ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା ପୀଡିତା ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିନଥିଲେ। ସେ କେବଳ ମୋତେ ବଞ୍ଚାଇଦିଅ,ପାଣି ଦିଅ ବୋଲି କହିଥଇଲେ। ତେବେ ପୀଡିତାଙ୍କ ବୟାନ ଆଧାରରେ କାଯ୍ୟାନଷ୍ଠାନ ହେବ କହିଲେ ପୁରୀ ଏସପି ପିନାକ ମିଶ୍ର । ତଦନ୍ତର ଶେଷ ପଯ୍ୟାୟରେ ପହଞ୍ଚିସାରିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି ତଦନ୍ତ । ନାବାଳିକାଙ୍କର ଚିକିତ୍ସା ଚାଲିଥିବାରୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି । ପୀଡିତାଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯାହା ତଦନ୍ତ କରାଯାଉଛି । ତାହା ପୀଡିତାଙ୍କ ପରିବାର ଆଗରେ କରାଯାଉଛି । ଆଉ ସମସ୍ତ ପ୍ରକ୍ରିୟା ତଦନ୍ତର ଭିଡିଓ…
Author: sanitelevision
ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ । ଗତକାଲି ରାଜକିଶୋରଙ୍କ ଘରେ ଭିଜିଲାନ୍ସ ରେଡ୍ ଦେଖି ଭୟରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଝରକା ପଟେ ବାହାରକୁ ଫୋପାଡି ଦେଇଥିଲେ ଅଶୋକ । ଆଜି ରେଡ୍ କରି ସେହି ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। କସ୍ମୋପଲିସର ଗୋଟିଏ ଫ୍ଲାଟରେ ଚାଲିଛି ଚଢ଼ାଉ। ଭିଜିଲାନ୍ସର ୧୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ।ବ୍ୟାଗରୁ ୧ ଲକ୍ଷ ଟଙ୍କା, ୬୦ ଗ୍ରାମ ସୁନା, ୧୦ ଗ୍ରାମ ରୁପା, ଗାଡିର କାଗଜପତ୍ର ଜବତ । ରାଜଧାନୀର ବିଭିନ୍ନ ମଲରେ ଥିବା ୩ଟି ଦୋକାନ, ସୋମନାଥ ନଗରରେ ଚାରି ମହଲା ଘର, ଡ଼ୁମଡ଼ୁମାରେ ୩ ମହଲା ଘର, କସମପୋଲିସରେ ଫ୍ଲାଟ୍, ପୋଷ୍ଟାଲରେ ୧୭ ଲକ୍ଷ ଟଙ୍କାର ଡିପୋଜିଟ ଠାବ ହୋଇଛି । R&B…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଡି.କେ. ସିଂ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।ଯାଜପୁର, କେନ୍ଦ୍ରାପଡା, ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ । ବାଲେଶ୍ୱର , ମୟୁରଭଞ୍ଜ କେଉଁଝରର ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି ।
ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ମିଳିବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । ଜିରୋ ଇନକମ…
ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଯେଉଁ ଭିଡ଼ିଓ ଆସିଛି ସେଥିରେ ଦେଖିବାକୁ ମିଳିଛି ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇପାରିନାହିଁ ।
ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ ବିଇଓ ମମତା ମହଦିକ, ଗୁଡଭେଲା ବିଇଓ ନମିତା ରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ସାନ୍ତୁନୁ କୁମାର ପଢିହାରି, ତୁରକେଲା ବିଇଓ ଗୌତମ ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ, ଏବଂ ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ। ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା…
ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି ସାଟେଲାଇଟ୍ ‘ନିସାର’ । ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ । ଆଜି ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ ଭିନ୍ନ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହା ପ୍ରଥମ ଥର ପାଇଁ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବ। ଏହା ନାସା ଓ ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ପାଇଁ ବ୍ୟବହୃତ ହୁଏ। ନିସାର ନାସାର ଏଲ-ବ୍ୟାଣ୍ଡ ଏବଂ ଇସ୍ରୋର ଏସ-ବ୍ୟାଣ୍ଡ ଫ୍ରିକ୍ୱେନ୍ସିରେ ପୃଥିବୀକୁ ପରିକ୍ରମା କରିବ। ଗୋଟିଏ ଉପଗ୍ରହରେ ଦୁଇଟି ରାଡାର ସିଷ୍ଟମ ରଖିବା ଏକ ଅନନ୍ୟ ଇଞ୍ଜିନିୟରିଂ ସଫଳତା କାରଣ ଦୁଇଟି ସିଷ୍ଟମକୁ ହାର୍ଡୱେରର ବିଭିନ୍ନ ସେଟ୍ ଆବଶ୍ୟକ, ଏବଂ ପରସ୍ପର ସହିତ ହସ୍ତକ୍ଷେପ ନକରି ପରିପୂରକ ଢଙ୍ଗରେ କାର୍ଯ୍ୟ କରିବାକୁ…
ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରିବାର ତାରିଖ ଘୋଷଣା କରିଛି । କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୦ତମ କିସ୍ତିର ଟଙ୍କା ଆସନ୍ତା ମାସ ୨ ତାରିଖରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ। କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଫେବୃଆରୀ ୨୪, ୨୦୨୫ ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ। ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ ଟି କିସ୍ତି ଆକାରରେ…
ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 5 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସୁବ ଜିଲ୍ଲାରେ ଝଟକା ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବ ।ଅଗଷ୍ଟ ୫ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା…









