ଜଗା ପ୍ରଧାନଙ୍କ ଗିରଫ ସହ ଆନ୍ଦୋଳନ ପ୍ରତ୍ୟାହାର କଲା OAS ସଂଘ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା । ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି । ତେବେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ନ ମିଳିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହେବା ପରେ ଜଗାଙ୍କୁ ପୁଲିସ ଏସଡିଜେଏମଙ୍କ ବାସଭବନରେ ହାଜର କରାଇଥିଲା। ପୁଲିସ ଯେଉଁ ଦଫା ଲଗାଇଛି ତାହା ଆଧାରରେ ଏସଡିଜେଏମ କୋର୍ଟଙ୍କ ପକ୍ଷରୁ ଜାମିନ ଦେବା କ୍ଷମତା ପରିସର ବାହାରେ ଥିବାରୁ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର…
Author: sanitelevision
ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଜଣେ ବୋହୁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି। ପୁଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂଜା ଜାଦବ ଓ ତାଙ୍କ ଭଉଣୀ କମଲା ଏବଂ କମଲାଙ୍କ ପ୍ରେମିକ ଅନିଲ ବର୍ମାଙ୍କୁ ଗିରଫ କରିଛି। ପୂଜାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ପୂଜାଙ୍କର ଭୟଙ୍କର ଅପରାଧର କାହାଣୀ ।୫ ବର୍ଷ ପୂର୍ବରୁ ପୂଜାଙ୍କ ବିବାହ ହୋଇଥିଲା । ଦିନେ ସ୍ବାମୀଙ୍କ ସହ ପୂଜାର ଝଗଡ଼ା ହେଲା ପୂଜା ରାଗିଯାଇ ତା’ର ସ୍ବାମୀକୁ ଗୁଳି କରିଦେଲା । ଏହି ମାମଲାରେ ଆଜିଯାଏଁ ପୂଜା କୋର୍ଟ କଚେରିର ଚକ୍କର କାଟୁଛି । ପରେ ପରେ କଲ୍ୟାଣ ନାମକ ଯୁବକ ସହ ପୂଜାର ପରିଚୟ ହୁଏ ଏବଂ ଏହି ପରିଚୟ ପ୍ରେମରେ ପରିଣତ ହୁଏ । ଦୁହେଁ ବିବାହ କରନ୍ତି…
ତିନି ଦିନ ତଳେ ଭୁବନେଶ୍ୱର ନାଲକୋ ଛକରେ ବାରିପଦା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ସେଥିରୁ ମଦ ଓ ଗଞ୍ଜେଇ ବାହାରିଥିଲା। ହେଲେ ଏ ଯାଏଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଏହି ଗାଡ଼ିରେ ବିଧାୟକଙ୍କ ପୁଅ ଓ ତାଙ୍କ ପାଞ୍ଚ ଜଣ ସହଯୋଗୀ ଥିଲେ। ଆଜି ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି କହିଥିଲେ, ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ନାଲକୋ ଛକରେ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଦୁର୍ଘଟଣା ବେଳେ ବିଧାୟକ ଶ୍ରୀ ପ୍ରକାଶ ସୋରେନଙ୍କ ପୁଅ ଓ ତାଙ୍କର ପାଞ୍ଚ ଜଣ ସହଯୋଗୀ ଏହି ଗାଡ଼ିରେ ଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ଯାଇଥିଲେ। ଦୁର୍ଘଟଣା ସମୟରେ, ବିଧାୟକଙ୍କ ଗାଡ଼ିରେ ମଦ ବୋତଲ ଓ ଗଂଜେଇ ଥିବାର ସ୍ଥାନୀୟ ଜନସାଧାରଣ ଦେଖିବା ପରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ…
ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର କେମିକାଲ କାରଖାନାରେ ହୋଇଥିବା ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ ନିଖୋଜଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି । ନିଖୋଜ ୫ ଜଣ ହେଲେ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼, ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ ମହାପାତ୍ର ଓ ସିଦ୍ଧାର୍ଥ ଗୌଡ଼ ଏବଂ କଟକ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ସାହୁ । ଚଇତୁ ଭତ୍ରା ଓ ରମେଶ ଗୌଡ଼ ନବରଙ୍ଗପୁର ଝରିଗାଁ ବ୍ଲକ କୋଦଭଟା ଗାଁର । ବିସ୍ଫୋରଣ ଦିନ ସେମାନେ ସେହି କମ୍ପାନିରେ କାମ କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କର କିଛି ଖୋଜଖବର ମିଳିନାହିଁ । ଗାଁର କିଛି ଲୋକ ଏବଂ ସମ୍ପର୍କୀୟ ତେଲେଙ୍ଗାନାର ସେହି ଘଟଣାସ୍ଥଳକୁ ଯାଇଛନ୍ତି…
ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ-୨.୦) ରିପୋର୍ଟ ଅନୁଯାୟୀ, ସ୍କୁଲ ଗ୍ରେଡିଂ ସିଷ୍ଟମରେ ଓଡ଼ିଶା ଜାତୀୟ ସ୍ତରରେ ୫ମ ସ୍ଥାନ ହାସଲ କରିଛି। ପିଜିଆଇ-୨.୦ ଦୁଇଟି ବର୍ଗରେ ୭୩ଟି ସୂଚକ ମାଧ୍ୟମରେ ସ୍କୁଲ ଶିକ୍ଷାର ମୂଲ୍ୟାଙ୍କନ କରେ: ଫଳାଫଳ ଏବଂ ଶାସନ ଏବଂ ପରିଚାଳନା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ୨୦୧୯ରେ ଓଡିଶା ୧୪ ନମ୍ବର ସ୍ଥାନରେ ଥିଲା । ତେବେ ସ୍କୁଲ ଶିକ୍ଷାରେ ଓଡିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ…
ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । କାରଣ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ ।ଏନେଇ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂଜାର୍ଚ୍ଚନା ପରେ ସକାଳ ୧୦ରେ ଖୋଲିବ ଗେଟ । ତେବେ ହୀରାକୁଦ ତଳ ମୁଣ୍ଡର ଜନସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।
ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। । ଏହି ଘଟଣା ସକାଳ ପ୍ରାୟ ୭ ଟା ସମୟରେ ଆଳତି ପରେ ଘଟିଥିଲା । ଶ୍ରଦ୍ଧାଳୁ ବର୍ଷାରୁ ବଞ୍ଚିବା ପାଇଁ ଏକ ଟେଣ୍ଟ୍ ତଳେ ଏକାଠି ହୋଇଥିଲେ ଠିକ୍ ସେହି ସମୟରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ପରିଚୟ ଉତ୍ତର ପ୍ରଦେଶର ଅଯୋଧ୍ୟା ନିବାସୀ ଶ୍ୟାମଲାଲ କୌଶଲଙ୍କ ରୂପରେ ହୋଇଛି ।ସମସ୍ତ ଆହତଙ୍କୁ ଛତରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।
ବନ୍ୟା ଅଞ୍ଚଳରେ କାମ କରୁଛନ୍ତି ଓଏଏସ୍ ଅଧିକାରୀ । ବୈଠକ ପରେ ସଙ୍ଘ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରାରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ ମଧ୍ୟ କରିବେ ବୋଲି ସଙ୍ଘ କହିଛି । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି । ସେମାନଙ୍କର ଦାବି ହେଉଛି, ଅଫିସରଙ୍କୁ ସୁରକ୍ଷା ଦିଆଯାଉ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା କରନ୍ତୁ ବୋଲି ଦାବି ରଖିଛି ଓଏଏସ୍ ସଂଘ । ମାଡ଼ ଘଟଣା ପରେ ସମୂହ ଛୁଟିରେ ଅଛନ୍ତି ଓଏଏସ୍ ଅଧିକାରୀ ।ସଙ୍ଘ ସଭାପତି କହିଛନ୍ତି, ଆମର ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ଅଛି । ସେ ନିଶ୍ଚିତ ଆକ୍ସନ ନେବେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ ସେ ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କୁ ଗିରଫ କରାଇଛନ୍ତି । କିନ୍ତୁ ଆମେ ଦାବି କରୁଛୁ, ଯିଏ…
ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି । ମହାପ୍ରଭୁ ରତ୍ନ ସିଂହାସନକୁ ଆସିଲା ପରେ ଗଣତି ମଣତି । ଗଣତି ମଣତି ରାଜ୍ୟ ସରକାରଙ୍କ ପରାମର୍ଶରେ ଅତିଶୀଘ୍ର ହେବ । ଆଜି ଶ୍ରୀମନ୍ଦିରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜ । ତାଙ୍କ ସହ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଗଜପତି । ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି…
IAS ବିଷ୍ଣୁପଦ ସେଠୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ସିବିଆଇ ରେଡ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି IAS ବିଷ୍ଣୁପଦ ସେଠୀ ।








