ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଜୁଲାଇ ୨୮ ଏବଂ ଜୁଲାଇ ୨୯, ୨୦୨୫ରେ ଓଡ଼ିଶା ଉପକୂଳର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରିଥିଲା।୧୫୦-୫୦୦ କିଲୋମିଟର ପରିସର ସହିତ ଏହା ଉନ୍ନତ ନାଭିଗେସନ ସିଷ୍ଟମରେ ସଜ୍ଜିତ, ଯାହା ସଠିକ ଭାବେ ସ୍ଥଳ-ସ୍ଥଳ ଲକ୍ଷ୍ୟଭେଦ ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ ।
Author: sanitelevision
ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର ଆମ୍ବଡୁବି ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ସୋନାଲି ଦଳେଇଙ୍କୁ ଦ୍ୱିତୀୟ ବିବାହ କରିଥିଲେl ତାଙ୍କର ଗୋଟିଏ ଏକବର୍ଷର ପୁତ୍ର ସନ୍ତାନ ଅଛି l ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବ୍ସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତିl ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦେବାଶିଷ ଓ…
ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ ପ୍ରେମ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ।ଶିମିଳିପାଳରେ ୨ ପ୍ରକାର ନର୍ମାଲ ଟାଇଗର ଏବଂ ବ୍ଲାକ ଟାଇଗର ବାଘ ଅଛନ୍ତି। ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।। ଅଭିଯୋଗ ମୁତାବକ ନିରଞ୍ଜନ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଏକ ଜମି ଦେବା ନାମରେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଜମି ଜମି ଦେଇନଥିଲେ । ଏ ବାବଦରେ ସେ ମନ୍ତ୍ରୀଙ୍କୁ ଏକ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ହେଲେ ସେ ଚେକ୍ ବାଉନ୍ସ ହୋଇଯାଇଥିଲା । ଏନେଇ ମନ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ନିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଆଜି ପୂର୍ବାହ୍ନରେ ନିରଞ୍ଜନ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି…
ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି |ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ |ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨…
କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟ, ୨୦୨୫ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଜାତୀୟ ଉଦ୍ୟାନ ଏକ ନୂତନ ରୂପ ସହିତ ଖୋଲିବ। ଲୁଣିଆ ପରିବେଶରେ ବଢ଼ିଥିବା ଗଛଗୁଡ଼ିକୁ ନେଇ ଏକ ମାଙ୍ଗ୍ରୋଭ୍ ନର୍ସରୀ ରୋପଣ କରାଯାଇଛି। ପରିଦର୍ଶକମାନେ ଡଙ୍ଗା ପାଠାଗାରରେ ଥିବା ଅନେକ ପ୍ରାଣୀଙ୍କୁ ମଧ୍ୟ ଦେଖିପାରିବେ ଏବଂ ପୁସ୍ତକ ମଧ୍ୟ ପଢ଼ିପାରିବେ। ପରିଦର୍ଶକଙ୍କ ପାଇଁ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ଭିତରକନିକାର ଡାଙ୍ଗମାଳଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତିଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍କୁ ବାରଣ କରାଯିବା ସହ ଏହା ନଆଣିବା ପାଇଁ ବନଖଣ୍ଡ ପକ୍ଷରୁ ନିଷେଧ କରାଯାଇଛି । ଭିତରକନିକା ଫରେଷ୍ଟ ବ୍ଲକ୍ରେ ପର୍ଯ୍ୟଟକଙ୍କ ପାଇଁ ୱାଚ୍ ଟାୱାର ନିର୍ମାଣ କରାଯାଇଛି । ମେଟା ନର୍ସରୀ ନିକଟରୁ ୬ଶହ ମିଟର ପର୍ଯ୍ୟନ୍ତ କାଠରେ ସ୍କାଏ ୱାକ୍ ନିର୍ମାଣ ହୋଇଛି । ପୁନର୍ବାର…
