Author: sanitelevision

କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଟ୍ରକ୍‌ ପଛପଟରୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Read More

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ”

Read More

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ରିପୋର୍ଟ ମୁତାବକ, AICWA ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ପୁଣି ଥରେ ଦେଖାଯିବାକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛି।ସେ ସଙ୍ଗେ ସଙ୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପାକିସ୍ତାନୀ ସେଲିବ୍ରେଟିଙ୍କ ଆକାଉଣ୍ଟକୁ ପୁଣିଥରେ ବ୍ୟାନ କରାଯିବାର ଦାବି କରିଛି। AICWA କହିଛି ଯେ, ପାକ୍ ଷ୍ଟାର୍ସଙ୍କର ଇଣ୍ଡିଆରେ ସୋସିଆଲ ଆକ୍ଟିଭିଟି, ଆମ ସହିଦ ଯବାନଙ୍କ ବଳିଦାନର ସିଧା ଅପମାନ। ତେବେ…

Read More

ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୯୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ,୬୬୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା୯୮, ୯୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୬୬୦ ଟଙ୍କାକୁ ପହଞ୍ଚିଛି ।ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୧୯ ହଜାର ୯୦୦ ଟଙ୍କା ରହିଛି ।

Read More

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ବିମାନର କାର୍ଗୋ ହୋଲ୍ଡରେ ଏକ ଜୀବନ୍ତ ସାପ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ଦିନ ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନ VA337 ରେ ଘଟିଥିଲା ।ଯାତ୍ରୀମାନେ ବିମାନରେ ଚଢ଼ିବା ସମୟରେ, କ୍ର୍ୟୁ’ ମାନେ ବିମାନର ତଳ ଅଂଶ ଅର୍ଥାତ୍ କାର୍ଗୋ ହୋଲ୍ଡରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ । ଆଉ ବିମାନରେ ଏକ ସାପ ଥିବାର ଅନୁମାନ କରାଯାଇଥିଲା । ଯାହାପରେ ତୁରନ୍ତ ଜଣେ ସ୍ଥାନୀୟ ମାର୍କ ପେଲି ନାମକ ଜଣେ ସାପ ଧରାଳିଙ୍କୁ ଡକାଯାଇଥିଲା । ମାର୍କଙ୍କ ଅନୁସାରେ, ସାପଟି ଏକ ପ୍ୟାନେଲ୍ ପଛରେ ଅଧା ଲୁଚି ରହିଥିଲା ​​ଏବଂ ଅନ୍ଧାରରେ ଏହା ବିଷାକ୍ତ କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର ଥିଲା । ସାପଟି ମିଳିବା ପରେ, ସୁରକ୍ଷା କାରଣରୁ ବିମାନ ପ୍ରାୟ…

Read More

ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ୱଲପୁର ଟାଉନ ସ୍ଥିତ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-୨ ରେ ଥିବା ଆଉ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସ୍ଥିତ ଏକ ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଆର ଆଣ୍ଡ ବି ସବ-ଡିଭିଜନ କାର୍ଯ୍ୟାଳୟରେ ଥିବା ଅଫିସ ଚାମ୍ବର, ବଲାଙ୍ଗୀର ଟିଟଲାଗଡ଼ରେ ଥିବା ସରକାରୀ କ୍ୱାର୍ଟର ଘରେ ଏକକାଳୀନ…

Read More

ମଣିଷ ରୋବୋଟ ଦେଖିଥିବେ, କିନ୍ତୁ ଏବେ ଦେଖିବାକୁ ମିଳିବ ଆକର୍ଷଣୀୟ ରୋବୋଟିକ୍ ଡଗ୍‌। ଏହି ଡଗ୍ ମେସିନ ସାହାଯ୍ୟରେ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରାଇବ। ଏହି ଡଗ୍‌କୁ ବର୍ତ୍ତମାନ ଯାଜ୍ଞସେନୀ ଅପେରା ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ଏଣ୍ଟରଟେନ କରାଇବ। ନୂଆ ପାର୍ଟି, ପ୍ରଦର୍ଶନରେ ବି ନୂଆ ଇନୋଭେସନ। ତେବେ ଯାତ୍ରା ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ପୂର୍ବରୁ ନିଜ ଯାଦୁ ଦେଖାଇଛି ରୋବଟିକ୍ ଡଗ୍।ସବୁଠୁ ଆକର୍ଷଣୀୟ କଥା ହେଉଛି ଏହି ରୋବଟକୁ ଯାହା ପଚରାଯାଉଛି, ସେ ତା’ର ଉତ୍ତର ଦେଉଛି। ସାଧାରଣତଃ ମେସିନ ଇଂରାଜୀ ଭାଷା ବୁଝିଥାଏ। କିନ୍ତୁ ଓଡ଼ିଆରେ ପଚରାରିଲେ ସେ ଓଡ଼ିଆରେ ଉତ୍ତର ଦେଉଛି।ଆଇଟମ୍ ଗାର୍ଲଙ୍କ ହଟ୍ ଡ୍ୟାନସକୁ ମାତ୍ ଦେବାକୁ ଅପେରା ଯାଜ୍ଞସେନୀ ରୋବଟିକ୍ ଟେକ୍ନୋଲଜି ଜରିଆରେ ପେଣ୍ଡାଲରେ ଚମକ୍ ଭରିବାକୁ ଯାଉଛି ତ, ଏପଟେ ମଞ୍ଚରେ ସତ ସତିକା ଧଳା ଘୋଡ଼ା ଚଢ଼େଇବାକୁ ଯାଉଛି ଧଉଳି ଗଣନାଟ୍ୟ। ଏ ପ୍ରୟୋଗ ବି ଯାତ୍ରା ଇତିହାସରେ ପ୍ରଥମ।…

Read More

ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୭ଟି ଜିଲାକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପଶ୍ଚିମ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୪ ତାରିଖ ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ପ୍ରବଳ ଏବଂ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୫ରେ ବର୍ଷା ପରିମାଣ ବଢ଼ିପାରେ । ଅନେକ ସ୍ଥାନରେ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି…

Read More

ବିଏମଏସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅଫିସରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଚେତାଶୂନ୍ୟ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣ ବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି। ତଳି ପେଟରେ ବହୁତ୍ ଆଘାତ ଲାଗିଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାର୍ଯ୍ୟରତ ସମୟରେ ଅଫିସ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ନିଆଯାଇଛି।ସୂଚନାଯୋଗ୍ୟ, ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ।

Read More

ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଛି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁ । ଏହି ୪ ଜଣ ଓଏଏସ୍‌ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍‌ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ । ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ‌ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର…

Read More