Author: sanitelevision

ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍‌କୁ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା । ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା । ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।ସୂଚନାଥାଉ କି, ଏହା ପୂର୍ବରୁ ଡାନି କାଳିଆପାଣି ଥାନା ଅଞ୍ଚଳର ଏକ…

Read More

ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଏଭଳି ସୁବିଧା ହରି ଓମ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର କରାଯାଉଛି । ଏବେ ଏଭଳି ମେଲ୍ ବି ଆସୁଛି ଭକ୍ତଙ୍କୁ । ଏ ସୁବିଧା ନେଇ ଗତ ୨୭ ତାରିଖରେ ମେଲ୍ ଆସିଛି ।ବଡ଼ କଥା ହେଉଛି ଛପନ ଭୋଗକୁ ଏଥିରେ ଡାଲି ଭାତ ବୋଲି ଦର୍ଶାଯାଇଛି । ନିର୍ଦ୍ଧାରତ ସମୟରେ ୩୦ ମିନିଟ୍ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ନିଜ ଆଇଡି କାର୍ଡ ମଧ୍ୟ ରଖିବାକୁ କୁହାଯାଇଛି । ତେବେ କାମାକ୍ଷୀ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି…

Read More

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ମାମଲା। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ହୋଇଛି ପୀଡ଼ିତାଙ୍କ ବୟାନ ରେକର୍ଡ। ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଏମ୍ସରେ ୩୦ ମିନିଟରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡ କରାଯାଇଛି। ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର ପ୍ରଚାର ହୋଇସାରିଛି ।। ପୀଡ଼ିତାଙ୍କ ପରିବାରକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଘର ଆଗରେ ୨୪ ଘଣ୍ଟିଆ ପୁଲିସ୍‌ ମୁତୟନ କରାଯାଇଛି। ଏଥିପାଇଁ ବଳଙ୍ଗା ଥାନା ପକ୍ଷରୁ ୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Read More

ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।। ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିବା ଜଣାପଡିଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।ଏହାସହ କସମୋପଲିସି ଓ ଡୁମଡୁମା ଫ୍ଲାଟରେ ଚଢ଼ାଉ କରୁଛି ଟିମ୍ । ପାହାଳ ସିମ୍ଫୋନି ମଲରେ ଥିବା ଦୋକାନ, ଜାଗମରା ଘରେ ମଧ୍ୟ ଚାଲିଛି ତନାଘନା । ଭୁବନେଶ୍ବର ସରକାରୀ କାର୍ଯ୍ୟାଳୟ ଓ ପଟିଆରେ ଥିବାସମ୍ପର୍କୀୟଙ୍କ ଘରେ ଚଢ଼ାଉ…

Read More

ବୋଲବମ୍‌ ଯାତ୍ରା ସମୟରେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା । ଦେଓଘର ଜିଲ୍ଲାର ଜାମୁନିଆ ଜଙ୍ଗଲ ନିକଟରେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ସିଲିଣ୍ଡର ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୧୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ପ୍ରାଥମିକ ରିପୋର୍ଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି । ଏକ ଡଜନରୁ ଅଧିକ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏହି ଘଟଣା ପୂରା ଝାଡ଼ଖଣ୍ଡରେ ଶୋକର ଛାୟା ଖେଳାଇ ଦେଇଛି । ଦୁର୍ଘଟଣାର କାରଣ ଅତ୍ୟଧିକ ବେଗ ଓ ଚାଳକଙ୍କ ଅସାବଧାନତା ହୋଇପାରେ ବୋଲି…

Read More

ଆସନ୍ତା ଦୁଇଦିନ ଅଧା ଓଡ଼ିଶାରେ ବର୍ଷା । ଭିଜିବ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶା । ଆଜି ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Read More

ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଛି ଏକ ୱେବସାଇଟ । ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । ଯାହାର ମୂଲ୍ୟ ୯୪୮ ଟଙ୍କା ରହିଛି । ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀମାନେ କହିଛନ୍ତି, “ମହାପ୍ରଭୁଙ୍କ ଛବିକୁ ଗୋଡ଼ ପୋଛାରେ ବ୍ୟବହାର କରି ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ କରାଯାଇଛି।” ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।

Read More

ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ନାବାଳିକାଙ୍କୁ ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ସ୍କୁଟରରେ ରାଜଗାଙ୍ଗପୁର ନିକଟସ୍ଥ କାନସବାହାଲକୁ ବୁଲାଇବା ନେଇ ନେଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ (ଶିତେଶ) ଓ ତାଙ୍କର ଦୁଇ ସାଙ୍ଗ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ। ନାବାଳିକାଙ୍କ ପରିବାର ଗତକାଲି କାନସବାହାଲ ପୋଲିସ ଆଉଟପୋଷ୍ଟରେ ଏନେଇ ଅଭିଯୋଗ ଦାୟର କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ କାନସବାହାଲ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା। ଏପରେ କୋରାପୁଟ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବାବେଳେ ସେପଟେ ରାଉରକେଲା ବ୍ରାହ୍ମଣୀ ଥାନା ଅଞ୍ଚଳରେ ମଧ୍ୟ ନାବାଳିକାଙ୍କୁ କରାଯାଇଛି ଗଣଦୁଷ୍କର୍ମ। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ…

Read More

ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ୍। କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ କରିନାହାନ୍ତି। ଖୋଦ ଏଏସଆଇ ତଥା ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ନିଜ ଏକ୍ସ୍ ଆକାଉଣ୍ଟରେ ଅପଲୋଡ଼ କରିଛି। ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ । ଏକ୍ସ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଅର୍ଥାତ୍ ପାଟ ଅଗଣାରୁ ନାଟ ମଣ୍ଡପ , ଜଗମୋହନ , ରତ୍ନ ଭଣ୍ଡାର ବାହାର ପାର୍ଶ୍ଵ ଆଦିର ଫୋଟୋ ଅପଲୋଡ୍‌ କରିଥିଲା । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ତେବେ କିଏ କେଉଁ ପରିପ୍ରେକ୍ଷୀରେ ଫୋଟୋ ଉଠାଇ ଏତେ ସ୍ପଷ୍ଟ ଭାବରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଭାଇରାଲ କଲେ…

Read More

ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ପାଇଁ ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ଦାବି ରଖିଛନ୍ତି ।ସେ କହିଛନ୍ତି , ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢ଼ୁଛି ଅପରାଧ , ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇଲାଣି ଓଡ଼ିଶା ।ଅପରାଧୀଙ୍କୁ ଦମନ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ।ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।ଓଡିଶାରେ ଚୋରି , ଡକାୟତି, ଦାଦାବଟି , ନିଶା କାରବାର ରୋକିବାକୁ…

Read More