ବାଲେଶ୍ୱର ଫକୀରମୋହନ ଛାତ୍ରୀ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଅଗଷ୍ଟ ୧ରୁ ୮ ଦ୍ଵିତୀୟ ପର୍ଯ୍ୟାୟ ବିକ୍ଷୋଭ କରିବ ବିଜୁ ଜନତା ଦଳ । ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଦୁଷ୍କର୍ମ, ଛାତ୍ରୀ ଗର୍ଭବତୀ ହେଉଛନ୍ତି । ବଳଙ୍ଗା ଓ ଫକୀରମୋହନ ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା । ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ ।ବିଜେଡି ଏହିଆନ୍ଦୋଳନ ବେଳାଭୂମି ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସଗୁଡ଼ିକୁ ଅସୁରକ୍ଷିତ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ଆନ୍ଦୋଳନର ଅଂଶ ସୱରୂପ, ବିଭିନ୍ନ କଲେଜ ନିକଟସ୍ଥ ଥାନାଗୁଡ଼ିକରେ ଥିବା ପୁଲିସ ଅଧୀକ୍ଷକ (SP)ଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ବିଜେଡି ଅଭିଯୋଗ କରିଛି ଯେ ଭାଜପା ସରକାର ଘଟଣାଗୁଡ଼ିକରେ କେବଳ କମିଟି ଗଠନ କରୁଛନ୍ତି କୌଣସି ର୍ନିଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି।ରାସ୍ତାଘାଟରେ…
ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ ବାଘଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ବାଘବଂଶର ସୁରକ୍ଷା, ସଂରକ୍ଷଣ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। `X’ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ବନ୍ୟପ୍ରାଣୀ ଉତ୍ସାହୀମାନଙ୍କୁ, ବିଶେଷକରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ସରକାରଙ୍କ…
ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ ଭିଜି ଭିଜି ଏହି ପ୍ରତିବାଦ କରିଛନ୍ତି ବିଜେଡିର ସାଂସଦମାନେ । ଏଫଏମ କଲେଜ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ସାଂସଦ ନାରାବାଜି ସହ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ବିଜେଡି ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ ନିରଞ୍ଜନ ବିଶି ପ୍ରମୁଖ ସଂସଦ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ସାଂସଦ ସୁଲତା ଦେଓ ମଧ୍ୟ ପ୍ରତିବାଦ କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ମହିଳା ଓ ପିଲାଙ୍କ ସହ ଅପରାଧ ଘଟୁଛି । ହେଲେ ବିଜେପି ସରକାର କିନ୍ତୁ ନିଷ୍କ୍ରିୟ ଅଛି । ତେଣୁ ବିଜେଡି ସାଂସଦମାନେ ଏହା…
ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି ତେବେ ପେମେଣ୍ଟ ଉପରେ କୌଣସି GST ଲାଗିବ ନାହିଁ |ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା କୋଟି କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।ଗତ କିଛି ଦିନ ଧରି ଏକ ଦ୍ୱନ୍ଦ୍ୱ ଥିଲା ଯେ କର୍ନାଟକର ବେଙ୍ଗାଲୁରୁରେ ପ୍ରାୟ ୬,୦୦୦ ବ୍ୟବସାୟୀଙ୍କୁ ସେମାନଙ୍କର UPI କାରବାର ଆଧାରରେ GST ନୋଟିସ ପଠାଯାଇଥିଲା। ଏହି ଖବର ପରେ, ଦିଲ୍ଲୀ ପରି ଅନ୍ୟ ସହରର ଅନେକ ଦୋକାନୀ ମଧ୍ୟ UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସଂକୋଚ କରିବାକୁ ଲାଗିଲେ। ସାଧାରଣ ଲୋକ ଏବଂ ବ୍ୟବସାୟୀଙ୍କ ମନରେ ଏକ ଭୟ ଥିଲା ଯେ ହୁଏତ ସରକାର ଏବେ UPI ପେମେଣ୍ଟ ଉପରେ ମଧ୍ୟ ଟିକସ ଲାଗୁ କରିବାକୁ ଯାଉଛନ୍ତି। ତେବେ ୨୨ ଜୁଲାଇରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଥିଲେ ଯେ…









