍’ ନାମକ ଏକ X ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିଲା । ଏଥିରେ କ୍ୟାପସନ୍ରେ ଲେଖାଯାଇଥିଲା, ‘‘ଏହି ସିଟି ସ୍କାନ୍ ଜଣେ ୭୩ ବର୍ଷୀୟା ମହିଳାଙ୍କର, ଯେଉଁଥିରେ ଏକ ୩୦ ବର୍ଷୀୟ କ୍ୟାଲସିଫାଏଡ୍ ଭ୍ରୁଣ ମିଳିଛି ।’’ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଲିଥୋପେଡିଅନ୍ ଏକ ରେୟାର ଚିକିତ୍ସା ଅବସ୍ଥା । ଯେଉଁଥିରେ ଗର୍ଭାଶୟ ବଦଳରେ ପେଟରେ ଭ୍ରୁଣ ବିକଶିତ ହୁଏ ଏବଂ ଯେତେବେଳେ ଏହା ମରିଯାଏ, ଶରୀର କ୍ୟାଲସିୟମ ଆବରଣ ଦେଇ ଏହାକୁ ପଥରରେ ପରିଣତ କରିଦିଏ ।
ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହୁଥିବା ୨୪ ବର୍ଷୀୟ ଅଭୟ କୁମାର ମହାରଣା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ପିଲାଟି ଦିନରୁ ସାଙ୍ଗ ପଢୁଥିଲେ । ବଡ ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଗତ 4 ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବ୍ରହ୍ମପୁର ସହର ଉପକଣ୍ଠରେ…
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ୫ କିମି ଦୂର ସାନବଡ଼ଗାଁ ଗ୍ରାମର ୨ ନଂ ୱାର୍ଡରେ। ଗତ ଦୁଇଦିନ ହେବ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି।ଲଗାଣ ବର୍ଷା ଯୋଗୁ ସାନବଡ଼ଗାଁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଶେଷରେ ଲୋକେ ନିଜ କାନ୍ଧରେ କଫିନ୍ ବୋହିବା ଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମଙ୍ଗଳବାର ସାନବଡ଼ଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କର ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ଏକ ମହାପ୍ରୟାଣ ଗାଡ଼ିରେ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଗାଁର ଆଣ୍ଠୁଏ କାଦୁଅ ରାସ୍ତାରେ ଫସିଯାଇଥିଲା। ଫଳରେ ସମ୍ପର୍କୀୟ ପ୍ରାୟ ୩ କିମି ରାସ୍ତା କଫିନକୁ କାନ୍ଧରେ ବୋହି ଘରକୁ ନେଇଥିଲେ।
ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ଭାଲୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ସାମିଆ ପଞ୍ଚାୟତର ଜଣେ ଆଦିବାସୀ ମହିଳା ଛେରି ଚରାଇବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇଁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ କୌଶଳକ୍ରମେ ମହିଳା ଜଣଙ୍କ ଘଟଣାସ୍ଥଳରୁ ଖସିଯାଇ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଧିକାରୀ ତଦନ୍ତ କରି ଗାଁଠୁ କିଛି ଦୂରରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାର ସକ୍ଷମ ହୋଇଛି ।ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି । ଆହୁରି ବର୍ଷିବ । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ତେବେ ଆଜି ପାଇଁ ୩ ଜିଲ୍ଲାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର । ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଏଥିସହ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି।
ଆଜିଠୁ ବାହୁଡ଼ା ପ୍ରସ୍ତୁତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କର ଲୀଳା ଖେଳା । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍ ଯାତ୍ରାର ଷଷ୍ଠ ଦିନରେ (ଆଜି) ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିବ । ଆସନ୍ତା ଶନିବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ ଦକ୍ଷିଣ ମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।









